ନୂଆବର୍ଷରେ ନିଅନ୍ତୁ ନୂଆ ସଂକଳ୍ପ

ପ୍ରତିଥର ନୂଆବର୍ଷ ଆସିଲେ ଅନେକେ କିଛି ନୂଆ କାର୍ଯ୍ୟ କରିବାର ସଂକଳ୍ପ ନେଇଥାନ୍ତି। କିଏ ନିଜକୁ ଫିଟ୍‌ ରଖିବାକୁ ପ୍ରତିଦିନ ବ୍ୟାୟାମ କରିବାକୁ ସଂକଳ୍ପ ନିଅନ୍ତି ତ ଆଉ କିଏ ଅଯଥାରେ ସମୟ ନଷ୍ଟ ନ କରି ପଢ଼ାପଢ଼ିରେ ମନ ଦେବାକୁ ଚିନ୍ତା କରିଥାନ୍ତି। ସେହିପରି ଆଉ କେହି କେହି ଜଙ୍କ୍‌ଫୁଡ୍‌ ଛାଡ଼ି ସନ୍ତୁଳିତ ଖାଦ୍ୟ ଖାଇବାକୁ ନିଷ୍ପତ୍ତି ନେଇଥାନ୍ତି। ଏମିତି ଗୋଟି ଗୋଟି କରି ଦେଖିଲେ ନୂଆବର୍ଷରେ ସଂକଳ୍ପ ନେବାର ତାଲିକା ବହୁ ଲମ୍ବା ହୋଇଯିବ। କିନ୍ତୁ ଏଠାରେ ଗୋଟେ ପ୍ରଶ୍ନ ଉଠୁଛି ଯେ, ନୂଆବର୍ଷରେ ନୂଆ ସଂକଳ୍ପ ନେଇଥିବା ବ୍ୟକ୍ତିମାନେ ବର୍ଷ ସାରା ସେହି କଥା ମାନି ଚଳୁଛନ୍ତି ନା ନାହିଁ। ମନୋବିଜ୍ଞାନୀଙ୍କ ମତରେ, ନୂଆବର୍ଷକୁ ସୁଖମୟ କରିବା ପାଇଁ କୌଣସି ସଂକଳ୍ପ ନୁହେଁ ବରଂ ନିଜର ସ୍ବଭାବ ଉପରେ ଟିକେ ନଜର ଦେବା ଜରୁରୀ। ଯେମିତିକି: ଈଶ୍ୱରବିଶ୍ୱାସୀ ହେବା, ମନରେ ଗର୍ବ-ଅହଂକାର-ହିଂସା ନ ରଖି ଉଦାରଭାବ ରଖିବା, ନିଜକୁ ଭଲପାଇବା ସହ ଅନ୍ୟଙ୍କୁ ବି ଭଲପାଇବା ଦେବା, ମୁହଁରେ ସର୍ବଦା ହସହସ ଭାବ ରଖିବା, ନିଜର ଓ ଅନ୍ୟମାନଙ୍କ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ୍‌ ହେବା, ମନରେ ସବୁବେଳେ କିଛି ନୂଆ ଶିଖିବାର ଆଗ୍ରହ ରଖିବା, ସୁଶିକ୍ଷା ଦେଉଥିବା ବହି ପଢ଼ିବାର ଅଭ୍ୟାସ ଜାରି ରଖିବା, ତା’ସହ ବୁଝିବିଚାରି ସବୁକଥାର ନିଷ୍ପତ୍ତି ନେବା ଇତ୍ୟାଦି। ଏହିସବୁ ଅଭ୍ୟାସକୁ ଯଦି ଜଣେ ବ୍ୟକ୍ତି କେବଳ ନୂଆବର୍ଷ ପାଇଁ ନୁହେଁ ଜୀବନସାରା ମାନନ୍ତି, ତା’ହେଲେ ଜୀବନ ସୁଖମୟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Weight Loss Tips: ରାତିରେ ଖାଆନ୍ତୁ ଏହି ୫ ଜିନିଷ, ଶୀଘ୍ର କମିଯିବ ପେଟର ଚର୍ବି

ଆଜିର ଦ୍ରୁତ ଗତି ଜୀବନରେ, କାମର ଚାପ ଏବଂ ପରିବର୍ତ୍ତନଶୀଳ ଅଭ୍ୟାସ ସିଧାସଳଖ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଉଛି। ସମୟ ଅଭାବରୁ ଲୋକମାନେ ସଠିକ ସମୟରେ…

ଘରର ଛାତ ଉପରେ ରଖନ୍ତୁନି ଏପରି ଜିନିଷ: ହୋଇପାରେ ବଡ଼ କ୍ଷତି

ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ଛାତ ଉପରେ କିଛି ଜିନିଷ ରଖିବା ବର୍ଜିତ। କାହିଁକି ନା ଏହାଦ୍ୱାରା ବାସ୍ତୁଦୋଷ ଲାଗିଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ଅନାବଶ୍ୟକ ସାମଗ୍ରୀ ରଖିବା ଦ୍ୱାରା…

କୁମ୍ଭ ରାଶିରେ ବୁଧଙ୍କ ଉଦୟ, ଚମକିବ ୩ ରାଶିର ଭାଗ୍ୟ

ଫେବୃଆରୀ ୯ ତାରିଖରେ ବୁଧ କୁମ୍ଭ ରାଶିରେ ଉଦିତ ହୋଇଛନ୍ତି। ବୁଧଙ୍କ ଏହି ଉଦିତ ଫେବୃଆରୀ ମାସରେ କିଛି ରାଶି ପାଇଁ ଅତ୍ୟନ୍ତ ଶୁଭ ଫଳ ଆଣିପାରେ।…

ଭୂତଳ ଜଳରେ ୟୁରାନିୟମ

ଦ୍ରୁତ ସହରୀକରଣ, ଶିଳ୍ପାୟନ ତଥା ସଘନ କୃଷି ସହିତ ତାଳଦେଇ ବଢ଼ି ଚାଲିଛି ସମଗ୍ର ପୃଥିବୀରେ ଜଳ ପ୍ରଦୂଷଣ, ବିଶେଷ କରି ନଦୀ ଜଳ। ଏଣୁ ଅଧିକରୁ…

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ କ୍ଷୀର

ନିୟମିତ କ୍ଷୀର ପିଇଲେ ତାହା ଆମ ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ତେବେ ଏହାର ଏକ ଖାସ୍‌ ଗୁଣ ରହିଛି। ତାହା କ’ଣ ଜାଣନ୍ତି?…

ଅଦୃଶ୍ୟ ଆକ୍ରମଣକାରୀ : ମାଇକ୍ରୋପ୍ଲାଷ୍ଟିକ

ବିଶ୍ୱ ସ୍ତରରେ, ମାଇକ୍ରୋପ୍ଲାଷ୍ଟିକ୍‌ ଏକ ସର୍ବବ୍ୟାପୀ ପ୍ରଦୂଷକ ପାଲଟିଛି। ଏଗୁଡ଼ିକୁ ଗଭୀର ସମୁଦ୍ର ଅବଶେଷ, ଧ୍ରୁବୀୟ ବରଫ ପାହାଡ଼, ଉଷ୍ଣକଟିବନ୍ଧୀୟ ବର୍ଷାଜଳ ଏବଂ ମାନବ ରକ୍ତପ୍ରବାହରେ ଆବିଷ୍କାର…

ଅଜୀର୍ଣ୍ଣ ସମସ୍ୟା ଅଛି କି? ଆପଣାନ୍ତୁ ଏହି ଉପାୟ…

ସାଧାରଣତଃ ଯଦି ଖାଦ୍ୟ ଠିକ୍‌ ଭାବରେ ହଜମ ନ ହେଲା ତେବେ ଅଜୀର୍ଣ୍ଣ ସମସ୍ୟା ଦେଖାଯାଇଥାଏ। ଏହାପଛରେ ମଧ୍ୟ ଆଉ କେତୋଟି କାରଣ ରହିଛି। ଆବଶ୍ୟକତା ଠାରୁ…

ତାଙ୍କ ହସ ମିଠା, କଥା ମିଠା, ନାଁ ମିଠି: ହେଲେ ଟିକେ ଟିକେ କଥାରେ ଚିଡିଯାନ୍ତି…

ତାଙ୍କ ହସ ମିଠା, କଥା ମିଠା। ମିଠା ମିଠା ଥିଲା ତାଙ୍କ ଅଭିନୟ ଓ ନୃତ୍ୟର ଯାଦୁ। ସେଇଥିପାଇଁ ତ ଓଡ଼ିଶାର ଦର୍ଶକଙ୍କ ହୃଦୟରେ ସେ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri