Posted inଖେଳ

‘କୋହଲିଙ୍କୁ ପୁଣି ଅଧିନାୟକ କରାଯାଉ’; କାହିଁକି ଏବଂ କିଏ କରୁଛି ଏଭଳି ଦାବି… 

ନୂଆଦିଲ୍ଲୀ,୪।୧: ତିନି ବର୍ଷ ପୂର୍ବେ ଟିମ୍‌ ଇଣ୍ଡିଆର ଅଧିନାୟକ ପଦ ଛାଡ଼ିଥିବା ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ପୁଣିଥରେ ମଇଦାନରେ ନିଜର ପୁରୁଣା ଷ୍ଟାଇଲ୍‌ରେ ନଜର ଆସିଥିଲେ। ସିଡନୀ ଟେଷ୍ଟରୁ ରୋହିତ ଶର୍ମା ନିଜକୁ ଦୂରେଇ ନେଇଥିଲେ, ଏହାପରେ ଉପ ଅଧିନାୟକ ଜସପ୍ରିତ ବୁମ୍‌ରାଙ୍କୁ ଦଳର ନେତୃତ୍ୱ ମିଳିଥିଲା। ହେଲେ ମ୍ୟାଚ୍‌ର ଦ୍ୱିତୀୟ ଦିନ ଆହତ ହେବା ଯୋଗୁ ବୁମ୍‌ରା ମଇଦାନରୁ ଚାଲିଯାଇଥିଲେ। ଏହାପରେ କୋହଲି ଅଧିନାୟକ ଦାୟିତ୍ୱ ତୁଲାଇଥିଲେ। ଏହାପରେ ବ୍ୟାଟ୍ସମ୍ୟାନମାନେ ହଠାତ ଚମତ୍କାର ବୋଲିଂ କରିବା ଆରମ୍ଭ କରିଥିଲେ। ଅଷ୍ଟ୍ରେଲିଆ ଖୁବ୍‌ କମ୍‌ ଓଭରରେ ଉଇକେଟ ହରାଇଥିଲା। ଏହାପରେ କୋହଲିଙ୍କୁ ପୁଣି ଥରେ ଅଧିନାୟକ କରାଯାଉ ବୋଲି ଦାବି କରାଯାଉଛି।
ଆହତ ହେବା ପରେ ବୁମ୍‌ରା ଯେବେ ମଇଦାନ ଛାଡ଼ିଥିଲେ ସେତେବେଳେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ୯୬/୪ ଉଇକେଟ ଥିଲା। ଏଠାରୁ ଦଳର ନେତୃତ୍ୱ କୋହଲି ସମ୍ଭାଳିବା ଆରମ୍ଭ କରିଥିଲେ। ପରେ ୧୮୧ ରନ୍‌ ସ୍କୋରରେ ଅଷ୍ଟ୍ରେଲିଆର ପୁରା ଟିମ୍‌ ଅଲଆଉଟ୍‌ ହୋଇଯାଇଥିଲେ। ପୁଣିଥରେ ବିରାଟ ନିଜର ନେତୃତ୍ୱ ବଳରେ ପ୍ରଶଂସକଙ୍କ ହୃଦୟ ଜିତିଥିଲେ। ପ୍ରଥମେ ଭାରତର ଇନିଂସର ସ୍କୋରରୁ ଅଷ୍ଟ୍ରେଲିଆ ଆଗକୁ ଯିବା ନିଶ୍ଚିତ ବୋଲି ଲାଗୁଥିଲା। ହେଲେ ଶେଷରେ ଦଳ ଭାରତ ଇନିଂସଠାରୁ ୪ ରନ୍‌ ପଛୁଆ ରହିଥିଲା।
ଏସବୁ ଘଟଣାକୁ ନେଇ ସୋସିଆଲ ମିଡିଆରେ ପ୍ରଶଂସକମାନେ କୋହଲିଙ୍କୁ ପୁଣିଥରେ ଅଧିନାୟକ କରାଯାଉ ବୋଲି ଦାବି କରୁଛନ୍ତି। ‘ବ୍ରିଙ୍ଗ ବ୍ୟାକ୍‌ ବିରାଟ ଆଜ୍‌ ଟେଷ୍ଟ କ୍ୟାପ୍‌ଟେନ୍‌’ ସୋସିଆଲ ମିଡିଆରେ ଭାଇରାଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri