Posted inଖେଳ

‘କୋହଲିଙ୍କୁ ପୁଣି ଅଧିନାୟକ କରାଯାଉ’; କାହିଁକି ଏବଂ କିଏ କରୁଛି ଏଭଳି ଦାବି… 

ନୂଆଦିଲ୍ଲୀ,୪।୧: ତିନି ବର୍ଷ ପୂର୍ବେ ଟିମ୍‌ ଇଣ୍ଡିଆର ଅଧିନାୟକ ପଦ ଛାଡ଼ିଥିବା ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ପୁଣିଥରେ ମଇଦାନରେ ନିଜର ପୁରୁଣା ଷ୍ଟାଇଲ୍‌ରେ ନଜର ଆସିଥିଲେ। ସିଡନୀ ଟେଷ୍ଟରୁ ରୋହିତ ଶର୍ମା ନିଜକୁ ଦୂରେଇ ନେଇଥିଲେ, ଏହାପରେ ଉପ ଅଧିନାୟକ ଜସପ୍ରିତ ବୁମ୍‌ରାଙ୍କୁ ଦଳର ନେତୃତ୍ୱ ମିଳିଥିଲା। ହେଲେ ମ୍ୟାଚ୍‌ର ଦ୍ୱିତୀୟ ଦିନ ଆହତ ହେବା ଯୋଗୁ ବୁମ୍‌ରା ମଇଦାନରୁ ଚାଲିଯାଇଥିଲେ। ଏହାପରେ କୋହଲି ଅଧିନାୟକ ଦାୟିତ୍ୱ ତୁଲାଇଥିଲେ। ଏହାପରେ ବ୍ୟାଟ୍ସମ୍ୟାନମାନେ ହଠାତ ଚମତ୍କାର ବୋଲିଂ କରିବା ଆରମ୍ଭ କରିଥିଲେ। ଅଷ୍ଟ୍ରେଲିଆ ଖୁବ୍‌ କମ୍‌ ଓଭରରେ ଉଇକେଟ ହରାଇଥିଲା। ଏହାପରେ କୋହଲିଙ୍କୁ ପୁଣି ଥରେ ଅଧିନାୟକ କରାଯାଉ ବୋଲି ଦାବି କରାଯାଉଛି।
ଆହତ ହେବା ପରେ ବୁମ୍‌ରା ଯେବେ ମଇଦାନ ଛାଡ଼ିଥିଲେ ସେତେବେଳେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ୯୬/୪ ଉଇକେଟ ଥିଲା। ଏଠାରୁ ଦଳର ନେତୃତ୍ୱ କୋହଲି ସମ୍ଭାଳିବା ଆରମ୍ଭ କରିଥିଲେ। ପରେ ୧୮୧ ରନ୍‌ ସ୍କୋରରେ ଅଷ୍ଟ୍ରେଲିଆର ପୁରା ଟିମ୍‌ ଅଲଆଉଟ୍‌ ହୋଇଯାଇଥିଲେ। ପୁଣିଥରେ ବିରାଟ ନିଜର ନେତୃତ୍ୱ ବଳରେ ପ୍ରଶଂସକଙ୍କ ହୃଦୟ ଜିତିଥିଲେ। ପ୍ରଥମେ ଭାରତର ଇନିଂସର ସ୍କୋରରୁ ଅଷ୍ଟ୍ରେଲିଆ ଆଗକୁ ଯିବା ନିଶ୍ଚିତ ବୋଲି ଲାଗୁଥିଲା। ହେଲେ ଶେଷରେ ଦଳ ଭାରତ ଇନିଂସଠାରୁ ୪ ରନ୍‌ ପଛୁଆ ରହିଥିଲା।
ଏସବୁ ଘଟଣାକୁ ନେଇ ସୋସିଆଲ ମିଡିଆରେ ପ୍ରଶଂସକମାନେ କୋହଲିଙ୍କୁ ପୁଣିଥରେ ଅଧିନାୟକ କରାଯାଉ ବୋଲି ଦାବି କରୁଛନ୍ତି। ‘ବ୍ରିଙ୍ଗ ବ୍ୟାକ୍‌ ବିରାଟ ଆଜ୍‌ ଟେଷ୍ଟ କ୍ୟାପ୍‌ଟେନ୍‌’ ସୋସିଆଲ ମିଡିଆରେ ଭାଇରାଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ପାକିସ୍ତାନ କ୍ରିକେଟ ବୋର୍ଡ କଥାକୁ ମାନିବାକୁ ପଡ଼ିବ, ନ ମାନିଲେ…’ ବିସିସିଆଇକୁ କଡ଼ା ଚେତାବନୀ ଦେଲା ଆଇସିସି

ନୂଆଦିଲ୍ଲୀ,୨୨।୧: ପାକିସ୍ତାନ ଆୟୋଜକତ୍ୱରେ ଖେଳାଯିବାକୁ ଥିବା ଚାମ୍ପିୟନ୍ସ ଟ୍ରଫିକୁ ନେଇ ବିବାଦ ଶେଷ ହେବାର ନାଁ ନେଉନାହିଁ। ଟୁର୍ନାମେଣ୍ଟଟି ହାଇବ୍ରିଡ ମଡେଲରେ ଅନୁଷ୍ଠିତ ହେବା ପରେ...

କେଉଁଠୁ ଆରମ୍ଭ ହୋଇଥିଲା ନୀରଜ-ହିମାନୀଙ୍କ ଲଭଷ୍ଟୋରୀ, କେବେ ଦୁହେଁ ଦୁହିଁଙ୍କୁ ଭେଟିଥିଲେ ସବୁ କହିଦେଲେ…

ନୂଆଦିଲ୍ଲୀ,୨୨।୧: ଦୁଇଥର ଅଲିମ୍ପିକ ପଦକ ବିଜେତା ଜାଭେଲିନ ଷ୍ଟାର ନୀରଜ ଚୋପ୍ରା ରବିବାର ଏକ ସୋସିଆଲ ମିଡିଆ ପୋଷ୍ଟ କରି ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ନୀରଜ...

ଚାମ୍ପିୟନ୍ସ ଟ୍ରଫିରେ ନୂଆ ବିବାଦ, ଆଇସିସି ପାଖରେ ପହଞ୍ଚିଲା ପାକିସ୍ତାନ, କହିଲା ଏମିତି

ନୂଆଦିଲ୍ଲୀ,୨୨।୧: ଆଇସିସି ଚାମ୍ପିୟନ୍ସ ଟ୍ରଫିକୁ ନେଇ ବିବାଦ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସମାପ୍ତ ହୋଇନାହିଁ। ବିସିସିଆଇ ଦଳକୁ ପାକିସ୍ତାନ ପଠାଇବାକୁ ମନା କରିଦେଲା ଏବଂ ପାକିସ୍ତାନ...

ଆଜି ଭାରତ-ଇଂଲଣ୍ଡ ପ୍ରଥମ ଟି-୨୦: ଜାଣନ୍ତୁ କେବେ, କେଉଁଠି ଦେଖିପାରିବେ ମ୍ୟାଚ୍‌

କୋଲକାତା, ୨୨।୧ (ପି.ଟି.):ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି୨୦ କ୍ରିକେଟ ସିରିଜର ପ୍ରଥମ ମ୍ୟାଚ ବୁଧବାର ଏଠାରେ ଅନୁଷ୍ଠିତ ହେବ। ସୂର୍ଯ୍ୟକୁମାର...

ହୃଦୟ ଜିତିଲେ ନୀରଜ, ଯୌତୁକରେ ଆଣିଲେ ମାତ୍ର ଏତିକି ଟଙ୍କା, ଶୁଣିଲେ ଆଶ୍ଚର୍ଯ୍ୟ ହେବେ…

ନୂଆଦିଲ୍ଲୀ,୨୨।୧: ହିମାଚଳ ପ୍ରଦେଶର ସୋଲାନର କୁମାରହାଟ୍ଟି-ନାହାନ ଜାତୀୟ ରାଜପଥ-୫ ସ୍ଥିତ ଗାନ୍ଧୀଗ୍ରାମ ନିକଟରେ ଏକ ଘରୋଇ ରିସର୍ଟରେ ନୀରଜ ଚୋପ୍ରା ଏବଂ ହିମାନି ମୋର ବିବାହ...

ଚହଲ-ଧନଶ୍ରୀଙ୍କ ଛାଡପତ୍ର କନଫର୍ମ! ଖେଳାଳିଙ୍କ ଏଭଳି ପୋଷ୍ଟକୁ ନେଇ ବଢିଲା…

ମୁମ୍ବାଇ,୨୨।୧: ଭାରତୀୟ କ୍ରିକେଟ ଦଳର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲ ଆଜିକାଲି ତାଙ୍କ ଛାଡପତ୍ର ଖବରକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, କୁହାଯାଉଛି...

ପାଣ୍ଡ୍ୟାଙ୍କୁ ଅଧିନାୟକ ନୁହେଁ, ଟିମ୍‌ ଇଣ୍ଡିଆରେ ମିଳିଛି ଏହି ଦାୟିତ୍ୱ; ସୂର୍ଯ୍ୟକୁମାର କହିଲେ ସତ…

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଜାନୁଆରୀ ୨୨ ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜରେ, ଟିମ...

୨୨୩ କୋଟିର ଚାକିରି ଲାଗି ଏହି ଭେଟେରାନଙ୍କୁ ଛାଡ଼ପତ୍ର ଦେବାକୁ ଯାଉଛନ୍ତି ପତ୍ନୀ, ହରାଇବେ ଅଧା ସମ୍ପତ୍ତି…

ନୂଆଦିଲ୍ଲୀ,୨୧।୧: ପୂର୍ବତନ ଖେଳାଳି ତଥା ଲୋକପ୍ରିୟ ଫୁଟବଲ ମ୍ୟାନେଜର୍‌ ପେପ୍‌ ଗାର୍ଡିଓଲା ତାଙ୍କ ପତ୍ନୀ କ୍ରିଷ୍ଟିନା ସାରାଙ୍କୁ ଛାଡ଼ପତ୍ର ଦେବେ। ଦୁହେଁ ପରସ୍ପରଠାରୁ ଅଲଗା ହେବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri