ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ ଓ୍ବେବ୍‌ସାଇଟ, ମୋବାଇଲ ଆପ୍‌ ଶୁଭାରମ୍ଭ

ଭୁବନେଶ୍ୱର,୧ା୧୧(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମେକ୍‌ ଇନ୍‌ ଓଡ଼ିଶା ୱେବ୍‌ସାଇଟ(https://www.mio.investodisha.gov.in) ଏବଂ ମୋବାଇଲ ଆପ୍‌ର ଶୁଭାରମ୍ଭ କରିଛନ୍ତି। ପ୍ରତିନିଧିମାନେ ସର୍ବଦଳୀୟ ଅଧିବେଶନ, ଥିମେଟିକ୍‌ ଅଧିବେଶନ, ବ୍ୟବସାୟ ନେତୃତ୍ୱ ଆଲୋଚନା, ସେକ୍ଟରାଲ୍‌ ଅଧିବେଶନ ଏବଂ ପୋର୍ଟାଲରେ ବକ୍ତାମାନଙ୍କ ସବିଶେଷ ତଥ୍ୟ ପାଇପାରିବେ। ସେହିପରି କନ୍‌କ୍ଲେଭ ପାଇଁ ପ୍ରତିନିଧିମାନେ ପଞ୍ଜୀକୃତ କରି ଭ୍ରମଣ ସମୟରେ ସେମାନଙ୍କର ଯାତ୍ରା ଏବଂ ରହଣି ବୁକ୍‌ କରିପାରିବେ। ଆଣ୍ଡ୍ରଏଡ୍‌ ୟୁଜରମାନେ ପ୍ଲେ ଷ୍ଟୋରରୁ ଏହି ମୋବାଇଲ ଆପ୍‌ ଡାଉନ୍‌ଲୋଡ କରିପାରିବେ।
ଓଡ଼ିଶା ପୋର୍ଟାଲରେ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ-୨୦୨୨ ସମ୍ବନ୍ଧୀୟ ସମସ୍ତ ତଥ୍ୟ ମିଳିପାରିବ। ପାଞ୍ଚଦିନିଆ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ କାର୍ଯ୍ୟକ୍ରମରେ ୨୦ ଟି ଅଧିବେଶନ ସହିତ ୩ଟି କନ୍‌କ୍ଲେଭ ହେବ। କାର୍ଯ୍ୟକ୍ରମରେ ନିବେଶକମାନେ ରାଜ୍ୟର ଶିଳ୍ପ ଦକ୍ଷତା ଏବଂ ଭବିଷ୍ୟତର ସମ୍ଭାବନା ଜାଣିବାର ସୁଯୋଗ ପାଇବେ।
ଏହି ଅବସରରେ ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ-୨୦୨୨କୁ ସଫଳ କରିବା ପାଇଁ ସମସ୍ତ ବିଭାଗ ମିଳିତ ଭାବେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଶିଳ୍ପ ବିକାଶର ଏହା ଯେପରି ସଫଳ କାହାଣୀ ହେବ ତାହା ନେଇ ନିଶ୍ଚିତ କରିବାକୁ କୁହାଯାଇଛି। ମାନୁଫାକ୍ଚରିଂ ପୁଞ୍ଜିନିବେଶ କ୍ଷେତ୍ରରେ ଆଗୁଆ ରାଜ୍ୟଗୁଡ଼ିକରେ ଓଡ଼ିଶା ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଇଜ୍‌ ଅଫ୍‌ ଡୁଇଂ ବିଜନେସ୍‌ ର଼୍ୟାଙ୍କିଙ୍ଗ୍‌ରେ ଓଡ଼ିଶାକୁ ଆଚିଭର ଷ୍ଟାଟସ୍‌ ମିଳିଛି। ଓଡ଼ିଶାର ଅଭିବୃଦ୍ଧି କାହାଣୀ ପ୍ରଦର୍ଶନ କରି ସାରା ବିଶ୍ୱରେ ନିବେଶକଙ୍କ ସାମ୍‌ନାରେ ଉପସ୍ଥାପନ କରିବା ପାଇଁ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ-୨୦୨୨ ଏକ ଭଲ ପ୍ଲାଟ୍‌ଫର୍ମ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

‘ମୁଣ୍ଡରେ କଫନ୍ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛି’: ମହମ୍ମଦ ମୋକିମ୍

କଟକ,୧୧ା୧୨: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ଦଳର ସଂସ୍କାର ଆଣିବା ଉଦ୍ଦେଶ୍ୟରେ ବାହାରିଥିବା କହିଛନ୍ତି। ପୂର୍ବରୁ ପିସିସି ସଭାପତି...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri