ସଂଗ୍ରହ ସହଜ କର

ରାଜ୍ୟରେ ଧାନ କିଣା ବା ସଂଗ୍ରହ କରିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ କୃଷି-ବ୍ୟବସାୟିକ କାର୍ଯ୍ୟ। ଧାନ ସଂଗ୍ରହ ପ୍ରକ୍ରିୟା ଦୁଇ ପର୍ଯ୍ୟାୟରେ ୫ ମାସ ଧରି ଚାଲେ। ଏହା ମଧ୍ୟରେ ପାଖାପାଖିତ୍ ଦୁଇ ମାସ ବ୍ୟବଧାନ ରହେ। ଏହା ମଧ୍ୟ ରାଜ୍ୟର ସାମଗ୍ରିକ ଅର୍ଥବ୍ୟବସ୍ଥାରେ ଏକ ପ୍ରମୁଖ ଭୂମିକା ନେଇଥାଏ। ଚଳିତ ବର୍ଷ ସରକାର ୭୧ ଲକ୍ଷ ମେଟ୍ରିକ ଟନ୍‌ ଧାନ ସଂଗ୍ରହ କରିବାର ଲକ୍ଷ୍ୟ ରଖିଛନ୍ତି। ଏହା ଗତ ବର୍ଷର ଧାନ ସଂଗ୍ରହ ପରିମାଣ ଠାରୁ ୫୦,୦୦୦ ମେଟ୍ରିକ ଟନ୍‌ ଅଧିକ। ୨୦୦୪ରେ ଡିସେଣ୍ଟ୍ରାଲାଇଜ୍‌ଡ ପ୍ରୋକ୍ୟୁର୍‌ମେଣ୍ଟ (ଡିସିପି)ରାଜ୍ୟ ଭାବେ ଓଡ଼ିଶାକୁ ଘୋଷଣା କରାଯିବା ପରେ ସେବେଠାରୁ ପ୍ରତିବର୍ଷ ଧାନ ସଂଗ୍ରହ ଲଗାତର ଭାବେ ବଢିଚାଲିଛି। ଧାନ ସଂଗ୍ରହ ପାଇଁ ରାଜ୍ୟ ଯୋଗାଣ ନିଗମ( ଓଏସ୍‌ସିଏସ୍‌ସି) ଏଠାରେ ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରୁଛି। ୨୦୦୪-୦୫ରେ ସଂଗ୍ରହ କରାଯାଇଥିତ୍ବା ୫-୬ ଲକ୍ଷ ମେଟ୍ରିକ ଟନ୍‌ ଧାନରୁ ଏବେ ଏହା ଆସି ପହଞ୍ଚିଛି ୭୦ ଲକ୍ଷ ମେଟ୍ରିକ ଟନ୍‌ରେ, ଯେଉଁଥିରୁ ପ୍ରତିବର୍ଷ ଆନୁମାନିକ ୪୫ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ମିଳୁଛି। ଧାନ ସଂଗ୍ରହ ପରିମାଣ ବୃଦ୍ଧିରୁ ଜଣାପଡୁଛି ଯେ, ରାଜ୍ୟରେ ଧାନ ଉପତ୍ାଦନ ସହ କଞ୍ଜ୍ୟୁମେବଲ ସର୍ପଲସ ବି ବଢୁଛି। ଏଥିତ୍ରୁ ସୂଚନା ମିଳୁଛି ଯେ, ଅନ୍ୟ ଶସ୍ୟଗୁଡ଼ିକ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)ନ ଥିବାରୁ ଚାଷୀମାନେ ସେମାନଙ୍କ ପାଖରେ ଥିତ୍ତ୍ବା ଜମିର ସିଂହଭାଗରେ ଧାନ ଚାଷ କରୁଛନ୍ତି। କିନ୍ତୁ ତ୍ରୁଟିପୂର୍ଣ୍ଣ ପ୍ରକ୍ରିୟାରେ ଅନେକ ଚାଷୀ ସହାୟକ ମୂଲ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି। ପ୍ରଥମେ ସରକାର ଧାନ ସଂଗ୍ରହ ପରିମାଣ ବଢ଼ାଇବାକୁ ଚାହଁୁନାହାନ୍ତି। ସର୍ବନିମ୍ନ ସହାୟକ ମୂଲ୍ୟରେ ପ୍ରତିବର୍ଷ ଚାଷୀଙ୍କଠାରୁ ଧାନ କିଣିବାରେ ସରକାର ୧୨,୫୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହା ସହ ଅନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ଯାହା ଅଖା କିଣା ଓ ପ୍ରଶାସନିକ ବାବଦରେ କରାଯାଉଛି। ଏମଏସ୍‌ପି ବାବାଦରେ ସମସ୍ତ ଆର୍ଥିକ ବୋଝ କେନ୍ଦ୍ର ସରକାର ବହନ କରିବାକୁ ଥିତ୍ବାବେଳେ ରାଜ୍ୟ ଯୋଗାଣ ନିଗମ ଧାନ କିଣିବା ଲାଗି ଆଗୁଆ ବ୍ୟାଙ୍କରୁ ପାଣ୍ଠି ଋଣରେ ଆଣୁଛି। ଚଳିତ ବର୍ଷ କେନ୍ଦ୍ର ଓଏସ୍‌ସିଏସ୍‌ସିକୁ ପାଣ୍ଠି ଯୋଗାଇ ଦେବାରେ ବିଳମ୍ବ କରିଛି। ଫଳରେ ଏହାକୁ ପୂର୍ବପରି ଅଧିକ ସୁଧରେ ଅଧିତ୍କ ଋଣ କରିବାକୁ ପଡିଛି। ଧାନ ସଂଗ୍ରହ ବଢାଇବାରେ ଓଏସ୍‌ସିଏସ୍‌ସି ଅଧିକ ଆଗ୍ରହ ପ୍ରକାଶ ନ କରିବାର ଏହା ଏକ ପ୍ରମୁଖ କାରଣ।
ଓଡ଼ିଶାରେ ତିନି ଚତୁର୍ଥାଂଶ ଲୋକ କୃଷି ଉପରେ ନିର୍ଭର କରନ୍ତି। ଧାନ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରାଯାଇଥିବାରୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ଧାନ ଚାଷ କରିଥାନ୍ତି। କିନ୍ତୁ ଏମିତି କୌଣସି ଗୋଟିଏ ବର୍ଷ ନାହିଁ ଯେଉଁଠି ଏମଏସ୍‌ପି ସମସ୍ୟା ମୁକ୍ତ ରହିଛି। ପୂର୍ବ ଭଳି ଏ ବର୍ଷ ମଧ୍ୟ ପଶ୍ଚିମ ଓଡ଼ିଶାର ଚାଷୀମାନେ ଟୋକନ ସିଷ୍ଟମକୁ ବିରୋଧ କରିଛନ୍ତି। ଏହି ସିଷ୍ଟମର ନିୟମାନୁସାରେ ଯେଉର୍ଁମାନେ ଏମଏସ୍‌ପି ପାଇବାକୁ ଚାହଁୁଛନ୍ତି ସେମାନଙ୍କୁ ଧାନ ବିକ୍ରି କରିବାର ୧୫ ଦିନ ପୂର୍ବରୁ ଟୋକନ ନେବାକୁ ପଡିବ । କେଉଁଦିନ କେତେ କୁଇଣ୍ଟାଲ ଧାନ ବିକିବ ତାହା ଟୋକନରେ ଉଲ୍ଲେଖ ରହିବ ଓ ତାହା କୃଷକଙ୍କ ମୋବାଇଲକୁ ପଠାଯିବ। ହିତାଧିକାରୀମାନେ ଯେଉଁଠି ରହିଥାଆନ୍ତୁ କାହିଁକି ସେମାନଙ୍କୁ ଭୁବନେଶ୍ୱରରୁ କାର୍ଯ୍ୟ କରୁଥିବା ସେଣ୍ଟ୍ରାଲାଇଜଡ୍‌ ସିଷ୍ଟମ ବା କେନ୍ଦ୍ରୀକୃତ ପଦ୍ଧତି ସହ ପଞ୍ଜୀକରଣ କରିବାକୁ ହେବ। କିନ୍ତୁ ଏହି ସିଷ୍ଟମର କାର୍ଯ୍ୟ ବିପରୀତ ହେବା ପ୍ରମାଣିତ ହୋଇଛି। ଚାଷୀମାନେ ସେମାନଙ୍କ ଧାନକୁ ଗଚ୍ଛିତ କରିବାକୁ ବାଧ୍ୟ ହେଉଛନ୍ତି ଓ ଟୋକନ ଲାଗି ଅପେକ୍ଷା କରୁଛନ୍ତି। ଅଧିକ ଦିନ ଅପେକ୍ଷା କରିବା ଦ୍ୱାରା ଧାନ ଶୁଖିତ୍ୟାଉଛି ଓ ତା’ର ଓଜନ ବି କମୁଛି। କେବେ ଟୋକନ ପାଇବେ ସେମାନେ ତାହା ମଧ୍ୟ ଜାଣିପାରୁନାହାନ୍ତି। କହିବାକୁ ଗଲେ ସିଷ୍ଟମ ଠିକ୍‌ ଭାବେ କାମ କରୁନାହିଁ। ଯେଉର୍ଁମାନେ ଧାନ ଅମଳ କରିନାହାନ୍ତି ସେମାନଙ୍କୁ ଟୋକନ ଦିଆଯାଉଥିବାବେଳେ ଅମଳ କରି ଅପେକ୍ଷାରେ ରହିଥିବା ଚାଷୀମାନଙ୍କୁ ତାହା ଦିଆଯାଉନାହିଁ। ଏଣୁ ସରକାର ଏହି ଟୋକନ ସିଷ୍ଟମର ସମୀକ୍ଷା କରିବା ଉଚିତ। ଗତ ସପ୍ତାହରେ ବରଗଡ ଓ କଳାହାଣ୍ଡିରେ ଧାନ ସଂଗ୍ରହ ଆରମ୍ଭ ହୋଇଥିବାବେଳେ ସେଠାରେ ଚାଷୀମାନେ ପ୍ରତିବାଦ ଆରମ୍ଭ କରିଦେଇଛନ୍ତି। ଧାନ ସଂଗ୍ରହରେ ବିଳମ୍ବ ହେଉଥିବାରୁ ଏହି ପ୍ରତିବାଦ ଆହୁରି ତୀବ୍ର ହୋଇପାରେ। ଏହି ସିଷ୍ଟମରେ ମଧ୍ୟସ୍ଥମାନେ ନକଲି ଚାଷୀଙ୍କ ନାମ ଉଲ୍ଲେଖ କରି ଟୋକନ ନେଇଯାଉଛନ୍ତି। ଜୟପୁରରେ କେତେକ ବୋକା ଚାଷୀମାନେ ଏମଏସ୍‌ପିର ଲାଭ ପାଇବାକୁ ମଧ୍ୟସ୍ଥଙ୍କ ଜରିଆରେ ନାମ ପଞ୍ଜୀକରଣ କରିଛନ୍ତି।
ଟୋକନ ସିଷ୍ଟମରେ ସ୍ବାଭାବିକ ଭାବେ ତ୍ରୁଟି ରହିଥିବାରୁ ତୁରନ୍ତ ଏହା ଉପରେ ସମୀକ୍ଷା କରିଯିବା ଉଚିତ। ବରଗଡ଼ର ଏକ ଗାଁରେ ଜଣେ ଚାଷୀ କେତେବେଳେ ଧାନ ଅମଳ କରିବ ଓ ବିକିବ ତାହା ଭୁବନେଶ୍ୱରରେ ବସିଥିବା ବାବୁମାନେ ଜାଣିବା କଷ୍ଟକର । ପୁନଶ୍ଚ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଧାନର ସାଇଜ ବା ଆକାର ଓ ଅମଳର ପରିମାଣ ଭିନ୍ନ ରହିଥାଏ। ଏଣୁ ଗୋଟିଏ ସାଇଜ ଧାନର ନୀତି ସବୁ ପାଇଁ ଲାଗୁ କରାଯିବା ଯୁକ୍ତି ସଙ୍ଗତ ହୋଇ ନ ପାରେ। ଏକ୍ଷେତ୍ରରେ ନିର୍ଣ୍ଣୟ ନେଉଥିତ୍ବା ଉଚ୍ଚପଦାଧିତ୍କାରୀ ସ୍ଥାନୀୟ ଅଧିତ୍କାରୀମାନଙ୍କ ସହ ଆଲୋଚନା କଲେ ବିକ୍ରି ଓ ସଞ୍ଚାଳନ ବ୍ୟବସ୍ଥାକୁ ଆହୁରି ଉନ୍ନତ କରାଯାଇପାରିବ। କିନ୍ତୁ ସେଣ୍ଟ୍ରାଲାଇଜଡ୍‌ ସିଷ୍ଟମ ଏହାକୁ ଅଧିତ୍କ ମାନ୍ଦା କରିଦେଇଛି। ଟୋକନ ପାଇବା ଲାଗି ଦିନରାତି ଶୀତରେ ମାର୍କେଟ ଅଗଣାରେ ଧାନ ଠୁଳ କରି ତାହାକୁ ଜଗିବାକୁ ଚାଷୀମାନେ ବାଧ୍ୟ ହୋଇଛନ୍ତି। ଛତିଶଗଡ଼ରେ ଏମଏସ୍‌ପି ଅଧିକ (କୁଇଣ୍ଟାଲ ପ୍ରତି ୨୫୦୦ଟଙ୍କା) ଥିବାରୁ ତା’ଲୋଭରେ ପଶ୍ଚିମଓଡ଼ିଶାରୁ ଧାନ କିିଣିବା ଲାଗି ବ୍ୟବସାୟୀମାନେ ଭିଡ ଜମାଉଥିବା ଲକ୍ଷ୍ୟ କରାଯାଉଛି। ଓଡ଼ିଶାରୁ କମ୍‌ ମୂଲ୍ୟରେ ଧାନ କିଣି ସେଠାରେ ବିକି ଲାଭ ପାଇବା ପାଇଁ ସେମାନେ ଆକର୍ଷିକ ହେଉଛନ୍ତି। ଟୋକନ ସିଷ୍ଟମ ଚାଷୀମାନଙ୍କୁ ଅଭାବୀ ବିକ୍ରି କରିବାକୁ ବାଧ୍ୟ କରୁଛି। ଏଣୁ ଏହି ସିଷ୍ଟମ ଉପରେ ସରକାର ଏବେ ସମୀକ୍ଷା କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

ଜଳ ହିଁ ଜୀବନ

ଜଳର ଅନ୍ୟ ନାମ ଜୀବନ। ମଣିଷପାଇଁ ଉପଲବ୍ଧ ଅତ୍ୟାବଶ୍ୟକ ପ୍ରାକୃତିକ ଉପାଦାନ ମଧ୍ୟରେ ଜଳ ଅନ୍ୟତମ। କେବଳ ମଣିଷ ନୁହେଁ, ସମଗ୍ର ପ୍ରାଣୀ ଓ ଉଦ୍ଭିଦଜଗତ ପାଇଁ…

ରାଲିରେ ବୈଷୟିକ ତ୍ରୁଟି

ରାଜସ୍ଥାନ ବାଂଶୱାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଦଶ ମିନିଟ୍‌ର ଏକ ବୈଷୟିକ ତ୍ରୁଟି ଯୋଗୁ ସ୍କ୍ରିନ୍‌ କିଛି ସମୟ ପାଇଁ ଶୂନ୍ୟ ହୋଇଯାଇଥିଲା। ଏହି ଘଟଣା…

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri