ଶ୍ରୀମନ୍ଦିରରେ ପହଞ୍ଚିଲା ମକର ତାଡ଼

ପୁରୀ ଅଫିସ ୧୪।୧: ଶ୍ରୀମନ୍ଦିରରେ ପବିତ୍ର ମକର ସଂକ୍ରାନ୍ତି ଶନିବାର ସମ୍ପନ୍ନ ହେବ ପର୍ବ। ଶ୍ରୀବିଗ୍ରହଙ୍କୁ ମକରଚୂଳ ଓ ମାଳ ଲାଗି କରାଯାଇ ସ୍ବତନ୍ତ୍ର ବେଶ ଅନୁଷ୍ଠିତ କରାଯିବ। ମହାପ୍ରଭୁଙ୍କୁ ମକର ଚାଉଳ ଭୋଗ ଅର୍ପଣ କରାଯିବ । ଘଣ୍ଟ ଛତାର ପଟୁଆରରେ ମକରବେଢ଼ା ଅନୁଷ୍ଠିତ ହେବ । ଏଣୁ ଶୁକ୍ରବାର ଅପରାହ୍ନ୍ଣରେ ଆଲାମଚଣ୍ଡୀଙ୍କ ମନ୍ଦିରରୁ ମକର ତାଡ଼ ଶ୍ରୀମନ୍ଦିରରେ ପହଞ୍ଚିଛି । ଶନିବାର ସକାଳ ଧୂପ ସରି ମହାସ୍ନାନ ନୀତି ସମ୍ପନ୍ନ ହେବ। ଠାକୁରେ ନୂଆ ଲୁଗା, ଚୂଳମାଳ ଓ ୬ମୂର୍ତ୍ତି ଅଳଙ୍କାର ଲାଗି ହୋଇ ସ୍ବତନ୍ତ୍ର ବେଶରେ ବିଭୂଷିତ ହେବେ ।