Posted inଜାତୀୟ

୨୦୦୦ରୁ କଶ୍ମୀରରେ ଘଟିଥିବା ବଡ଼ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର,୨୨।୪: ୨୦୦୦ରୁ ଜମ୍ମୁ-କଶ୍ମୀରରେ ବିଭିନ୍ନ ସମୟରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣରେ ବହୁ ନିରୀହ ଜନସାଧାରଣଙ୍କ ଜୀବନ ଯାଇଛି। ଏଠାରେ କେତୋଟି ବଡ଼ ଆକ୍ରମଣର ତଥ୍ୟ ଉପସ୍ଥାପନ କରାଗଲା।

୨୦୦୦ ମାର୍ଚ୍ଚ ୨୧: ଆତଙ୍କବାଦୀମାନେ ଅନନ୍ତନାଗ ଜିଲାର ଛତିସିଂପୋରା ଗ୍ରାମରେ ଥିବା ସଂଖ୍ୟାଲଘୁ ଶିଖ୍‌ ସମ୍ପ୍ରଦାୟକୁ ଟାର୍ଗେଟ କରି ଆକ୍ରମଣ କରିଥିଲେ। ଏଥିରେ ୩୬ ଜଣଙ୍କ ମୃତ୍ୟୁ ଘଟିଥିଲା।

୨୦୦୦ ଅଗଷ୍ଟ: ଅମରନାଥ ଯାତ୍ରା ବେଳେ ନୁନ୍‌ଓ୍ବାନ୍‌ ବେସ୍‌ କ୍ୟାମ୍ପ୍‌ ଉପରେ ଆତଙ୍କବାଦୀ ଆକ୍ରମଣ ଯୋଗୁ ୩୨ ଜଣଙ୍କ ମୃତ୍ୟୁ ହୋଇଥିଲା। ସେଥିରୁ ଅଧିକାଂଶ ଅମରନାଥ ତୀର୍ଥଯାତ୍ରୀ ଥିଲେ। ସେହି ମାସରେ ଅନନ୍ତନାଗର ଶେଷନାଗ ବେସ୍‌ କ୍ୟାମ୍ପ୍‌ରେ ଆକ୍ରମଣ ଯୋଗୁ ୧୩ ଜଣ ପ୍ରାଣ ହରାଇଥିଲେ।

୨୦୦୧ ଅକ୍ଟୋବର ୧: ଶ୍ରୀନଗରସ୍ଥିତ ଜମ୍ମୁ-କଶ୍ମୀର ରାଜ୍ୟ ବିଧାନସଭା କମ୍ପ୍ଲେକ୍ସ ଉପରେ ଆତ୍ମଘାତୀ ଆତଙ୍କବାଦୀଙ୍କ ଆକ୍ରମଣ ଯୋଗୁ ୩୬ ଜଣଙ୍କ ମୃତ୍ୟୁ ଘଟିଥିଲା।

୨୦୦୨: ଅମରନାଥ ଯାତ୍ରୀଙ୍କୁ ଟାର୍ଗେଟ କରି ଚନ୍ଦନଓ୍ବାରି ବେସ୍‌ କ୍ୟାମ୍ପ୍‌ରେ ଆତଙ୍କବାଦୀ ଆକ୍ରମଣ କରିବାରୁ ୧୧ ଯାତ୍ରୀ ନିହତ ହୋଇଥିଲେ। ସେହିବର୍ଷ ନଭେମ୍ବର ୨୩ରେ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥର ଦକ୍ଷିଣ କଶ୍ମୀର ଅନ୍ତର୍ଗତ ଲୋୟର ମୁଣ୍ଡାରେ ଆଇଇଡି ବିସ୍ଫୋରଣ ଘଟି ୧୯ ଜଣଙ୍କ ଜୀବନ ଯାଇଥିଲା। ସେମାନଙ୍କ ମଧ୍ୟରେ ୯ ଜଣ ସୁରକ୍ଷା ଯବାନ, ୩ ମହିଳା ଓ ୨ ଛୋଟ ପିଲା ଥିଲେ।

୨୦୦୩ ମାର୍ଚ୍ଚ ୨୩: ପୁଲ୍‌ଓ୍ବାମା ଜିଲାର ନନ୍ଦିମାର୍ଗ ଗ୍ରାମରେ ଆତଙ୍କବାଦୀଙ୍କ ଗଣସଂହାରରେ ୧୧ ମହିଳା ଏବଂ ୨ ପିଲାଙ୍କ ସମେତ ଅନୂ୍ୟନ ୨୪ କଶ୍ମୀର ପଣ୍ଡିତଙ୍କ ଜୀବନ ଯାଇଥିଲା।

୨୦୦୫ ଜୁନ୍‌ ୧୩ : ପୁଲ୍‌ଓ୍ବାମାର ଏକ ସରକାରୀ ସ୍କୁଲ୍‌ ସମ୍ମୁଖରେ ଥିବା ଗହଳି ବଜାରରେ ଆତଙ୍କବାଦୀ ବିସ୍ଫୋରକଭର୍ତ୍ତି କାର ବିସ୍ଫୋରଣ ଘଟାଇବାରୁ ୩ ସିଆର୍‌ପିଏଫ୍‌ ଯବାନ, ୨ ସ୍କୁଲ୍‌ ପିଲାଙ୍କ ସମେତ ୧୬ ଜଣଙ୍କ ମୃତ୍ୟୁ ଘଟିଥିଲା।

୨୦୦୬ ଜୁନ୍‌ ୧୨: କୁଲ୍‌ଗାମରେ ଆତଙ୍କବାଦୀ ଆକ୍ରମଣରେ ୯ ଜଣ ନେପାଳୀ ଓ ବିହାରୀ ଶ୍ରମିକ ପ୍ରାଣ ହରାଇଥିଲେ।

୨୦୧୭ ଜୁଲାଇ ୧୦: କୁଲ୍‌ଗାମରେ ଅମରନାଥ ଯାତ୍ରା ବସ୍‌କୁ ଟାର୍ଗେଟ କରି ଆତଙ୍କବାଦୀ ଆକ୍ରମଣ କରିବାରୁ ୮ ଜଣଙ୍କ ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାମେରା ଜଗିଛି, ବାଘ ନେଇଗଲା ବାଛୁରୀ: ଘୁମୁସର ବନଖଣ୍ଡରେ ବଢୁଛି ଆତଙ୍କ

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡରେ ଦିନକୁ ଦିନ ବନ୍ୟପ୍ରାଣୀ ଆତଙ୍କ ବଢୁଛି। ଯାହାକୁ ନେଇ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ ଆତଙ୍କିତ...

ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମବାର୍ଷିକୀ ପାଇଁ ଦେଓଲ ପରିବାର ନେଲେ ବଡ଼ ନିଷ୍ପତ୍ତି, ପ୍ରଶଂସକଙ୍କୁ ମିଳିବ…

ମୁମ୍ବାଇ,୬।୧୨: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ଜନ୍ମଦିନର ମାତ୍ର ୧୫ ଦିନ ପୂର୍ବରୁ ଦେହାନ୍ତ ହୋଇଗଲା। ଏବେ, ସନି ଦେଓଲ ଏବଂ ବବି ଦେଓଲ ସମେତ...

ସୋଲାର ଲାଇଟ ଅଚଳ:ଠିକା ସଂସ୍ଥାକୁ ତାଗିଦ୍‌ କଲେ ବିଡିଓ, ଦେଖନ୍ତୁ VIDEO

ଦାରିଙ୍ଗବାଡି,୬/୧୨(ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ସନ୍ଧ୍ୟା ହେଲେ ରାସ୍ତାଘାଟ ଅନ୍ଧାର ହୋଇପଡୁଛି। ପଞ୍ଚାୟତ ଏବଂ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଷ୍ଟ୍ରିଟ ଆଲୁଅର...

କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...

ସାରଥିଙ୍କ ବିରୋଧରେ ଚାଲିବ ମାମଲା: ଚାର୍ଜଫ୍ରେମ୍‌ କଲେ ଅଦାଲତ

କଟକ,୬।୧୨(କାର୍ତ୍ତିକ ସାହୁ):ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ, ତାଙ୍କ ପୁଅ ସତ୍ୟମ ଶେଖର ଓ ଅନ୍ୟ ୪ ଜଣଙ୍କ ବିରୋଧରେ କଟକ ସ୍ବତନ୍ତ୍ର...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ପଦକ୍ଷେପ ନେଲାେ ରେଲଓ୍ବେ, ଅତିରିକ୍ତ କୋଚ ବୃଦ୍ଧି ସହ ସ୍ବତନ୍ତ୍ର ଟ୍ରେନ ସେବା ଘୋଷଣା

ନୂଆଦିଲ୍ଲୀ,୬।୧୨: ଦେଶବ୍ୟାପୀ ଇଣ୍ଡିଗୋ ଏବଂ ଅନ୍ୟ ଅନେକ ଏୟାରଲାଇନ୍ସର ଉଡ଼ାଣ ବାତିଲ ହେବା ପରେ, ଲକ୍ଷ ଲକ୍ଷ ଯାତ୍ରୀ ହଠାତ୍‌ ରେଳବାଇକୁ ଭିଡ଼ ଜମାଇଥିଲେ। ଟିକେଟର...

ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ: ଦାବି ପୂରଣ ନ ହେବା ଯାଏ ସମୂହ ଛୁଟିରେ ରହିବାକୁ ନିଷ୍ପତ୍ତି

ଭୁବନେଶ୍ୱର,୬ା୧୨(ସୁଚିସ୍ମିତା ସାହୁ):ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ। ଛାତ୍ରୀଛାତ୍ରଙ୍କ ପରୀକ୍ଷା ପାଖେଇ ଆସିଥିବା ବେଳେ ବିଦ୍ୟାଳୟରେ ପାଠ ପଢ଼ାଇବା ବଦଳରେ ଦାବି ପୂରଣ ପାଇଁ ଶିକ୍ଷକମାନେ...

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri