ଶ୍ରୀନଗର,୧୫।୫: ଜମ୍ମୁ ଓ କଶ୍ମୀରର ପୁଲୱାମା ଜିଲାର ତ୍ରାଲ ଅଞ୍ଚଳରେ ଗୁରୁବାର ସକାଳେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଗୁଳି ବିନିମୟ ଆରମ୍ଭ ହୋଇଛି। କାଶ୍ମୀର ଜୋନ ପୋଲିସ ସୂଚନା ଅନୁଯାୟୀ, ଅୱାନ୍ତିପୋରାର ନାଦର ଗାଁରେ ଏହି ଏନକାଉଣ୍ଟର ଚାଲିଛି। ପ୍ରାଥମିକ ସୂଚନା ଅନୁସାରେ, ୨ ରୁ ୩ ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରାଯାଇଛି। ସୁରକ୍ଷା ବାହିନୀ ଏକ କର୍ଡନ ଆଣ୍ଡ ସର୍ଚ୍ଚ ଅପରେସନ ଆରମ୍ଭ କରିଛି, ଯାହା ପରେ ଏହି ଗୁଳି ବିନିମୟରେ ପରିଣତ ହୋଇଛି।
କଶ୍ମୀର ଜୋନ ପୋଲିସ ଏକ୍ସରେ ପୋଷ୍ଟ କରି କହିଛି, “ଅୱାନ୍ତିପୋରାର ନାଦର, ତ୍ରାଲ ଅଞ୍ଚଳରେ ଏନକାଉଣ୍ଟର ଆରମ୍ଭ ହୋଇଛି। ପୋଲିସ ଓ ସୁରକ୍ଷା ବାହିନୀ କାର୍ଯ୍ୟରତ ଅଛନ୍ତି। ଅଧିକ ବିବରଣୀ ପରେ ମିଳିବ।”
ଗତ ୪୮ ଘଣ୍ଟା ମଧ୍ୟରେ ଜମ୍ମୁ ଓ କଶ୍ମୀରରେ ଦ୍ୱିତୀୟ ଏନକାଉଣ୍ଟର। ଏହା ପୂର୍ବରୁ ମଙ୍ଗଳବାର ଶୋପିଆନ ଜିଲ୍ଲାରେ ‘ଅପରେସନ କେଲର’ରେ ସୁରକ୍ଷା ବାହିନୀ ଲସ୍କର-ଏ-ତୋଇବାର ତିନି ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିଲେ। ସୂଚନା ଅନୁଯାୟୀ, ଏହି ଏନକାଉଣ୍ଟରରେ ଜୈସ-ଏ-ମହମ୍ମଦର ଆତଙ୍କବାଦୀ ମଧ୍ୟ ଥାଇପାରନ୍ତି।


