Posted inଜାତୀୟ

ଡାକ୍ତରୀ ଶିକ୍ଷାରେ ବଡ଼ ଦୁର୍ନୀତି: ଲାଞ୍ଚ ନେଇ ଘରୋଇ ମେଡିକାଲ କଲେଜ ପାଇଁ ଉଦ୍ଦିଷ୍ଟ ନିୟମରେ ସାଲିସ

ନୂଆଦିଲ୍ଲୀ,୫ା୭:ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ଏକ ବଡ଼ଧରଣର ଦୁର୍ନୀତି ହୋଇଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏହାର ପର୍ଦ୍ଦାଫାଶ କରିବା ସହ ମୋଟ ୩୪ ଜଣଙ୍କ ନାମରେ ମାମଲା ରୁଜୁ କରିଛି। ଅଭିଯୁକ୍ତମାନଙ୍କ ମଧ୍ୟରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ, ନ୍ୟାଶନାଲ ମେଡିକାଲ କମିଶନ (ଏନ୍‌ଏମ୍‌ସି)ର କେତେଜଣ ଅଧିକାରୀଙ୍କ ସମେତ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ଜଣେ ପୂର୍ବତନ ଅଧ୍ୟକ୍ଷ ରହିଛନ୍ତି। ଏହି ଅଧିକାରୀମାନେ ଘରୋଇ ମେଡିକାଲ କଲେଜ ପାଇଁ ଉଦ୍ଦିଷ୍ଟ ସରକାରଙ୍କ ନିୟମକୁ ଦୁର୍ବଳ କରିବା ପାଇଁ ସମ୍ପୃକ୍ତ ଶିକ୍ଷାନୁଷ୍ଠାନଗୁଡ଼ିକଠାରୁ ବିପୁଳ ଟଙ୍କା ଲାଞ୍ଚ ନେଇଥିବା ପଦାକୁ ଆସିବା ପରେ ସିବିଆଇ ପକ୍ଷରୁ ତନାଘନା ଚାଲିଛି।
ଧରିଥିବା ଏହି ରାକେଟରେ ଟାଟା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ ସାଇନ୍ସେସ୍‌ ଅଧ୍ୟକ୍ଷ ଡି.ପି. ସିଂ, ଗୀତାଞ୍ଜଳି ୟୁନିଭର୍ସିଟି ରେଜିଷ୍ଟ୍ରାର ମୟୂର ରାଭାଲ, ରାଓ୍ବତ୍‌ପୁରା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସେସ୍‌ ଆଣ୍ଡ ରିସର୍ଚ୍ଚ ଅଧ୍ୟକ୍ଷ ରବିଶଙ୍କରଜୀ ମହାରାଜ ଓ ଇଣ୍ଡେକ୍ସ ମେଡିକାଲ କଲେଜ ଅଧ୍ୟକ୍ଷ ସୁରେଶ ସିଂ ଭଦୋରିଆ ରହିଛନ୍ତି। ଏଫ୍‌ଆଇଆର୍‌ରେ ଏମାନଙ୍କ ସମେତ ୩୪ ଜଣଙ୍କ ନାମ ଉଲ୍ଲେଖ କରାଯାଇଛି। ଉକ୍ତ ମାମଲାରେ ସିବିଆଇ ୮ ଜଣଙ୍କୁ ଗିରଫ କରିସାରିଲାଣି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଏନ୍‌ଏମ୍‌ସି ଟିମ୍‌ର ୩ ଡାକ୍ତର ମଧ୍ୟ ଅଛନ୍ତି। ସେମାନେ ନୟା ରାୟପୁରସ୍ଥିତ ରାଓ୍ବତ୍‌ପୁରା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସେସ୍‌ ଆଣ୍ଡ୍‌ ରିସର୍ଚ୍ଚକୁ ଅନୁଗ୍ରହ ପ୍ରଦାନ ପାଇଁ ଏହାର କର୍ତ୍ତୃପକ୍ଷଙ୍କଠାରୁ ୫୫ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଜଣାପଡ଼ିଛି। ଏପରି କି ଏହି ସିଣ୍ଡିକେଟ୍‌ର ଚେର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପର୍ଯ୍ୟନ୍ତ ଲମ୍ବିଛି। ମନ୍ତ୍ରଣାଳୟର ୮ ଅଧିକାରୀ ମେଡିକାଲ କଲେଜଗୁଡ଼ିକର ପ୍ରତିନିଧିମାନଙ୍କୁ ଏକ ନେଟ୍‌ଓ୍ବର୍କ ଜରିଆରେ ଅନେକ ସମ୍ବେଦନଶୀଳ ତଥ୍ୟ ତଥା ଗୋପନୀୟ ଫାଇଲ ହାତେଇବାକୁ ସୁଯୋଗ ଦେଇଥିଲେ। ଅଭିଯୁକ୍ତମାନେ ହେଲେ ପୁନମ୍‌ ମୀନା, ଧରମବୀର, ପୀୟୂଷ ମାଲ୍ୟାନ୍‌, ଅନୁପ ଜୈସ୍ବାଲ, ରାହୁଲ ଶ୍ରୀବାସ୍ତବ, ଦୀପକ, ମନୀଷା ଓ ଚନ୍ଦନ କୁମାର। ଏମାନଙ୍କଠାରୁ ହସ୍ତଗତ ତଥ୍ୟ ଆଧାରରେ ସମ୍ପୃକ୍ତ ମେଡିକାଲ କଲେଜ କର୍ତ୍ତୃପକ୍ଷ ଜାଲିଆତି କରି ମିଛରେ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ଓ ଅନ୍ୟ ଜରୁରୀ ମାପଦଣ୍ଡ ରହିଥିବା ଦର୍ଶାଇ ପାରିଥିଲେ। ଘୋଷ୍ଟ ଫାକଲ୍ଟି, ନକଲି ରୋଗୀଙ୍କ ଆଡ୍‌ମିଶନ, ବାୟୋମେଟ୍ରିକ୍‌ ଆଟେଣ୍ଡାନ୍ସ ସିଷ୍ଟମ୍‌ ଆଦିରେ ହେରଫେର କରିବାକୁ ସକ୍ଷମ ହୋଇଥିଲେ। ଏଥିସକାଶେ ହାଓ୍ବଲା ଜରିଆରେ ଅନେକ କୋଟି ଟଙ୍କା ହାତେଇଥିବା ସିବିଆଇ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅରୁଣାଚଳ ସୀମାରେ ଚାଇନାର ପରମାଣୁ ଷଡ଼ଯନ୍ତ୍ର; ଗୋପନରେ କରୁଛି ଏପରି

ନୂଆଦିଲ୍ଲୀ,୧୬।୨: ଭାରତର ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚାଇନାର ବଡ଼ ଷଡ଼ଯନ୍ତ୍ର। ଗୋପନରେ ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢ଼ାଉଛି ବେଜିଂ। ସାଟେଲାଇଟ୍ ଚିତ୍ରରୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

‘ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ’: ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ,୧୬।୨: ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri