Posted inଜାତୀୟ

ଭାରତରେ ବଡ଼ ବ୍ରିଜ୍‌ ଦୁର୍ଘଟଣା

ନୂଆଦିଲ୍ଲୀ,୧।୧୧: ଗୁଜରାଟର ମଛୁ ନଦୀ ଉପରେ ଥିବା ଏକ ପୁରୁଣା କେବଲ ବ୍ରିଜ୍‌ ରବିବାର ଭୁଶୁଡ଼ି ପଡ଼ିବାରୁ ୪୭ ପିଲାଙ୍କ ସମେତ ୧୩୪ ଜଣଙ୍କ ଜୀବନ ଯାଇଛି। କ୍ଷମତାଠାରୁ ଅଧିକ ଲୋକଙ୍କୁ ଏକସଙ୍ଗେ ଯିବାକୁ ଅନୁମତି ଦିଆଯିବାରୁ ଏଭଳି ଅଘଟଣ ଘଟିଲା ବୋଲି କୁହାଯାଉଛି। ଭାରତ ଇତିହାସରେ ଏହା ସବୁଠୁ ମର୍ମନ୍ତୁଦ ବ୍ରିଜ୍‌ ଦୁର୍ଘଟଣା। ଦେଶରେ ୧୯୭୭ରୁ ୨୦୧୭ ମଧ୍ୟରେ ହୋଇଥିବା ବ୍ରିଜ୍‌ ବିଫଳତାର ଏକ ଅନୁଧ୍ୟାନ କରାଯାଇ ‘ଷ୍ଟ୍ରକ୍ଚର ଆଣ୍ଡ ଇନ୍‌ଫ୍ରାଷ୍ଟ୍ରକ୍ଚର ଇଞ୍ଜିନିୟରିଂ’ ନାମକ ଏକ ଅନ୍ତର୍ଜାତୀୟ ପତ୍ରିକାରେ ପ୍ରକାଶ ପାଇଥିଲା। ଉକ୍ତ ରିପୋର୍ଟ ଅନୁଯାୟୀ, ଗତ ୪ ଦଶନ୍ଧି ମଧ୍ୟରେ କଲ୍‌ଭର୍ଟ ଏବଂ ପାଦଚଲା ବ୍ରିଜ୍‌କୁ ବାଦ୍‌ ଦେଇ ମୋଟ ୨,୧୩୦ ବ୍ରିଜ୍‌ ଆବଶ୍ୟକ ସେବା ଯୋଗାଇବାରେ ବିଫଳ ହୋଇଛି କିମ୍ବା ବିଭିନ୍ନ ସମୟରେ ଭୁଶୁଡ଼ି ପଡ଼ିଛି। ସେଥିରୁ କେତେକ ପ୍ରମୁଖ ବ୍ରିଜ୍‌ ସମ୍ପର୍କରେ ନିମ୍ନରେ ଦିଆଗଲା।
ଦାର୍ଜିଲିଂ ବ୍ରିଜ୍‌: ୨୦୧୧ ଅକ୍ଟୋବର ୨୨ରେ ଦାର୍ଜିଲିଂ ଜିଲାର ବିଜାନବାରିଠାରେ ଥିବା ଏକ ପୁରୁଣା କାଠ ଫୁଟ୍‌ବ୍ରିଜ୍‌ ଭୁଶୁଡ଼ି ପଡ଼ିବାରୁ ୩୧ ଜଣଙ୍କ ମୃତ୍ୟୁ ହେବା ସହ ୬୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ସେଠାରେ ଗୋର୍ଖା ଜନମୁକ୍ତି ମୋର୍ଚ୍ଚାର ବୈଠକ ଚାଲିଥିବାବେଳେ ପ୍ରବଳ ଭିଡ଼ ଯୋଗୁ ବ୍ରିଜ୍‌ ଭୁଶୁଡ଼ି ପଡ଼ିଥିଲା।
ଅରୁଣାଚଳପ୍ରଦେଶ ଫୁଟ୍‌ବ୍ରିଜ୍‌: ୨୦୧୧ ଅକ୍ଟାବର ୨୯ରେ ଅରୁଣାଚଳପ୍ରଦେଶର କାମେଙ୍ଗ ନଦୀ ଉପରେ ଥିବା ଏକ ଫୁଟ୍‌ ବ୍ରିଜ୍‌ ଭୁଶୁଡ଼ି ପଡ଼ିବାରୁ ୩୦ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରୁ ଅଧିକାଂଶ ପିଲା ଥିଲେ। ଟାରି ନାମକ କୀଟ ଧରିବା ପାଇଁ ଏକସଙ୍ଗେ ୬୩ ଜଣ ବ୍ରିଜ୍‌ରେ ଚଢ଼ିବାରୁ ଏହା ଭୁଶୁଡ଼ି ପଡ଼ିଥିଲା।
ବିବେକାନନ୍ଦ ଫ୍ଲାଇଓଭର : ଉତ୍ତର କୋଲକାତାର ଏକ ବ୍ୟସ୍ତବହୁଳ ବଜାର ଅଞ୍ଚଳରେ ନିର୍ମାଣାଧୀନ ୨.୨ କିଲୋମିଟର ଦୀର୍ଘ ବିବେକାନନ୍ଦ ଫ୍ଲାଏଓଭର ବ୍ରିଜ୍‌ ୨୦୧୬ ମାର୍ଚ୍ଚ ୩୧ରେ ଭୁଶୁଡ଼ି ପଡ଼ିବାରୁ ୨୬ ଜଣଙ୍କ ମୃତ୍ୟୁ ହେବା ସହ ୬୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ବ୍ରିଜ୍‌ କାମ ନେଇଥିବା ହାଇଦ୍ରାବାଦର ଆଇଭିଆର୍‌ସିଏଲ୍‌ କମ୍ପାନୀ ଏହାକୁ ଈଶ୍ୱରକୃତ ବୋଲି କହିଥିଲା।
ମାଜେରହାଟ ଫ୍ଲାଇଓଭର: ୨୦୧୮ ସେପ୍ଟେମ୍ବର ୪ରେ ଦକ୍ଷିଣ କୋଲକାତାରେ ଥିବା ୫୦ ବର୍ଷ ପୁରୁଣା ମାଜେରହାଟ ବ୍ରିଜ୍‌ ପ୍ରବଳ ବର୍ଷାରେ ଭୁଶୁଡ଼ି ପଡ଼ିଥିଲା। ଏଥିରେ ୩ ଜଣଙ୍କ ମୃତ୍ୟୁ ହେବା ସହ ୨୪ ଆହତ ହୋଇଥିଲେ।
ମୁମ୍ବାଇ ଫୁଟ୍‌ ଓଭରବ୍ରିଜ୍‌ : ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍‌ ରେଳଷ୍ଟେଶନ ନିକଟରେ ଥିବା ଫୁଟ୍‌ଓଭର ବ୍ରିଜ୍‌ ୨୦୧୯ ମାର୍ଚ୍ଚ ୧୪ରେ ଭୁଶୁଡ଼ି ପଡ଼ିବାରୁ ୬ ଜଣଙ୍କ ମୃତ୍ୟୁ ହେବା ସହ ୩୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ପ୍ରାକୃତିକ ବିପର୍ଯ୍ୟୟ ସାଙ୍ଗକୁ ବ୍ରିଜ୍‌ରେ ବ୍ୟବହୃତ ସାମଗ୍ରୀର ମାନ ହ୍ରାସ ଯୋଗୁ ଅଧିକାଂଶ ବ୍ରିଜ୍‌ ଭୁଶୁଡ଼ିଥିବା ରିପୋର୍ଟରେ କୁହାଯାଇଛି। ଏହା ବ୍ୟତୀତ ବିସ୍ଫୋରଣ କିମ୍ବା ବଡ଼ ଧରଣର ଦୁର୍ଘଟଣା ମଧ୍ୟ ବ୍ରିଜ୍‌ ଭୁଶୁଡ଼ିବାର ଅନ୍ୟତମ କାରଣ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଆକ୍ରମଣ: ଲୁଟିନେଲେ ରୁପା ଅଳଙ୍କାର

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋର, ଲୁଟେରାମାନେ ସକ୍ରିୟ ହୋଇପଡ଼ିଛନ୍ତି। ଲୁଟେରାଙ୍କ ଏଭଳି କାର୍ଯ୍ୟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେବା…

କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ

ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…

ମମିତାଙ୍କୁ ବଡ଼ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ: ଚାରିଆଡ଼ୁ ମିଳୁଛି ଶୁଭେଚ୍ଛା

ପାଟଣା,୬।୪(ବୀର କିଶୋର ଦାଶ):ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା ତଥା ମମିତା ନାଏକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ( Special Development…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

ଓଡ଼ିଆ ପକ୍ଷ ଅବସରରେ ଝାଡୁ ମାରି ସଫାକଲେ ପ୍ରଶାସନିକ ଅଧିକାରୀ

ପାଟଣା,୬।୪(ବୀର କିଶୋର ଦାଶ): ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ହେଉଥିବାବେଳେ ସୋମବାର କେନ୍ଦୁଝର ଜିଲା ପାଟଣା ବ୍ଲକର ରାଜନଗର ରଘୁନାଥ ଜିଉ ମଠ, ଟାଙ୍ଗରପଡ଼ା ମଠ, ଭୀମକୁଣ୍ଡ…

ଥୁଆମୂଳ ରାମପୁରରେ ‘ଆଦିବାସୀ ସଂସ୍କୃତି ଭବନ’ ପାଇଁ ପ୍ରକ୍ରିୟା ଆରମ୍ଭ, ଅଧାପନ୍ତରିଆ ସଂଗ୍ରହାଳୟର ଭବିଷ୍ୟତ କ’ଣ?

ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସରକାର ନୂତନ ‘ଆଦିବାସୀ ସଂସ୍କୃତି ଭବନ’ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ…

ଜନ୍ମଦିନର ୬ ଦିନ ପୂର୍ବରୁ ଆତ୍ମହତ୍ୟା କଲେ ଏହି ଅଭିନେତ୍ରୀ: ମୃତ୍ୟୁ ପୂର୍ବରୁ ସ୍ବାମୀଙ୍କୁ ଭିଡିଓ କଲ୍‌ କରି…

ଟିଭି ଅଭିନେତ୍ରୀ ସୁଭାଷିନୀ ତାଙ୍କ ଜନ୍ମଦିନର ମାତ୍ର ୬ ଦିନ ପୂର୍ବରୁ ଆତ୍ମହତ୍ୟା କରିଛନ୍ତି। ସୁଭାଷିନୀ ଫାଶୀ ଦେଇ ଦେଇଥିବା ଜଣାପଡ଼ିଛି। ସେ ସନ ଟିଭିରେ ପ୍ରସାରିତ…

କୋରାପୁଟ ବିଧାୟକଙ୍କୁ ନୂଆ ଦାୟିତ୍ବ,ଜିଲାପାଳଙ୍କ ଉପସ୍ଥିତିରେ….

କୋରାପୁଟ,୬।୪(ଅମିତାଭ ବେହେରା ): କୋରାପୁଟ ଜିଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ କୋରାପୁଟ ବିଧାୟକ ରଘୁରାମ ମାଛ ସୋମବାର ଦାୟିତ୍ବ ଗ୍ରହଣ କରିଛନ୍ତି । ସୋମବାର କୋରାପୁଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri