Posted inଖେଳ

ଭାରତକୁ ବଡ଼ ଝଟକା: ଅଷ୍ଟ୍ରେଲିଆ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ମ୍ୟାଚ୍ ନ ଖେଳିପାରନ୍ତି ରୋହିତ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୧୦।୧୦: ଅଷ୍ଟ୍ରେଲିଆ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳ ପାଇଁ ଆସିଛି ଖରାପ ଖବର। ବ୍ୟକ୍ତିଗତ କାରଣରୁ ଅଷ୍ଟ୍ରେଲିଆରେ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍ ରେ ଅଧିନାୟକ ରୋହିତ ଶର୍ମା ଖେଳି ନ ପାରନ୍ତି। ଭାରତୀୟ ଦଳ ଅଷ୍ଟ୍ରେଲିଆରେ ନଭେମ୍ବର ୨୨ ରୁ ପର୍ଥରେ କଠିନ ପାଞ୍ଚ ଟେଷ୍ଟ ସିରିଜ୍ ଆରମ୍ଭ ହେବ।

ରୋହିତ ଆଡିଲେଡ୍ (ଡିସେମ୍ବର ୬-୧୦) ରେ ପ୍ରଥମ କିମ୍ବା ଦ୍ୱିତୀୟ ମ୍ୟାଚ୍ ମିସ୍ କରିବାର ସମ୍ଭାବନା ଅଛି। “ପରିସ୍ଥିତିକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ରୋହିତ ବିସିସିଆଇକୁ ଜଣାଇଛନ୍ତି ଯେ, କିଛି ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଗତ କାରଣରୁ ତାଙ୍କୁ ପ୍ରଥମ ଦୁଇଟି ଟେଷ୍ଟ ମଧ୍ୟରୁ ଗୋଟିଏକୁ ଏଡ଼ାଇବାକୁ ପଡିପାରେ।

ଯଦି, ସିରିଜ୍ ପୂର୍ବରୁ ବ୍ୟକ୍ତିଗତ ସମସ୍ୟାର ସମାଧାନ ହୋଇଯାଏ, ସେ ହୁଏତ ସମସ୍ତ ପାଞ୍ଚଟି ଟେଷ୍ଟ ଖେଳିପାରନ୍ତି। ତେବେ ଏସମ୍ପର୍କରେ ଆଗାମୀ ଦିନରେ ସ୍ପଷ୍ଟ ସୂଚନା ମିଳିପାରେ। ୩୭ ବର୍ଷୀୟ ରୋହିତ ବାଂଲାଦେଶ ବିପକ୍ଷରେ ଉଭୟ ଘରୋଇ ଟେଷ୍ଟ ଖେଳିଥିଲେ। ଅକ୍ଟୋବର ୧୬ ରୁ ଭାରତ ତିନି ଟେଷ୍ଟ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳିବ।

ଯଦି ରୋହିତ ଅଷ୍ଟ୍ରେଲିଆରେ ଏକ ଟେଷ୍ଟ ମ୍ୟାଚ୍ ମିସ୍ କରନ୍ତି, ତେବେ ଇନ୍-ଫର୍ମ ଅଭିମନ୍ୟୁ ଇଶ୍ୱରନ ତାଙ୍କ ସ୍ଥାନରେ ଖେଳିବାର ସମ୍ଭାବନା ଅଛି। ଯଦିଓ ଶୁଭମାନ ଗିଲ ଏବଂ କେ.ଏଲ୍ ରାହୁଲ ମଧ୍ୟ ଓପନିଂ ସ୍ଲଟରେ ପର୍ଯ୍ୟାପ୍ତ ଅଭିଜ୍ଞତା ଥିବା ଖେଳାଳି ଅଟନ୍ତି।

ଈଶ୍ୱରନ ଏହି ସମୟରେ ଇଣ୍ଡିଆ ଏ ଦଳ ସହିତ ଅଷ୍ଟ୍ରେଲିଆରେ ଗସ୍ତରେ ଥିବେ, ଯେଉଁ ଦଳର ସେ ନେତୃତ୍ୱ ନେବେ। ତେବେ ବାଂଲାଦେଶ ବିପକ୍ଷ ଘରୋଇ ସିରିଜରେ ରୋହିତଙ୍କ ପାଇଁ କୌଣସି ଅଫିସିଆଲ୍ ଡେପୁଟି ନ ଥିବାରୁ ଟେଷ୍ଟ ଦଳର ଉପ-ଅଧିନାୟକ କିଏ ହେବେ ସେନେଇ କୌଣସି ସ୍ପଷ୍ଟ ସଂକେତ ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri