Posted inଜାତୀୟ

ମଣିପୁରରେ ବଡ଼ ଆକ୍ରମଣ ଷଡ଼ଯନ୍ତ୍ର: ସେନାକୁ ମିଳିଲା ଗୁପ୍ତ ସୂଚନା…

ଇମ୍ଫାଲ,୨୯।୫ : ମଣିପୁରରେ ପୁଣି ହିଂସାର ନିଆଁ ଜଳୁଛି। ସଦ୍ୟତମ ହିଂସା ଘଟଣାରେ ଜଣେ ପୋଲିସ କର୍ମଚାରୀଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ଘଟିଛି। ୧୨ ଜଣ ଆହତ ହୋଇଛନ୍ତି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ହିଂସାକାଣ୍ଡ ଘଟିବା ପରେ ଗୁଳି ବିନିମୟରେ ଲୋକଙ୍କ ମୃତ୍ୟୁ ଘଟିଛି। ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ନିକଟରେ ଏକ ବିବୃତ୍ତିରେ କହିଛନ୍ତି ସୁରକ୍ଷା ବାହିନୀ ସହିତ ଏନକାଉଣ୍ଟରରେ ୪୦ କୁକି ଜନଜାତି ଉଗ୍ରବାଦୀ ନିହତ ହୋଇଛନ୍ତି। ଏହି ବିବୃତ୍ତିର ପରଦିନ ରାଜ୍ୟରେ ପୁଣି ହିଂସା ଆରମ୍ଭ ହୋଇଥିଲା।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସାମ୍ପ୍ରତିକ ହିଂସା ପଛରେ କିଛି ଉଗ୍ରବାଦୀ ସଂଗଠନର ସଦସ୍ୟଙ୍କ ହାତ ଥିବା କୁହାଯାଉଛି। ଉଗ୍ରବାଦୀମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ଗୁଳି ଚଳାଇଥିଲେ, ଯେଉଁଥିରେ ଜଣେ ପୋଲିସ କର୍ମଚାରୀଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ଘଟିଥିଲା। ଇମ୍ଫାଲ ପଶ୍ଚିମ ଜିଲାର ଫେଙ୍ଗ ଅଞ୍ଚଳରେ ହୋଇଥିବା ହିଂସା ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। କାଚିଙ୍ଗ ଜିଲାର ସୁଗାନୁ ଅଞ୍ଚଳରେ ହୋଇଥିବା ହିଂସା ଘଟଣାରେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିଲେ। ଏଠାରେ ୬ ଜଣ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଛନ୍ତି। ରବିବାର ସୁଗାନୁରେ ମାଓବାଦୀ ପାଞ୍ଚଟି ଗାଁରେ କୁକି ଜନଜାତିର ଲୋକଙ୍କ ଘର ପୋଡି ଦେଇଥିଲେ। ଇମ୍ଫାଲ ୱେଷ୍ଟରେ ଭାଜପା ବିଧାୟକ କେ.ଏ. ରଘୁମଣି ସିଂଙ୍କ ଘରେ କ୍ରୋଧିତ ଜନତାଙ୍କ ଦ୍ୱାରା ନିଆଁ ଲଗାଯାଇଥିଲା। ଏଠାରେ ଥିବା ଉରିପୋକରେ ହିଂସା ପରେ ପୋଲିସ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଲୁହବୁହା ଗ୍ୟାସ ସେଲ ଛାଡି ଥିଲା। ଏଠାରେ ମଧ୍ୟ ଦୁଇ ଜଣ ଆହତ ହୋଇଛନ୍ତି। ଚୁରଚାନ୍ଦପୁର ଜିଲାର କାଙ୍ଗଭି, ଇମ୍ଫାଲ ପୂର୍ବର ସାଗୋମାଙ୍ଗ, ବିଷ୍ଣୁପୁରର ନୁଙ୍ଗୋଇପୋକପି, ଇମ୍ଫାଲ ପଶ୍ଚିମର ଖୁରଖଲ ଠାରେ ହିଂସା ଘଟଣା ଘଟିଛି।

କାକଚିଙ୍ଗ ଜିଲାର ସୁଗାନୁ ସେରୋ ଠାରେ ଉଗ୍ରବାଦୀଙ୍କ ଦ୍ୱାରା ମେତେଇ ସମ୍ପ୍ରଦାୟର ପ୍ରାୟ ୮୦ ଟି ଘରେ ନିଆଁ ଲଗାଇ ଦିଆଯାଇଥିଲା। ଏହା ପରେ ଉକ୍ତ ଅଞ୍ଚଳରେ ପୋଲିସ ମୁତୟନ କରାଯାଇଥିଲା। କେତେକ ସ୍ଥାନରେ ପୋଲିସ ଏବଂ ଉଗ୍ରବାଦୀ ସଂଗଠନର ଲୋକଙ୍କ ମଧ୍ୟରେ ଏନକାଉଣ୍ଟର ହେବାର ଖବର ମଧ୍ୟ ରହିଛି।
ମିଡିଆ ରିପୋର୍ଟ ଅନୁଯାୟୀ ମଣିପୁରରେ ଏକ ବଡ଼ ଆକ୍ରମଣ ପାଇଁ ଉଗ୍ରବାଦୀ ସଂଗଠନ ପ୍ରସ୍ତୁତ ହେଉଛି। ବାସ୍ତବରେ ସେନା ସଂଗ୍ରାମୀ ସଂଗଠନ ମଧ୍ୟରେ ହେଉଥିବା ଗୁପ୍ତ ବାର୍ତ୍ତାଳାପକୁ ଡିକୋଡ କରିଛି। ସେନା ଜାଣିବାକୁ ପାଇଛି ଉଗ୍ରବାଦୀ ସଂଗଠନ ଏକ ବଡ଼ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି ଏବଂ ସେମାନେ ଏହି ଆକ୍ରମଣରେ ମଣିଷକୁ ଢାଲ ଭାବରେ ବ୍ୟବହାର କରିବାକୁ ଯୋଜନା କରୁଛନ୍ତି। ସେନା ମଧ୍ୟ ଏ ବିଷୟରେ ସତର୍କ ହୋଇପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ରେଳ ଷ୍ଟେଶନ ପରିଦର୍ଶନ କଲେ ସମ୍ବଲପୁର ରେଳ ପ୍ରବନ୍ଧକ: ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

କେସିଙ୍ଗା,୨୮।୩(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ପ୍ରବନ୍ଧକ କେସିଙ୍ଗା ରେଳ ଷ୍ଟେଶନକୁ ଶନିବାର ପରିଦର୍ଶନ କରି ଷ୍ଟେଶନର ବିଭିନ୍ନ ସମସ୍ୟା ଉପରେ ତଦନ୍ତ କରିଥିଲେ। ଏହି ଷ୍ଟେଶନରେ ଯାତ୍ରୀଙ୍କ…

ଘରକୁ ଫେରୁଥିଲେ ଶ୍ରମିକ, ଧକ୍କା ଦେଲା ଟ୍ରାଭେଲର: ଆଉ ତା’ପରେ…

ଲୋଇସିଂହା,୨୮।୩(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିମୁଣ୍ଡା- ବଲାଙ୍ଗୀର ରାସ୍ତାର ସରଗାଡରେ ଏକ ଅଜଣା ଗାଡ଼ି ଧକ୍କାରେ ଶନିବାର ଭୋର ସକାଳୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି।…

ଦାରିଙ୍ଗବାଡିରେ କାଳବୈଶାଖୀ ପ୍ରଭାବ: ୧୫ ଘଣ୍ଟା ହେଲା ଅନ୍ଧାରରେ ଏକାଧିକ ପଞ୍ଚାୟତବାସୀ

ଦାରିଙ୍ଗବାଡି, ୨୮।୩ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟାରେ କଳାବୈଶାଖୀର ପ୍ରଭାବରେ ପବନ ବୋହିବା ସହ ବିଜୁଳି ଘଡଘଡି ସହ ବର୍ଷା ହୋଇଥିଲା…

ବାଇକ୍‌ରେ ଯାଉଥିଲେ ଉପରେ ପଡ଼ିଲା ଗଛ: ଆଉ ତା’ପରେ…

ବାରିପଦା,୨୮।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାର ଆଖପାଖ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଝଡ ତୋଫାନ ଓ ପ୍ରବଳ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପୃଥକ…

ମନ୍ଦିର ଛକରୁ ସିଲେଟପଡ଼ା ରାସ୍ତା ଶୋଚନୀୟ: ଆନ୍ଦୋଳନ ପାଇଁ ସଜବାଜ

କର୍ଲାମୁଣ୍ଡା,୨୮ା୩ (ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡ଼ା ରାସ୍ତା ଶୋଚନୀୟ ହୋଇପଡିଛି। ୨୦୧୫ରେ ପିଚୁ ରାସ୍ତା ନିର୍ମାଣ ହୋଇଥିଲେ…

ପ୍ରଖ୍ୟାତ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ଗିରଫ: ମଦ ପିଇ କରୁଥିଲେ ଏହି କାମ

ଫ୍ଲୋରିଡା,୨୮।୩: ପ୍ରଖ୍ୟାତ ଆମେରିକୀୟ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ପୁଣି ଥରେ ବିବାଦରେ ଫସିଛନ୍ତି। ମଦ୍ୟପାନ କରି ଗାଡ଼ି ଚଲାଇବା ସନ୍ଦେହରେ ତାଙ୍କୁ ଫ୍ଲୋରିଡାରେ ଗିରଫ କରାଯାଇଛି।…

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ଓଲିଙ୍କୁ ବାନ୍ଧିଲା ପୋଲିସ: ଆକ୍ସନ ମୋଡ୍‌ରେ ବାଲେନ୍ଦ୍ର ସରକାର

କାଠମାଣ୍ଡୁ,୨୮।୩: ନେପାଳରେ କ୍ଷମତା ପରିବର୍ତ୍ତନ ସହିତ ବର୍ତ୍ତମାନ ଏକ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ବାଲେନ୍ଦ୍ର ଶାହା ସରକାର କ୍ଷମତାକୁ ଆସିବା ପରେ ଆକ୍ସନ ମୋଡ୍‌ରେ ନଜର ଆସିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri