Posted inଜାତୀୟ

ଧିରେନ୍ଦ୍ର ଶାସ୍ତ୍ରୀଙ୍କ ଜନ୍ମଦିନ ପାଳନ ପ୍ରସ୍ତୁତି ସମୟରେ ବଡ଼ ଅଘଟଣ: ଜଣେ ଶ୍ରଦ୍ଧାଳୁଙ୍କ ଚାଲିଗଲା ଜୀବନ, ଅନେକେ … 

ଭୋପାଳ,୩।୭: ମଧ୍ୟପ୍ରଦେଶର ଛତରପୁର ଜିଲାର ପ୍ରସିଦ୍ଧ ବାଗେଶ୍ୱର ଧାମ୍‌ ଆଶ୍ରମ ପରିସରରେ ବଡ଼ ଅଘଟଣ ଘଟିଛି। ବାବାଙ୍କ ଜନ୍ମଦିନ ଲାଗି ପ୍ରସ୍ତୁତି ଚାଲିଥିବା ବେଳେ ଏକ ତମ୍ବୁ ଭୁଶୁଡ଼ି ପଡ଼ିବା ଯୋଗୁ ଜଣେ ଭକ୍ତଙ୍କ ମୃତ୍ୟୁ ହୋଇଛି। ସେହିଭଳି ଅନ୍ୟ ୩ରୁ ୪ ଜଣ ଆହତ ହୋଇଛନ୍ତି। ଏହି ଘଟଣା ସକାଳ ୭ ଟା ସମୟରେ ଆରତୀ ପରେ ଘଟିଥିଲା, ଯେତେବେଳେ ଭକ୍ତମାନେ ବର୍ଷାରୁ ରକ୍ଷା ପାଇବା ପାଇଁ ତମ୍ବୁ ତଳେ ଆଶ୍ରା ନେଇଥିଲେ।
ମୃତକଙ୍କ ନାମ ଶ୍ୟାମଲାଲ କୌଶଲ ବୋଲି ଚିହ୍ନଟ କରାଯାଇଛି, ଯିଏକି ଉତ୍ତର ପ୍ରଦେଶର ଅଯୋଧ୍ୟାର ବାସିନ୍ଦା। ତାଙ୍କ ଜ୍ୱାଇଁ ରାଜେଶ କୁମାର କୌଶଲ କହିଛନ୍ତି ଯେ ତମ୍ବୁରୁ ଏକ ଲୁହା ରେଲିଂ ତାଙ୍କ ମୁଣ୍ଡରେ ବାଜିବା ପରେ ଶ୍ୟାମଲାଲଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ରାଜେଶ କୁମାର କୌଶଲ ନିଜେ ଏବଂ ସୌମ୍ୟ, ପାରୁଲ ଏବଂ ଉନ୍ନତି ସମେତ ପରିବାରର ୩ ରୁ ୪ ଜଣ ସଦସ୍ୟ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଛତରପୁର ଜିଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ରାଜେଶ କହିଛନ୍ତି ଯେ ସେ ତାଙ୍କ ପରିବାରର ୬ ଜଣ ସଦସ୍ୟଙ୍କ ସହିତ ବୁଧବାର ରାତିରେ ଅଯୋଧ୍ୟାରୁ ବାଗେଶ୍ୱର ଧାମରେ ପହଞ୍ଚିଥିଲେ। ଶୁକ୍ରବାର ଧାମର ପୀଠାଧୀଶ୍ୱର ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଜନ୍ମଦିନ ଏବଂ ସେ ଗୁରୁବାର ସକାଳେ ତାଙ୍କୁ ଭେଟିବାକୁ ଆସିଥିଲେ। ଜିଲା ହସ୍ପିଟାଲର ଡାକ୍ତର ନରେଶ ତ୍ରିପାଠି କହିଛନ୍ତି ଯେ ମୃତକଙ୍କୁ ବାଗେଶ୍ୱର ଧାମରୁ ଅଣାଯାଇଥିଲା ଏବଂ ପରିବାର ସଦସ୍ୟ କହିଛନ୍ତି ଯେ ତମ୍ବୁ ଭୁଶୁଡ଼ି ପଡ଼ିବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ମାମଲାର ତଦନ୍ତ ଆରମ୍ଭ କରିଛି।

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?