ସିରିଜ୍‌ ବୋମା ବିସ୍ଫୋରଣରେ ମୁଖ୍ୟ ଅଭିଯୁକ୍ତ ଗିରଫ

ବେଗୁନିଆପଡ଼ା,୧୦ା୭(ସୁଶାନ୍ତ ପଟ୍ଟନାୟକ): ଗଞ୍ଜାମ ଜିଲା କୋଦଳା ଏନଏସି ଅଧୀନ ବଂଗଲା ସାହିରେ ସିରିଜ୍‌ ବୋମା ବିସ୍ଫୋରଣ ଘଟାଇଥିବା ମୁଖ୍ୟ ଅଭିଯୁକ୍ତଙ୍କୁୁ ସୋମବାର ପୋଲିସ କୋର୍ଟ ଚାଲାଣ କରିଛି। ସେ ହେଲେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ନୂଆଁ ଫାସୁଲା ଗ୍ରାମର ଅଭିଯୁକ୍ତ ସୀତାରାମ ରାଉଳ(୩୦)। ତାଙ୍କଠାରୁ ଗୋଟିଏ ଖଣ୍ଡା, ୫ଟି ବୋମା ଜବତ କରାଯାଇଛି। ରବିବାର ସୀତାରାମ କୋଦଳା ରେଞ୍ଜର ବଂଗଲା ସାହିରେ ସିରିଜ୍‌ ବୋମା ବିଷ୍ଫୋରଣ ଘଟାଇଥିଲେ। ବିସ୍ଫୋରଣରେ ଜଣେ ବ୍ୟକ୍ତି ଆହତ ହୋଇଥିଲେ। ଅଭିଯୁକ୍ତଙ୍କ ବାପା, ଭାଇ ମଧ୍ୟ ଖଲ୍ଲିକୋଟ ଅଞ୍ଚଳରେ ବୋମା ବିସ୍ଫୋରଣ କରିଥିବା ନେଇ ପୂର୍ବରୁ ମାମଲା ରହିଛି। ଅଭିଯୁକ୍ତଙ୍କ ନଁାରେ ହତ୍ୟା, ବୋମା ବିସ୍ଫୋରଣ, ଚୋରି, ଡକାୟତି ଉଦ୍ୟମ ଭଳି ପୂର୍ବରୁ ଅନେକ ସଙ୍ଗୀନ ମାମଲା ଖଲ୍ଲିକୋଟ ଥାନାରେ ରହିଥିବା ନେଇ କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁ କହିଛନ୍ତି।