Posted inଜାତୀୟ

କିଏ ସେ ମହୁଆ ମୋଇତ୍ର? ବ୍ୟାଙ୍କିଂ କ୍ୟାରିୟର ଛାଡ଼ି ଆସିଥିଲେ ରାଜନୀତିକୁ; ଭାଜପାକୁ କଟାକ୍ଷ କରି ରହୁଥିଲେ ଚର୍ଚ୍ଚାରେ; ଏବେ ହେଲେ ବହିଷ୍କୃତ…

ନୂଆଦିଲ୍ଲୀ,୯।୧୨: ପାର୍ଲାମେଣ୍ଟରେ ପ୍ରଶ୍ନ ପଚାରିବା ଲାଗି ଲାଞ୍ଚ ନେବା ଅଭିଯୋଗ ଉପରେ ଏଥିକ୍ସ କମିଟି ରିପୋର୍ଟ ଆଧାରରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ଏମ୍‌ପି ମହୁଆ ମୋଇତ୍ରଙ୍କୁ ଲୋକସଭାରୁ ବହିଷ୍କାର କରାଯାଇଛି। ଏହାକୁ ନେଇ ସେ ଚର୍ଚ୍ଚାରେ ରହିଥିବା ବେଳେ ଆସନ୍ତୁ ତାଙ୍କ ରାଜନୈତିକ କ୍ୟାରିୟର ଉପରେ ନଜର ପକାଇବା। ୧୪ ବର୍ଷର ରାଜନୈତିକ ଯାତ୍ରାରେ ଅନେକ ଉତ୍ଥାନପତନ ଦେଖିଛନ୍ତି ମହୁଆ। କୃଷ୍ଣାନଗର ଲୋକ ସଭା ଆସନରୁ ପ୍ରଥମ ଥର ଲାଗି ପାର୍ଲାମେଣ୍ଟରେ ପହଞ୍ଚିଥିଲେ ସେ। ଏବେ ତାଙ୍କ ସଂସଦୀୟ କ୍ୟାରିୟର ଉପରେ ବିରାମ ଲାଗିଥିଲେ ହେଁ ଭାରତୀୟ ରାଜନୀତି ଉପରେ ସେ ଗଭୀର ପ୍ରଭାବ ଛାଡ଼ିଥିବା କୁହାଯାଉଛି।

ଆସାମର କଛାର ଜିଲାରେ ୧୯୭୪ରେ ଜନ୍ମ ଗ୍ରହଣ କରିଥିଲେ ମହୁଆ। ତାଙ୍କର ପ୍ରାରମ୍ଭିକ ଶିକ୍ଷା କୋଲକାତାରେ ହୋଇଥିଲା। ପରେ ସେ ଉଚ୍ଚଶିକ୍ଷା ଲାଗି ଆମେରିକା ଯାଇଥିଲେ। ନ୍ୟୁୟର୍କ ଏବଂ ଲଣ୍ଡନରେ ଜେପି ମୋର୍ଗାନ ଚେଞ୍ଜରେ ନିବେଶ ବ୍ୟାଙ୍କର୍‌ ଥିବା ମହୁଆ ରାହୁଲ ଗାନ୍ଧୀଙ୍କ ଏକ ସ୍ଲୋଗାନରେ ପ୍ରେରିତ ହୋଇ ରାଜନୀତିରେ ପ୍ରବେଶ କରିଥିଲେ। ସେ ୨୦୦୯ରେ କଂଗ୍ରେସର ଯୁବଟିମ୍‌ରେ ସାମିଲ ହେବା ଲାଗି ସେ ତାଙ୍କର ହାଇପ୍ରୋଫାଇଲ ବ୍ୟାଙ୍କିଂ କ୍ୟାରିୟର ତ୍ୟାଗ କରିଥିଲେ। କଂଗ୍ରେସ ପକ୍ଷରୁ ପଶ୍ଚିମବଙ୍ଗରେ ତାଙ୍କୁ ନିଯୁକ୍ତ କରାଯିବା ପରେ ଦଳର ନେତା ସୁବ୍ରତ ମୁଖାର୍ଜୀଙ୍କ ନିକଟତର ହୋଇଥିଲେ ସେ। ପରେ ଦୁହେଁ ୨୦୧୦ରେ କୋଲକାତା ନଗର ନିଗମ ନିର୍ବାଚନର କିଛି ଦିନ ପୂର୍ବରୁ ଟିଏମ୍‌ସିରେ ସାମିଲ ହୋଇଥିଲେ। ଏହି ନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଦଳ ବିଜେତା ହୋଇଥିଲା।

୨୦୧୧ ବିଧାନସଭା ନିର୍ବାଚନ ଏବଂ ୨୦୧୪ ଲୋକ ସଭା ନିର୍ବାଚନ ଲାଗି ଦଳରୁ ଟିକେଟ ମିଳି ନ ଥିଲେ ହେଁ ମହୁଆ ଧୈର୍ଯ୍ୟର ସହ ଅପେକ୍ଷା କରିଥିଲେ।୨୦୧୬ ବିଧାନସଭା ନିର୍ବାଚନରେ ତାଙ୍କୁ ଟିକେଟ ମିଳିବା ପରେ କରିମପୁର ଆସନରୁ ବିଜେତା ହୋଇଥିଲେ। ତାଙ୍କୁ କିନ୍ତୁ ରାଜ୍ୟ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇ ନ ଥିଲା। ଏହାସତ୍ତ୍ୱେ ଦମ୍‌ଦାର ଭାଷଣ ଏବଂ ବାଦ-ବିବାଦ କୌଶଳ ଯୋଗୁ ତାଙ୍କୁ ଜାତୀୟ ଗଣମାଧ୍ୟମରେ ଦଳର ପ୍ରମୁଖ ମୁଖପାତ୍ର ନିଯୁକ୍ତ କରାଯାଇଥିଲା। ୨୦୧୯ରେ ସେ କୃଷ୍ଣାନଗର ଲୋକ ସଭା ଆସନରୁ ଟିକେଟ ପାଇ ବିଜେତା ହୋଇଥିଲେ। ପାର୍ଲାମେଣ୍ଟର ଅନୁଭବ ନ ଥିଲେ ହେଁ ନିଜର ଭାଷଣକୁ ନେଇ ସେ ସର୍ବଦା ଚର୍ଚ୍ଚାରେ ରହୁଥିଲେ। ବିଶେଷକରି ସେ ଟେଲିଭିଜନରେ ହେଉଥିବା ବିତର୍କରେ ଟିଏମ୍‌ସି ତରଫରୁ ସବୁଠାରୁ ଅଧିକ ଲୋକପ୍ରିୟ ନେତା ପାଲଟିଥିଲେ।

ନିଜର ମନର କଥା କହିବା ନେଇ ପରିଚିତ ମହୁଆ ସର୍ବଦା ସଂଗଠନ ମାମଲାରେ ଦଳର ମତଭେଦର ସମ୍ମୁଖୀନ ହୋଇଛନ୍ତି। ସାର୍ବଜନିକ ଭାବେ ମମତା ତାଙ୍କୁ କଟାକ୍ଷ କରିଛନ୍ତି। ଗତ ଦୁଇ ବର୍ଷ ମଧ୍ୟରେ ବିବାଦ ମହୁଆଙ୍କ ପିଛା ଛାଡ଼ି ନ ଥିଲା। ସେ ଖବରଦାତାଙ୍କୁ କଟୁ ଟିପ୍ପଣୀ ଦେଇଥିଲେ। ଏହାପରେ ଦୀର୍ଘଦିନ ଯାଏ ବଙ୍ଗୀୟ ଖବରଦାତାମାନେ ତାଙ୍କର ବହିଷ୍କାର କରିଥିଲେ। ଗତ ବର୍ଷ ଏକ କାର୍ଯ୍ୟକ୍ରମରେ ସେ ମା’ କାଳୀଙ୍କୁ ମାଂସ ଖାଉଥିବା ଏବଂ ମଦ୍ୟପାନ କରୁଥିବା କହିବାକୁ ନେଇ ସମାଲୋଚନାର ଶିକାର ହୋଇଥିଲେ।

ବର୍ତ୍ତମାନ ସମୟରେ ମହୁଆ ଲାଞ୍ଚ ନେଇ ପ୍ରଶ୍ନ ପଚାରିବା ନିମନ୍ତେ ୪୯ ବର୍ଷୀୟ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କଠାରୁ ନଗଦ ୨ କୋଟି ଟଙ୍କା ଏବଂ ବିଳାସପୂର୍ଣ୍ଣ ଉପହାର ନେଇଥିବା ଅଭିଯୋଗ ହୋଇଥିଲା। ହେଲେ ସେ ଭାଜପା ସରକାରଙ୍କୁ ଟାର୍ଗେଟ କରୁଥିବାରୁ ତାଙ୍କୁ ହଇରାଣ କରାଯାଇଥିବା କହିଥିଲେ। ଏପରିକି ସେ ବହୁମତ ସହ ପୁଣିଥରେ ପାର୍ଲାମେଣ୍ଟ ଫେରିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଏହି ବିବାଦ ସହ ଏମ୍‌ପି ଭାବେ ତାଙ୍କ ପ୍ରଥମ କାର୍ଯ୍ୟକାଳ ସମାପ୍ତ ହୋଇଛି। ହେଲେ ଟିଏମ୍‌ସିର ଶୀର୍ଷ ନେତୃତ୍ୱଙ୍କ ଦ୍ୱାରା ଦଳ ଭିତରେ ତାଙ୍କ ପତିଆରା ନିଶ୍ଚିତ ଭାବେ ବଢ଼ିଛି। ବିରୋଧୀଦଳଗୁଡ଼ିକ ମଧ୍ୟ ତାଙ୍କ ସହ ଅଛନ୍ତି। ଭାଜପାକୁ ନେଇ ବକ୍ତବ୍ୟ ରଖୁଥିବା ବେଳେ କଂଗ୍ରେସ ନେତା ସୋନିଆ ଗାନ୍ଧୀ ତାଙ୍କ ସହ ଛିଡ଼ା ହେବା ତାର ଉଦାହରଣ ବୋଲି ଧରିନିଆଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?