Posted inଜାତୀୟ

କିଏ ସେ ମହୁଆ ମୋଇତ୍ର? ବ୍ୟାଙ୍କିଂ କ୍ୟାରିୟର ଛାଡ଼ି ଆସିଥିଲେ ରାଜନୀତିକୁ; ଭାଜପାକୁ କଟାକ୍ଷ କରି ରହୁଥିଲେ ଚର୍ଚ୍ଚାରେ; ଏବେ ହେଲେ ବହିଷ୍କୃତ…

ନୂଆଦିଲ୍ଲୀ,୯।୧୨: ପାର୍ଲାମେଣ୍ଟରେ ପ୍ରଶ୍ନ ପଚାରିବା ଲାଗି ଲାଞ୍ଚ ନେବା ଅଭିଯୋଗ ଉପରେ ଏଥିକ୍ସ କମିଟି ରିପୋର୍ଟ ଆଧାରରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ଏମ୍‌ପି ମହୁଆ ମୋଇତ୍ରଙ୍କୁ ଲୋକସଭାରୁ ବହିଷ୍କାର କରାଯାଇଛି। ଏହାକୁ ନେଇ ସେ ଚର୍ଚ୍ଚାରେ ରହିଥିବା ବେଳେ ଆସନ୍ତୁ ତାଙ୍କ ରାଜନୈତିକ କ୍ୟାରିୟର ଉପରେ ନଜର ପକାଇବା। ୧୪ ବର୍ଷର ରାଜନୈତିକ ଯାତ୍ରାରେ ଅନେକ ଉତ୍ଥାନପତନ ଦେଖିଛନ୍ତି ମହୁଆ। କୃଷ୍ଣାନଗର ଲୋକ ସଭା ଆସନରୁ ପ୍ରଥମ ଥର ଲାଗି ପାର୍ଲାମେଣ୍ଟରେ ପହଞ୍ଚିଥିଲେ ସେ। ଏବେ ତାଙ୍କ ସଂସଦୀୟ କ୍ୟାରିୟର ଉପରେ ବିରାମ ଲାଗିଥିଲେ ହେଁ ଭାରତୀୟ ରାଜନୀତି ଉପରେ ସେ ଗଭୀର ପ୍ରଭାବ ଛାଡ଼ିଥିବା କୁହାଯାଉଛି।

ଆସାମର କଛାର ଜିଲାରେ ୧୯୭୪ରେ ଜନ୍ମ ଗ୍ରହଣ କରିଥିଲେ ମହୁଆ। ତାଙ୍କର ପ୍ରାରମ୍ଭିକ ଶିକ୍ଷା କୋଲକାତାରେ ହୋଇଥିଲା। ପରେ ସେ ଉଚ୍ଚଶିକ୍ଷା ଲାଗି ଆମେରିକା ଯାଇଥିଲେ। ନ୍ୟୁୟର୍କ ଏବଂ ଲଣ୍ଡନରେ ଜେପି ମୋର୍ଗାନ ଚେଞ୍ଜରେ ନିବେଶ ବ୍ୟାଙ୍କର୍‌ ଥିବା ମହୁଆ ରାହୁଲ ଗାନ୍ଧୀଙ୍କ ଏକ ସ୍ଲୋଗାନରେ ପ୍ରେରିତ ହୋଇ ରାଜନୀତିରେ ପ୍ରବେଶ କରିଥିଲେ। ସେ ୨୦୦୯ରେ କଂଗ୍ରେସର ଯୁବଟିମ୍‌ରେ ସାମିଲ ହେବା ଲାଗି ସେ ତାଙ୍କର ହାଇପ୍ରୋଫାଇଲ ବ୍ୟାଙ୍କିଂ କ୍ୟାରିୟର ତ୍ୟାଗ କରିଥିଲେ। କଂଗ୍ରେସ ପକ୍ଷରୁ ପଶ୍ଚିମବଙ୍ଗରେ ତାଙ୍କୁ ନିଯୁକ୍ତ କରାଯିବା ପରେ ଦଳର ନେତା ସୁବ୍ରତ ମୁଖାର୍ଜୀଙ୍କ ନିକଟତର ହୋଇଥିଲେ ସେ। ପରେ ଦୁହେଁ ୨୦୧୦ରେ କୋଲକାତା ନଗର ନିଗମ ନିର୍ବାଚନର କିଛି ଦିନ ପୂର୍ବରୁ ଟିଏମ୍‌ସିରେ ସାମିଲ ହୋଇଥିଲେ। ଏହି ନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଦଳ ବିଜେତା ହୋଇଥିଲା।

୨୦୧୧ ବିଧାନସଭା ନିର୍ବାଚନ ଏବଂ ୨୦୧୪ ଲୋକ ସଭା ନିର୍ବାଚନ ଲାଗି ଦଳରୁ ଟିକେଟ ମିଳି ନ ଥିଲେ ହେଁ ମହୁଆ ଧୈର୍ଯ୍ୟର ସହ ଅପେକ୍ଷା କରିଥିଲେ।୨୦୧୬ ବିଧାନସଭା ନିର୍ବାଚନରେ ତାଙ୍କୁ ଟିକେଟ ମିଳିବା ପରେ କରିମପୁର ଆସନରୁ ବିଜେତା ହୋଇଥିଲେ। ତାଙ୍କୁ କିନ୍ତୁ ରାଜ୍ୟ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇ ନ ଥିଲା। ଏହାସତ୍ତ୍ୱେ ଦମ୍‌ଦାର ଭାଷଣ ଏବଂ ବାଦ-ବିବାଦ କୌଶଳ ଯୋଗୁ ତାଙ୍କୁ ଜାତୀୟ ଗଣମାଧ୍ୟମରେ ଦଳର ପ୍ରମୁଖ ମୁଖପାତ୍ର ନିଯୁକ୍ତ କରାଯାଇଥିଲା। ୨୦୧୯ରେ ସେ କୃଷ୍ଣାନଗର ଲୋକ ସଭା ଆସନରୁ ଟିକେଟ ପାଇ ବିଜେତା ହୋଇଥିଲେ। ପାର୍ଲାମେଣ୍ଟର ଅନୁଭବ ନ ଥିଲେ ହେଁ ନିଜର ଭାଷଣକୁ ନେଇ ସେ ସର୍ବଦା ଚର୍ଚ୍ଚାରେ ରହୁଥିଲେ। ବିଶେଷକରି ସେ ଟେଲିଭିଜନରେ ହେଉଥିବା ବିତର୍କରେ ଟିଏମ୍‌ସି ତରଫରୁ ସବୁଠାରୁ ଅଧିକ ଲୋକପ୍ରିୟ ନେତା ପାଲଟିଥିଲେ।

ନିଜର ମନର କଥା କହିବା ନେଇ ପରିଚିତ ମହୁଆ ସର୍ବଦା ସଂଗଠନ ମାମଲାରେ ଦଳର ମତଭେଦର ସମ୍ମୁଖୀନ ହୋଇଛନ୍ତି। ସାର୍ବଜନିକ ଭାବେ ମମତା ତାଙ୍କୁ କଟାକ୍ଷ କରିଛନ୍ତି। ଗତ ଦୁଇ ବର୍ଷ ମଧ୍ୟରେ ବିବାଦ ମହୁଆଙ୍କ ପିଛା ଛାଡ଼ି ନ ଥିଲା। ସେ ଖବରଦାତାଙ୍କୁ କଟୁ ଟିପ୍ପଣୀ ଦେଇଥିଲେ। ଏହାପରେ ଦୀର୍ଘଦିନ ଯାଏ ବଙ୍ଗୀୟ ଖବରଦାତାମାନେ ତାଙ୍କର ବହିଷ୍କାର କରିଥିଲେ। ଗତ ବର୍ଷ ଏକ କାର୍ଯ୍ୟକ୍ରମରେ ସେ ମା’ କାଳୀଙ୍କୁ ମାଂସ ଖାଉଥିବା ଏବଂ ମଦ୍ୟପାନ କରୁଥିବା କହିବାକୁ ନେଇ ସମାଲୋଚନାର ଶିକାର ହୋଇଥିଲେ।

ବର୍ତ୍ତମାନ ସମୟରେ ମହୁଆ ଲାଞ୍ଚ ନେଇ ପ୍ରଶ୍ନ ପଚାରିବା ନିମନ୍ତେ ୪୯ ବର୍ଷୀୟ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କଠାରୁ ନଗଦ ୨ କୋଟି ଟଙ୍କା ଏବଂ ବିଳାସପୂର୍ଣ୍ଣ ଉପହାର ନେଇଥିବା ଅଭିଯୋଗ ହୋଇଥିଲା। ହେଲେ ସେ ଭାଜପା ସରକାରଙ୍କୁ ଟାର୍ଗେଟ କରୁଥିବାରୁ ତାଙ୍କୁ ହଇରାଣ କରାଯାଇଥିବା କହିଥିଲେ। ଏପରିକି ସେ ବହୁମତ ସହ ପୁଣିଥରେ ପାର୍ଲାମେଣ୍ଟ ଫେରିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଏହି ବିବାଦ ସହ ଏମ୍‌ପି ଭାବେ ତାଙ୍କ ପ୍ରଥମ କାର୍ଯ୍ୟକାଳ ସମାପ୍ତ ହୋଇଛି। ହେଲେ ଟିଏମ୍‌ସିର ଶୀର୍ଷ ନେତୃତ୍ୱଙ୍କ ଦ୍ୱାରା ଦଳ ଭିତରେ ତାଙ୍କ ପତିଆରା ନିଶ୍ଚିତ ଭାବେ ବଢ଼ିଛି। ବିରୋଧୀଦଳଗୁଡ଼ିକ ମଧ୍ୟ ତାଙ୍କ ସହ ଅଛନ୍ତି। ଭାଜପାକୁ ନେଇ ବକ୍ତବ୍ୟ ରଖୁଥିବା ବେଳେ କଂଗ୍ରେସ ନେତା ସୋନିଆ ଗାନ୍ଧୀ ତାଙ୍କ ସହ ଛିଡ଼ା ହେବା ତାର ଉଦାହରଣ ବୋଲି ଧରିନିଆଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri