ବଜାରରେ ମହିନ୍ଦ୍ରାର ନୂଆ ଥାର୍‌

ନୂଆଦିଲ୍ଲୀ: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ ପକ୍ଷରୁ ନୂଆ ‘ଥାର୍‌’ ମଡେଲ ଶୁକ୍ରବାର ବଜାରରେ ପ୍ରବେଶ କରିଛି। ମହିନ୍ଦ୍ରା ଗ୍ରୁପ୍‌ର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ଏହି ନୂଆ ଏସ୍‌ୟୁଭିକୁ ଉନ୍ମୋଚନ କରାଯାଇଛି। ମହିନ୍ଦ୍ରାର ପରମ୍ପରାକୁ ବଜାୟ ରଖି ନୂଆ ଥାର୍‌ ଆହୁରି ଶକ୍ତିଶାଳୀ ପରଫରମାନ୍ସ ସହ ଗ୍ରାହକଙ୍କ ମନ ଜିଣିବାରେ ସହାୟକ ହେବ ବୋଲି ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ର ଏମ୍‌ଡି ତଥା ସିଇଓ ଡ.ପଓ୍ବନ ଗୋଏଙ୍କା ସୂଚନା ଦେଇଛନ୍ତି। ନୂଆ ଅବତାରରେ ଆସିଥିବା ‘ଥାର୍‌’ ୨ଟି ଟ୍ରିମ ( ଏଏକ୍ସ ଏବଂ ଏଲ୍‌ଏକ୍ସ)ରେ ଉପଲବ୍ଧ ହେଉଥିବା ଜଣାପଡିଛି। ଏଏକ୍ସ ସିରିଜର ଆରମ୍ଭ ମୂଲ୍ୟ ୯.୮୦ ଲକ୍ଷ ଟଙ୍କା ରହିଥିବା ବେଳେ ଏଲ୍‌ଏକ୍ସ ସିରିଜ ୧୨.୪୯ ଲକ୍ଷ ଟଙ୍କା ରହିଛି। ନୂଆ ମଡେଲରେ ଗ୍ରାହକ ସଦ୍ୟତମ ଷ୍ଟାଇଲ, ପରଫରମାନ୍ସ, ଆରାମ, ଟେକ୍ନୋଲୋଜି, ସୁବିଧା ଏବଂ ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ଫିଚର ଲାଭ କରିପାରିବେ। ଯାନଟିରେ ବିଏସ୍‌ ୬ ଇଞ୍ଜିନ ବିକଳ୍ପ, ୨.୦ ଲିଟରର ଏମ୍‌ଷ୍ଟାଲିୟନ ଟିଜିଡିଆଇ ପେଟ୍ରୋଲ ଇଞ୍ଜିନ, ୨.୨ ଲିଟରର ଏମ୍‌ହକ୍‌ ଡିଜେଲ ଇଞ୍ଜିନ, ୬ ସ୍ପିଡ୍‌ ଅଟୋମେଟିକ ଟ୍ରାନ୍ସମିଶନ କିମ୍ବା ୬ ସ୍ପିଡ୍‌ ମାନୁଆଲ ଟ୍ରାନ୍ସମିଶନର ବିକଳ୍ପ ରହିଛି। ସେହିଭଳି ପ୍ରଥମ ଥର ଲାଗି ଏଥିରେ ଟପ୍‌ ବିକଳ୍ପ ପ୍ରଦାନ କରାଯାଇଛି। ଲୋକମାନେ କନଭର୍ଟିବଲ ଟପ୍‌ କିମ୍ବା ହାର୍ଡ ଟପ୍‌ ବା ସଫ୍ଟ ଟପ୍‌ ବାଛିପାରିବେ। ୪ ଫ୍ରଣ୍ଟ ଫେସିଂ ସିଟ୍‌ ବ୍ୟବସ୍ଥା ଏଥିରେ କରାଯାଇଛି। ସେହିଭଳି ୧୭.୭ ସେମିର ଟଚ୍‌ ସ୍କ୍ରିନ ଇନ୍‌ଫୋଟେନମେଣ୍ଟ ସିଷ୍ଟମ, କ୍ରୁଜ କଣ୍ଟ୍ରୋଲ, ଆଡଭେନଞ୍ଚର ଷ୍ଟାଟିଷ୍ଟିକ୍ସ ଡିସ୍ପଲେ, ସ୍ପୋର୍ଟି ଫ୍ରଣ୍ଟ ସିଟ୍‌, ରୁଫ୍‌ ମାଉଣ୍ଟେଡ ସ୍ପିକର ମଡେଲଟିରେ ସ୍ଥାନିତ ହୋଇଛି। ଏହାବାଦ ନିରାପତ୍ତା ଫିଚର ମଧ୍ୟରେ ଏବିଏସ୍‌, ଇବିଡି, ଡୁଆଲ ଏୟାର ବ୍ୟାଗ୍‌ ପ୍ରମୁଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିସେମ୍ବର ୩୧ ପୂର୍ବରୁ ଯଦି ନ କରନ୍ତି ଏହି କାମ, ତେବେ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୨୭।୧୨: ଯଦି ଆପଣ ଜଣେ କରଦାତା, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। PAN ଏବଂ ଆଧାରକୁ ଲିଙ୍କ କରିବା ଆଉ କେବଳ...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...

ନୂଆବର୍ଷରେ ମହଙ୍ଗା ଯୋଇଯିବ ଏହିସବୁ ଔଷଧ, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୬।୧୨:ସରକାର ଅତ୍ୟାବଶ୍ୟକ ଔଷଧ ପାଇଁ ସୁଲଭ ଏବଂ ନିରାପଦ କଞ୍ଚାମାଲ ସୁନିଶ୍ଚିତ କରିବା ପାଇଁ ନୂତନ ପଦକ୍ଷେପ ନେଉଛନ୍ତି, କିନ୍ତୁ ଔଷଧ ଶିଳ୍ପ ବିଶେଷଜ୍ଞମାନେ ଭୟ...

Gold Silver Price: ରେକର୍ଡ ଭାଙ୍ଗିଲା ସୁନା ଦର, ରୂପା ଏକାଥରେ ୮ ହଜାର…..

ନୂଆଦିଲ୍ଲୀ,୨୬।୧୨:  ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି କିନ୍ତୁ ସୁନା ଏବଂ ରୂପାର ଚମକ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ । ବର୍ଷର ଶେଷ ଦିନଗୁଡ଼ିକରେ...

୯ ଟଙ୍କା ଛୁଇଁଲାଣି ଅଣ୍ଡା ଦର: କେବେ ମିଳିବ ଆଶ୍ୱସ୍ତି, କାହିଁକି ହେଉଛି ମହଙ୍ଗା?

ଭୁବନେଶ୍ୱର,୨୬।୧୨: ଭାରତର ଅନେକ ସହରରେ ଗୋଟିଏ ଅଣ୍ଡା ଦର ୮ ଟଙ୍କା କିମ୍ବା ତା’ଠାରୁ ଅଧିକରେ ବିକ୍ରି ହେଉଥିବା ବେଳେ ଏହି ଶୀତଦିନେ ଅଣ୍ଡା ଦର...

Post Officeର ଏହି ସ୍କିମ୍‌ରେ କରନ୍ତୁ ନିବେଶ: ମିଳିବ ୧୭ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୬।୧୨: ଆଜିର ଦୁନିଆରେ ସମସ୍ତେ ଏକ ସୁରକ୍ଷିତ ଭବିଷ୍ୟତ ଚାହାଁନ୍ତି। ଯଦି ଆପଣ ଧୀରେ ଧୀରେ ଏକ ବଡ଼ ପାଣ୍ଠି ଗଠନ କରିବାକୁ ଚାହୁଁଛନ୍ତି, ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri