ବଜାରରେ ମହିନ୍ଦ୍ରାର ନୂଆ ଥାର୍‌

ନୂଆଦିଲ୍ଲୀ: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ ପକ୍ଷରୁ ନୂଆ ‘ଥାର୍‌’ ମଡେଲ ଶୁକ୍ରବାର ବଜାରରେ ପ୍ରବେଶ କରିଛି। ମହିନ୍ଦ୍ରା ଗ୍ରୁପ୍‌ର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ଏହି ନୂଆ ଏସ୍‌ୟୁଭିକୁ ଉନ୍ମୋଚନ କରାଯାଇଛି। ମହିନ୍ଦ୍ରାର ପରମ୍ପରାକୁ ବଜାୟ ରଖି ନୂଆ ଥାର୍‌ ଆହୁରି ଶକ୍ତିଶାଳୀ ପରଫରମାନ୍ସ ସହ ଗ୍ରାହକଙ୍କ ମନ ଜିଣିବାରେ ସହାୟକ ହେବ ବୋଲି ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ର ଏମ୍‌ଡି ତଥା ସିଇଓ ଡ.ପଓ୍ବନ ଗୋଏଙ୍କା ସୂଚନା ଦେଇଛନ୍ତି। ନୂଆ ଅବତାରରେ ଆସିଥିବା ‘ଥାର୍‌’ ୨ଟି ଟ୍ରିମ ( ଏଏକ୍ସ ଏବଂ ଏଲ୍‌ଏକ୍ସ)ରେ ଉପଲବ୍ଧ ହେଉଥିବା ଜଣାପଡିଛି। ଏଏକ୍ସ ସିରିଜର ଆରମ୍ଭ ମୂଲ୍ୟ ୯.୮୦ ଲକ୍ଷ ଟଙ୍କା ରହିଥିବା ବେଳେ ଏଲ୍‌ଏକ୍ସ ସିରିଜ ୧୨.୪୯ ଲକ୍ଷ ଟଙ୍କା ରହିଛି। ନୂଆ ମଡେଲରେ ଗ୍ରାହକ ସଦ୍ୟତମ ଷ୍ଟାଇଲ, ପରଫରମାନ୍ସ, ଆରାମ, ଟେକ୍ନୋଲୋଜି, ସୁବିଧା ଏବଂ ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ଫିଚର ଲାଭ କରିପାରିବେ। ଯାନଟିରେ ବିଏସ୍‌ ୬ ଇଞ୍ଜିନ ବିକଳ୍ପ, ୨.୦ ଲିଟରର ଏମ୍‌ଷ୍ଟାଲିୟନ ଟିଜିଡିଆଇ ପେଟ୍ରୋଲ ଇଞ୍ଜିନ, ୨.୨ ଲିଟରର ଏମ୍‌ହକ୍‌ ଡିଜେଲ ଇଞ୍ଜିନ, ୬ ସ୍ପିଡ୍‌ ଅଟୋମେଟିକ ଟ୍ରାନ୍ସମିଶନ କିମ୍ବା ୬ ସ୍ପିଡ୍‌ ମାନୁଆଲ ଟ୍ରାନ୍ସମିଶନର ବିକଳ୍ପ ରହିଛି। ସେହିଭଳି ପ୍ରଥମ ଥର ଲାଗି ଏଥିରେ ଟପ୍‌ ବିକଳ୍ପ ପ୍ରଦାନ କରାଯାଇଛି। ଲୋକମାନେ କନଭର୍ଟିବଲ ଟପ୍‌ କିମ୍ବା ହାର୍ଡ ଟପ୍‌ ବା ସଫ୍ଟ ଟପ୍‌ ବାଛିପାରିବେ। ୪ ଫ୍ରଣ୍ଟ ଫେସିଂ ସିଟ୍‌ ବ୍ୟବସ୍ଥା ଏଥିରେ କରାଯାଇଛି। ସେହିଭଳି ୧୭.୭ ସେମିର ଟଚ୍‌ ସ୍କ୍ରିନ ଇନ୍‌ଫୋଟେନମେଣ୍ଟ ସିଷ୍ଟମ, କ୍ରୁଜ କଣ୍ଟ୍ରୋଲ, ଆଡଭେନଞ୍ଚର ଷ୍ଟାଟିଷ୍ଟିକ୍ସ ଡିସ୍ପଲେ, ସ୍ପୋର୍ଟି ଫ୍ରଣ୍ଟ ସିଟ୍‌, ରୁଫ୍‌ ମାଉଣ୍ଟେଡ ସ୍ପିକର ମଡେଲଟିରେ ସ୍ଥାନିତ ହୋଇଛି। ଏହାବାଦ ନିରାପତ୍ତା ଫିଚର ମଧ୍ୟରେ ଏବିଏସ୍‌, ଇବିଡି, ଡୁଆଲ ଏୟାର ବ୍ୟାଗ୍‌ ପ୍ରମୁଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri