Categories: ବାଣିଜ୍ୟ

‘ମହିନ୍ଦ୍ରାର ନୂଆ ଜି ୭୫ ସ୍ମାର୍ଟ ମୋଟର୍‌ ଗ୍ରେଡର୍‌’

ଭୁବନେଶ୍ୱର,୨୧।୧୧: ମହିନ୍ଦ୍ରା ଗ୍ରୁପ୍‌ର ସହଯୋଗୀ ସଂସ୍ଥା ମହିନ୍ଦ୍ରା କନ୍‌ଷ୍ଟ୍ରଶନ ଇକ୍ୟୁପ୍‌ମେଣ୍ଟ (ଏମ୍‌ସିଇ) ଡିଭିଜନର ନୂତନ ଉତ୍ପାଦ ‘ଜି ୭୫ ସ୍ମାର୍ଟ ମୋଟର୍‌ ଗ୍ରେଡର୍‌’ର ଉନ୍ମୋଚନ କରାଯାଇଛି। ଏପରିକି କମ୍ପାନୀର ‘ନ୍ୟୁ ମହିନ୍ଦ୍ରା ରୋଡ୍‌ମାଷ୍ଟର୍‌ ଜି ୭୫ ସ୍ମାର୍ଟ ‘ପ୍ରଫିଟ୍‌ କା ପାର୍ଟନର୍‌’ର ଶୁଭାରମ୍ଭ ସହ ସଡକ ନିର୍ମାଣ ଉପକରଣ ଶୃଙ୍ଖଳାର ସମ୍ପ୍ରସାରଣ ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ମହିନ୍ଦ୍ରାର ଅଥୋରାଇଜ୍‌ଡ ଡିଲର୍‌ ଟିଆର୍‌ଏସ୍‌ ଇଞ୍ଜିନିୟରିଂ ପକ୍ଷରୁ ସ୍ଥାନୀୟ ଡିଏମ୍‌ କନ୍‌ଭେନଶନ ଆଇଗିଣିଆଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ବିଶେଷ କରି କମ୍ପାନୀର ଉତ୍ପାଦ ଓଡ଼ିଶା ବଜାର ପ୍ରବେଶ ସାଙ୍ଗକୁ ଉକ୍ତ ଉପତ୍ାଦର ଅନାବରଣ ମଧ୍ୟ କରାଯାଇଥିଲା। ଏହି ଅବସରରେ କମ୍ପାନୀର ହେଡ୍‌ ଅଫ୍‌ କଷ୍ଟମର୍‌ କେୟାର ରାଜେନ୍ଦ୍ର ଆଷ୍ଟେକର, ବ୍ରାଣ୍ଡ୍‌ ହେଡ୍‌ ରବି ଶର୍ମା, ଜୋନାଲ ସେଲ୍‌ସ ହେଡ୍‌ ଏସ୍‌. ରାଜୁ, ହେଡ୍‌ ଅଫ୍‌ ଜୋନାଲ କଷ୍ଟମର କେୟାର ସନ୍ଦିପ୍‌ ଘୋଷ, ଟିଆର୍‌ଏସ୍‌ ଇଞ୍ଜିନିୟରିଂର ପରିଚାଳନା ନିର୍ଦ୍ଦେଶକ ଦେବଦତ୍ତ ରୟ ପ୍ରମୁଖ ଉପସ୍ଥିତ ଥିଲେ।

ଏ ସମ୍ପର୍କରେ ମହିନ୍ଦ୍ରାର ହେଡ୍‌ ଅଫ୍‌ କଷ୍ଟମର୍‌ କେୟାର ରାଜେନ୍ଦ୍ର ଆଷ୍ଟେକର କହିଛନ୍ତି, ଆମେ ଆମର ଗ୍ରାହକଙ୍କୁ ଡିସରପଟିଭ୍‌ ପ୍ରଡ଼କ୍ଟ ଓ ସେବା ପ୍ରଦାନ କରିବା ପାଇଁ ପ୍ରତିବଦ୍ଧ ରହିଛୁ। ଏହାକୁ ରାଷ୍ଟ୍ର ନିର୍ମାଣରେ ସହଭାଗିତା ରଖୁଥିବା କଂଟ୍ରାକ୍ଟରମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତରେ ପରିକଳ୍ପନା ଓ ବିକଶିତ କରାଯାଇଛି। ସେହିପରି ଏହି ଅବସରରେ ମହିନ୍ଦ୍ରା ଓ ଟିଆର୍‌ଏସ୍‌ ଇଞ୍ଜିନିୟରିଂ ସହ ଜଡିତ ଗ୍ରାହକମାନେ ସେମାନଙ୍କର ଅଭିଜ୍ଞତା ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ। ଟିଆର୍‌ଏସ୍‌ ଇଞ୍ଜିନିୟରିଂର ଏମ୍‌ଡି ଦେବଦତ୍ତ ରାୟ ସେଠାରେ ଉପସ୍ଥିତ ଥିବା ସମସ୍ତ ଅତିଥି ଓ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଥିଲେ।

Share