Categories: ବାଣିଜ୍ୟ

ମହିନ୍ଦ୍ରାର ନ୍ୟୁ ଇ-ଆଲ୍‌ଫା ସୁପର ରିକ୍‌ସା

ଭୁବନେଶ୍ୱର,୨୧।୮: ମହିନ୍ଦ୍ରା ଲାଷ୍ଟ ମାଇଲ୍‌ ମୋବିଲିଟି (ଏଲ୍‌ଏମ୍‌ଏମ୍‌)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ମହିନ୍ଦ୍ରା ନ୍ୟୁ ଇ-ଆଲ୍‌ଫା ସୁପର ରିକ୍‌ସାର ସର୍ବଭାରତୀୟ ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଉକ୍ତ ମଡେଲକୁ ଥରେ ଚାର୍ଜ କଲେ ୯୫ କି.ମି.ରୁ ଅଧିକ ଦୂର ସହିତ ଉଚ୍ଚ ରେଞ୍ଜ୍‌କୁ ମଧ୍ୟ ଯାଇପାରେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ସେହିଭଳି ଉକ୍ତ ମଡେଲ ୧୪୦ ଏଏଚ୍‌ ଲିଡ୍‌-ଏସିଡ୍‌ ବ୍ୟାଟେରି ସହିତ ଇ-ଆଲ୍‌ଫା ସୁପର ଏକ ସାର୍ଟିଫାଏଡ୍‌ ରେଞ୍ଜ ପ୍ରଦାନ କରୁଥିବା ବେଳେ କମ୍ପାନୀ ପୂର୍ବ ମଡେଲଗୁଡ଼ିକ ତୁଳନାରେ ୨୦% ଅଧିକ ରହିଥିବାବେଳେ ଏହା ମୋଟ ୧.୬୪ କିଲୋୱାଟ ପିକ୍‌ ପାୱାର ଏବଂ ୨୨ ଏନ୍‌ଏମ୍‌ ଟର୍କ ଉତ୍ପାଦନ ଓ ଉତ୍କୃଷ୍ଟ ପ୍ରଦର୍ଶନ ପ୍ରଦାନ କରିଥାଏ।

ଏ ସମ୍ପର୍କରେ ମହିନ୍ଦ୍ରା ଲାଷ୍ଟ ମାଇଲ ମୋବିଲିଟିର ସିଇଓ ସୁମନ ମିଶ୍ର କହିଛନ୍ତି, ସ୍ବଚ୍ଛ ଗତିଶୀଳତାର ଚାହିଦା ବଢ଼ୁଥିବାବେଳେ ଆମର ଇ-ଆଲ୍‌ଫା ସୁପର ରିକ୍ସା ଉନ୍ନତ ରେଞ୍ଜ୍‌ ଏବଂ ରୋଜଗାର କ୍ଷମତା ପ୍ରଦାନ କରୁଛି। ଏପରିକି ଇ-ଆଲ୍‌ଫା ସୁପରରେ ଉନ୍ନତ ୧୮ ଏ ଚାର୍ଜର ରହିଛି, ଯାହା ୧୨ ମାସର ୱାରେଣ୍ଟି ସହିତ ଆସିଥାଏ ଏବଂ ଦ୍ରୁତ ଚାର୍ଜିଂ ସମୟ ପ୍ରଦାନ କରିଥାଏ। ମହିନ୍ଦ୍ରା ୩ଚକିଆ ଇଭି ଗ୍ରାହକମାନେ ଆମର ଚାର୍ଜିଂ ପାର୍ଟନରଙ୍କ ସହାୟତାରେ ଦେଶବ୍ୟାପୀ ୧୦,୦୦୦ରୁ ଅଧିକ ଚାର୍ଜିଂ ଷ୍ଟେଶନକୁ ମଧ୍ୟ ଆକ୍‌ସେସ୍‌ କରିପାରିବେ।

Share