Categories: ବାଣିଜ୍ୟ

ମହିନ୍ଦ୍ରା ଥର୍‌ ଅଫ୍‌ ରୋଡ୍‌ ଅନୁଭୂତି

ଭୁବନେଶ୍ୱର,୨୪।୩: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌(ଏମ୍‌ଏମ୍‌ଏଲ୍‌) ପକ୍ଷରୁ ‘ମହିନ୍ଦ୍ରା ଥର୍‌’ ଗ୍ରାହକଙ୍କ ପାଇଁ ଏକ ଅଭିନବ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବିଶେଷକରି ମହିନ୍ଦ୍ରା ଥର ଗାଡ଼ିର ଭୁବନେଶ୍ୱର ଓ କଟକ ଗ୍ରାହକମାନଙ୍କ ପାଇଁ ସ୍ଥାନୀୟ କୁଆଖାଇ ନଦୀପଠାସ୍ଥିତ ବାଲିଯାତ୍ରା ପଡ଼ିଆଠାରେ ‘ଅଫ୍‌ ରୋଡ୍‌ ଇଭେଣ୍ଟ’ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ମହିନ୍ଦ୍ରାର ଏସ୍‌ଏମ୍‌ ମନୋଜ ମହାପାତ୍ରଙ୍କ ସମେତ ହିରନମୟ ଲାହାରି, ଧର୍ମେନ୍ଦ୍ର ପ୍ରଧାନ ଓ ପାର୍ଥ ଜୈନ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ମହିନ୍ଦ୍ରାର ଅଧିକୃତ ଡିଲର ଉତ୍କଳ ଅଟୋ ମୋବାଇଲ୍ସ ଓ ଆଦିତ୍ୟ ମୋର୍ଟସର କର୍ମଚାରୀମାନେ ଆବଶ୍ୟକ ସହଯୋଗ କରିଥିଲେ।

Share