ମହିନ୍ଦ୍ରା ‘ଥାର୍‌ ରକ୍ସ’ର ଅନାବରଣ

ନୂଆଦିଲ୍ଲୀ,୧୭।୮: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ (ମହିନ୍ଦ୍ରା)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନୂତନ ଏସ୍‌ୟୁଭି ‘ମହିନ୍ଦ୍ରା ଥାର୍‌ ରକ୍ସ’ର ଓ୍ବାର୍ଲଡ ପ୍ରିମିୟର ସହ ଅନାବରଣ ନିକଟରେ ହୋଇଯାଇଛି। ଏପରିକି ‘ମହିନ୍ଦ୍ରା ଥାର୍‌ ରକ୍ସ’ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି।
ଉଲ୍ଲେଖଯୋଗ୍ୟ, ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ଏସ୍‌ୟୁଭି ଉତ୍ପାଦକ (ନିର୍ମାତା) ମହିନ୍ଦ୍ରା ତା’ର ଏହି ନୂତନ ଏସ୍‌ୟୁଭି ମହିନ୍ଦ୍ରା ଥାର୍‌ ରକ୍ସ ଜରିଆରେ ଏକ ନୂତନ କ୍ଷମତା ପ୍ରଦର୍ଶନ ସହ ଶିଳ୍ପରେ ମଧ୍ୟ ନୂଆ ମାଇଲଖୁଣ୍ଟ ହାସଲ କରିବାକୁ ଲକ୍ଷ୍ୟ ରଖିଛି।
ସେହିଭଳି ‘ମହିନ୍ଦ୍ରା ଥାର୍‌ ରକ୍ସ’ରେ ୨ଲିଟର ଟର୍ବୋ ପେଟ୍ରୋଲ ଏବଂ ୨.୨ଲିଟର ଡିଜେଲ ଇଞ୍ଜିନର ବିକଳ୍ପ ମଧ୍ୟ ଉପଲବ୍ଧ। ଏପରିକି ୫ସିଟର ବିଶିଷ୍ଠ ଏହି ମଡେଲରେ ୬ଟି ମାନୁଆଲ ଏବଂ ୬ଟି ଅଟୋମେଟିକ୍‌ ଟ୍ରାନ୍ସ ମିଶନ ସୁବିଧା ରହିଛି।
ସେହିପରି ୨୦୨୦ ଅଗଷ୍ଟ ୧୫ରେ ବ୍ରାଣ୍ଡ୍‌ର ଥାର୍‌ ମଡେଲ ବା ମହିନ୍ଦ୍ରା ଥାର୍‌ ବଜାରରେ ପ୍ରବେଶ ସହ ଶିଳ୍ପରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲା।
ଏ ସମ୍ପର୍କରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ପ୍ରେସିଡେଣ୍ଟ (ଅଟୋମୋଟିଭ ସେକ୍ଟର) ବିଜୟ ନାକ୍ରା କହିଥିଲେ, ଆମେ ଆମର ନୂତନ ଏସ୍‌ୟୁଭିର ସର୍ବଭାରତୀୟ ଉନ୍ମୋଚନ ସହ ଓ୍ବାର୍ଲଡ ପ୍ରିମିୟର ଅନାବରଣକରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି ୨୦୨୪ ଅଗଷ୍ଟ ୧୫ରେ ଏହି ମଡେଲର ଆନୁଷ୍ଠାନିକ ଅନାବରଣ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣାକରି ଆମେ ଆନନ୍ଦିତ ଥିଲାବେଳେ ଗ୍ରାହକଙ୍କ ଆଗ୍ରହ ଓ ଉଦ୍ଦୀପନା ଆମକୁ ବେଶ୍‌ ଆକର୍ଷିତ କରିଛି ବୋଲି ସେ ବିସ୍ତୃତ ଭାବେ ଆଲୋକପାତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଖୋଜ ଥିଲେ: କେନାଲରୁ ମିଳିଲା ବୃଦ୍ଧଙ୍କ ମୃତଦେହ

କୋକସରା,୫।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ମାଝୀଗୁଡା ପଞ୍ଚାୟତ କାଦୋପଡା ନିକଟ ଇନ୍ଦ୍ରାବତୀ କେନାଲରୁ କୋକସରା ପୋଲିସ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି।…

ଟି-୨୦ ବିଶ୍ୱକପ୍: ଆଇସିସି କ’ଣ ଭାରତକୁ ବାହାର କରିପାରିଥାନ୍ତା? ନାସର ହୁସେନ୍‌ଙ୍କ ମନ୍ତବ୍ୟକୁ ନେଇ ହଟଚମଟ

ନୂଆଦିଲ୍ଲୀ,୫।୨: ଥମିବାର ନା ନେଉନାହିଁ ଟି-୨୦ ବିଶ୍ୱକପ୍ ବିବାଦ। ଏହାରି ମଧ୍ୟରେ ଏହାକୁ ଆହୁରି ଜଟିଳ ଆତାକୁ ଟାଣି ନେଉଛି ବ୍ୟକ୍ତିବିଶେଷଙ୍କ ବୟାନ। ଏହାରି ମଧ୍ୟରେ ପୂର୍ବତନ…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ଭକ୍ତ: କଂଗ୍ରେସରୁ ନିଳମ୍ବିତ ହେଲେ ୩ ସରପଞ୍ଚଙ୍କ ସହ…

ରାୟଗଡା,୫।୨(ଆଶିଷ ରଞ୍ଜନ ପଣ୍ଡା): ଗୁଡାରି ବ୍ଲକ ଅଧକ୍ଷାଙ୍କ ବିରୋଧରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ ଦେଇ ଦଳ ବିରୋଧୀ କାର୍ଯ୍ୟ ଓ ବିଶୃଙ୍ଖଳା ଆଚରଣ…

ସାମ୍ନାକୁ ଆସିଲା ଅଜିତ ପାଓ୍ବାରଙ୍କ ଶେଷ ଭିଡିଓ, ଜାଣନ୍ତୁ ବିମାନ ଦୁର୍ଘଟଣା ପୂର୍ବରୁ କ’ଣ କହିଥିଲେ? ଭାବବିହ୍ବଳ କରୁଛି…

ମୁମ୍ବାଇ,୫।୨: ମହାରାଷ୍ଟ୍ରର ଦିବଂଗତ ଉପମୁଖ୍ୟମନ୍ତ୍ରୀ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଅଜିତ ପାୱାରଙ୍କ ଏକ ଶେଷ ଭିଡିଓ ସାମ୍ନାକୁ ଆସିଛି, ଯାହା ରାଜ୍ୟ ରାଜନୈତିକ…

ଯୌତୁକ ପାଇଁ ସ୍ବାମୀ ସାଜିଲା ପିଶାଚ, ସ୍ତ୍ରୀଙ୍କୁ ପିଆଇଦେଲେ ବିଷ, ଫେରାର୍‌ ହୋଇଗଲେ…

ଦିଗପହଣ୍ଡି, ୫।୨(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଜକରାପଲ୍ଲୀ ଗ୍ରାମରେ ଅଧିକା ଯୌତୁକ ପାଇଁ ସନ୍ଧ୍ୟା ବିଷୋୟୀ(୨୩)ଙ୍କୁ ବୁଧବାର ସ୍ବାମୀ ଓ…

ସ୍କାଉଟ୍‌ସ ଓ ଗାଇଡ୍‌ସ ଶିବିର ଉଦ୍‌ଘାଟିତ: ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ମଞ୍ଚ

ଦାରିଙ୍ଗବାଡି, ୫ ।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁବାର ୩ ଦିନିଆ ସ୍କାଉଟ୍‌ସ ଓ…

ପାଟଣାବାସୀଙ୍କ ଦୀର୍ଘଦିନର ଦାବି ହେଲା ପୂରଣ, ମୁଖ୍ୟମନ୍ତ୍ରୀ ଲୋକାର୍ପଣ କଲେ…

ପାଟଣା,୫।୨(ବୀର କିଶୋର ଦାଶ): ଓଡ଼ିଶାରେ ଗୁରୁବାର ୫୭ଟି ନୂତନ ସବ ରେଜିଷ୍ଟ୍ରର କାର୍ଯ୍ୟାଳୟ ଓ “ଆମ ସାଥୀ “ୟୁନିଫାଏଡ ହ୍ବାଟସ ଆପକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

‘ମୋଦି, ତୁମର କବର ଖୋଳାଯିବ’, କାହିଁକି ଏପରି ସ୍ଲୋଗାନ ଦେଉଛି କଂଗ୍ରେସ? ରାଜ୍ୟ ସଭାରେ ପ୍ରଧାନମନ୍ତ୍ରୀ ମୋଦି ଦେଲେ…

ନୂଆଦିଲ୍ଲୀ,୫।୨: ରାଜ୍ୟ ସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବିବୃତ୍ତିରେ କଂଗ୍ରେସକୁ କଡ଼ା ଟାର୍ଗେଟ କରିଥିଲେ। ସେ କହିଥିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri