Categories: ବାଣିଜ୍ୟ

ମହିନ୍ଦ୍ରାର ନୂତନ ଟ୍ରକ୍‌, ବସ୍‌ ଶୋ’ ରୁମ୍‌

ଫୁଲନଖରା,୧ା୯(ଡି. ଏନ. ଏ): ଖୋର୍ଦ୍ଧା ଜିଲ୍ଲା ପାହାଳ ଥାନା ଅନ୍ତର୍ଗତ ପାହାଳ ନିକଟରେ ମହିନ୍ଦ୍ରା ଗ୍ରୁପ ଅଫ କ୍ୟାମ୍ପାନିର ର୍ସ୍‌ଣ ଅଟୋ ମୋବାଇଲସ୍‌ ପକ୍ଷରୁ ନୂତନ ଟ୍ରକ୍‌ ଏବଂ ବସ ଶୋରୁମ୍‌ ବୁଧବାର ଉଦ୍‌ଘାଟିତ ହୋଇଛି। ମୁଖ୍ୟ ଅତିଥି ଭାବେ ସ୍ବାମୀ ବ୍ରହ୍ମାନନ୍ଦ ସରସ୍ବତୀ ଯୋଗ ଦେଇ ଶୋରୁମ୍‌ ଟିକୁ ଉଦ୍‌ଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ମହନ୍ତ ରାମକୃଷ୍ଣ ଦାସ ମହାରାଜ ପୁରୀ, ସ୍ବର୍ଣ୍ଣ ଅଟୋ ମୋବାଇଲ୍‌ ମୁଖ୍ୟ ବଦ୍ରିନାଥ ପଟ୍ଟନାୟକ, ନିର୍ଦ୍ଦେଶକ ପ୍ରସନ୍ନ କୁମାର ଦାଶ, ଲଲାଟେନ୍ଦୁ ପରିଡ଼ା, ଡ. ନିବେଦିତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ମହିନ୍ଦ୍ରା କ୍ୟାମ୍ପନୀ ଗ୍ରୁପ୍‌ ଅଫ୍‌ କମ୍ପାନୀ ପକ୍ଷରୁ ଓଡ଼ିଶାର ୯ ଜିଲ୍ଲାରେ ସ୍ବର୍ଣ୍ଣ ଅଟୋକୁ ଶୋ’ ରୁମ୍‌ ଖୋଲିବା ପାଇଁ ଅନୁମତି ମିଳିଛି। ଟ୍ରକ୍‌ କ୍ଷେତ୍ରରେ ଦୁଇ ଟନ୍‌ରୁ ଆରମ୍ଭ କରି ୫୫ ଟନ୍‌ ଓ ବସ୍‌ଗୁଡିକ ୧୦ ସିଟ୍‌ରୁ ଆରମ୍ଭ କରି ୫୧ ସିଟ୍‌ ପର୍ଯ୍ୟନ୍ତ ଏହି ଶୋରୁମ୍‌ରେ ଉପଲବ୍ଧ ହେବ। ଅନ୍ୟ ସବୁ ଟ୍ରକ୍‌ ବସ୍‌ ତୁଳନାରେ ଏହା ଅଧିକ ମାଇଲେଜ୍‌ ଦେବ ବୋଲି ନିର୍ଦ୍ଦେଶକ କହିଛନ୍ତି।

Share