ଅଡୁଆରେ ବିଜେଡିର ମହୀଧର

କଣ୍ଟାମାଳ, ୧୭ା୩(ଆଦିତେଶ୍ୱର ମିଶ୍ର)ବୌଦ୍ଧ ଜିଲାରେ ଦୁଇଟି ବିଧାନସଭା ନିର୍ବାଚନମଣ୍ଡଳୀ-ବୌଦ୍ଧ ଓ କଣ୍ଟାମାଳ ା କଣ୍ଟାମାଳ ବିଧାନସଭା କ୍ଷେତ୍ର ୨୦୦୯ ମସିହାରୁ ଗଠିତ ହେବାଠାରୁ ବିଜେଡି ପ୍ରାର୍ଥୀ ୩ ଥର ବିଜୟୀ ହୋଇଛନ୍ତି ା ୨୦୦୯ରେ ଭଗବାନ କହଁର ବିଧାୟକ ହୋଇଥିବା ବେଳେ ୨୦୧୪ ଓ ୨୦୧୯ରେ ମହୀଧର ରଣା ବିଜୟୀ ହୋଇଥିଲେ। ଏବେ ମହୀଧରଙ୍କ ପାଇଁ ଅଡୁଆ ସାଜିଛନ୍ତି ଦଳର ପୁରୁଣା ଓ ପୁରୁଖା ନେତା। ବିଜେଡିର ଗୋଷ୍ଠୀ କନ୍ଦଳ ଚରମସୀମାରେ ପହଞ୍ଚଛି ା
ବିଧାୟକ ମହୀଧର କଂଗ୍ରେସ କର୍ମୀଙ୍କୁ ଆପଣାଇଥିବା ବେଳେ ଦଳର ପୁରୁଣା ନେତା ଅଲୋଡ଼ା ହୋଇ ପଡ଼ିଥିବା ଆଲୋଚନା ହେଉଛି।
ନିର୍ବାଚନରେ ବିଜେଡିର ବରିଷ୍ଠ ନେତା ଶେଷଦେବ ମେହେରଙ୍କୁ ଦଳ ଟିକେଟ ନ ଦେବାରୁ ସେ ବିଦ୍ରୋହ କରି ସ୍ବାଧୀନ ଭାବେ ଠିଆ ହୋଇ ୨୮,୩୭୦ ଭୋଟ ପାଇଥିଲେ ା ଏହି ନିର୍ବାଚନରେ ମହୀଧର ଅଳ୍ପ କିଛି ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ା ବର୍ତ୍ତମାନ ମହୀଧରଙ୍କୁ ନିଜ ଦଳର ପୁରୁଖା ନେତାମାନେ ଖୁଲମଖୁଲା ବିରୋଧ କରୁଛନ୍ତି।
ଏନେଇ ସେମାନେ ବିଭିନ୍ନ ସମୟରେ ମହୀଧରଙ୍କ ବିରୋଧରେ ସଭାସମିତି କରି ଆସୁଛନ୍ତି ା ଏଥିସହିତ ବିଧାୟକ ମହୀଧରଙ୍କ ପାଇଁ ଅଡୁଆ ସାଜିଛନ୍ତି ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ର୍ରିୟଦର୍ଶିୀ ପ୍ରତ୍ୟୁଷ ରଥ(ବବି ରଥ) ା ମହୀଧର କଂଗ୍ରେସ କର୍ମୀମାନଙ୍କୁ ଆପଣେଇ ନେଉଥିବାରୁ ବିଜେଡିର ପୁରୁଖା କର୍ମୀ ଓ ସଂଗଠକ ଅଲୋଡ଼ା ହୋଇ ପଡ଼ିଥିବା ଅଭିଯୋଗ ହେଉଛି ା ଦୀର୍ଘ ୪ ମାସ ହେବ ପରିବର୍ତ୍ତନ ସମାବେଶ ନାମରେ ଅସନ୍ତୁଷ୍ଟ କର୍ମୀ ଓ ସଂଗଠକଙ୍କୁ ନେଇ ପ୍ରିୟଦର୍ଶୀ ବିଧାନସଭା ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ପରିବର୍ତ୍ତନ ସମାବେଶ କରି ‘ମହୀଧର ହଟାଓ, କଣ୍ଟାମାଳ ବଞ୍ଚାଅ’ ସ୍ଲୋଗାନ୍‌ ଦେଇ ଆସୁଛନ୍ତି। ମୋଟାମୋଟି ଦେଖିଲେ, କଣ୍ଟାମାଳ ବିଧାନସଭା ନିର୍ବାଚନମଣ୍ଡଳୀର ସ୍ଥିତି ବର୍ତ୍ତମାନ ଶାସକ ଦଳ ପାଇଁ ମୁଣ୍ଡବ୍ୟଥା ପାଲଟିଛି।
ବିଜେଡି ପ୍ରିୟଦର୍ଶୀଙ୍କୁ ରେଢ଼ାଖୋଲ ବିଧାନସଭା ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛି। ଆହୁରି ମଧ୍ୟ ବିଜେଡି ପକ୍ଷରୁ ସେ କଣ୍ଟାମାଳରେ ପ୍ରାର୍ଥୀ ପାଇଁ ଦାବିଦାର ଅଛନ୍ତି। ବିଜେଡି ତାଙ୍କୁ ରେଢ଼ାଖୋଲ ବିଧାନସଭା ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇ ତାଙ୍କର ଅସନ୍ତୋଷକୁ ମନାଇବାରେ ସଫଳ ହେବ ନା ସେ ଯେଭଳି ବିଦ୍ରୋହ କରିଆସୁଛନ୍ତି, ସେଭଳି କରିବେ, ସେନେଇ ଦ୍ୱନ୍ଦ୍ୱ ଲାଗି ରହିଛି। ସେହିପରି ବର୍ତ୍ତମାନର ଜିଲା ପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ ପୂର୍ବରୁ କଣ୍ଟାମାଳ ବ୍ଲକ ଅଧ୍ୟକ୍ଷ ରହିଥିବା ବେଳେ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ଅଧ୍ୟକ୍ଷ ପଦରେ ବସାଇବାରେ ସଫଳ ହୋଇଥିଲେ। ସେ ମଧ୍ୟ ଚଳିତ ନିର୍ବାଚନରେ ଲଢ଼ିିବା ପାଇଁ ପ୍ରସ୍ତୁତ ଥିବା କହୁଛନ୍ତି ା ଦଳର ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭଗବାନ କହଁର ମଧ୍ୟ ଟିକେଟ ଲବିରେ ା ଏଥିସହିତ ଯୁବନେତା କିଶୋର କୁମାର ମେହେରଙ୍କ ନାମ ଚର୍ଚ୍ଚାକୁ ଆସିଛି ା
ଚର୍ଚ୍ଚା ଜୋର ଧରିଛି ଯେ, ଭାଜପାର ବରିଷ୍ଠ ନେତା କହ୍ନେଇ ଚରଣ ଡାଙ୍ଗ ଓ ବୟନିକାର ପୂର୍ବତନ ରାଜ୍ୟ ସଭାପତି ଶେଷଦେବ ମେହେର ହେଉଛନ୍ତି ଦୁଇ ବନ୍ଧୁ। ରାଜନୀତି ଯୋଗୁ ଦୁଇଜଣ ପରସ୍ପରର ବିରୋଧୀ ହୋଇ ଆସୁଥିଲେ ା ଏବେ କୁଆଡ଼େ ଦୁଇ ବନ୍ଧୁଙ୍କ ପୁରୁଣା ବନ୍ଧୁତା ଫେରି ଆସିବା ସହ ଉଭୟଙ୍କୁ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଛି। ୨୦୧୯ ନିର୍ବାଚନରେ ଶେଷଦେବଙ୍କୁ ବିଜେଡିରୁ ଟିକେଟ ନ ମିଳିବାରୁ ସେ ସ୍ବାଧୀନ ପ୍ରାର୍ଥୀ ହୋଇଥିଲେ। ତାଙ୍କର ଭଲ ଭୋଟ ବ୍ୟାଙ୍କ ରହିଛି ା ତେଣୁ ବିଜେଡି ପକ୍ଷରୁ ଏସବୁ ଗୋଷ୍ଠୀ କନ୍ଦଳର ଯଦି ସମାଧାନ କରା ନ ଯାଏ, ଦଳ ହାତରୁ କଣ୍ଟାମାଳ ବିଧାନସଭାମଣ୍ଡଳୀ ଖସିଯାଇପାରେ ବୋଲି ରାଜନୈତିକ ମହଲରେ ଆଲୋଚନା ଜୋର ଧରିଛି ା
ଭାଜପାର ବରିଷ୍ଠ ନେତା କହ୍ନେଇ ଗତ ୨୦୧୯ ନିର୍ବାଚନରେ ମାତ୍ର ୩,୬୫୦ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ ା ଦଳରେ ତାଙ୍କର ସ୍ଥିତି ସୁଦୃଢ଼ ରହିଥିବା ବେଳେ ସେ ଟିକେଟ ପାଇଁ ପ୍ରମୁଖ ଦାବିଦାର ଅଛନ୍ତି ା ଦଳର ଯୁବନେତା ତଥା ବର୍ତ୍ତମାନ ଜିଲା ପରିଷଦ ସଭ୍ୟ ରାକେଶ ତ୍ରିପାଠୀ, ଓମ୍‌ ପ୍ରକାଶ ମିଶ୍ର, ଶ୍ରୀକାନ୍ତ ମିଶ୍ର ଟିକେଟ ଆଶାୟୀ ଅଛନ୍ତି ା
କଣ୍ଟାମାଳ ଆସନରେ କଂଗ୍ରେସ ସ୍ଥିତି ଭଲ ନ ଥିବା ବେଳେ ଦଳର ଯୁବ ନେତା ପ୍ରଶାନ୍ତ କୁମାର ସାହୁ ଏଠାକାର ମଙ୍ଗ ସମ୍ଭାଳିଛନ୍ତି ା ସେ ୨୦୧୯ ନିର୍ବାଚନରେ ମାତ୍ର ୧୩,୧୬୬ ଖଣ୍ଡ ଭୋଟ ପାଇଥିଲେ ା ସେ କଂଗ୍ରେସରୁ ଦାବିଦାର ଥିବାବେଳେ ଦଳର ମନୋଜ କୁମାର ଆଚାର୍ଯ୍ୟ, କେଶବ ଖେତି, ସରୋଜ ପ୍ରଧାନ ଟିକେଟ ପାଇଁ ଆଶାୟୀ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri