Posted inଖେଳ

ଟେନଶନରେ ମାହି, CSK ଜିତିଲା ପରେ ଆଣିଲେ ସାଂଘାତିକ ଅଭିଯୋଗ!

ଲକ୍ଷ୍ନୌ,୧୫।୪: ୧୪ ଏପ୍ରିଲରେ ଚେନ୍ନାଇ ସୁପର କିଙ୍ଗସ, ଲକ୍ଷ୍ନୌ ସୁପରଜିଆଣ୍ଟସକୁ ସେମାନଙ୍କ ଘରୋଇ ଗ୍ରାଉଣ୍ଡରେ ପାଞ୍ଚ ୱିକେଟରେ ପରାସ୍ତ କରିଛି। କ୍ରମାଗତ ପାଞ୍ଚ ଥର ପରାଜୟ ପରେ ସିଏସକେ ଏହି ବିଜୟ ହାସଲ କରିଛି। ଏହି ବିଜୟରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ପ୍ରଥମେ ଏକ ଷ୍ଟମ୍ପିଂ ଏବଂ ତା’ପରେ ଏକ ଚମତ୍କାର ରନଆଉଟ କରି LSGକୁ 166 ରନରେ ସୀମିତ ରଖିଥିଲେ। ତା’ପରେ ସେ 11 ବଲରେ 26 ରନର ଏକ ଦ୍ରୁତ ଇନିଂସ ଖେଳି ଦଳକୁ ବିଜୟୀ କରାଇଥିଲେ। ଏହି ବିଜୟ ପରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଚେନ୍ନାଇର ଏମ. ଚିନ୍ନାସୱାମୀ ଷ୍ଟାଡିୟମ ଅର୍ଥାତ ଚେପକୋ ପିଚକୁ ସମାଲୋଚନା କରିଛନ୍ତି। ସେ ପିଚକୁ ଉନ୍ନତ କରିବା ପାଇଁ କ୍ୟୁରେଟରଙ୍କୁ ନିବେଦନ କରିଛନ୍ତି।

ଆଇପିଏଲର ୧୮ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ, ଚେନ୍ନାଇ ସୁପର କିଙ୍ଗ୍ସ ଦଳ ଘରୋଇ ଗ୍ରାଉଣ୍ଡରେ ଲଗାତାର ତିନୋଟି ମ୍ୟାଚ ହାରିଛି। ଏହି ପରାଜୟ ଧୋନିଙ୍କୁ ପିଚ ବିଷୟରେ କହିବାକୁ ବାଧ୍ୟ କରିଛି। ଲକ୍ଷ୍ନୌରେ ବିଜୟୀ ହେବା ପରେ, ଧୋନି ଚେନ୍ନାଇର ଚେପକୋର ପିଚ୍‌କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଘରୋଇ ପିଚ୍‌ରେ ଲଗାତାର ପରାଜୟର କାରଣ ହେଉଛି ଚେନ୍ନାଇର ଧୀର ୱିକେଟ। ଆମେ ଯେତେବେଳେ ଘର ବାହାରେ ଖେଳିଥିଲୁ, ଆମର ବ୍ୟାଟସମ୍ୟାନମାନେ ଭଲ ପ୍ରଦର୍ଶନ କରିଛନ୍ତି। ହୁଏତ ଆମକୁ ଏପରି ପିଚରେ ଖେଳିବାକୁ ପଡିବ ଯାହା ବ୍ୟାଟିଂ ପାଇଁ ଟିକେ ଭଲ ଏବଂ ଏହା ଆମର ବ୍ୟାଟ୍ସମ୍ୟାନଙ୍କୁ ଆତ୍ମବିଶ୍ୱାସ ଦେଇପାରେ। ମାହି କହିଛନ୍ତି ଯେ ଚେପୋକ ପିଚରେ ପୂର୍ବ ଭଳି ଟର୍ଣ୍ଣ ନାହିଁ, ଯାହା ସିଏସକେକୁ ଚିନ୍ତାରେ ପକାଇଛି। ଚେନ୍ନାଇ ପ୍ରାୟତଃ ନିଜ ଘରୋଇ ଗ୍ରାଉଣ୍ଡରେ ପ୍ରତିପକ୍ଷଙ୍କୁ ସ୍ପିନ ଜାଲରେ ଫସାଇଥାଏ, କିନ୍ତୁ ଏଥର ତାହା ହେଉନାହିଁ।

ଧୋନି ପୂର୍ବରୁ ମଧ୍ୟ ଅନେକ ଅଧିନାୟକ ଏବଂ ପ୍ରଶିକ୍ଷକ ପିଚ ଉପରେ ପ୍ରଶ୍ନ ଉଠାଇଛନ୍ତି। କିଛି ଦିନ ପୂର୍ବରୁ, KKR ଅଧିନାୟକ ଅଜିଙ୍କ୍ୟ ରାହାଣେ ଅଭିଯୋଗପୂର୍ଣ୍ଣ ସୱରରେ କହିଥିଲେ ଯେ ଏହି ପିଚ ବିଷୟରେ ବହୁତ କିଛି କୁହାଯାଇଛି। ତେଣୁ ସେମାନେ କିଛି କହିବେ ନାହିଁ, ନଚେତ ଏହା ଖବର ହୋଇଯିବ। ଲକ୍ଷ୍ନୌ ସୁପରଜିଆଣ୍ଟସର ଜାହିର ଖାନ ମଧ୍ୟ ପିଚ ବିଷୟରେ ଅଭିଯୋଗ କରିଛନ୍ତି।

ଏହି ସିଜିନରେ, ଚେନ୍ନାଇ ସୁପର କିଙ୍ଗସ କ୍ରମାଗତ ପାଞ୍ଚଟି ପରାଜୟ ପରେ ସିଜିନର ଦ୍ୱିତୀୟ ବିଜୟ ପାଇଛି। ପ୍ରଥମେ ବ୍ୟାଟିଂ କରି ରିଷଭ ପନ୍ତଙ୍କ ନେତୃତ୍ୱାଧୀନ ଲକ୍ଷ୍ନୌ ସୁପରଜିଆଣ୍ଟସ ଚେନ୍ନାଇ ବିପକ୍ଷରେ ୧୬୬ ରନ କରିଥିଲା। ଜବାବରେ ଚେନ୍ନାଇ ମାତ୍ର ୧୯.୩ ଓଭରରେ ଲକ୍ଷ୍ୟ ହାସଲ କରି ପାଞ୍ଚ ୱିକେଟରେ ବିଜୟୀ ହୋଇଥିଲା। ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ତାଙ୍କ ଚମତ୍କାର ପ୍ରଦର୍ଶନ ପାଇଁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୁନା୬,୭୦୦ ଏବଂ ରୂପା ୧୨,୭୦୦ ଟଙ୍କା କମିଲା, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦାମ୍

ନୂଆଦିଲ୍ଲୀ,୨୩।୩ ଘରୋଇ ଫ୍ୟୁଚର୍ସ ବଜାରରେ ସୁନା ଏବଂ ରୂପାର ମୂଲ୍ୟରେ ତୀବ୍ର ହ୍ରାସ ହୋଇଛି । MCX ରେ, ସୁନା ୧,୪୦,୧୫୮ (ପ୍ରତି ୧୦ ଗ୍ରାମ) ରେ…

ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କୁ ହତ୍ୟା ଧମକ ଘଟଣା: ୨ ଜଣଙ୍କୁ ବାନ୍ଧିଲା ପୋଲିସ

ହାଟଡିହୀ,୨୩।୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ତପୁର ବିଧାନସଭା କ୍ଷେତ୍ରର ପୂର୍ବତନ କଂଗ୍ରେସ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କୁ ହତ୍ୟା ଧମକ ଘଟଣାରେ ନନ୍ଦିପଦା ପୋଲିସ…

ବାଇକ ସହ ମୁହାଁମୁହିଁ ହେଲା ଭାଜପା ନେତାଙ୍କ ଗାଡ଼ି, ଚିଟିଙ୍ଗ ଘାଟିରେ….

ପାରଳାଖେମୁଣ୍ଡି,୨୩।୩(ଗିରିଧାରୀ ପରିଛା): ଚିଟିଙ୍ଗ ଘାଟିରେ ସଡ଼କ ଦୁର୍ଘଟଣା ହୋଇଛି । କାର – ବାଇକ ମୁହାଁ ମୁହିଁ ଧକ୍କା ହୋଇଥିବା ସୂଚନା ରହିଛି । ଚନ୍ଦ୍ରଗିରି ଚିଟିଙ୍ଗ…

ନ୍ୟୁୟର୍କର La Guardia Airportର ରନଓ୍ବେରେ ବଡ଼ ଦୁର୍ଘଟଣା

ନ୍ୟୁୟର୍କ,୨୩।୩: ସୋମବାର (୨୩ ମାର୍ଚ୍ଚ) ନ୍ୟୁୟର୍କର ଲାଗାର୍ଡିଆ ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ଏୟାର କାନାଡା ଏକ୍ସପ୍ରେସ ବିମାନ ରନଓ୍ବେ ଉପରେ ଠିଆ ହୋଇଥିବା…

ଇସ୍ରାଏଲ ଉପରେ ନିକ୍ଷେପ କରାଯାଇଥିବା କ୍ଷେପଣାସ୍ତ୍ରରେ ସ୍ପେନିସ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାଇଲା ଇରାନ

ତେହରାନ୍‌,୨୩।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ ଆକର୍ଷଣୀୟ ଘଟଣା ଘଟୁଛି। ଇସ୍ରାଏଲରେ ଲକ୍ଷ୍ୟସ୍ଥଳରେ ନିକ୍ଷେପ କରାଯାଇଥିବା ବାଲିଷ୍ଟିକ କ୍ଷେପଣାସ୍ତ୍ରରେ IRGC…

ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ଲକ୍ଷାଧିକ ଟଙ୍କା ଦୁର୍ନୀତି: ସ୍ତ୍ରୀ ନାଁରେ ଜିଏସଟି ବିଲ କରି ହେରାଫେରି

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା ବାରକୋଟ ବ୍ଲକ ଅନ୍ତର୍ଗତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ (ଆଇଟିଆଇ)ରେ ଲକ୍ଷାଧିକ ଟଙ୍କା ଦୁର୍ନୀତି ହେଇଥିବା ଅଭିଯୋଗ ହୋଇଛି। ଏପରିକି…

ହୁତୁହୁତୁ ଜଳିଗଲା ବସ: ପୁରୀ ବସଷ୍ଟାଣ୍ଡରେ ଅଘଟଣ

ପୁରୀ,୨୩।୩: ବସ୍‌ଷ୍ଟାଣ୍ଡରେ ଅଗ୍ନିକାଣ୍ଡ। ହୁତୁହୁତୁ ଜଳିଗଲା ବସ। ପୁରୀ ବସଷ୍ଟାଣ୍ଡରେ ଏକ ଘରୋଇ ବସରେ ନିଆଁ ଲାଗିଯାଇଥିଲା। ଚାହୁଁ ଚାହୁଁ ଜଳିଯାଇଥିଲା ବସ। ଅଗ୍ନିଶମ ବାହିନୀ ପହଞ୍ଚି…

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri