ମହେଶ ବାବୁ କରୋନା ପଜିଟିଭ୍‌

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ମହେଶ ବାବୁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏ ନେଇ ସେ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ସାମାନ୍ୟ ଲକ୍ଷଣ ଦେଖାଯିବାରୁ କରୋନା ଟେଷ୍ଟ କରାଇଥିଲେ, ରିପୋର୍ଟ ପଜିଟିଭ୍‌ ଆସିଥିବା ସେ କହିଛନ୍ତି। ପଜିଟିଭ୍‌ ପରେ ସେ ତାଙ୍କ ହାଇଦ୍ରାବାଦ ସ୍ଥିତ ଘରେ ନିଜକୁ ଆଇସୋଲେସନରେ ରଖିଛନ୍ତି। ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ କରୋନା ଟେଷ୍ଟ କରାଇଦେବାକୁ ସେ ଅନୁରୋଧ କରିଛନ୍ତି। ସାଉଥ୍‌ ଅଭିନେତା ଜୁନିୟର ଏନ୍‌ଟିଆର ରକୁଲ ପ୍ରୀତ, ରାଶି ଖାନ୍ନା, ଅନୁଷ୍କା ଶେଟ୍ଟୀ ଏବଂ ଅନ୍ୟମାନେ ତାଙ୍କୁ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

Share