କୁଲ୍‌ କୁଲ୍‌ ମହେଶ

ଦକ୍ଷିଣ ଭାରତୀୟ ସିନେମାର ଅନ୍ୟତମ ଲୋକପ୍ରିୟ ଅଭିନେତା ହେଉଛନ୍ତି ମହେଶ ବାବୁ। ତାଙ୍କ ଅଭିନୀତ ପ୍ରତ୍ୟେକ ଫିଲ୍ମରେ ତାଙ୍କର ଆକ୍ଟିଂର ଭିନ୍ନତା ଦେଖିବାକୁ ମିଳିଥାଏ। ତେବେ ପ୍ରତିଟି ଭୂମିକା ପାଇଁ ସେ କେତେ ସିରିୟସ ସେ ନେଇ ନିକଟରେ ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ମହେଶ କହନ୍ତି, ‘ମୋର ପ୍ରତିଟି ଫିଲ୍ମର କାହାଣୀ, ସେଥିରେ ମୋ ଭୂମିକା, ସଙ୍ଗୀତ-ଏସବୁ ବିଷୟରେ ମୁଁ କେବଳ ମୋ ପରିବାର ସଦସ୍ୟ ନୁହନ୍ତି, ମୋ ଧର୍ମପତ୍ନୀଙ୍କ ସହ ଆଲୋଚନା କରି ନ ଥାଏ। ଏକୁଟିଆ ବସି ଥଣ୍ଡା ମିଜାସରେ ସେ ବିଷୟରେ ପ୍ଲାନିଂ କରେ। ମୋତେ ଛୋଟ ଭୂମିକାଟିଏ ମିଳିଲେ ମଧ୍ୟ ତାହାକୁ ମୁଁ କେବେ ହାଲୁକା ଭାବରେ ନେଇ ନ ଥାଏ। ଏହାକୁ ତୁଲାଇବାରେ ଯେମିତି କିଛି ଅସୁବିଧା ନ ହୁଏ ସେ ନେଇ ବେଶ୍‌ ସତର୍କ ରହେ। ମୋ ଅଭିନୀତ ଫିଲ୍ମଟି ରିଲିଜ ହେଲେ ସେଥିରେ ମୋ ଅଭିନୟରେ କେଉଁଠି ଦୋଷତ୍ରୁଟି ରହୁଛି ତାହାକୁ ତନ୍ନ ତନ୍ନ କରି ଲକ୍ଷ୍ୟ କରିବା ସହ ସେଗୁଡ଼ିକୁ ପରବର୍ତ୍ତୀ ସମୟରେ ସୁଧାରିବାକୁ ଚେଷ୍ଟା କରେ।’

Share