Posted inଜାତୀୟ

ଧ୍ୱଜାବତରଣରେ ମହାତ୍ମାଙ୍କ ପସନ୍ଦକୁ ହଟାଗଲା…

ନୂଆଦିଲ୍ଲୀ, ୨୨।୧ : ମହାତ୍ମା ଗାନ୍ଧୀଙ୍କ ପ୍ରିୟ ଭଜନ ଆବାଇଡ୍‌ ଓ୍ବିଥ୍‌ ମି (ମୋ ସହିତ ରୁହ)ର ଧୁନ୍‌କୁ ଚଳିତ ଥର ଧ୍ୱଜାବତରଣ (ବିଟିଙ୍ଗ ରିଟ୍ରିଟ ) ଉତ୍ସବରେ ଆଉ ଶୁଣାଯିବ ନାହିଁ। ମାହାତ୍ମାଙ୍କ ଏହି ଭଜନର ଧୁନ୍‌କୁ ଅନ୍ତର୍ଭୁକ୍ତ ନକରି ବିଟିଙ୍ଗ ରିଟ୍ରିଟ ପାଇଁ ୨୬ ଟି ଧୁନ୍‌ର ଏକ ତାଲିକା ପ୍ରସ୍ତୁତ କରାଯାଇଛି। ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁ ବାର୍ଷିକୀର ଗୋଟିଏ ଦିନ ପୂର୍ବରୁ ଜାନୁଆରୀ ୨୯ରେ ବିଟିଙ୍ଗ ରିଟ୍ରିଟ ସମାରୋହର ଶେଷରେ ଏହା ବଜା ଯାଉଥିଲା।

୧୯୫୦ ଠାରୁ ବିଟିଙ୍ଗ ରିଟ୍ରିଟରେ ଏହି ଧୁନ୍‌ ବଜାଯାଇ ଆସୁଥିଲା। କିନ୍ତୁ ୨୦୨୦ ରେ ପ୍ରଥମ ଥର ପାଇଁ ଏହାକୁ ବାଦ୍‌ ଦିଆଯାଇଥିଲା। ଏହାକୁ ନେଇ ଅନେକ ବିବାଦ ପରେ, ଏହାକୁ ୨୦୨୧ରେ ପୁନର୍ବାର ଏହି ସମାରୋହରେ ଅନ୍ତର୍ଭୁକ୍ତ କରାଯାଇଥିଲା।

ଏହାକୁ ଦ୍ୱିତୀୟ ଥର ପାଇଁ ପୁଣି ବିଟିଙ୍ଗ ରିଟ୍ରିଟ ଧୁନ୍‌ରୁ ହଟାଇ ଦିଆ ଯାଇଛି। ସମଗ୍ର କାର୍ଯ୍ୟକ୍ରମର ବିବରଣୀ ଶନିବାର ଭାରତୀୟ ସେନା ଦ୍ୱାରା ପ୍ରକାଶ ପାଇଛି। ଏଥିରେ ମହାତ୍ମାଙ୍କ ପସନ୍ଦର ଧୁନ୍‌ ସମ୍ପର୍କରେ ଉଲ୍ଲେଖ କରାଯାଇ ନାହିଁ।

୧୮୪୭ ରେ ସ୍କଟଲ୍ୟାଣ୍ଡର କବି ହେନେରୀ ଫ୍ରାନ୍ସିସ ଲାଇଟ ଙ୍କ ଦ୍ୱାରା ଏହି ଭଜନଟି ଲେଖା ହୋଇଥିଲା। ପ୍ରଥମ ବିଶ୍ୱଯୁଦ୍ଧରେ ଏହାର ଧୁନ୍‌ ବହୁତ ଲୋକପ୍ରିୟ ହୋଇଥିଲା। ବେଲଜିୟମରୁ ପଳାୟନ କରୁଥିବା ବ୍ରିଟିଶ ସୈନିକମାନଙ୍କୁ ସାହାଯ୍ୟ କରୁଥିବା ବ୍ରିଟିଶ ନର୍ସ ଏଡିଥ କାଭେଲ ଜର୍ମାନ ସୈନିକମାନଙ୍କ ହାତରେ ହତ୍ୟା କରାଯିବା ପୂର୍ବରୁ ଏହି ଗୀତ ଗାଇଥିଲେ।

ମହାତ୍ମା ଗାନ୍ଧୀ ଏହାକୁ ଅନେକ ସ୍ଥାନରେ ବଜାଇଥିଲେ। ଫଳରେ ଭାରତରେ ଏହା ବେଶ୍‌ ସୁନାମ ଅର୍ଜନ କରିଥିଲା। ମହାତ୍ମା ପ୍ରଥମେ ସାବରମତି ଆଶ୍ରମରେ ଏହି ଧୁନ୍‌ ଶୁଣିଥିଲେ। ସେଠାରେ ମହୀଶୁର ପ୍ୟାଲେସ ବ୍ୟାଣ୍ଡ ଏହାକୁ ବଜାଉଥିଲେ। ସେବେଠାରୁ ଏହା ’ବୈଷ୍ଣବ ଜନ ତୋ’, ’ରଘୁପତି ରାଘବ ରାଜାରାମ’ ଏବଂ ’ଲିଡ କାଇଣ୍ଡଲି ଲାଇଟ୍‌’ ସହିତ ଆଶ୍ରମର ଭଜନରେ ଅନ୍ତର୍ଭୁକ୍ତ କରାଯାଇଥିଲା।

ଚଳିତ ବର୍ଷ ଏହି ଉତ୍ସବ ଏକ ଫନ୍‌ ଫେୟାର ଗୀତରୁ ଆରମ୍ଭ ହେବ । ଏହା ପରେ ମାସ ବ୍ୟାଣ୍ଡ ବୀର ସୈନିକ ଗୀତ ଏବଂ ପାଇପ ଏବଂ ଡ୍ରମ୍ସ ବ୍ୟାଣ୍ଡ ଦ୍ୱାରା ୬ ଟି ଧୁନ ବଜାଯିବ। କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର ବ୍ୟାଣ୍ଡ ତିନିଟି ଧୁନ୍‌ ବଜାଇବେ । ଏହା ପରେ ଏୟାରଫୋର୍ସର ବ୍ୟାଣ୍ଡ ୪ ଟି ଧୁନ୍‌ ବଜାଇବେ। ଏଥିରେ ଫ୍ଲାଇଟ ଲ୍ୟୁଟନାଟ୍‌ ଏଲ.ଏସ ରୁପାଚନ୍ଦ୍ରନଙ୍କ ଏକ ସ୍ବନ୍ତ୍ର ଯୁଦ୍ଧ ଧୁନ୍‌ ମଧ୍ୟ ଅନ୍ତର୍ଭୁକ୍ତ ହେବ।

ଏହା ପରେ ନୌସେନା ବ୍ୟାଣ୍ଡ ୪ ଟି ଧୁନ୍‌, ଆର୍ମି ମିଲିଟାରୀ ବ୍ୟାଣ୍ଡ – କେରଳ ସିକି ଏ ମୋଲ ଏବଂ ହିନ୍ଦ କି ସେନା ୩ ଟି ଧୁନ୍‌, ମାସ ବ୍ୟାଣ୍ଡ ୩ଟ ଏବଂ କଦମ କଦମ ବଢ଼ାଏ ଯା,ଡ୍ରାମର୍ସ କଲ ଏବଂ ଏ ମେରେ ତନ କେ ଲୋଗୋଁ ଧୁନ୍‌ ବଜାଇବେ।
ସମାରୋହ ଶେଷରେ ’ସାରେ ଜାହାଁ ସେ ଆଛା’ ବଜା ଯିବ। ସମାରୋହରେ ୪୪ ବିଗୁଲର୍‌, ୧୬ ତୂରୀ ବାଦ୍ୟକାର ଏବଂ ୭୫ ଜଣ ଡ଼୍ରମର୍‌ ଯୋଗଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ସୋମବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

ଭାରତରେ କଠୋର ହେଲା AI ନିୟମ: ୩ ଘଣ୍ଟା ମଧ୍ୟରେ ହଟାଯିବ ଏସବୁ ପୋଷ୍ଟ

ନୂଆଦିଲ୍ଲୀ,୧୦।୨: AI ଏବଂ ଡିପଫେକ୍’ର ଅପବ୍ୟବହାର ରୋକିବା ପାଇଁ ଭାରତ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ନୂତନ ଆଇଟି ନିୟମ ଅନୁଯାୟୀ, ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

ବିବାଦ ପରେ ମୁହଁ ଖୋଲିଲେ ପୂର୍ବତନ ସେନାମୁଖ୍ୟ: ”ଏହା ହିଁ ବହିର…”

ନୂଆଦିଲ୍ଲୀ,୧୦।୨: ନିଜର ଅପ୍ରକାଶିତ ବହିକୁ ନେଇ ବିବାଦ ଜୋର ଧରିବା ପରେ ମୁହଁ ଖୋଲିଛନ୍ତି ପୂର୍ବତନ ସ୍ଥଳସେନା ମୁଖ୍ୟ ଜେନେରାଲ ଏମ୍.ଏମ୍. ନରଭାଣେ। ତାଙ୍କର ଏହି ଆତ୍ମଜୀବନୀ…

ସୋସିଆଲ ମିଡିଆ କ୍ରିଏଟର୍ସଙ୍କ ପାଇଁ ବଡ଼ ସୁଯୋଗ: DD Newsରେ ଦେଖାଇପାରିବେ ଆପଣଙ୍କ କଣ୍ଟେଟ୍‌, ମିଳିବ ଟଙ୍କା…

ନୂଆଦିଲ୍ଲୀ,୧୦।୨: ଯଦି ଆପଣ ଜଣେ କଣ୍ଟେଣ୍ଟ କ୍ରିଏଟର, ତେବେ ଆପଣଙ୍କ ପାଇଁ ପ୍ରତିଭା ପ୍ରଦର୍ଶନ କରିବା ଏବଂ ଟଙ୍କା ରୋଜଗାର କରିବାର ଏକ ମହାନ ସୁଯୋଗ ଆସିଛି।…

ଓଡ଼ିଶାରେ ୪,୧୦୦ କୋଟିର ପୁଞ୍ଜିନିବେଶକୁ ମଞ୍ଜୁରୀ; ସୃଷ୍ଟି ହେବ ୧୦,୦୦୦ ନିଯୁକ୍ତି

ଭୁବନେଶ୍ୱର,୧୦।୨: ଓଡ଼ିଶା ଶିଳ୍ପାୟନ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ମଙ୍ଗଳବାର ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA) ରାଜ୍ୟ ସରକାର ୪,୧୧୧.୮୦ କୋଟି…

ବଡ ନିର୍ଦେଶ ଦେଲେ ଓଡିଶା ହାଇକୋର୍ଟ, ପେଣ୍ଡିଂ ଚାଲାଣ କାଟିବା ବାଧ୍ୟତାମୂଳକ

ଭୁବନେଶ୍ୱର,୧୦।୨: ଗାଡି ଚଳାଉଥିବା ଲୋକମାନଙ୍କ ପାଇଁ ଏକ ବଡ଼ ଖବର। ଏଣିକି ଗାଡ଼ିର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ବା PUCC ପାଇବାକୁ ହେଲେ, ସମସ୍ତ ପେଣ୍ଡିଂ ଟ୍ରାଫିକ…

ଫେବୃଆରୀ ୧୨ରେ ଭାରତ ବନ୍ଦ, ଜାଣନ୍ତୁ ବ୍ୟାଙ୍କ ଖୋଲା ରହିବ ନା ବନ୍ଦ…

ନୂଆଦିଲ୍ଲୀ,୧୦।୨: ଯଦି ଆପଣଙ୍କର କୌଣସି ବ୍ୟାଙ୍କ କିମ୍ୱା ସରକାରୀ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ କାମ ଅଛି ଏବଂ ଆପଣ ଏହାକୁ ଫେବୃଆରୀ 12 ତାରିଖରେ ସମାପ୍ତ କରିବାକୁ ଯୋଜନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri