Posted inଫୁରସତ

ସତ୍ୟର ପୂଜାରୀ ମହାତ୍ମା ଗାନ୍ଧୀ

ବିଂଶଶତାବ୍ଦୀର ସର୍ବଶ୍ରେଷ୍ଠ ସତ୍ୟର ପୂଜାରୀ ତଥା ଆଦର୍ଶ ଓ ଅହିଂସାର ପ୍ରତୀକ ହେଉଛନ୍ତି ଜାତିର ପିତା ମହାତ୍ମା ଗାନ୍ଧୀ।ତାଙ୍କ ବିଚାରଧାରା ଥିଲା ସତ୍ୟ ହିଁ ଈଶ୍ବର। ଭାରତର ସ୍ବାଧୀନତା ସଂଗ୍ରାମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ସଂଗ୍ରାମୀମାନଙ୍କ ମଧ୍ୟରୁ ଜଣେ ହେଲେ ମୋହନ ଦାସ କରମ ଚାନ୍ଦ ଗାନ୍ଧୀ(ମହାତ୍ମା ଗାନ୍ଧୀ)। ସାରା ଦେଶରେ ସେ ବାପୁ ଭାବରେ ବେଶ୍‌ ଜଣାଶୁଣା।ଗାନ୍ଧିଜୀ କେବଳ ଭାରତରେ ନୁହନ୍ତି ବରଂ ସମଗ୍ର ବିଶ୍ୱରେ ଜଣେ ଲୋକପ୍ରିୟ ବ୍ୟକ୍ତିତ୍ୱ।ଭାରତର ସ୍ବାଧୀନତା, କଲ୍ୟାଣ ଏବଂ ପ୍ରଗତି ପାଇଁ ସଂଗ୍ରାମ କରିଥିବା ବାପୁଙ୍କୁ ଶ୍ରଦ୍ଧାଜ୍ଞଳି ଜଣାଇବା ଉଦ୍ଦେଶ୍ୟରେ ତାଙ୍କ ତିରୋଧାନ ଦିବସ ଜାନୁଆରୀ ୩୦କୁ ସର୍ବଭାରତୀୟ ସ୍ତରରେ ‘ଶହୀଦ ଦିବସ’ ଭାବେ ପାଳନ କରାଯାଇଥାଏ।
ସ୍ବାଧୀନ ହେବାର ମାତ୍ର ୫ମାସ ପରେ ୭୮ ବର୍ଷ ବୟସରେ ୧୯୪୮ ମସିହା ଜାନୁଆରୀ ୩୦ରେ ଦିଲ୍ଲୀସ୍ଥିତ ଏକ ପ୍ରାର୍ଥନା ଗୃହରେ ନାଥୁରାମ ଗଡ୍‌ସେଙ୍କ ଗୁଳିରେ ମହାତ୍ମା ଗାନ୍ଧୀଙ୍କର ନିଧନ ହୋଇଥିଲା। ସେହିଦିନଠାରୁ ଦେଶବ୍ୟାପୀ ପ୍ରତିବର୍ଷ ଏହି ଦିନଟି ଶହୀଦ ଦିବସ ଭାବେ ପାଳିତ ହୋଇଆସୁଛି। ଏହିଦିନରେ ଭାରତର ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଏବଂ ୩ ପ୍ରତିରକ୍ଷା ବାହିନୀର ମୁଖ୍ୟମାନେ ନୂଆ ଦିଲ୍ଲୀସ୍ଥିତ ଗାନ୍ଧୀ ସମାଧି ପୀଠ ରାଜଘାଟରେ ମହାତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ପରମ୍ପରା ପ୍ରଚଳିତ ହୋଇ ଆସୁଛି। ମହାତ୍ମାଙ୍କ ଚିନ୍ତାଧାରାରେ କାହା ପ୍ରତି ଘୃଣାଭାବ ପ୍ରଦର୍ଶନ ଆଦୌ ଉଚିତ ନୁହେଁ। ଏପରି ନକାରାତ୍ମକ ଭାବ ମନୁଷ୍ୟର ଚେତନାକୁ ନିମ୍ନଗାମୀ କରାଇଥାଏ। ସେହିପରି ଅହିଂସାର ସେ ଥିଲେ ପକ୍ଷପାତୀ। କେବଳ ଭାରତ କାହିଁକି, ସାରା ବିଶ୍ବ ପାଇଁ ସେ ଅହିଂସାର ପ୍ରତୀକ ହୋଇ ରହିଛନ୍ତି। ତାଙ୍କ ବିଚାରଧାରା ଅହିଂସା, ସତ୍ୟାଗ୍ରହ ଓ ସ୍ବରାଜ ପରି ତିନିଟି ସିଦ୍ଧାନ୍ତ ଉପରେ ପର୍ଯ୍ୟବସିତ ଥିଲା। ଅନେକ ବିଶ୍ବନେତା ଗାନ୍ଧିଜୀଙ୍କ ଆଦର୍ଶକୁ ପ୍ରେରଣା ଭାବେ ପରିଗଣିତ କରନ୍ତି। ସେହିପରି ସେ ମଧ୍ୟ ନିଜ ଜୀବନକୁ ସଂଯମ ଅନୁଶୀଳନର ଏକ ପରୀକ୍ଷାଗାର କରିଦେଇଥିଲେ।
ଶିକ୍ଷା ଅଧ୍ୟୟନ କରିବା ପାଇଁ ସେ ୧୮୮୮ରେ ଲଣ୍ତନ ଯାଇଥିଲେ। ସେଠାରେ ବାରିଷ୍ଟର ହେବା ପରେ ପେସାଗତ ଆଇନ ବ୍ୟବସାୟ କରିବା ପାଇଁ ଦକ୍ଷିଣ ଆଫ୍ରିକା ଯାଇଥିଲେ। ସେଠାରେ ତାଙ୍କର ଜୀବନଧାରାରେ ଘୋର ପରିବର୍ତ୍ତନ ଆସିଥିଲା। କୃଷ୍ଣକାୟଙ୍କ ଉପରେ ଶ୍ବେତାଙ୍ଗମାନଙ୍କ ଅତ୍ୟାଚାର ତାଙ୍କୁ ମର୍ମାହତ ତଥା ବିଚଳିତ କରିଥିଲା। ତେବେ ଏହାର ପ୍ରତିବାଦ ପାଇଁ ସତ୍ୟ ଓ ଅହିଂସାକୁ ସାରଥିକରି ସେ ବିପ୍ଳବ ଆରମ୍ଭ କରିଥିଲେ। ଏହାପରେ ୧୯୧୫ ମସିହାରେ ସ୍ବଦେଶକୁ ଫେରି ଆସି ସେ ଇଂରେଜ ଶାସନ ବିରୋଧରେ ଦେଶବାସୀଙ୍କୁ ଏକତ୍ର କରାଇବାରେ ସଫଳ ହୋଇଥିଲେ। ଦୀର୍ଘ ସଂଗ୍ରାମ ପରେ ତାଙ୍କ ନେତୃତ୍ୱରେ ଦେଶବାସୀ ସ୍ବାଧୀନତା ଲାଭ କଲେ। ତେବେ ସେ ସର୍ବଦା ଶାରୀରିକ ଶକ୍ତି ଅପେକ୍ଷା ମନର ବଳ ଉପରେ ଭରସା ତଥା ବିଶ୍ବାସ ରଖୁଥିଲେ। ଆଜି ବାପୁ ଆମ ଗହଣରେ ନ ଥିଲେ ମଧ୍ୟ ତାଙ୍କର ବିଚାରଧାରା ଆମ ଭିତରେ ସ୍ମୃତିରେ ରହିଛି, ଯାହା ଦେଶବାସୀଙ୍କୁ ସାହସ ଓ ସଫଳତା ପଥରେ ଆଗେଇବା ନେବା ପାଇଁ ପ୍ରେରଣା ଯୋଗାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri