ବଜେଟ୍‌ରେ ଘୋଷଣା, ଏଠି ୨ଟଙ୍କା ଶସ୍ତା ହେବ ପେଟ୍ରୋଲ-ଡିଜେଲ୍‌

ନୂଆଦିଲ୍ଲୀ, ୨୬।୦୬: କର୍ଣ୍ଣାଟକ ଏବଂ ଗୋଆ ସରକାର ପେଟ୍ରୋଲ ଓ ଡିଜେଲ୍‌ର ଦାମ୍‌ରେ ନିକଟରେ ବୃଦ୍ଧି କରିଥିବା ବେଳେ ମହାରାଷ୍ଟ୍ର ଏହାକୁ ନେଇ ବଡ଼ ଘୋଷଣା କରିଛି । ପେଟ୍ରୋଲ ଓ ଡିଜେଲ୍‌ ଦାମ୍‌ରେ ୨ଟଙ୍କା ହ୍ରାସ କରିବେ  ରାଜ୍ୟ ସରକାର । ଏଥିରେ ଲାଗୁଥିବା ଟ୍ୟାକ୍ସ ହ୍ରାସ କରିବା ଫଳରେ ଦାମ୍‌ରେ ମଧ୍ୟ ହ୍ରାସ ଘଟିବ । ମହାରାଷ୍ଟ୍ର ସରକାର ବିଧାନସଭାରେ ଉପସ୍ଥାପନ କରିଥିବା ବଜେଟ୍‌ରେ ଏହା ଘୋଷଣା ହୋଇଛି।

ମହାରାଷ୍ଟ୍ର ସରକାରଙ୍କ ଉପ-ମୁଖ୍ୟମନ୍ତ୍ରୀ ଅଜିତ୍‌ ପାୱାର ବଜେଟ୍‌ର ଘୋଷଣା କରି କହିଛନ୍ତି ଯେ, ମୁମ଼୍ବାଇ ଅଞ୍ଚଳରେ ପେଟ୍ରୋଲ ଏବଂ ଡିଜେଲ୍‌ରେ ଟ୍ୟାକ୍ସ କମ୍‌ କରାଯିବ । ମୁମ଼୍ବାଇ ପାଇଁ ଡିଜେଲ୍‌ ଉପରେ ଲାଗୁଥିବା ୨୪ ପ୍ରତିଶତ ଟ୍ୟାକ୍ସ ହ୍ରାସ କରି ୨୧ ପ୍ରତିଶତ କରାଯିବ । ଫଳରେ ଡିଜେଲ୍‌ ଲିଟର ପ୍ରତି ୨ ଟଙ୍କା କମ୍‌ ପଡ଼ିବ । ଅନ୍ୟପଟେ ମୁମ଼୍ବାଇରେ ପେଟ୍ରୋଲ ଉପରେ ଲାଗୁଥିବା ୨୬ ପ୍ରତିଶତ ଟ୍ୟାକ୍ସକୁ ହ୍ରାସ କରି ୨୫ ପ୍ରତିଶତ କରାଯିବ । ଫଳରେ ପୋଟ୍ରୋଲ ଦାମ୍‌ରେ ୬୫ ପଇସା ହ୍ରାସ ପାଇବ ।

ସୂଚନା ଥାଉକି, ପେଟ୍ରୋଲ ଏବଂ ଡିଜେଲ ଉପରେ ଟ୍ୟାକ୍ସ କମ୍‌ ହେବା ଫଳରେ ସାଧାରଣ ଲୋକଙ୍କୁ ଟିକେ ଆଶ଼୍ବସ୍ତି ମିଳିବ । ବର୍ତ୍ତମାନ ମୁମ଼୍ବାଇରେ ପେଟ୍ରୋଲ ଦାମ୍‌ ୧୦୪.୨୧ ଟଙ୍କା ରହିଥିବା ବେଳେ ଏହା ୬୫ ପଇସା ହ୍ରାସ ପାଇ ୧୦୩.୫୬ ଟଙ୍କା ହେବ । ଅନ୍ୟପଟେ ଡିଜେଲ୍‌ ଦାମ୍‌ ବର୍ତ୍ତମାନ ୯୨.୧୫ ଟଙ୍କା ପ୍ରତି ଲିଟର ରହିଥିବା ବେଳେ ଏଥିରେ ୨ଟଙ୍କା ହ୍ରାସ ପାଇ ଏହା ୯୦.୧୫ ଟଙ୍କା ପ୍ରତି ଲିଟର ହେବ ।


Enter your email to get our daily news in your inbox.

All Right Reserved By Dharitri.Com

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ବିରଞ୍ଚିଙ୍କ ଏଏସଆଇକୁ ପଦୋନ୍ନତି: କଠିନ ପରିଶ୍ରମ ଆଣିଦେଲା ସଫଳତା

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ମାଙ୍ଗାନିଜ ବୋଝେଇ ୩ ଡମ୍ପରକୁ ମାଡ଼ି ବସିଲା ବନ ବିଭାଗ

ଯୋଡ଼ା,୨୭ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସେକ୍ସନର ବୈତରଣୀ କ ସଂରକ୍ଷିତ ଜଙ୍ଗଲ ନିକଟ ତିରିଂ ପାହାଡ଼ ନିକଟରୁ ବନ ବିଭାଗ ଚଢ଼ାଉ କରି ଚୋରାଚାଲାଣ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ଅଲ୍ଲୁ-ଅର୍ଜୁନଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କଲା ପୋଲିସ, କାରଣ ଜାଣିଲେ…

ମୁମ୍ବାଇ,୨୭ା୧୨: ଅଭିନେତା ଅଲ୍ଲୁ-ଅର୍ଜୁନଙ୍କ ନାମରେ ଚାର୍ଜଶିଟ୍‌ ଦାଖଲ କରିଛି ପୋଲିସ। ଉକ୍ତ ଚାର୍ଜଶିଟ୍‌ରେ ଅଲ୍ଲୁ-ଅର୍ଜୁନଙ୍କ ସମେତ ୨୩ ଅଭିଯୁକ୍ତଙ୍କ ନାଁ ରହିଛି। ହାଇଦ୍ରାବାଦ ସନ୍ଧ୍ୟା ଥିଏଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri