ବଜେଟ୍‌ରେ ଘୋଷଣା, ଏଠି ୨ଟଙ୍କା ଶସ୍ତା ହେବ ପେଟ୍ରୋଲ-ଡିଜେଲ୍‌

ନୂଆଦିଲ୍ଲୀ, ୨୬।୦୬: କର୍ଣ୍ଣାଟକ ଏବଂ ଗୋଆ ସରକାର ପେଟ୍ରୋଲ ଓ ଡିଜେଲ୍‌ର ଦାମ୍‌ରେ ନିକଟରେ ବୃଦ୍ଧି କରିଥିବା ବେଳେ ମହାରାଷ୍ଟ୍ର ଏହାକୁ ନେଇ ବଡ଼ ଘୋଷଣା କରିଛି । ପେଟ୍ରୋଲ ଓ ଡିଜେଲ୍‌ ଦାମ୍‌ରେ ୨ଟଙ୍କା ହ୍ରାସ କରିବେ  ରାଜ୍ୟ ସରକାର । ଏଥିରେ ଲାଗୁଥିବା ଟ୍ୟାକ୍ସ ହ୍ରାସ କରିବା ଫଳରେ ଦାମ୍‌ରେ ମଧ୍ୟ ହ୍ରାସ ଘଟିବ । ମହାରାଷ୍ଟ୍ର ସରକାର ବିଧାନସଭାରେ ଉପସ୍ଥାପନ କରିଥିବା ବଜେଟ୍‌ରେ ଏହା ଘୋଷଣା ହୋଇଛି।

ମହାରାଷ୍ଟ୍ର ସରକାରଙ୍କ ଉପ-ମୁଖ୍ୟମନ୍ତ୍ରୀ ଅଜିତ୍‌ ପାୱାର ବଜେଟ୍‌ର ଘୋଷଣା କରି କହିଛନ୍ତି ଯେ, ମୁମ଼୍ବାଇ ଅଞ୍ଚଳରେ ପେଟ୍ରୋଲ ଏବଂ ଡିଜେଲ୍‌ରେ ଟ୍ୟାକ୍ସ କମ୍‌ କରାଯିବ । ମୁମ଼୍ବାଇ ପାଇଁ ଡିଜେଲ୍‌ ଉପରେ ଲାଗୁଥିବା ୨୪ ପ୍ରତିଶତ ଟ୍ୟାକ୍ସ ହ୍ରାସ କରି ୨୧ ପ୍ରତିଶତ କରାଯିବ । ଫଳରେ ଡିଜେଲ୍‌ ଲିଟର ପ୍ରତି ୨ ଟଙ୍କା କମ୍‌ ପଡ଼ିବ । ଅନ୍ୟପଟେ ମୁମ଼୍ବାଇରେ ପେଟ୍ରୋଲ ଉପରେ ଲାଗୁଥିବା ୨୬ ପ୍ରତିଶତ ଟ୍ୟାକ୍ସକୁ ହ୍ରାସ କରି ୨୫ ପ୍ରତିଶତ କରାଯିବ । ଫଳରେ ପୋଟ୍ରୋଲ ଦାମ୍‌ରେ ୬୫ ପଇସା ହ୍ରାସ ପାଇବ ।

ସୂଚନା ଥାଉକି, ପେଟ୍ରୋଲ ଏବଂ ଡିଜେଲ ଉପରେ ଟ୍ୟାକ୍ସ କମ୍‌ ହେବା ଫଳରେ ସାଧାରଣ ଲୋକଙ୍କୁ ଟିକେ ଆଶ଼୍ବସ୍ତି ମିଳିବ । ବର୍ତ୍ତମାନ ମୁମ଼୍ବାଇରେ ପେଟ୍ରୋଲ ଦାମ୍‌ ୧୦୪.୨୧ ଟଙ୍କା ରହିଥିବା ବେଳେ ଏହା ୬୫ ପଇସା ହ୍ରାସ ପାଇ ୧୦୩.୫୬ ଟଙ୍କା ହେବ । ଅନ୍ୟପଟେ ଡିଜେଲ୍‌ ଦାମ୍‌ ବର୍ତ୍ତମାନ ୯୨.୧୫ ଟଙ୍କା ପ୍ରତି ଲିଟର ରହିଥିବା ବେଳେ ଏଥିରେ ୨ଟଙ୍କା ହ୍ରାସ ପାଇ ଏହା ୯୦.୧୫ ଟଙ୍କା ପ୍ରତି ଲିଟର ହେବ ।


Enter your email to get our daily news in your inbox.

All Right Reserved By Dharitri.Com

ଟୋକନ ଅବଧି ନେଇ ମୁହଁ ଖୋଲିଲେ ଶାରଦା: କହିଲେ ଦୁଇ ଦିନରେ…

ଭୁବନେଶ୍ୱର,୩୦।୩: ଟୋକନ ଅବଧି ନେଇ ମୁହଁ ଖୋଲିଲେ ବିଜେଡି ବିଧାୟକ ଶାରଦା ଜେନା। ସେ କହିଛନ୍ତି, ୭ ଦିନ ବୃଦ୍ଧି କରିବାକୁ ଦାବି କରିଥିଲୁ। ଧନ୍ୟବାଦ ସେ…

ଆତ୍ମସମର୍ପଣ କଲେ ଝାଡ଼ଖଣ୍ଡର ଗ୍ରୁପ ବି ମହିଳା ମାଓବାଦୀ

ରାଉରକେଲା,୩୦।୩(ସଂଗୀତା ଜେନା): ସୀମାନ୍ତ ଅଞ୍ଚଳକୁ ମାଓବାଦୀ ମୁକ୍ତ କରିବାରେ ରାଉରକେଲା ପୋଲିସର ଜାରି ରହିଥିବା ଉଦ୍ୟମକୁ ପୁଣି ଏକ ସଫଳତା ମିଳିଛି। ସରଣ୍ଡା ଜଙ୍ଗଲରେ ସକ୍ରିୟ ଥିବା…

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଶାହରୁଖ ଖାନ୍‌: ସିନେ ଇଣ୍ଡଷ୍ଟ୍ରିରେ ପଡ଼ିଗଲା ଚହଳ

ମଧ୍ୟପ୍ରାଚରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱରେ ପ୍ରଭାବ ପକାଇଛି। କେବଳ ଘରୋଇ ବଜାରରେ ନୁହେଁ ବରଂ ସିନେ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବଲିଉଡ…

ପାକିସ୍ତାନ ମାଧ୍ୟମରେ ଇରାନକୁ ଏମିତି ପ୍ରସ୍ତାବ ଦେଲେ ଟ୍ରମ୍ପ, ରାଗିଗଲା ତେହେରାନ, ଦେଲା ଏମିତି ଜବାବ

ନୂଆଦିଲ୍ଲୀ,୩୦।୩: ମଧ୍ୟପ୍ରାଚ୍ୟ ବିବାଦ ମଧ୍ୟରେ ଇରାନ ଆମେରିକାର ୧୫-ସୂତ୍ରୀ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି। ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାଘାଇ କହିଛନ୍ତି , ତେହେରାନକୁ ଦିଆଯାଇଥିବା…

ହର୍ମୁଜ ଶକ୍ତି ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସରକାର: ଏବେ ଗହମ-ଚାଉଳ ସହିତ ମିଳିବ…

ନୂଆଦିଲ୍ଲୀ,୩୦।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ଭାରତ ସମେତ ବିଶ୍ୱକୁ ଶକ୍ତି ଯୋଗାଣକୁ ପ୍ରଭାବିତ…

ସ୍ତ୍ରୀଙ୍କ ତଣ୍ଟିଚିପି ମାରିଦେଇଥିଲେ ସ୍ବାମୀ: ମିଳିଲା ଏମିତି ଦଣ୍ଡ

ଗୁଣପୁର,୩୦।୩(ସୁଜାତା ପାଢ଼ୀ): ସ୍ତ୍ରୀ ହତ୍ୟା ମାମଲାରେ ସ୍ବାମୀଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ହୋଇଛି। ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଗାଦିଆଖଳା ପଞ୍ଚାୟତ ବାୟାଗୁଡ଼ା ଗ୍ରାମର ସୁରେନ୍ଦ୍ର ଶବର…

ପେନସନ୍‌ କରାଇ ଦେବାକୁ ୩ ହଜାର ଲାଞ୍ଚ ନେଉଥିଲେ ବରିଷ୍ଠ କିରାଣୀ, ବାନ୍ଧିଲା ଭିଜିଲାନ୍ସ

ନୟାଗଡ/ଖଣ୍ଡପଡା,(ଲୋକନାଥ ମିଶ୍ର/ଅଜୟ କୁମାର ମହାରଣା)୩୦ା୩: ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲା ଖଣ୍ଡପଡ଼ା ସବ-ଟ୍ରେଜେରୀ କର୍ମଚାରୀ ସରୋଜ କୁମାର ସାହୁ । ପେନସନ୍‌ କରାଇ ଦେବାକୁ ଲାଞ୍ଚ ନେଉଥିବା…

ଧାନ କିଣା ନେଇ କାଲି ଥିଲା ଶେଷ ତାରିଖ, ଏପଟେ ଯୋଗାଣ ମନ୍ତ୍ରୀ କହିଦେଲେ…

ଭୁବନେଶ୍ୱର,୩୦।୩:ଚାଷୀଙ୍କ ପାଇଁ ବଡ଼ ଅପ୍‌ଡେଟ୍‌। ଧାନ ସଂଗ୍ରହ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବଡ଼ ସୂଚନା। କାଲି ସୁଦ୍ଧା ଧାନ କିଣା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri