Posted inଜାତୀୟ

ମହାରାଷ୍ଟ୍ରକୁ ପ୍ରତିଶ୍ରୁତିରେ ପୋତିଲେ

ମୁମ୍ବାଇ,୧୧ା୧୧: ମହାରାଷ୍ଟ୍ର ବିଧାନସଭାର ୨୮୮ ଆସନ ପାଇଁ ନଭେମ୍ବର ୨୦ରେ ନିର୍ବାଚନ ଅନୁଷ୍ଠିତ ହେବ। ୨୩ରେ ଫଳାଫଳ ଆସିବ। ମତଦାନକୁ ୧୦ ଦିନ ବାକି ଥିବାବେଳେ ଅଧିକାଂଶ ଆସନରେ ମହାୟୁତି ଏବଂ ଏମ୍‌ଭିଏ ମଧ୍ୟରେ ଦ୍ୱିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବା ଅନୁମାନ କରାଯାଉଛି। ଭାଜପା ଅଜିତ୍‌ ପାଓ୍ବାରଙ୍କ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ଏବଂ ଏକନାଥ ଶିନ୍ଦେଙ୍କ ଶିବସେନା ସହ ମେଣ୍ଟ କରି ମହାୟୁତି ବ୍ୟାନରରେ ଲଢ଼ୁଛି। ଶିବସେନା (ୟୁବିଟି), ଏନ୍‌ସିପି (ଶରଦ ପାଓ୍ବାର) ଏବଂ କଂଗ୍ରେସ ହେଉଛନ୍ତି ବିରୋଧୀ ଏମ୍‌ଭିଏର ଅଂଶୀଦାର। ତେବେ ଉଭୟ ମେଣ୍ଟରେ ଅନେକ ଜଟିଳତା ରହିଛି। ଗତମାସରେ ହରିୟାଣାରେ ଭାଜପା ହ୍ୟାଟ୍ରିକ୍‌ ବିଜୟ ସହ କ୍ଷମତାକୁ ଫେରିଥିବାବେଳେ ଜମ୍ମୁ-କଶ୍ମୀରରେ ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ଏବଂ କଂଗ୍ରେସ ମେଣ୍ଟକୁ ସଫଳତା ମିଳିଥିଲା। ଏହା ପରେ ହେବାକୁ ଯାଉଥିବା ମହାରାଷ୍ଟ୍ର ନିର୍ବାଚନକୁ ତାତ୍ପର୍ଯ୍ୟପୂର୍ଣ୍ଣ ମନେକରାଯାଉଛି। ହରିୟାଣାର ସଫଳତାକୁ ମହାରାଷ୍ଟ୍ରରେ ଦୋହରାଇବା ପାଇଁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ରବିବାର ଭାଜପାର ସଂକଳ୍ପପତ୍ର ଜାରି କରିଛନ୍ତି। ରାଜ୍ୟରେ ୨୫ ଲକ୍ଷ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବା ସହ ୧୦ ଲକ୍ଷ ଛାତ୍ରୀଛାତ୍ରଙ୍କୁ ମାସିକ ୧୦ ହଜାର ଟଙ୍କା ଲେଖାଏ ଛାତ୍ରବୃତ୍ତି ପ୍ରଦାନ କରାଯିବ ବୋଲି ଦଳ ପ୍ରତିଶ୍ରୁତି ଦେଇଛି। ସେହିପରି ଧର୍ମାନ୍ତରୀକରଣ ନିରୋଧୀ ଆଇନ ପ୍ରଣୟନ, ଲଡ୍‌କୀ ବହିନ୍‌ ଯୋଜନାରେ ମହିଳାଙ୍କୁ ମିଳୁଥିବା ମାସିକ ସହାୟତାକୁ ୧,୫୦୦ରୁ ୨,୧୦୦ ଟଙ୍କାକୁ ବୃଦ୍ଧି କରାଯିବ। ନିମ୍ନ ଆୟକାରୀ ପରିବାରଗୁଡ଼ିକୁ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌) ସାମଗ୍ରୀ ମାଗଣାରେ ଦିଆଯିବ ବୋଲି ଭାଜପା କହିଛି। ଅନ୍ୟପକ୍ଷେ ଏମ୍‌ଭିଏ ନିଜ ଘୋଷଣାପତ୍ର ‘ମହାରାଷ୍ଟ୍ରନାମା’ରେ ୯ରୁ ୧୬ ବର୍ଷୀୟା ଝିଅଙ୍କୁ ମାଗଣାରେ ସର୍ଭିକାଲ କ୍ୟାନ୍ସର ଭାକ୍‌ସିନ, ମହିଳା କର୍ମଚାରୀଙ୍କୁ ଋତୁସ୍ରାବ ବେଳେ ୨ ଦିନ ଛୁଟି, ଜାତିଗତ ଜନଗଣନା ଆଦିକୁ ଗୁରୁତ୍ୱ ଦେଇଛି।

ଏମ୍‌ଭିଏର ମହାରାଷ୍ଟ୍ରନାମା

୧୬ ବର୍ଷୀୟା ଝିଅଙ୍କୁ ମାଗଣାରେ ସର୍ଭିକାଲ୍‌ କ୍ୟାନ୍ସର ଭାକ୍‌ସିନ
କର୍ମଚାରୀଙ୍କୁ ଋତୁସ୍ରାବ ବେଳେ ୨ ଦିନ ଛୁଟି
ଜନଗଣନା କରାଯିବ
୧୮ ବର୍ଷରେ ଉପନୀତ ହେଲେ ୧ ଲକ୍ଷ ଟଙ୍କା ପାଇବେ
ସିଲିଣ୍ଡର ପିଛା ୫୦୦ ଟଙ୍କାରେ ୬ ରୋଷେଇ ଗ୍ୟାସ୍‌

କଂଗ୍ରେସ ନେତୃତ୍ୱାଧୀନ ଏମ୍‌ଭିଏ ଭୋଟ ପାଇଁ ଯେକୌଣସି ସ୍ତରକୁ ଖସିପାରିବ। ବିରୋଧୀ ମେଣ୍ଟ ତୁଷ୍ଟୀକରଣ ରାଜନୀତିରେ ବ୍ୟସ୍ତ ରହିଛି ବୋଲି ରବିବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ସମାଲୋଚନା କରିଛନ୍ତି। ବୁଲ୍‌ଧାନାର ଜଲଗାଓଁ ଓ ମଳ୍‌କାପୁରରେ ଭାଜପାର ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ଶାହା କହିଛନ୍ତି, ରାଜ୍ୟର କଂଗ୍ରେସ ସଭାପତି ନାନା ପାଟୋଲେ ଉଲେମା କାଉନ୍‌ସିଲର ମୁସ୍‌ଲିମ ସଂରକ୍ଷଣ ଦାବିକୁ ଗ୍ରହଣ କରିଛନ୍ତି। ଶିକ୍ଷା ଓ ସରକାରୀ ନିଯୁକ୍ତିରେ ମୁସଲମାନମାନେ ୧୦% ସଂରକ୍ଷଣ ଚାହୁଁଛନ୍ତି। କଂଗ୍ରେସ କ୍ଷମତାକୁ ଆସିଲେ ଏସ୍‌ସି, ଏସ୍‌ଟି ଏବଂ ଓବିସିଙ୍କ ସଂରକ୍ଷଣ ଛଡ଼ାଇନେଇ ମୁସଲମାନ ସମ୍ପ୍ରଦାୟକୁ ଦେଇଦେବ। ଏମ୍‌ଭିଏ ନେତାମାନଙ୍କ କ୍ଷମତା ଲୋଭ ସେମାନଙ୍କୁ ଅନ୍ଧ କରିଦେଇଛି। ଧର୍ମଭିତ୍ତିକୁ ସଂରକ୍ଷଣକୁ ଭାଜପା ପ୍ରଶ୍ରୟ ଦେବନାହିଁ ବୋଲି ଶାହା ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷେ ପାଟୋଲେ ଶାହାଙ୍କ ଅଭିଯୋଗକୁ ଖଣ୍ଡନ କରି ମୁସଲିମ ସଂରକ୍ଷଣ ସମ୍ପର୍କିତ ଦାବିକୁ ଗ୍ରହଣ କରି ନ ଥିବା କହିଛନ୍ତି।

ଭାଜପାର ସଂକଳ୍ପପତ୍ର

ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି
ଲକ୍ଷ ଛାତ୍ରୀଛାତ୍ରଙ୍କୁ ମାସିକ ୧୦ ହଜାର ଟଙ୍କା ଲେଖାଏ ଷ୍ଟାଇପେଣ୍ଡ୍‌
ନିରୋଧୀ ଆଇନ ପ୍ରଣୟନ
ମାସିକ ସହାୟତା ୧,୫୦୦ରୁ ୨,୧୦୦ ଟଙ୍କାକୁ ବୃଦ୍ଧି
ଆୟକାରୀ ପରିବାରଙ୍କୁ ମାଗଣାରେ ମିଳିବ ପିଡିଏସ୍‌ ସାମଗ୍ରୀ


Enter your email to get our daily news in your inbox.

All Right Reserved By Dharitri.Com

କେତେ ପୂରୁଣା ହେବା ପରେ କିଣିବା ଦରକାର ନୂଆ ଫୋନ? ଜାଣନ୍ତୁ ନିୟମ

ଏକ ନୂତନ ଫୋନ କିଣିବା କ୍ରମଶଃ ମହଙ୍ଗା ହୋଇଗଲାଣି। ତେଣୁ, ଲୋକମାନେ ପୁରୁଣା ଫୋନ ବ୍ୟବହାର କରିବାରେ ଲାଗିପଡ଼ିଛନ୍ତି। କିଛି ଲୋକ ଫ୍ଲାଗସିପ ଫୋନ ବ୍ୟବହାର...

ପୂର୍ବତନ ଜାପାନୀ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ, ୨୦୨୨ ରେ ବେକରେ ଲାଗିଥିଲା ଗୁଳି

ଟୋକିଓ,୨୧।୧: ପୂର୍ବତନ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ହତ୍ୟା କରିଥିବା ବ୍ୟକ୍ତିଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଛି। ବୁଧବାର ଜାପାନର ଏକ କୋର୍ଟ ଆବେଙ୍କ ହତ୍ୟା ମାମଲାର...

କାହିଁକି ହେଉନାହିଁ IPL 2026 କାର୍ଯ୍ୟସୂଚୀ ଘୋଷଣା? ବିଳମ୍ବର କାରଣ କ’ଣ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣ ପାଇଁ ଆପାତକାଳୀନ ତାରିଖ ଘୋଷଣା ସତ୍ତ୍ୱେ, ବିସିସିଆଇ ଏପର୍ଯ୍ୟନ୍ତ ମ୍ୟାଚ ସୂଚୀ ଘୋଷଣା କରିନାହିଁ। ବୋର୍ଡ କହିଛି...

ରେଳଯାତ୍ରୀଙ୍କ ପାଇଁ ଖୁସିଖବର: ଷ୍ଟେଶନରେ ମିଳୁଛି ଶସ୍ତା ରୁମ୍‌; ଅନଲାଇନ୍‌ରେ ବୁକ୍‌ କରିବାର ପୂରା ପ୍ରକ୍ରିୟା ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧: ପ୍ରତିଦିନ ସାରା ଭାରତରେ ୨ କୋଟିରୁ ଅଧିକ ଯାତ୍ରୀ ଟ୍ରେନରେ ଯାତ୍ରା କରନ୍ତୁ। ଯାତ୍ରୀମାନଙ୍କର ସୁବିଧା ପାଇଁ ରେଳ ଷ୍ଟେଶନରେ ରୁମ୍‌ ଯୋଗାଇ ଦିଆଯାଏ।...

ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ଗର୍ଭପାତ ପାଇଁ ଅନୁମତି

କଟକ,୨୧ା୧: ଜଣେ ଦୁଷ୍କର୍ମ ପୀଡ଼ିତାଙ୍କ ଆବେଦନ ଉପରେ ଶୁଣାଣି କରି ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ପୀଡ଼ିତାଙ୍କ ଶାରୀରିକ ଓ ମାନସିକ...

୨୦୩୦ ପର୍ଯ୍ୟନ୍ତ କୌଣସି ଲାଇଭ୍ ଶୋ’ କରିବେନି ଜାକିର ଖାନ; ଏଥିପାଇଁ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୧।୧: ଦେଶର ଲୋକପ୍ରିୟ ଷ୍ଟାଣ୍ଡ-ଅପ୍ କମେଡିଆନ୍ ଜାକିର ଖାନ ନିଜ ପ୍ରଶଂସକଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ଏବଂ ବ୍ୟକ୍ତିଗତ କାରଣ ପାଇଁ...

ତେଲେଙ୍ଗାନାରେ ପୁଣି କୁକୁରଙ୍କୁ ହତ୍ୟା, ୫୦୦ ପରେ ଏବେ ୧୦୦ଜଣଙ୍କୁ ବିଷ ଦେଇ ମାରିଦେଲେ

ହାଇଦ୍ରାବାଦ,୨୧ା୧: ପୁଣିଥରେ ତେଲେଙ୍ଗାନାରେ ବହୁ ସଂଖ୍ୟକ ବୁଲା କୁକୁରଙ୍କୁ ହତ୍ୟା କରାଯାଇଛି । ହାଇଦ୍ରାବାଦରୁ ମାତ୍ର ୫୦ କିଲୋମିଟର ଦୂର ରଙ୍ଗାରେଡ୍ଡି ଜିଲ୍ଲାରେ ୧୦୦ କୁକୁରଙ୍କୁ...

ପ୍ରେମ ବିବାହ ପରେ ପରପୁରୁଷ ସହ ସ୍ତ୍ରୀକୁ ଦେଖିଲେ ସ୍ୱାମୀ, ଗଳା ଟିପି କଲେ ହତ୍ୟା

ନୂଆଦିଲ୍ଲୀ,୨୧ା୧: ଉତ୍ତରପ୍ରଦେଶର କାନପୁର ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ବିବାହର ମାତ୍ର ଚାରି ମାସ ପରେ ଜଣେ ଯୁବକ ନିଜ ସ୍ତ୍ରୀକୁ ଅନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri