ଚିନ୍ତା ବଢ଼ାଉଛି ମହାରାଷ୍ଟ୍ର: ଗତ ୨୪ଘଣ୍ଟାରେ ୬୩୬୪ କରୋନା ପଜିଟିଭ୍‌ ଚିହ୍ନଟ

ମୁମ୍ବାଇ,୩।୭: ମହାରାଷ୍ଟ୍ରରେ କରୋନା ଭାଇରସ୍‌ ସଂକ୍ରମଣ ଦିନକୁ ଦିନ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୬୩୬୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଏଥିରେ ୧୯୮ଲୋକଙ୍କ ମୃତ୍ୟୁ ଘଟିଛି। ଯାହା ଗୋଟିଏ ଦିନରେ ସର୍ବାଧିକ ରହିଥିବା ବେଳେ ସମସ୍ତ ରେକର୍ଡ ଭାଙ୍ଗିଛି। ନୂଆ ଚିହ୍ନଟଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୨ହଜାର ୯୯୦ରେ ପହଞ୍ଚିଛି। ସେଥିମଧ୍ୟରୁ ୭୯,୯୨୭ଜଣଙ୍କ ଚିକିତ୍ସାଧିନ ଥିବା ବେଳେ ୧ଲକ୍ଷ ୪ହଜାର ୬୮୭ ସୁସ୍ଥ ଓ ମୃତକଙ୍କ ସଂଖ୍ୟା ୮୩୭୬କୁ ବୃଦ୍ଧି ପାଇଛି। ତେବେ ଗୋଟିଏ ଦିନରେ ଏତେ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେବା ପରେ ଏବେ ସରକାରଙ୍କ ଚିନ୍ତା ବଢ଼ିଯାଇଛି।

Share