Posted inଜାତୀୟ

Maharashtra Politics: ହିନ୍ଦୀ ପୂରାଇ ଦେବୁନି: ଏକାଠି ହୋଇଗଲେ

ମହାରାଷ୍ଟ୍ରର ଭାଜପା-ଶିବସେନା ମହାୟୁତି ସରକାର କେନ୍ଦ୍ରର ଜାତୀୟ ଶିକ୍ଷାନୀତି (ଏନ୍‌ଇପି-୨୦୨୦) ଅଧୀନ ୩ ଭାଷା ସୂତ୍ରକୁ ଅନୁସରଣ କରି ରାଜ୍ୟର ପ୍ରାଥମିକ ସ୍କୁଲଗୁଡ଼ିକରେ ହିନ୍ଦୀକୁ ତୃତୀୟ ଭାଷାର ମାନ୍ୟତା ଦେଇଛନ୍ତି। ପୂର୍ବରୁ ବିଦ୍ୟାଳୟ ପାଠ୍ୟକ୍ରମରେ ମରାଠୀ ଓ ଇଂଲିଶ୍‌ ପ୍ରଚଳିତ ଥିବାବେଳେ ରାଜ୍ୟ ସରକାର ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ହିନ୍ଦୀ ଶିକ୍ଷାଦାନକୁ ବାଧ୍ୟତାମୂଳକ କରିଛନ୍ତି। ସରକାରଙ୍କ ଏଭଳି ପଦକ୍ଷେପକୁ ବିରୋଧୀ ଦଳଗୁଡ଼ିକ ‘ମରାଠୀ ଅସ୍ମିତା’ର ପରିପନ୍ଥୀ ଦର୍ଶାଇ ତୀବ୍ର ବିରୋଧ କରିଛନ୍ତି। କଂଗ୍ରେସ ଏବଂ ଶରତ ପାଓ୍ବାରଙ୍କ ଏନ୍‌ସିପି-ଏସ୍‌ପି ମହାରାଷ୍ଟ୍ର ଉପରେ ହିନ୍ଦୀ ଭାଷା ଲଦାଯିବାକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି। ଏହି ପ୍ରସଙ୍ଗ ମହାରାଷ୍ଟ୍ର ରାଜନୀତିର ମୋଡ଼ ବଦଳାଇବାକୁ ଯାଉଛି। ମରାଠୀ ଓ ହିନ୍ଦୁ ଭୋଟକୁ ଆଧାରକରି ରାଜ୍ୟରେ ଶକ୍ତିଶାଳୀ ଥିବା ଶିବସେନା(ୟୁବିଟି)ର ମୁଖ୍ୟ ଉଦ୍ଧବ ଠାକ୍‌ରେ ଓ ତାଙ୍କ କାକାପୁଅ ଭାଇ ତଥା ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ଅଧ୍ୟକ୍ଷ ରାଜ୍‌ ଠାକ୍‌ରେ ଏକାଠି ହୋଇପାରନ୍ତି ବୋଲି ଉଭୟେ ସଙ୍କେତ ଦେଇଛନ୍ତି। ରାଜ୍‌ କହିଛନ୍ତି, ଆମ ଭିତରେ ଥିବା ମତପାର୍ଥକ୍ୟ ବଡ଼ ନୁହେଁ, ମହାରାଷ୍ଟ୍ରର ଆମତ୍ସମ୍ମାନ ରକ୍ଷା ହେଉଛି ସର୍ବୋଚ୍ଚ ପ୍ରାଥମିକତା। ରାଜ୍‌ଙ୍କ ଏହି ମନ୍ତବ୍ୟ ପରେ ତାଙ୍କ ସହ ଥିବା ସମସ୍ତ ବିବାଦରେ ପୂର୍ଣ୍ଣଚ୍ଛେଦ ପକାଇ ଦେଇଥିବା ଉଦ୍ଧବ କହିଛନ୍ତି। ଗତ କିଛିବର୍ଷର ରାଜ୍ୟ ରାଜନୀତିରେ ଠାକ୍‌ରେ ଭ୍ରାତାଙ୍କ ସ୍ଥିତି ସେମାନଙ୍କୁ ଏବେ ଏକାଠି ହେବାକୁ ଦିଗ ଦେଖାଉଛି। ହିନ୍ଦୀକୁ ବିରୋଧର ମାଧ୍ୟମ କରି ସେମାନେ ଶାସକ ମହାୟୁତିକୁ ଶକ୍ତ ଜବାବ ଦେଇପାରନ୍ତି ବୋଲି ବିଶ୍ଳେଷକମାନେ ମତ ଦେଉଛନ୍ତି।

ମୁମ୍ବାଇ,୨୦।୪: ମହାରାଷ୍ଟ୍ର ରାଜନୈତିକ ଦୃଶ୍ୟପଟରେ ଏକ ଉଲ୍ଲେଖନୀୟ ପରିବର୍ତ୍ତନ ହେବାକୁ ଯାଉଛି। ଶିବସେନା (ୟୁବିଟି) ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେ ତାଙ୍କଠାରୁ ଦୂରେଇ ଯାଇଥିବା ଭାଇ ତଥା ଏମ୍‌ଏନ୍‌ଏସ୍‌ ମୁଖ୍ୟ ରାଜ୍‌ ଠାକ୍‌ରେଙ୍କ ସହ ହାତ ମିଳାଇବାକୁ ଶନିବାର ଆଗ୍ରହ ପ୍ରକାଶ କରିଛନ୍ତି। ହିନ୍ଦୀକୁ ବିରୋଧ ପ୍ରସଙ୍ଗ ୨ ଭାଇଙ୍କୁ ପରସ୍ପରର ନିକଟତର କରାଇଛି। ଚଳିତବର୍ଷ ଶେଷଭାଗରେ ବ୍ରିହନ୍‌ମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ (ବିଏମ୍‌ସି) ନିର୍ବାଚନ ପାଇଁ ମହାରାଷ୍ଟ୍ର ପ୍ରସ୍ତୁତି ଚଳାଇଥିବାବେଳେ ଶିବସେନା (ୟୁବିଟି) ଏବଂ ଏମ୍‌ଏନ୍‌ଏସ୍‌ ମଧ୍ୟରେ ରାଜନୈତିକ ମେଣ୍ଟ ହେବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ମହାରାଷ୍ଟ୍ରରେ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ହିନ୍ଦୀକୁ ବାଧ୍ୟତାମୂଳକ ତୃତୀୟ ଭାଷା କରାଇବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବାବେଳେ ଏହାକୁ ରାଜ୍‌ ଠାକ୍‌ରେ ଦୃଢ଼ ବିରୋଧ କରିଥିଲେ। ରାଜ୍ୟରେ ହିନ୍ଦୀକୁ ବାଧ୍ୟତାମୂଳକ ହେବାକୁ ଦିଆଯିବ ନାହିଁ ବୋଲି ଶନିବାର ଉଦ୍ଧବ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଶିବସେନା (ୟୁବିଟି)ର ଶ୍ରମିକ ସଙ୍ଗଠନ ଭାରତୀୟ କାମଗାର ସେନାକୁ ଉଦ୍‌ବୋଧନ ଦେଇ ଉଦ୍ଧବ କହିଛନ୍ତି, ହିନ୍ଦୀ ଭାଷା ପ୍ରତି ତାଙ୍କ ଦଳର ଘୃଣା ନାହିଁ। ତେବେ ଏହାକୁ କ’ଣ ପାଇଁ ଲଦିଦିଆଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ଛୋଟମୋଟ ବିବାଦକୁ ପଛରେ ପକାଇବାକୁ ସେ ପ୍ରସ୍ତୁତ ଅଛନ୍ତି। ମହାରାଷ୍ଟ୍ରର ସ୍ବାର୍ଥ ପାଇଁ ସମସ୍ତ ମରାଠୀ ଜନସାଧାରଣ ଏକାଠି ହେବାକୁ ସେ ନିବେଦନ କରିଛନ୍ତି। ଶିଳ୍ପସଂସ୍ଥାଗୁଡ଼ିକ ଗୁଜରାଟ ଚାଲିଯାଉଥିବା ନେଇ ଆମେ ପାର୍ଲାମେଣ୍ଟରେ ଉଠାଇଥିଲୁ। ସେତେବେଳେ ଯଦି ଆମେ ଏକାଠି ହୋଇଥାନ୍ତୁ, ତେବେ ସରକାର ଗଢ଼ିପାରିଥାନ୍ତୁ, ଯାହା ମହାରାଷ୍ଟ୍ର ପାଇଁ କାମ କରିଥାନ୍ତା। ଯିଏ ମହାରାଷ୍ଟ୍ର ସ୍ବାର୍ଥ ବିରୋଧରେ କାର୍ଯ୍ୟ କରିବ, ଆମେ ତାଙ୍କୁ ଘରକୁ ଡାକିବା ନାହଁି କି ତାଙ୍କ ସହ ବସିବା ନାହିଁ ବୋଲି ଉଦ୍ଧବ କହିଛନ୍ତି।
ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାବିକାଶ ଅଘାଡ଼ି(ଏମ୍‌ଭିଏ) ପରାଜିତ ହେବା ପରେ ବିରୋଧୀ ମେଣ୍ଟରେ ଆଭ୍ୟନ୍ତରୀଣ ସଙ୍କଟ ଦେଖାଦେଇଥିବାବେଳେ ଉଦ୍ଧବଙ୍କ ଏଭଳି ମନ୍ତବ୍ୟରୁ ରାଜଙ୍କ ସହ ଏକାଠି କାମ କରିବା ଦ୍ୱାରା ମରାଠୀଙ୍କ ସ୍ବାର୍ଥର ସୁରକ୍ଷା ହୋଇପାରିବ ବୋଲି ସେ ଅନୁଭବ କରିଥିବା ପ୍ରତିଫଳିତ ହୋଇଛି। ବିଶେଷ କରି ରାଜ୍ୟର ଭାଷାଗତ ଏବଂ ସାଂସ୍କୃତିକ ପରିଚୟର ସୁରକ୍ଷାକୁ ନେଇ ବିତର୍କ ଚାଲିଥିବାବେଳେ ଉଦ୍ଧବଙ୍କ ମନ୍ତବ୍ୟ ପ୍ରଣିଧାନଯୋଗ୍ୟ।
ଉଦ୍ଧବଙ୍କ ସହ ବିବାଦକୁ ନେଇ ରାଜ୍‌ ଶିବସେନାଠାରୁ ଦୂରେଇ ଯାଇ ୨୦୦୬ରେ ଏମ୍‌ଏନ୍‌ଏସ୍‌ ଗଢ଼ିଥିଲେ। ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ମହେଶ ମଞ୍ଜରେକରଙ୍କ ସହ ପଡ୍‌କାଷ୍ଟରେ ଆଲୋଚନା ବେଳେ ଘରୋଇ ବିବାଦ ମହାରାଷ୍ଟ୍ର ଉପରେ କ୍ଷତିକାରକ ପ୍ରଭାବ ପକାଉଥିବା ନେଇ ରାଜ ଚିନ୍ତାବ୍ୟକ୍ତ କରିଛନ୍ତି। ଉଦ୍ଧବଙ୍କ ସହ ତାଙ୍କ ବିବାଦ ଛୋଟ ଘଟଣା, କିନ୍ତୁ ମହାରାଷ୍ଟ୍ର ସବୁକିଛିଠାରୁ ବହୁତ ବଡ଼ ବୋଲି ରାଜ କହିଥିଲେ। ଉକ୍ତ ମତଭେଦ ମହାରାଷ୍ଟ୍ର ଏବଂ ମରାଠୀଙ୍କ ପାଇଁ ମୂଲ୍ୟ ଦେବାକୁ ପଡ଼ିଛି। ଏକାଠି ହେବା କଷ୍ଟକର ନୁହେଁ, ଏହା ଇଚ୍ଛାର କଥା। ଆମେ ଏକ ବୃହତ୍ତର ଛବି ଦେଖିବା ଆବଶ୍ୟକ। ରାଜନୈତିକ ଦଳ ନିର୍ବିଶେଷରେ ସବୁ ମରାଠୀ ଏକାଠି ହେବା ଆବଶ୍ୟକ ବୋଲି ରାଜ୍‌ କହିଛନ୍ତି। ଯଦି ମହାରାଷ୍ଟ୍ର ଆମକୁ ଏକାଠି ହେବାକୁ ଚାହେଁ, ତାହା ହେବାକୁ ଦିଆଯାଉ। ଏଭଳି କାର୍ଯ୍ୟରେ ମୁଁ ମୋ ଅହଂଭାବକୁ ପ୍ରତିବନ୍ଧକ ହେବାକୁ ଦେବିନାହିଁ ବୋଲି ରାଜ୍‌ ସ୍ପଷ୍ଟ କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ଭୋଜିରୁ ଫେରୁଥିବାବେଳେ ଅଘଟଣ: ଜଣେ ମୃତ,୨ ଗୁରୁତର

ମୁନିଗୁଡ଼ା,୯।୪ (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ଲିଟିଗୁଡା ଛକ ନିକଟରେ ଗୁରୁବାର ଦୁଇ ବାଇକ ମୁହାମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ଜଣକର ମୃତ…

ବିଳମ୍ବିତ ରାତିରେ ପୂଜା ପାଆନ୍ତି ମା’ ରକ୍ଷାକାଳୀ, ୬୮ ବର୍ଷ ପୂର୍ବେ ଲୋକେ…

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ୧୯୪୯, ୫୦, ୫୧ ଓ ୫୨ ମସିହାଠାରୁ ଅନେକ ବଙ୍ଗୀୟ ଶରଣାର୍ଥୀ ପରିବାରଙ୍କୁ ଉଭୟ କେନ୍ଦ୍ର…

ପାକିସ୍ତାନର ଗୁମର ଖୋଲିଦେଲେ ଇସ୍ରାଏଲ ରାଷ୍ଟ୍ରଦୂତ: ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ,୯।୪: ଦୁଇ ସପ୍ତାହର ଅସ୍ତ୍ରବିରତି ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଚୁକ୍ତି ହୋଇଛି। ପାକିସ୍ତାନ ସଂଘର୍ଷ ବନ୍ଦ କରିବାର ଶ୍ରେୟ ଦାବି କରୁଛି। ଏହି…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଆମେରିକା-ଇରାନ ମଧ୍ୟରେ କିପରି ଯୁଦ୍ଧବିରତି କରାଇଲା ଚାଇନା, ସାମ୍ନାକୁ ଆସିଲା ସେହି ୨୬ ଫୋନ କଲ୍‌ର ରହସ୍ୟ

ବେଜିଂ,୯।୪: ପାକିସ୍ତାନ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଯୁଦ୍ଧବିରତି ପାଇଁ ମଧ୍ୟସ୍ଥତା କରିବା ପାଇଁ ନିଜକୁ ପିଠି ଥାପୁଡ଼ାଉଛି, କିନ୍ତୁ ଏହାକୁ ହାସଲ କରିବାରେ…

୧୧ ଯାଏ କୁଆପଥର ବର୍ଷା: ୫୦ରୁ ୬୦ କିମି ବେଗରେ ବହିବ ପବନ

ଭୁବନେଶ୍ୱର,୯ା୪(ଅନୁରାଧା ମହାରଣା) – କଟକ, ନୟାଗଡ଼, ଖୋର୍ଦ୍ଧା ସମେତ ରାଜ୍ୟର ବିଭିନ୍ନ ଜିଲାରେ ବୁଧବାର ପ୍ରବଳ ବର୍ଷା ପବନ ସହ କୁଆପଥର ମାଡ଼ ହୋଇଥିଲା। ୫୦ରୁ ୬୦…

ପୁଣି ଧାରଣାରେ ବସିଲେ ପ୍ରାଥମିକ ଶିକ୍ଷକ: ଆନ୍ଦୋଳନ ହେବ ଆହୁରି ତୀବ୍ର

ଭୁବନେଶ୍ୱର,୯ା୪(ସୁଚିସ୍ମିତା ସାହୁ):ପୁଣି ଧାରଣାରେ ବସିଲେ ପ୍ରାଥମିକ ଶିକ୍ଷକ। ୨୦୦୧ରୁ ଏପର୍ଯ୍ୟନ୍ତ କାର୍ଯ୍ୟରତ ସମସ୍ତ ଶିକ୍ଷକଙ୍କ କାର୍ଯ୍ୟକାଳକୁ ଠିକା କାର୍ଯ୍ୟରୁ ଉଚ୍ଛେଦ କରି ମୂଳ ଚାକିରିରେ ଗଣନା କରି…

୧୦ରେ ନୂଆଦିଲ୍ଲୀ ଯିବେ ନବୀନ: ବଡ଼ ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ…

ଭୁବନେଶ୍ୱର,୯।୪(ସୁନିତ୍‌ ମିଶ୍ର):ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ନୂଆଦିଲ୍ଲୀ ଗସ୍ତରେ ଯିବେ। ତାଙ୍କ ବଡ଼ ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ ମଙ୍ଗଳବାର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri