Posted inଜାତୀୟ

Maharashtra Politics: ହିନ୍ଦୀ ପୂରାଇ ଦେବୁନି: ଏକାଠି ହୋଇଗଲେ

ମହାରାଷ୍ଟ୍ରର ଭାଜପା-ଶିବସେନା ମହାୟୁତି ସରକାର କେନ୍ଦ୍ରର ଜାତୀୟ ଶିକ୍ଷାନୀତି (ଏନ୍‌ଇପି-୨୦୨୦) ଅଧୀନ ୩ ଭାଷା ସୂତ୍ରକୁ ଅନୁସରଣ କରି ରାଜ୍ୟର ପ୍ରାଥମିକ ସ୍କୁଲଗୁଡ଼ିକରେ ହିନ୍ଦୀକୁ ତୃତୀୟ ଭାଷାର ମାନ୍ୟତା ଦେଇଛନ୍ତି। ପୂର୍ବରୁ ବିଦ୍ୟାଳୟ ପାଠ୍ୟକ୍ରମରେ ମରାଠୀ ଓ ଇଂଲିଶ୍‌ ପ୍ରଚଳିତ ଥିବାବେଳେ ରାଜ୍ୟ ସରକାର ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ହିନ୍ଦୀ ଶିକ୍ଷାଦାନକୁ ବାଧ୍ୟତାମୂଳକ କରିଛନ୍ତି। ସରକାରଙ୍କ ଏଭଳି ପଦକ୍ଷେପକୁ ବିରୋଧୀ ଦଳଗୁଡ଼ିକ ‘ମରାଠୀ ଅସ୍ମିତା’ର ପରିପନ୍ଥୀ ଦର୍ଶାଇ ତୀବ୍ର ବିରୋଧ କରିଛନ୍ତି। କଂଗ୍ରେସ ଏବଂ ଶରତ ପାଓ୍ବାରଙ୍କ ଏନ୍‌ସିପି-ଏସ୍‌ପି ମହାରାଷ୍ଟ୍ର ଉପରେ ହିନ୍ଦୀ ଭାଷା ଲଦାଯିବାକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି। ଏହି ପ୍ରସଙ୍ଗ ମହାରାଷ୍ଟ୍ର ରାଜନୀତିର ମୋଡ଼ ବଦଳାଇବାକୁ ଯାଉଛି। ମରାଠୀ ଓ ହିନ୍ଦୁ ଭୋଟକୁ ଆଧାରକରି ରାଜ୍ୟରେ ଶକ୍ତିଶାଳୀ ଥିବା ଶିବସେନା(ୟୁବିଟି)ର ମୁଖ୍ୟ ଉଦ୍ଧବ ଠାକ୍‌ରେ ଓ ତାଙ୍କ କାକାପୁଅ ଭାଇ ତଥା ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ଅଧ୍ୟକ୍ଷ ରାଜ୍‌ ଠାକ୍‌ରେ ଏକାଠି ହୋଇପାରନ୍ତି ବୋଲି ଉଭୟେ ସଙ୍କେତ ଦେଇଛନ୍ତି। ରାଜ୍‌ କହିଛନ୍ତି, ଆମ ଭିତରେ ଥିବା ମତପାର୍ଥକ୍ୟ ବଡ଼ ନୁହେଁ, ମହାରାଷ୍ଟ୍ରର ଆମତ୍ସମ୍ମାନ ରକ୍ଷା ହେଉଛି ସର୍ବୋଚ୍ଚ ପ୍ରାଥମିକତା। ରାଜ୍‌ଙ୍କ ଏହି ମନ୍ତବ୍ୟ ପରେ ତାଙ୍କ ସହ ଥିବା ସମସ୍ତ ବିବାଦରେ ପୂର୍ଣ୍ଣଚ୍ଛେଦ ପକାଇ ଦେଇଥିବା ଉଦ୍ଧବ କହିଛନ୍ତି। ଗତ କିଛିବର୍ଷର ରାଜ୍ୟ ରାଜନୀତିରେ ଠାକ୍‌ରେ ଭ୍ରାତାଙ୍କ ସ୍ଥିତି ସେମାନଙ୍କୁ ଏବେ ଏକାଠି ହେବାକୁ ଦିଗ ଦେଖାଉଛି। ହିନ୍ଦୀକୁ ବିରୋଧର ମାଧ୍ୟମ କରି ସେମାନେ ଶାସକ ମହାୟୁତିକୁ ଶକ୍ତ ଜବାବ ଦେଇପାରନ୍ତି ବୋଲି ବିଶ୍ଳେଷକମାନେ ମତ ଦେଉଛନ୍ତି।

ମୁମ୍ବାଇ,୨୦।୪: ମହାରାଷ୍ଟ୍ର ରାଜନୈତିକ ଦୃଶ୍ୟପଟରେ ଏକ ଉଲ୍ଲେଖନୀୟ ପରିବର୍ତ୍ତନ ହେବାକୁ ଯାଉଛି। ଶିବସେନା (ୟୁବିଟି) ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେ ତାଙ୍କଠାରୁ ଦୂରେଇ ଯାଇଥିବା ଭାଇ ତଥା ଏମ୍‌ଏନ୍‌ଏସ୍‌ ମୁଖ୍ୟ ରାଜ୍‌ ଠାକ୍‌ରେଙ୍କ ସହ ହାତ ମିଳାଇବାକୁ ଶନିବାର ଆଗ୍ରହ ପ୍ରକାଶ କରିଛନ୍ତି। ହିନ୍ଦୀକୁ ବିରୋଧ ପ୍ରସଙ୍ଗ ୨ ଭାଇଙ୍କୁ ପରସ୍ପରର ନିକଟତର କରାଇଛି। ଚଳିତବର୍ଷ ଶେଷଭାଗରେ ବ୍ରିହନ୍‌ମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ (ବିଏମ୍‌ସି) ନିର୍ବାଚନ ପାଇଁ ମହାରାଷ୍ଟ୍ର ପ୍ରସ୍ତୁତି ଚଳାଇଥିବାବେଳେ ଶିବସେନା (ୟୁବିଟି) ଏବଂ ଏମ୍‌ଏନ୍‌ଏସ୍‌ ମଧ୍ୟରେ ରାଜନୈତିକ ମେଣ୍ଟ ହେବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ମହାରାଷ୍ଟ୍ରରେ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ହିନ୍ଦୀକୁ ବାଧ୍ୟତାମୂଳକ ତୃତୀୟ ଭାଷା କରାଇବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବାବେଳେ ଏହାକୁ ରାଜ୍‌ ଠାକ୍‌ରେ ଦୃଢ଼ ବିରୋଧ କରିଥିଲେ। ରାଜ୍ୟରେ ହିନ୍ଦୀକୁ ବାଧ୍ୟତାମୂଳକ ହେବାକୁ ଦିଆଯିବ ନାହିଁ ବୋଲି ଶନିବାର ଉଦ୍ଧବ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଶିବସେନା (ୟୁବିଟି)ର ଶ୍ରମିକ ସଙ୍ଗଠନ ଭାରତୀୟ କାମଗାର ସେନାକୁ ଉଦ୍‌ବୋଧନ ଦେଇ ଉଦ୍ଧବ କହିଛନ୍ତି, ହିନ୍ଦୀ ଭାଷା ପ୍ରତି ତାଙ୍କ ଦଳର ଘୃଣା ନାହିଁ। ତେବେ ଏହାକୁ କ’ଣ ପାଇଁ ଲଦିଦିଆଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ଛୋଟମୋଟ ବିବାଦକୁ ପଛରେ ପକାଇବାକୁ ସେ ପ୍ରସ୍ତୁତ ଅଛନ୍ତି। ମହାରାଷ୍ଟ୍ରର ସ୍ବାର୍ଥ ପାଇଁ ସମସ୍ତ ମରାଠୀ ଜନସାଧାରଣ ଏକାଠି ହେବାକୁ ସେ ନିବେଦନ କରିଛନ୍ତି। ଶିଳ୍ପସଂସ୍ଥାଗୁଡ଼ିକ ଗୁଜରାଟ ଚାଲିଯାଉଥିବା ନେଇ ଆମେ ପାର୍ଲାମେଣ୍ଟରେ ଉଠାଇଥିଲୁ। ସେତେବେଳେ ଯଦି ଆମେ ଏକାଠି ହୋଇଥାନ୍ତୁ, ତେବେ ସରକାର ଗଢ଼ିପାରିଥାନ୍ତୁ, ଯାହା ମହାରାଷ୍ଟ୍ର ପାଇଁ କାମ କରିଥାନ୍ତା। ଯିଏ ମହାରାଷ୍ଟ୍ର ସ୍ବାର୍ଥ ବିରୋଧରେ କାର୍ଯ୍ୟ କରିବ, ଆମେ ତାଙ୍କୁ ଘରକୁ ଡାକିବା ନାହଁି କି ତାଙ୍କ ସହ ବସିବା ନାହିଁ ବୋଲି ଉଦ୍ଧବ କହିଛନ୍ତି।
ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାବିକାଶ ଅଘାଡ଼ି(ଏମ୍‌ଭିଏ) ପରାଜିତ ହେବା ପରେ ବିରୋଧୀ ମେଣ୍ଟରେ ଆଭ୍ୟନ୍ତରୀଣ ସଙ୍କଟ ଦେଖାଦେଇଥିବାବେଳେ ଉଦ୍ଧବଙ୍କ ଏଭଳି ମନ୍ତବ୍ୟରୁ ରାଜଙ୍କ ସହ ଏକାଠି କାମ କରିବା ଦ୍ୱାରା ମରାଠୀଙ୍କ ସ୍ବାର୍ଥର ସୁରକ୍ଷା ହୋଇପାରିବ ବୋଲି ସେ ଅନୁଭବ କରିଥିବା ପ୍ରତିଫଳିତ ହୋଇଛି। ବିଶେଷ କରି ରାଜ୍ୟର ଭାଷାଗତ ଏବଂ ସାଂସ୍କୃତିକ ପରିଚୟର ସୁରକ୍ଷାକୁ ନେଇ ବିତର୍କ ଚାଲିଥିବାବେଳେ ଉଦ୍ଧବଙ୍କ ମନ୍ତବ୍ୟ ପ୍ରଣିଧାନଯୋଗ୍ୟ।
ଉଦ୍ଧବଙ୍କ ସହ ବିବାଦକୁ ନେଇ ରାଜ୍‌ ଶିବସେନାଠାରୁ ଦୂରେଇ ଯାଇ ୨୦୦୬ରେ ଏମ୍‌ଏନ୍‌ଏସ୍‌ ଗଢ଼ିଥିଲେ। ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ମହେଶ ମଞ୍ଜରେକରଙ୍କ ସହ ପଡ୍‌କାଷ୍ଟରେ ଆଲୋଚନା ବେଳେ ଘରୋଇ ବିବାଦ ମହାରାଷ୍ଟ୍ର ଉପରେ କ୍ଷତିକାରକ ପ୍ରଭାବ ପକାଉଥିବା ନେଇ ରାଜ ଚିନ୍ତାବ୍ୟକ୍ତ କରିଛନ୍ତି। ଉଦ୍ଧବଙ୍କ ସହ ତାଙ୍କ ବିବାଦ ଛୋଟ ଘଟଣା, କିନ୍ତୁ ମହାରାଷ୍ଟ୍ର ସବୁକିଛିଠାରୁ ବହୁତ ବଡ଼ ବୋଲି ରାଜ କହିଥିଲେ। ଉକ୍ତ ମତଭେଦ ମହାରାଷ୍ଟ୍ର ଏବଂ ମରାଠୀଙ୍କ ପାଇଁ ମୂଲ୍ୟ ଦେବାକୁ ପଡ଼ିଛି। ଏକାଠି ହେବା କଷ୍ଟକର ନୁହେଁ, ଏହା ଇଚ୍ଛାର କଥା। ଆମେ ଏକ ବୃହତ୍ତର ଛବି ଦେଖିବା ଆବଶ୍ୟକ। ରାଜନୈତିକ ଦଳ ନିର୍ବିଶେଷରେ ସବୁ ମରାଠୀ ଏକାଠି ହେବା ଆବଶ୍ୟକ ବୋଲି ରାଜ୍‌ କହିଛନ୍ତି। ଯଦି ମହାରାଷ୍ଟ୍ର ଆମକୁ ଏକାଠି ହେବାକୁ ଚାହେଁ, ତାହା ହେବାକୁ ଦିଆଯାଉ। ଏଭଳି କାର୍ଯ୍ୟରେ ମୁଁ ମୋ ଅହଂଭାବକୁ ପ୍ରତିବନ୍ଧକ ହେବାକୁ ଦେବିନାହିଁ ବୋଲି ରାଜ୍‌ ସ୍ପଷ୍ଟ କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri