Posted inଜାତୀୟ

ରୋଚକ ସ୍ଥିତିରେ ମହାରାଷ୍ଟ୍ର ରାଜନୀତି:ଭାଜପା ଆଡ଼େ ଢଳୁଛନ୍ତି ଉଦ୍ଧବ, ଦୂରେଇ ଯାଉଛନ୍ତି ଶିନ୍ଦେ

ନୂଆଦିଲ୍ଲୀ, ୨୮ା୨:ମହାରାଷ୍ଟ୍ରରେ ଭାଜପା, ଶିବସେନା ଏବଂ ଏନ୍‌ସିପି ଅଜିତ୍‌ ପାଓ୍ବାରଙ୍କ ମହାୟୁତି ମେଣ୍ଟ ସରକାର ଚାଲିଛି। ଅନ୍ୟପକ୍ଷରେ ବିରୋଧୀ ମହା ବିକାଶ ଅଘାଡିରେ ଉଦ୍ଧବଙ୍କ ଶିବସେନା, କଂଗ୍ରେସ ଓ ଶରଦ ପାଓ୍ବାରଙ୍କ ଏନ୍‌ସିପି ରହିଛନ୍ତି। ନୂଆ ସରକାର ଗଠନ ଦିନୁ ରାଜ୍ୟ ରାଜନୀତି ଚଳଚଞ୍ଚଳ ରହିଛି। ଏପରି କି କୌଣସି ମୁହୂର୍ତ୍ତ ବିଭିନ୍ନ ଚର୍ଚ୍ଚା ହେବାରୁ ଫିକାପଡ଼ୁନିି। କେଉଁଠି ନା କେଉଁଠି ସରକାର ଭିତରେ କିମ୍ବା ବାହାରେ ଭିନ୍ନ ଭିନ୍ନ ଆଲୋଚନା ଲାଗି ରହିଛି। ସଦ୍ୟ ଘଟଣାକ୍ରମ ଦେଖିଲେ ବିରୋଧୀ ପକ୍ଷରେ ଥିବା ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି। ମହାୟୁତିରେ ଶିବସେନାର ଏକନାଥ ଶିନ୍ଦେ ଅସନ୍ତୁଷ୍ଟ ଥିବା ଲକ୍ଷ୍ୟକରି ଉଦ୍ଧବ ନୂଆ ଗୋଟି ଚାଳନା ଆରମ୍ଭ କରିଛନ୍ତି ବୋଲି ରାଜନୈତିକ ମହଲରେ ଟୁପୁରଟାପର ଚାଲିଛି।
ଏକଦା ଭାଜପା ସହ ଉଦ୍ଧବଙ୍କ ଶିବସେନା ମେଣ୍ଟ କରି ସରକାର ଗଠନ କରିଥିଲା। ସମୟକ୍ରମେ ଉଚ୍ଚାକାଂକ୍ଷା କରିବାରୁ ଉଦ୍ଧବ ଭାଜପାରୁ ଦୂରେଇ ଯାଇ କଂଗ୍ରେସ ସହ ମିଶି ମହାରାଷ୍ଟ୍ର ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିଥିଲେ। ଉଦ୍ଧବ ମୁଖ୍ୟମନ୍ତ୍ରୀ ହୋଇଥିଲେ ମଧ୍ୟ ନିଜ ଦଳକୁ ସଙ୍ଗଠିତ କରିବାରେ ବିଫଳ ହୋଇଥିଲେ। ଫଳରେ ଶିବସେନା ଭିତରେ ଫାଟ ହେଲା ଓ ଏକନାଥ ଶିନ୍ଦେଙ୍କୁ ସମର୍ଥନ ଜଣାଇ ଭାଜପା ସେଠାରେ ସରକାର ଗଢ଼ିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲା। ଦିନେ ମୁଖ୍ୟମନ୍ତ୍ରୀ ଥିବା ଦେବେନ୍ଦ୍ର ଫଡନବିସ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ ଓ ଏକନାଥ ଶିନ୍ଦେଙ୍କୁ ମୁଖ୍ୟ ଚଉକିରେ ବସିବାର ସୁଯୋଗ ମିଳିଥିଲା। ୨୦୨୪ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭାଜପା ସର୍ବାଧିକ ଆସନ ଜିଣିବାରୁ ଦେବେନ୍ଦ୍ର ପୁନଶ୍ଚ ମୁଖ୍ୟମନ୍ତ୍ରୀ ହୋଇଥିଲେ। ତେବେ ସେହି ଆସନ ପାଇଁ ଭାଜପା ଓ ଶିବସେନା ମଧ୍ୟରେ ଜୋରସୋର ଟଣାଓଟରା ହୋଇଥିଲା। ଚଉକି ମୋହ ଛାଡ଼ିପାରି ନ ଥିବା ଶିନ୍ଦେ ସରକାର ଗଠନ ପାଇଁ ସବୁ କାର୍ଯ୍ୟ ଚୂଡ଼ାନ୍ତ ହେଉଥିବା ବେଳେ ନିଜ ଗାଁକୁ ଚାଳିଯାଇଥିଲେ ଓ ଅସୁସ୍ଥ ଥିବା ବିଷୟ ଜଣାଇଥିଲେ। ଶିନ୍ଦେଙ୍କ ସେତେବେଳର ଆଚରଣ ଭାଜପାକୁ ଆଦୌ ଗ୍ରହଣୀୟ ହୋଇ ନ ଥିଲା। କେବଳ ମେଣ୍ଟ ଧର୍ମକୁ ରକ୍ଷାକରି ଭାଜପା ସରକାର ଗଠନ ବେଳେ ଶିନ୍ଦେ ଏବଂ ଏନ୍‌ସିପି ନେତା ଅଜିତ ପାଓ୍ବାରଙ୍କୁ ଉପମୁଖ୍ୟମନ୍ତ୍ରୀ ଆସନ ଦିଆଯାଇଥିଲା। ହେଲେ ଶିନ୍ଦେ ଅସନ୍ତୁଷ୍ଟ ଥିବା ଲକ୍ଷ୍ୟ କରାଯାଇଥିଲା। ଏଭଳି ସ୍ଥିତିରୁ ଫାଇଦା ଉଠାଇବାକୁ ଯାଇ ୨୫ ଫେବୃଆରୀରେ ଉଦ୍ଧବ ଠାକ୍‌ରେ ତାଙ୍କ ମୁଖପତ୍ର ‘ସାମ୍‌ନା’ର ସମ୍ପାଦକୀୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ଶିନ୍ଦେଙ୍କୁ ସମାଲୋଚନା କରିଛନ୍ତି। ଶିନ୍ଦେ ତାଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ ବିଭିନ୍ନ ପ୍ରକଳ୍ପ ପାଇଁ କରିଥିବା ଫିକ୍ସିଂ ଓ ଦଲାଲି କାର୍ଯ୍ୟ ବିଷୟରେ ଏଥିରେ ଉଲ୍ଲେଖ କରିଥିଲେ।
ଦେବେନ୍ଦ୍ରଙ୍କ ସହ ଶିନ୍ଦେଙ୍କ ସମ୍ପର୍କ ଭଲ ନ ଥିବା ନିକଟରେ ଘଟିଥିବା କେତେକ ଘଟଣାରୁ ବେଶ୍‌ ଜଣାପଡ଼ିଛି। ୨୦୨୭ରେ ନାସିକ୍‌ କୁମ୍ଭମେଳା ସକାଶେ ହୋଇଥିବା ପ୍ରସ୍ତୁତି ବୈଠକରେ ମୁଖ୍ୟମନ୍ତ୍ରୀ ଫଡନବିସ ଯୋଗ ଦେଇଥିବା ବେଳେ ଶିନ୍ଦେ ସେଥିରେ ଅନୁପସ୍ଥିତ ରହିବା ସରକାରରେ ସବୁକିଛି ଠିକ୍‌ ଚାଲିନାହିଁ ବୋଲି ବାର୍ତ୍ତା ବାହାରକୁ ଯାଇଥିଲା। ଅନ୍ୟ ଏକ ଘଟଣାରେ ଗୃହ ବିଭାଗ ଦାୟିତ୍ୱରେ ଥିବା ଫଡନବିସ ଶିବସେନାର ୨୦ ବିଧାୟକଙ୍କଠାରୁ ପୋଲିସ ସୁରକ୍ଷା ହଟାଇ ନେବା ବିଷୟ ମଧ୍ୟ ଚର୍ଚ୍ଚାକୁ ଆସିଛି।
ସୂଚନାଯୋଗ୍ୟ, ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ପାଇଁ ୨୦୨୪ରେ ହୋଇଥିବା ନିର୍ବାଚନରେ ଭାଜପା ଏକାକୀ ୧୩୨ ଆସନ ଜିତିଥିବା ବେଳେ ଶିବସେନା ୫୭ ଓ ଅଜିତ ପାଓ୍ବାରଙ୍କ ଏନ୍‌ସିପି ୪୧ ଆସନ ଅକ୍ତିଆର କରିଥିଲେ। ଅପରପକ୍ଷରେ ବିରୋଧୀ ମହା ବିକାଶ ଅଘାଡିର ଉଦ୍ଧବଙ୍କ ଶିବସେବା ୨୦, କଂଗ୍ରେସ ୧୬ ଓ ଶରଦ ପାଓ୍ବାରଙ୍କ ଏନ୍‌ସିପି ୧୦ ସିଟ୍‌ ପାଇଥିଲେ।
ଏବର ରାଜନୈତିକ ଆଲୋଚନାକୁ ଦେଖିଲେ ଉଦ୍ଧବ ଯଦି ବାସ୍ତବରେ ଫଡନବିସ୍‌ଙ୍କ ଆଡ଼କୁ ଯାଆନ୍ତି, ତାହା ହେଲେ ସିନ୍ଦେଙ୍କ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି ହେବ। ଗଣମାଧ୍ୟମରେ ଫଡନବିସ ଓ ସିନ୍ଦେଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଯାଇଥିବା ନେଇ ହେଉଥିବା ଆଲୋଚନାକୁ ଖୋଦ୍‌ ଶିନ୍ଦେ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି ଭାଜପା ସହିତ ତାଙ୍କ ଦଳର କୌଣସି ମତଭେଦ ନାହିଁ। ପୁଣି କେନ୍ଦ୍ର ସରକାରରେ ଭାଜପାର ସିଟ୍‌ ସଂଖ୍ୟା କମ୍‌ ଥିବାରୁ ଦଳ ସହଯୋଗୀ ସଂଖ୍ୟା ବଢ଼ାଇବାକୁ ଆଶା ରଖିବା ସ୍ବାଭାବିକ। ଏମିତି ଦେଖିଲେ ଉଦ୍ଧବ ଭାଜପାର ଦୀର୍ଘ ବର୍ଷର ମିତ୍ର ରହିଥିଲେ। ଯଦି ପରିବର୍ତ୍ତିତ ସ୍ଥିତିରେ କିଛି ନୂଆ ହେବାକୁ ଯାଉଛି, ତାହା ହେଲେ ସମୟ ଓ ସୁଯୋଗକୁ ଭାଜପା ହାତଛଡ଼ା କରିବ ନାହିଁ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ତେବେ ଆଗକୁ କ’ଣ ଘଟୁଛି ତା’ ଉପରେ ଏବେ ସମସ୍ତଙ୍କ ନଜର ରହିବା ସ୍ବାଭାବିକ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ବ୍ଲାକମେଲିଂ: ଫେକ ଆକାଉଣ୍ଟ ଖୋଲି ଛାଡୁଥିଲେ…

ଜଗତ୍‌ସିଂହପୁର,୩୧ା୧(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବ୍ଲାକ ମେଲିଂ ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ନନ୍ଦିପଡ଼ା…

୧୯ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟ୍‌ବଲ: ବିଜୟ ସହ ଭାରତର ଅଭିଯାନ ଆରମ୍ଭ

ପୋଖରା, ୩୧ା୧:ସ୍ଥାନୀୟ ପୋଖାରା ରଙ୍ଗଶାଂଳା ଷ୍ଟାଡିୟମରେ ଆୟୋଜକ ନେପାଳ ବିପକ୍ଷରେ ୧-୦ ଗୋଲ୍‌ରେ ବିଜୟ ହାସଲ କରି ଭାରତ ୧୯ ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟ୍‌ବଲ…

ଇଶାନଙ୍କ ବିସ୍ଫୋରକ ଶତକ: ୪-୧ରେ ଭାରତର ସିରିଜ ବିଜୟ

ଥିରୁଭାନନ୍ତପୁରମ,୩୧ା୧- ଇଶାନ କିଶନଙ୍କ ବିସ୍ଫୋରକ ଶତକ ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ସହ ଦ୍ରୁତ ୧୩୭ ରନର ଭାଗୀଦାରି ଏବଂ ଅର୍ଶଦୀପଙ୍କ ୫ ଉଇକେଟ ସଫଳତାକୁ ପାଥେୟ…

ଖଣି ଭୁଶୁଡ଼ି ଚାଲିଗଲା ୨୦୦ ଲୋକଙ୍କ ଜୀବନ, ପଶି ରହିଛନ୍ତି ଅନେକ…

ଗୋମା(କଙ୍ଗୋ),୩୧ା୧ପୂର୍ବ କଙ୍ଗୋର କୋଲଟାନ ଖଣି ଅଞ୍ଚଳରେ କେତେକ ଖଣି ଭୁଶୁଡ଼ିପଡ଼ିବାରୁ ଅନୂ୍ୟନ ୨୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ଶନିବାର ବିଦ୍ରୋହୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏମ୍‌୨୩…

ଖାଦ୍ୟ ପରିବେଷଣରେ ବିଳମ୍ବ ହେବାରୁ ସଂଘର୍ଷ: ଗଡ଼ିଲା ୨ ମୁଣ୍ଡ

ଗାଜିଆବାଦ,୩୧ା୧: ଗାଜିଆବାଦର ଏକ ଭୋଜନାଳୟରେ ଖାଦ୍ୟ ପରିବେଷଣରେ ବିଳମ୍ବକୁ ନେଇ ବିବାଦ ଦେଖାଦେବା ସହ ଛୁରାମାଡ଼ରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ଜଣେ ଗୁରୁତର…

ଦାଦନ ସାଜିଲା କାଳ: କେରଳରୁ ଫେରିବା ବେଳେ ଯୁବକ ନିଖୋଜ, ମୁକ୍ତି ପାଇଁ ମଗାଯାଉଛି ଟଙ୍କା,ଶୁଖୁ ନାହିଁ…

ଥୁଆମୂଳ ରାମପୁର, ୩୧।୧ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଆଉ ପରିବାର ପ୍ରତିପୋଷଣର ଚିନ୍ତା ଜଣେ ଗରିବ ଯୁବକଙ୍କୁ ସୁଦୂର କେରଳକୁ ଟାଣି ନେଇଥିଲା। କିନ୍ତୁ ସେହି…

ବାଇକ୍‌କୁ ଧକ୍କା ଦେଇ ଘୋଷାଡ଼ି ନେଲା ବୋଲେରୋ: ଚାଲିଗଲା ସ୍ବାମୀଙ୍କ ଜୀବନ, ସ୍ତ୍ରୀ ଗୁରୁତର

ଗୋଡ଼ଭଗା,୩୧ା୧(ସୁରେଶ ଦାଶ): ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ଗୋଡ଼ଭଗା ମାରୱାଡି ଧର୍ମଶାଳା ପାଖରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ କଳାମାଟି ପଞ୍ଚାୟତ ମାଉଲିଭାଗର ହେମସାଗର…

ସୀମାନ୍ତ ଗ୍ରାମରେ ଗୋଷ୍ଠୀ କେନ୍ଦ୍ର ଉଦଘାଟନ କଲା ବ୍ଲକ ପ୍ରଶାସନ 

ପଟ୍ଟାଙ୍ଗି,୩୧।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ସୀମାନ୍ତ ନେରିଡିବାଲସା ଗ୍ରାମରେ ବ୍ଲକ ପ୍ରଶାସନ ପକ୍ଷରୁ ନବନିର୍ମିତ ଗୋଷ୍ଠୀ କେନ୍ଦ୍ର ଗୃହକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri