Posted inଜାତୀୟ

ଶରଦଙ୍କ ପରେ ନିଜ ପରିବାରର ଆଉ ଜଣଙ୍କ ସହ କଡା ମୁକାବିଲା କରିବେ ଅଜିତ ପାଓ୍ବାର! ଆପତ୍ତିଜନକ ଟ୍ବିଟ୍‌ କରି ବର୍ଷିଲେ ରାହୁଲ

ମୁମ୍ବାଇ,୫।୭: ମହାରାଷ୍ଟ୍ର ରାଜନୀତି ଦିିନକୁ ଦିନ ନୂଆ ମୋଡ ନେଉଛି। ଅଜିତ ପାଓ୍ବାର ଶରଦ ପାଓ୍ବାରଙ୍କ ଦଳ ଛାଡିବା ପରେ ତାଙ୍କୁ ନେଇ ଶରଦଙ୍କ ପକ୍ଷରୁ ବିଭିନ୍ନ ବୟାନ ବାଜି ଜାରି ରହିଛି। ଏହିକ୍ରମରେ ସୁପ୍ରିୟା ସୁଲେ ମଧ୍ୟ ଅଜିତଙ୍କୁ ସମାଲୋଚନା କରିଛନ୍ତି। ତେବେ ନିଜ ପରିବାରରୁ ଗୋଟିକ ପରେ ଗୋଟିଏ ନିନ୍ଦା ଶୁଣିବାକୁ ମିଳୁଛି। ବର୍ତ୍ତମାନ ଶରଦଙ୍କ ବଡ ଭାଇଙ୍କ ପୁଅ ରୋହିତ ପାଓ୍ବାର ଟ୍ବିଟ୍‌ କରି ଅଜିତଙ୍କ ଉପରେ ବର୍ଷିଛନ୍ତି।

ଏନସିପି ବିଧାୟକ ରୋହିତ ପାୱାର ଏକ ଉତ୍ତେଜକ ଫଟୋ ଟ୍ବିଟରରେ ଶେୟାର କରିଛନ୍ତି। ଏହି ଫଟୋରେ ଶରଦ ପାୱାରଙ୍କ ଚିତ୍ର ମହାରାଷ୍ଟ୍ରର ମାନଚିତ୍ର ମଝିରେ ଥିବାବେଳେ କିଛି ଲୋକ ତାଙ୍କ ଚାରିପାଖରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ଫଟୋରେ ଚାରିଟି କୁକୁର ଚାରିପଟୁ ମାନଚିତ୍ର ବାହାରେ ଭୁକିବା ଦେଖାଯାଇଛି। ଏହା ସହିତ ସେ ମରାଠୀ ଭାଷାରେ ଲିଖିତ ଏକ କବିତା ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ ସେ ବର୍ତ୍ତମାନର ରାଜନୈତିକ ପରିସ୍ଥିତି ଉପରେ ମନ୍ତବ୍ୟ ଦେଇଛନ୍ତି। ଅନ୍ୟପଟେ ଅଜିତ ପାଓ୍ବାର ନିଜ ପାର୍ଟି ବୈଠକରେ ଶରଦ ପାଓ୍ବାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ମୁଁ ଏହି ସଫଳତା ପାଇବା ପଛରେ ଶରଦଙ୍କ ସମର୍ଥନ ରହିଛି। ସେଥିପାଇଁ ତାଙ୍କୁ କୃତଜ୍ଞତା ଜଣାଉଛି।

ସୂଚନାଯୋଗ୍ୟ, ଏନସିପି ମୁଖିଆ ଶରଦ ପାୱାରଙ୍କ ବଡ ଭାଇ ଆପାସାହେବଙ୍କ ନାତି ତଥା ପରିବାରର ଚତୁର୍ଥ ପିଢିର ସଦସ୍ୟ ରୋହିତ ପାୱାର। ୩୭ବର୍ଷିୟ ରୋହିତ ଅହମ୍ମଦନଗର ଜିଲାର କରଜାଟ ଜାମଖେଡ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ଅଟନ୍ତି। ସେ ୨୦୧୭ରେ ପୁଣେ ଜିଲା ପରିଷଦ ଆସନରେ ୧୨,୦୦୦ରୁ ଅଧିକ ଭୋଟରେ ବିଜୟ ହାସଲ କରି ରାଜନୀତିରେ ପ୍ରବେଶ କରିଥିଲେ। ସେ ୨୦୧୯ରେ କରଜତ ଜାମଖେଡ ଆସନରୁ ପ୍ରଥମ ଥର ବିଧାନସଭା ନିର୍ବାଚନରେ ଜିତିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri