Posted inଜାତୀୟ

ଶରଦ ପାୱାରଙ୍କୁ ‘ଔରଙ୍ଗଜେବଙ୍କ ପୁନର୍ଜନ୍ମ’ କହିବା ଉପରେ ବିବାଦ, ଏନ୍‌ସିପି ଦେଲା ଚେତାବନୀ

ମୁମ୍ବାଇ, ୯।୬: ମହାରାଷ୍ଟ୍ରରେ ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ଉପରେ ଚାଲିଥିବା ବିବାଦ ବନ୍ଦ ହେବାର ନାଁ ନେଉନାହିଁ। ଭାଜପା ନେତା ନୀଳେଶ ରାଣେ ଏନ୍‌ସିପି ସୁପ୍ରିମୋ ଶରଦ ପାୱାରଙ୍କୁ ‘ଔରଙ୍ଗଜେବଙ୍କ ପୁନର୍ଜନ୍ମ’ ବୋଲି କହିବା ପରେ ବିବାଦ ଆହୁରି ଗଭୀର ହୋଇଯାଇଛି। ଏହି ପ୍ରସଙ୍ଗରେ ସାରା ରାଜ୍ୟରେ ବିରୋଧ ପ୍ରଦର୍ଶନ କରିବାକୁ ଏନ୍‌ସିପି ଚେତାବନୀ ଦେଇଛି। ଏହା ସହିତ ଭାଜପାର ବରିଷ୍ଠ ନେତାଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି।

ବୁଧବାର ମହାରାଷ୍ଟ୍ରର କୋହ୍ଲାପୁରରେ ଏକ କାର୍ଯ୍ୟକ୍ରମ ସମୟରେ ଔରଙ୍ଗଜେବଙ୍କ ଚିତ୍ର ଦେଖାଇବା ନେଇ ବିବାଦ ଦେଖାଦେଇଥିଲା। ହିନ୍ଦୁ ସଂଗଠନମାନେ ଏଥିରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହା ପରେ ସୋସିଆଲ ମିଡିଆରେ ଔରଙ୍ଗଜେବ ଏବଂ ଟିପୁ ସୁଲତାନଙ୍କୁ ଗୌରବାନ୍ବିତ ପୋଷ୍ଟ ମଧ୍ୟ ପୋଷ୍ଟ କରାଯାଇଥିଲା। ଯାହା ପରେ କିଛି ଲୋକ ଘର ଏବଂ ଦୋକାନ ଉପରେ ପଥର ଫିଙ୍ଗିଥିଲେ। ଯେଉଁଥିପାଇଁ କୋହ୍ଲାପୁରରେ ପରିସ୍ଥିତି ତିକ୍ତ ହୋଇଯାଇଥିଲା।

ଏହି ଘଟଣା ପରେ ଏନ୍‌ସିପି ମୁଖ୍ୟ ଶରଦ ପାୱାର ସଂଖ୍ୟାଲଘୁଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏହା ଉପରେ ଭାଜପା ନେତା ନୀଳେଶ ରାଣେ ପାୱାରଙ୍କୁ ଟାର୍ଗେଟ କରି ଟୁଇଟ କରି କହିଛନ୍ତି ଯେ ‘ପାୱାର ସାହେବ ମୁସଲମାନ ସମ୍ପ୍ରଦାୟ ପାଇଁ ଚିନ୍ତିତ, କାରଣ ନିର୍ବାଚନ ପାଖେଇ ଆସୁଛି। ଏଥିସହ ସେ ଶରଦ ପାୱାରଙ୍କୁ ‘ଔରଙ୍ଗଜେବଙ୍କ ପୁନର୍ଜନ୍ମ’ ବୋଲି କହିଥିଲେ।

ଏନ୍‌ସିପି ନୀଳେଶ ରାଣେଙ୍କ ଟୁଇଟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି ଏବଂ ଭାଜପା ନେତାଙ୍କୁ ଏନ୍‌ସିପି ମୁଖିଆଙ୍କ ଭାବମୂର୍ତ୍ତିକୁ ଅପବିତ୍ର କରିଥିବା ଅଭିଯୋଗ କରିଛି। ଏନ୍‌ସିପି ମଧ୍ୟ ଏହି ଟୁଇଟ ଡିଲିଟ କରିବାକୁ ଦାବି କରିଛି କିନ୍ତୁ ନୀଳେଶ ରାଣେ ତାହା କରିନାହାଁନ୍ତି। ଏନ୍‌ସିପି ମୁଖପାତ୍ର ମହେଶ ତାପସେ କହିଛନ୍ତି ଯେ ରାଣେଙ୍କ ଟୁଇଟ୍‌କୁ ବିରୋଧ କରି ଏନ୍‌ସିପି ଶୁକ୍ରବାରଠାରୁ ଆନ୍ଦୋଳନ ଆରମ୍ଭ କରିବ। ଅନ୍ୟପକ୍ଷରେ, ନିଳେଶ ରାଣେଙ୍କ ଟୁଇଟ୍‌କୁ ଡିଲିଟ କରିବାକୁ ଏନ୍‌ସିପି ନେତା କ୍ଲାଇଡ କ୍ରାଷ୍ଟୋ ଟୁଇଟର ଇଣ୍ଡିଆକୁ ଦାବି କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri