Posted inଜାତୀୟ

ମହାରାଷ୍ଟ୍ରର ପରବର୍ତ୍ତି ମୁଖ୍ୟମନ୍ତ୍ରୀ ଏନସିପିର ହେବେ: ଜୟନ୍ତ ପାଟିଲ

ମୁମ୍ବାଇ,୩୦।୪: ମହାରାଷ୍ଟ୍ରରେ ସରକାର ଭାଙ୍ଗିବା ଅନୁମାନ ମଧ୍ୟରେ ଏନସିପିର ପ୍ରଦେଶ ଅଧ୍ୟକ୍ଷ ଜୟନ୍ତ ପାଟିଲଙ୍କ ବଡ ବୟାନ ସାମ୍ନାକୁ ଆସିଛି। ପାଟିଲ କହିଛନ୍ତି, ମହାରାଷ୍ଟ୍ରର ପ୍ରରବର୍ତ୍ତି ମୁଖ୍ୟମନ୍ତ୍ରୀ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ହେବେ, ଏହା ସମସ୍ତ ଜନତା ମାନି ନେଲେଣି। ଏହାସହ ସେ କହିଛନ୍ତି, ରାଜ୍ୟରେ ଭବିଷ୍ୟତରେ ଏନସିପି ସବୁଠାରୁ ବଡ ରାଜନୈତିକ ଦଳ ଭାବେ ଉଭା ହେବ। ଜୟନ୍ତ ପାଟିଲ ରାଜ୍ୟର ସତାରା ଜିଲାର କରାଡରେ ଖବରଦାତାଙ୍କ ସହ କଥା ହେବା ସମୟରେ ରବିବାର ଏହି ବୟାନ ଦେଇଛନ୍ତି।
ସୂଚନାଯୋଗ୍ୟ, ଶିବସେନାର ୧୬ ବିଧାୟକଙ୍କ ଯୋଗ୍ୟତାକୁ ନେଇ ସୁପ୍ରିମକୋର୍ଟଙ୍କ ସମ୍ବିଧାନ ପୀଠର ରାୟ ଆସିବା ବାକି ରହିଛି ଯାହା ଗତବର୍ଷ ଶିନ୍ଦେ ଗ୍ରୁପକୁ ଆସିଯାଇଥିଲେ। ଏହି ବିଧାୟକଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନାମ ବି ସାମିଲ ଅଛି। କୋର୍ଟଙ୍କ ରାୟ ବିଳମ୍ବ ହେଉଥିବା ଲକ୍ଷ୍ୟ କରି ଏବେ ମହାରାଷ୍ଟ୍ରରେ ସରକାର ଭାଙ୍ଗିବା ଓ ଶିନ୍ଦେଙ୍କ ମୁଖ୍ୟମନ୍ତ୍ରୀ ପଦ ଯାଇପାରେ ବୋଲି ଅନୁମାନ କରାଯାଉଛି।
ଏହା ବ୍ୟତୀତ ସଞ୍ଜୟ ରାଉତ ଓ ଆଉ କେତେଜଣ ନେତା ଭବିଷ୍ୟବାଣୀ କରି ସାରିଛନ୍ତି ଯେ ଶିନ୍ଦେ ଓ ଭାଜପା ସରକାର ବେଶି ଦିନ ତିଷ୍ଠି ପାରିବ ନାହିଁ। ଏହି ଅନୁମାନ ଭିତରେ ଅଜିତ ପାଓ୍ବାର ମୁଖ୍ୟମନ୍ତ୍ରୀ ହୋଇ ପାରନ୍ତି ବୋଲି ବି ଅନୁମାନ କରାଯାଇଛି। ସେଥିପାଇଁ ଏବେ ଜୟନ୍ତ ପାଟିଲଙ୍କ ବୟାନକୁ ନେଇ ବଡ ରାଜନୈତିକ ଗୁରୁତ୍ୱ ରଖେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

ବାଣଫୁଟାଇ ମିଠାଖୁଆଇ ବିଜୟ ଉତ୍ସବ ପାଳିଲେ ପ୍ରକାଶ-ରବୀନ୍ଦ୍ର

ପୁରୁଷୋତ୍ତମପୁର,୨୮ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ସଭାପତି ଭାବେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ…

ମଧ୍ୟପ୍ରାଚ୍ୟରେ ଅଶାନ୍ତି ମଧ୍ୟରେ, ଆମେରିକାକୁ କଡ଼ା ଚେତାବନୀ ଦେଲେ ଇରାନ ରାଷ୍ଟ୍ରପତି, କହିଲେ ଏଥର…

ତେହରନ୍‌,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ନିରନ୍ତର କ୍ଷେପଣାସ୍ତ୍ର ଆକ୍ରମଣ ବିନିମୟ ହୋଇଛି। ଇରାନ ରାଷ୍ଟ୍ରପତି…

ସରିଲା ଓକିଲ ସଂଘ ନିର୍ବାଚନ: ବାଜି ମାରିଲେ ହୃଦୟରଞ୍ଜନ-ସନ୍ତୋଷ

ଦିଗପହଣ୍ଡି,୨୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦଗିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସରିଛି। ଓକିଲ ସଂଘର ସଭାପତି ଭାବେ ହୃଦୟରଞ୍ଜନ ମେକାପ…

ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଏପ୍ରିଲ ୧ରୁ ନୂଆ ଆବେଦନ, ଏଥିରେ ସାମିଲ ହେବେ…

ଭୁବନେଶ୍ୱର,୨୮ା୩: ସୁଭଦ୍ରା ଯୋଜନାକୁ ନେଇ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ୧ରୁ ନୂଆ ସୁଭଦ୍ରା ପଞ୍ଜୀକରଣ ଆରମ୍ଭ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri