Posted inଜାତୀୟ

ମହାରାଷ୍ଟ୍ର ନିର୍ବାଚନ: ଅଖିଳେଶ-ଓୱାଇସିଙ୍କ ଭାଙ୍ଗିଲା ସ୍ବପ୍ନ, ପ୍ରି-ପୋଲ ସର୍ଭେ ହଜାଇଲା ନିଦ

ଦେଶ ନଜର ରଖିଛି। ଏହି ସମୟରେ ଏକ ପ୍ରି-ପୋଲ ସର୍ଭେ ବାହାରିଛି, ଯେଉଁଥିରେ ଏମଭିଏର ଏକ ବଡ଼ ସୁବିଧା ହେଉଥିବା ଜଣାପଡିଛି । ସର୍ଭେ ଅନୁଯାୟୀ, ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଏମଭିଏ ୧୫୭ ଟି ଆସନ ପାଇପାରେ। ଏଥିରେ କଂଗ୍ରେସ ୬୮ଟି ସିଟ, ଏନସିପି (ଏସପି)କୁ ୪୪ଟି ସିଟ, ଶିବସେନା (ୟୁବିଟି) ୪୧ଟି ସିଟ, ସମାଜବାଦୀ ପାର୍ଟି ୧ ସିଟ, ସିପିଆଇଏମ ୧ ସିଟ ଏବଂ ପିଡବ୍ଲ୍ୟୁପିକୁ ୨ ସିଟ ମିଳିପାରେ।

ପ୍ରି-ପୋଲ ସର୍ଭେ ଅନୁଯାୟୀ ଭାଜପା ୭୯ ଟି ସିଟ, ଶିବସେନା (ଶିନ୍ଦେ) ୨୩ ଟି ସିଟ, ଏନସିପି ୧୪ଟି ସିଟ, RYSP ଗୋଟିଏ ସିଟ ଏବଂ ଅନ୍ୟମାନେ ୧୪ ଟି ସିଟ ପାଇପାରନ୍ତି।

ମହାରାଷ୍ଟ୍ରରେ ଅନୁଷ୍ଠିତ ଲୋକ ସଭା ନିର୍ବାଚନରେ ଖରାପ ପ୍ରଦର୍ଶନ ପରେ ବିଧାନସଭା ନିର୍ବାଚନ ଭାଜପା ପାଇଁ କଠିନ ଯୁଦ୍ଧରେ ପରିଣତ ହୋଇଛି। ଯଦିଓ ସର୍ଭେରୁ ଜଣାପଡିଛି ଯେ ଏମଭିଏ ସରକାର ଗଠନ କରିପାରେ। ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି (ଏସପି) ଏବଂ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱାଇସିଙ୍କୁ ଏଠାରେ କ୍ଷତି ସହିବାକୁ ପଡିପାରେ। ୨୦୧୯ରେ ଅନୁଷ୍ଠିତ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଉଭୟ ଏସପି ଏବଂ ଏଆଇଏମଆଇଏମ ପ୍ରତ୍ୟେକଙ୍କୁ ୨ଟି ସିଟ ମିଳିଥିଲା।

ସମାଜବାଦୀ ପାର୍ଟି ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ୯ ଜଣ ପ୍ରାର୍ଥୀଙ୍କୁ ନାମାଙ୍କନ କରାଇ MVAର ଟେନସନ ବଢାଇ ଦେଇଛି। କାରଣ ସେ ଯେଉଁଠାରେ ବି ପ୍ରାର୍ଥୀ ଦେଇଛନ୍ତି, ଅଧିକାଂଶ ଆସନ ମୁସଲିମ ଭୋଟରଙ୍କ ପ୍ରଭାବ ରହିଛି। ଏସପି ଫିଲ୍ଡ କରିଥିବା ୯ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୭ ଜଣ ମୁସଲମାନ। ମହାରାଷ୍ଟ୍ର ନିର୍ବାଚନରେ ଅସଦୁଦ୍ଦିନ ଓୱାଇସିଙ୍କ ଦଳ AIMIM ୧୪ ଜଣ ପ୍ରାର୍ଥୀଙ୍କୁ ଟିକେଟ ଦେଇଛି। ଏହି ସର୍ଭେରେ ଉଭୟ ଦଳ ଗୋଟିଏ ଆସନ ପାଇବେ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri