Posted inଜାତୀୟ

ଶିନ୍ଦେ ସରକାରରେ ପ୍ରଥମ ମହିଳା କ୍ୟାବିନେଟ ମନ୍ତ୍ରୀ

ମୁମ୍ବାଇ,୧୪।୭: ମହାରାଷ୍ଟ୍ରର ଶିନ୍ଦେ ସରକାରଙ୍କ କ୍ୟାବିନେଟର ସମ୍ପ୍ରସାରଣ କରାଯାଇଛି। ଅଜିତ ପାଓ୍ବାରଙ୍କ ଗ୍ରୁପର ବିଧାୟକଙ୍କ ମଧ୍ୟରେ ବିଭାଗ ବଣ୍ଟନ ଶୁକ୍ରବାର କରାଯାଇଛି। ଏଥିରେ ଅଦିତି ତଟକରେ ଶିିନ୍ଦେ ସରକାରଙ୍କ ପ୍ରଥମ ମହିଳା ମନ୍ତ୍ରୀ ହୋଇଛନ୍ତି। ସେହି ବିଭାଗଗୁଡିକ ମଧ୍ୟରେ ମହାରାଷ୍ଟ୍ର ରାୟଗଡର ଶ୍ରୀବର୍ଦ୍ଧନ ଆସନରୁ ବିଧାୟକ ଅଦିତି ତଟକରେ ଥିଲେ, ଯେଉଁମାନେ ଅଜିତ ପାୱାରଙ୍କ ସହ ୨ ଜୁଲାଇରେ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ଅଦିତିଙ୍କୁ ଶିନ୍ଦେ ସରକାରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଛି। ଏହାପୂର୍ବରୁ ଅଦିତି ତଟକରେ ମହାବିକାଶ ଆଘାଡି ସରକାରରେ ରାଜ୍ୟ ମନ୍ତ୍ରୀ ଥିଲେ ଏବଂ ତାଙ୍କର ଅନେକ ପୋର୍ଟଫୋଲିଓ ଥିଲା।
ପ୍ରାୟ ଦୁଇ ସପ୍ତାହ ପରେ, ଏନସିପି ବିଧାୟକମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି। ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ଅର୍ଥ ଏବଂ ଯୋଜନା ବିଭାଗ ଦିଆଯାଇଛି। କୁହାଯାଉଛି କି ଅଜିତ ପାୱାର ଅର୍ଥ ମନ୍ତ୍ରଣାଳୟ ପାଇଁ ଜିଦ ଧରିଥିଲେ। ତେଣୁ ତାଙ୍କୁ ଶିନ୍ଦେ ସରକାରରେ ତାଙ୍କର ଇଚ୍ଛା ମୁତାବକ ମନ୍ତ୍ରଣାଳୟ ଦିଆଯାଇଛି। ଅଜିତଙ୍କ ବ୍ୟତୀତ ଧନଞ୍ଜୟ ମୁଣ୍ଡଙ୍କୁ କୃଷି, ଦିଲୀପ ଭାଲସେ ପାଟିଲଙ୍କୁ କୋ ଅପରେଶନ, ହସନ ମୁଶ୍ରିଫଙ୍କୁ ଡାକ୍ତରୀ ଶିକ୍ଷା, ଛଗନ ଭୁଜବଳଙ୍କୁ ଖାଦ୍ୟ ଏବଂ ନାଗରିକ ଯୋଗାଣ, ଧର୍ମରାଓ ଆତ୍ରମଙ୍କୁ ଖାଦ୍ୟ ଏବଂ ଔଷଧ ପ୍ରଶାସନ, ସଞ୍ଜୟ ବନସୋଡକୁ କ୍ରୀଡା, ଅନୀଲ ପାଟିଲଙ୍କୁ ରିଲିଫ ପୁନଃଥଇଥାନ ଏବଂ ବିପର୍ଯ୍ୟୟ ପରିଚାଳନା ଦାୟିତ୍ୱ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ସେମିଫାଇନାଲରେ ପହଞ୍ଚିଲେ ଲକ୍ଷ୍ୟ ସେନ୍‌

ବର୍ମିଂହାମ୍‌,୭ା୩:ଭାରତର ଲକ୍ଷ୍ୟ ସେନ୍‌ ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୨୨ ସଂସ୍କରଣରେ ରନର-ଅପ୍‌ ବିଶ୍ୱର ୧୨ତମ ମାନ୍ୟତାପ୍ରାପ୍ତ ଏହି…

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri