Posted inଫୁରସତ

ଭୂସ୍ବର୍ଗରେ ମାହାପୁରୁ

ଆମେ ଯେଉଁ ଲୋକରେ ବାସ କରୁଛେ, ସେହି ଲୋକର ସ୍ବର୍ଗ ହେଉଛି ଶ୍ରୀପୁରୁଷୋତ୍ତମ କ୍ଷେତ୍ର। ୟେ ମନଗଢ଼ା କଥା ନୁହେଁ। ମହର୍ଷିମାନଙ୍କର ଘୋଷଣା। ପ୍ରାଚୀନ ପୋଥିପତ୍ରରେ ଦରଜ ହୋଇଛି ‘ଭୂସ୍ବର୍ଗ’।
‘ଭୂସ୍ବର୍ଗଂ ସାମ୍ପ୍ରତଂ ହ୍ୟେଷ ପଥିତ ପୁରୁଷୋତ୍ତମଃ।’
ଏହା ସ୍କନ୍ଦ ପୁରାଣ(ଉ.ଖ.୬/୨୮)ର ଘୋଷଣା। ଆମେ ଜାଣିଛେ ବ୍ରହ୍ମବୈବର୍ତ୍ତ ମହାପୁରାଣରେ କୁହାଯାଇଥିଲା ବୈଷ୍ଣବୀୟ ଧାରାରେ ପୁରୁଷୋତ୍ତମ କ୍ଷେତ୍ର ସାକ୍ଷାତ ‘ମର୍ତ୍ତ୍ୟ-ବୃନ୍ଦାବନ’।
‘ଏକଂ ତୁ ମାଥୁରେଦେଶେ ତଥାନ୍ୟତ୍‌ ପୁରୁଷୋତ୍ତମେ’
ଅନେକ ଶାସ୍ତ୍ରରେ ପୁରୁଷୋତ୍ତମ କ୍ଷେତ୍ରର ଅଧିପତି ଶ୍ରୀପୁରୁଷୋତ୍ତମ ବୋଲି ସ୍ବୀକାର କରାଯାଇଛି। ଆଦି ଶଙ୍କରାଚାର୍ଯ୍ୟ ସେଇ ଧାରାକୁ ପ୍ରବର୍ତ୍ତନ କରାଇ ନୂତନ ଦିଗ ପ୍ରତିଷ୍ଠା କରିଦେଇଗଲେ। ଆମକୁ ଏକ ଧାରଣା ଦିଆଯାଇଛି ପ୍ରଥମେ ଶ୍ରୀପୁରୁଷୋତ୍ତମ, ପରେ ଶ୍ରୀଜଗନ୍ନାଥ ସମୀକରଣ ହୋଇଛନ୍ତି। କିନ୍ତୁ ଅନୁସନ୍ଧାନରୁ ଜଣାଯାଏ ତାହା ଠିକ୍‌ ନୁହେଁ। ଏହି ସମୀକରଣ ବହୁ ପ୍ରାଚୀନ। ଶ୍ରୀଲକ୍ଷ୍ମୀ ତନ୍ତ୍ରମ୍‌ ଗ୍ରନ୍ଥରୁ ଏହାର ପ୍ରମାଣ ମିଳେ। ପଞ୍ଚରାତ୍ର ଶାସ୍ତ୍ରର ଅନ୍ୟତମ ଶ୍ରେଷ୍ଠ ଗ୍ରନ୍ଥ ଶ୍ରୀଲକ୍ଷ୍ମୀତନ୍ତ୍ରରେ ପ୍ରମାଣ କରାଯାଇଛି ଶ୍ରୀଜଗନ୍ନାଥ ହେଉଛନ୍ତି ବିଭବାନ୍ତର ସ୍ବରୂପ। ପାଞ୍ଚରାତ୍ରର ଯୋଗୀମାନେ ଏହି ଶବ୍ଦର ଅର୍ଥ କରିଛନ୍ତି- ଦେବତା ଅଥବା ମଣିଷ ରୂପରେ ଆବିଷ୍ଟ ହୋଇ ଯେତେବେଳେ ପରମସତ୍ତା ଅର୍ଥାତ୍‌ ବ୍ରହ୍ମ ଜଗତର ମଙ୍ଗଳ କରନ୍ତି, ସେହି ସ୍ବରୂପ ହେଉଛି-ବିଭବାନ୍ତର ସ୍ବରୂପ।
ସେଥିପାଇଁ ଘୋଷଣା କରେ-
‘ଜଗଦ୍ଧିତଂ ଜଗନ୍ନାଥ ସ୍ତଜଜ୍ଞେୟଂ ବିଭବାନ୍ତରମ’। ଜଗତର ହିତ ପାଇଁ ଜଗନ୍ନାଥ ସାରଣ କରିଛନ୍ତି ବିଭବାନ୍ତର ରୂପ। ଜଗତ ମଙ୍ଗଳ ରହସ୍ୟର କଥା ଇୟେ। ତାରି ଭିତରେ ଲୋକ-ମଙ୍ଗଳ କାମନା ରହିଛି। ଉପାସନା ମାଧ୍ୟମରେ ଆମେ ତାଙ୍କର ନିକଟତର ହୋଇଛେ। ଲୋକବତ୍‌ ଲୀଳା କୈବାଲ୍ୟମ୍‌’ର ଗହନ ରହସ୍ୟ ହେଉଛି ଇୟେ…।

ଦାରୁ ଦିଅଁଙ୍କ ପ୍ରିୟ

‘ଯଥା ଦେହେ ତଥା ଦେବେ’ କର୍ମକାଣ୍ଡ ବିଜ୍ଞାନର ଏହି ରହସ୍ୟକୁ ଆଧାର କରି ମହାପ୍ରଭୁଙ୍କର ଉପାସନା ପ୍ରଚଳିତ। ଏହା ମଧ୍ୟ ଆମର ସନାତନ ପରମ୍ପରା ସ୍ବୀକୃତ। ଓଡ଼ିଆ ପରମ୍ପରାରେ ଖାଦ୍ୟର ଯେଉଁ ବିଶେଷତ୍ୱ ରହିଛି ତାହା ମଧ୍ୟରୁ ପଖାଳ ଅନ୍ୟତମ। ଲୋକ ଜୀବନରେ ଉଷୁନା ପଖାଳ ଓ ଅରୁଆ ପଖାଳ ପାଞ୍ଚଟି ନାମ ଧାରଣ କରିଛି। ମହାପ୍ରଭୁଙ୍କ ଉପାସନାରେ କେବଳ ଅରୁଆ ପଖାଳ ପ୍ରଚଳନର ବ୍ୟବସ୍ଥା ରହିଛି। ଆଠକାଳି ବାରମାସି ପଖାଳ ପରମ୍ପରା ପ୍ରଚଳିତ ଥିବାବେଳେ ମହାପ୍ରଭୁଙ୍କ ଉପାସନାରେ ମଧ୍ୟ ସବୁ ଋତୁରେ ବାରମାସ ଏହି ପରମ୍ପରା ଦେଖାଯାଏ। ସାଧାରଣ ଲୋକଟିଏ ଯେପରି ପଖାଳପ୍ରିୟ, ମହାପ୍ରଭୁଙ୍କ ଉପାସନାକୁ ଲକ୍ଷ୍ୟକଲେ ଜଣାପଡୁଛି, ମହାପ୍ରଭୁ ମଧ୍ୟ ପଖାଳପ୍ରିୟ। ସାଧାରଣ ଜୀବନରେ ଆବଶ୍ୟକତା ଅନୁଯାୟୀ ମଣିଷଟିଏ ଦିନରେ ଏବଂ ରାତିରେ ପଖାଳ ଗ୍ରହଣ କରୁଥିବା ବେଳେ ମହାପ୍ରଭୁ କେବଳ ସନ୍ଧ୍ୟାଧୂପରେ ପଖାଳ ଭୋଗ ଗ୍ରହଣ କରନ୍ତି। ପ୍ରକାର ଭେଦରେ ଏଗୁଡ଼ିକ ବିଭିନ୍ନ ପ୍ରକାରର ରହିଥାଏ। ଅଦା ପକାଯାଇ ଚୁପୁଡା ପଖାଳ, ଟଭାରେ ଟଭା ପଖାଳ, ଜିରା ଅଦା ଓ ମସଲା ଦ୍ୱାରା ପ୍ରସ୍ତୁତ ସୁବାସିତ ପଖାଳ ଏବଂ ଦହିରେ ହୋଇଥାଏ ଦହି ପଖାଳ। ଶ୍ରୀଗୁଣ୍ଡିଚାଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମୟକୁ ଛାଡିଦେଲେ ବାକି ବର୍ଷର ସମସ୍ତ ଦିବସରେ ଦାରୁଦିଅଁ ପଖାଳରେ ଆତ୍ମସନ୍ତୋଷ ପାଇଥା’ନ୍ତି।

ଶ୍ରୀମନ୍ଦିରରେ ଅକ୍ଷୟବଟ

କଳ୍ପବଟ ମଧ୍ୟ ଅକ୍ଷୟବଟ ନାମରେ ପରିଚିତ। କଳ୍ପ ହେଉଛି କଳ୍ପନା। ବଟ ହେଉଛି ବୃକ୍ଷ। ଋଷି ବଶିଷ୍ଠଙ୍କ କାମଧେନୁ ପରି ଭକ୍ତଙ୍କର ମନୋବାଞ୍ଛା ପୂର୍ଣ୍ଣ କରୁଥିବାରୁ ଏହାକୁ କଳ୍ପବଟ କୁହାଯାଏ। ‘କଳ୍ପବଟ ମୂଳେ ଯିଏ ବସିଛି, ସେ ଉପବାସ ରହିବ ନାହିଁ। ଏଣୁ ଭକ୍ତଟିଏ ଶ୍ରୀମନ୍ଦିର ଯିବା ବେଳେ କଳ୍ପବଟ ଡାଳରେ ଗୋଡିଟିଏ ବାନ୍ଧି ମାନସିକ କରେ। ପ୍ରବାଦ ଅଛି-ପୃଥିବୀ ଯେତେବେଳେ ପ୍ରଳୟ ପୟୋଧି ଜଳେ ବୁଡି ରହିଥିଲା, ସେତେବେଳେ ଏହି ବଟବୃକ୍ଷରେ ମହାପ୍ରଭୁ ଆଶ୍ରୟ ନେଇଥିଲେ। ଏଣୁ ବିଷ୍ଣୁଙ୍କର ସହସ୍ର ନାମ ମଧ୍ୟରୁ ଏହି ବଟବୃକ୍ଷ ଗୋଟିଏ ନାମ। ଏହି ବୃକ୍ଷମୂଳେ ବସି ଅନେକ ସାଧୁ ସିଦ୍ଧିପ୍ରାପ୍ତ ହୋଇଥିବା ଲୋକମୁଖରୁ ଶୁଣାଯାଏ। ଶ୍ରୀମନ୍ଦିର ବେଢ଼ା ଭିତରେ ରହିଛି ଏହି କଳ୍ପବଟ ବା ଅକ୍ଷୟବଟ।

ଦିନଟିଏ ମନ୍ଦାର

ବର୍ଷସାରା ଭଳିକି ଭଳି ଫୁଲ ଲାଗି ହୋଇଥାଆନ୍ତି ତିନିଠାକୁର। ଅଣସରରେ କେବଳ ଧଳାଫୁଲ ଲାଗି ହେଉଥିବା ବେଳେ ବର୍ଷକରେ ମାତ୍ର ଗୋଟିଏ ଦିନ ଠାକୁରଙ୍କ ରତ୍ନସିଂହାସନକୁ ମନ୍ଦାରମାଳ ଯାଇଥାଏ। ରାମଙ୍କ ବନବାସ ବେଳେ ଦେବୀ ସୀତାଙ୍କୁ ରାବଣ ଅପହରଣ କରିନେଇଥିଲା। ରାମ ସୀତାଙ୍କୁ ଖୋଜି ଖୋଜି ଲଙ୍କାରେ ଠାବ କରିଥିଲେ। ରାବଣ ସହ ଯୁଦ୍ଧ କରି ସୀତାଙ୍କୁ ଉଦ୍ଧାର କରିଥିଲେ। ଏହି ପରମ୍ପରାକୁ ନେଇ ପୁରୀରେ ହୋଇଥାଏ ସାହିଯାତ। ସାହିଯାତର ଶେଷଦିନ ଅର୍ଥାତ୍‌ ରାବଣ ବଧ ଦିନ ରାବଣ ସହ ଯୁଦ୍ଧ କରିବା ପାଇଁ ରାମ ଶ୍ରୀଜଗନ୍ନାଥ ଶରଣାପନ୍ନ ହୋଇଥିଲେ। ଆଜ୍ଞାମାଳ ପାଇ ରାବଣ ସହ ଯୁଦ୍ଧ କରିବାକୁ ରାମ ବାହାରିବା ପରେ ପରେ ରାବଣ ମଧ୍ୟ ଶ୍ରୀଜଗନ୍ନାଥଙ୍କ ନିକଟରେ ପହଞ୍ଚତ୍ ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି ସମୟରେ ରାବଣଙ୍କୁ ଏକ ମନ୍ଦାର ମାଳ ଦିଆଯାଇଥିଲା। କେବେ ମନ୍ଦାର ମାଳ ଲାଗି ହେଉ ନ ଥିବା ଶ୍ରୀଜଗନ୍ନାଥଙ୍କ ରତ୍ନସିଂହାସନରେ ସେହିଦିନ ମନ୍ଦାରମାଳ ଲାଗି ହୋଇ ରାବଣକୁ ଦିଆଯାଏ। ରାବଣ ମନ୍ଦାରମାଳ ନେଇ ଯୁଦ୍ଧକୁ ଯାଆନ୍ତି ଏବଂ ପରାଜିତ ହୁଅନ୍ତି। ଏହି ପରମ୍ପରା ଏବେ ମଧ୍ୟ ଶ୍ରୀମନ୍ଦିରରେ ପ୍ରଚଳିତ ଅଛି।

ମାଉସୀ ମା’ର ପୋଡ଼ପିଠା ପାଇଁ…

ବାହୁଡ଼ା ଦିନ ଦାରୁଦିଅଁ ରଥାରୂଢ଼ ହେବା ପରେ ନୀଳାଚଳ ଅଭିମୁଖେ ଯାତ୍ରା କରନ୍ତି। କିଛି ବାଟ ଗଡିଲା ପରେ ରଥ ଅଟକିଯାଏ। ସେହି ସ୍ଥାନ ହେଉଛି ମାଉସୀ ମା’ ମନ୍ଦିର। ମାଉସୀ ଠାରୁ ପୋଡ଼ପିଠା ଖାଇବା ପାଇଁ ଭଗବାନ୍‌ ବ୍ୟଗ୍ର ହୋଇ ଉଠନ୍ତି। ବହୁ କଥା ଓ ଗାଥାକୁ ନେଇ ଏହା ଉଜ୍ଜୀବିତ। ମାଉସୀ ମା’ଙ୍କ ପୋଡ଼ପିଠା ସମ୍ପର୍କରେ ପୂଜକ ବିଶ୍ୱନାଥ ମିଶ୍ର କୁହନ୍ତି, ଅଟା, ଛେନା, ଦେଶୀ ଗାଈ ଘିଅ, କିସ୍‌ମିସ୍‌, ଲବଙ୍ଗ, ଗୁଜୁରାତି ଓ ଅଳେଇଚ ଆଦି ଦ୍ରବ୍ୟରେ ପ୍ରସ୍ତୁତ ହୋଇଥାଏ ପୋଡ଼ପିଠା। ମାଟି ପଲମରେ ସିଝିଲା ପରେ ଏହି ପିଠାକୁ ଖଣ୍ଡ ଖଣ୍ଡ କରି ଦେଶୀ ଗୁଆଘିଅରେ ଛଣାଯାଏ। ତତ୍ପରେ ଏହା ନୈବେଦ୍ୟ ଉପଯୋଗୀ ହୋଇଥାଏ। ତେବେ ଗତ ୨ବର୍ଷ ହେଲା ମହାମାରୀ କରୋନା ଯୋଗୁ ବିନା ଭକ୍ତରେ ହୋଇଥିଲା ମହାପ୍ରଭୁଙ୍କ ରଥଯାତ୍ରା। କିନ୍ତୁ ଏବର୍ଷ ରଥଯାତ୍ରାରେ ଭକ୍ତ ଓ ଭଗବାନ୍‌ ହେବେ ଏକାଠି। ପୁଣି ଭରିଯିବ ମାଦକତା। କାଳିଆ ସାଆନ୍ତଙ୍କ ପ୍ରାର୍ଥନା ଏ କୋଭିଡ୍‌ ଭଷ୍ମାସୁର ସବୁଦିନ ପାଇଁ ବିଦାୟ ନେଉ।


Enter your email to get our daily news in your inbox.

All Right Reserved By Dharitri.Com

‘ବନ୍ଦେ ମାତରମ’କୁ ନେଇ ନୂଆ ନିର୍ଦ୍ଦେଶାବଳୀ ଜାରି: ଏଣିକି ଠିଆ ହେବା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୧।୨: ବନ୍ଦେ ମାତରମ ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ବନ୍ଦେ ମାତରମ ପାଇଁ ଠିଆ…

ପାର୍କରେ ଦୁର୍ବୃତ୍ତଙ୍କ ଉନ୍ମକ୍ତ କାଣ୍ଡ: ୪୨ଟି ଗଛ ଭାଙ୍ଗି ଛାରଖାର କଲେ ପାର୍କ

ବଲାଙ୍ଗୀର, ୧୧।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ପାର୍କ ଭିତରେ ସୌନ୍ଦର୍ଯ୍ୟ ବୃଦ୍ଧି ସକାଶେ ଲଗାଯାଇଥିବା ୪୨ଟି ଗଛକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେବା ସହ କାଟି…

ଜୁନିୟର ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ୨.୩୮ କୋଟି ଟଙ୍କା ହରିଲୁଟ ଅଭିଯୋଗ

ଅନୁଗୋଳ,୧୧।୨: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ବୁଧବାର ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ (CDMO) କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ସୁବ୍ରତ କୁମାର ବେହେରାଙ୍କ ବିଭିନ୍ନ ବାସଭବନ ଓ କାର୍ଯ୍ୟାଳୟ…

ମ୍ୟାଚ ସମୟରେ ହ୍ୟାଣ୍ଡସେକ୍‌ କରିବେ ଭାରତ-ପାକିସ୍ତାନ? ICC-PCB ବୈଠକରେ କ’ଣ ହେଲା ନିଷ୍ପତ୍ତି, ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୨: ୨୦୨୬ ଟି-୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ପରସ୍ପରର ସାମ୍ନା କରିବେ ବୋଲି ନିଶ୍ଚିତ ହୋଇଛି। ପାକିସ୍ତାନ ପ୍ରଥମେ ଭାରତ ବିପକ୍ଷ ମ୍ୟାଚ ବର୍ଜନ କରିବାକୁ…

ଯାତ୍ରା ଚାଲୁଥିବା ବେଳେ ଘରେ ପଶି ଲୁଟ: ଉତ୍ତମମଧ୍ୟମ ଦେଇ ପୋଲିସକୁ ହସ୍ତାନ୍ତର କଲେ ଗ୍ରାମବାସୀ

ଭଦ୍ରକ,୧୧।୨(ସନାତନ ରାଉତ): ଅପେରା ଚାଲୁଥିବାବେଳେ ଘରେ ପଶି ଲୁଟ। ଧରାପଡି ନିର୍ଧୁମ ଛେଚା ଖାଇବା ପରେ ପୋଲିସକୁ ୪ ଯୁବକଙ୍କୁ ହସ୍ତାନ୍ତର କଲେ ଗ୍ରାମବାସୀ l ଏପରି…

ମହିଳାଙ୍କୁ ମାଡ ମାରିବା ସହ ହାତ ଗୋଡ ବାନ୍ଧି, ଲୁଟିନେଲେ

ବୌଦ୍ଧ,୧୧।୨(ଅଜିତ କୁମାର ବାରିକ): ବୌଦ୍ଧ ଆଦର୍ଶ ଥାନା ଭାଲିଆପଦର୍‌ ଗ୍ରାମରେ ମଙ୍ଗଳବାର ରାତ୍ରିରେ ସଶସ୍ତ୍ର ଡକାୟତି ହୋଇଛି। ଗ୍ରାମର ଦେବବ୍ରତ ମିଶ୍ରଙ୍କ ଘରେ ଡକାୟତି କରିଛନ୍ତି ଦୁର୍ବୃତ୍ତ…

୨୩,୩୮୭ କନିଷ୍ଠ ଶିକ୍ଷକଙ୍କୁ ପଦୋନ୍ନତି: ଖୁବ୍‌ଶୀଘ୍ର ପ୍ରଧାନଶିକ୍ଷକ ଭାବେ ଦିଆଯିବ ନିଯୁକ୍ତି

ଭୁବନେଶ୍ୱର,୧୧ା୨ (ସୁଚିସ୍ମିତା ସାହୁ):ରାଜ୍ୟ ସରକାରଙ୍କ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ୨୩,୩୮୭ ଜଣ କନିଷ୍ଠ ଶିକ୍ଷକଙ୍କୁ ବରିଷ୍ଠ (ଏସ୍‌ଇଏସ୍‌) ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ସୋମବାର ପ୍ରକାଶିତ ଏହି…

ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି ଭାଲୁ: ବେଲସୁନ୍ଦରୀରେ ଆତଙ୍କ

ଆନନ୍ଦପୁର,୧୧।୨(ସୁଶାନ୍ତ କୁମାର ସାହୁ): ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି  ଭାଲୁ ପଲ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ତ ଅଧୀନ ବରାଙ୍ଗ ସଂରକ୍ଷିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri