ରୁକ୍ମିଣୀଙ୍କୁ ବିବାହ କଲେ ମହାପ୍ରଭୁ

ପୁରୀ ଅଫିସ,୧।୬: ଶ୍ରୀମନ୍ଦିରରେ ବୁଧବାର ରୁକ୍ମିଣୀ ହରଣ ଓ ବିବାହ ନୀତି ସମ୍ପନ୍ନ ହୋଇଛି। ମହାପ୍ରଭୁଙ୍କ ସକାଳ ଧୂପ ପୂଜା ସମୟରେ ଦକ୍ଷିଣୀ ଘରେ ଶ୍ରୀମଦନ ମୋହନଙ୍କୁ ବେଶ କରାଯାଇଥିଲା। ପରେ ଶ୍ରୀମଦନମୋହନ ରତ୍ନସିଂହାସନକୁ ବିଜେ ହୋଇଥିଲେ। ଭୋଗମଣ୍ଡପ ପରେ ପାଳିଆ ପୂଜାପଣ୍ଡା ସାମନ୍ତ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଆଣି ଶ୍ରୀମଦନମୋହନଙ୍କୁ ପ୍ରଦାନ କରିଥିଲେ। ଜୟବିଜୟ ଦ୍ୱାରକୁ ଶ୍ରୀମଦନମୋହନ ବିଜେ ହୋଇଥିଲେ। ସକାଳ ଧୂପ ପୂଜା ବଢିବା ପରେ ପୂଜାପଣ୍ଡା ସାମନ୍ତ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ନେଇ ଶ୍ରୀଦେବୀ (ରୁକ୍ମିଣୀ)ଙ୍କୁ ପ୍ରଦାନ କରିଥିଲେ। ମହାଜନ ସେବକ ଶ୍ରୀଦେବୀ ବା ରୁକ୍ମିଣୀଙ୍କୁ ସାତପାହାଚସ୍ଥିତ ପାଲିଙ୍କିରେ ବିଜେ କରାଇଥିଲେ। ବିମାନବଡୁମାନେ ପାଲିଙ୍କିକୁ ମହାଲକ୍ଷ୍ମୀ ମନ୍ଦିରକୁ ନେଇଥିଲେ।
ଜଗମୋହନରେ ଥିବା ଲକ୍ଷ୍ମୀଙ୍କ ଖଟରେ ରୁକ୍ମିଣୀ ବିଜେ ହୋଇଥିଲେ। ରୁକ୍ମିଣୀଙ୍କୁ ପଞ୍ଚାମୃତ ମହାସ୍ନାନ, ମାଜଣା, ବନକଲାଗି ଏବଂ ଅଳଙ୍କାର ଲାଗିହୋଇ ବେଶ ବଢିଥିଲା। ଏହି ସମୟରେ ତଢ଼ଉକରଣ ରୁକ୍ମିଣୀଙ୍କ ବିଶ୍ୱସ୍ତ ରୂପେ ତାଳପତ୍ର ଓ ଲେଖନୀ ନେଇ ଉପସ୍ଥିତ ଥିଲେ। ପରେ ଭିତରସ୍ଥ ମହାପାତ୍ର ଚିଟାଉ ନେଇ ଋକ୍ମିଣୀଙ୍କ ଶ୍ରୀହସ୍ତ ମୁଦ କରାଇଥିଲେ। ବିପ୍ର ବାହ୍ମଣ ବେଶରେ ଜଣେ ସେବକ ଚିଟାଉ ନେଇ ଜୟବିଜୟ ଦ୍ୱାର ପାଖରେ ଥିବା ମହାପ୍ରଭୁଙ୍କ ନିକଟକୁ ଯାଇଥିଲେ। ସେଠାରେ ପୁରାଣ ପଣ୍ଡା, ପୂଜାପଣ୍ଡା ଏବଂ ପାଳିଆ ଖୁଣ୍ଟିଆଙ୍କ ଉପସ୍ଥିତିରେ ବଚନିକା ହୋଇଥିଲା। ମଦନମୋହନ ରଥରେ ବିମଳା ମନ୍ଦିର ପାଖକୁ ଯାଇ ନାଟୁଆ ଗଣେଶ ମନ୍ଦିର ନିକଟରେ ଲୁକ୍କାୟିତ ଭାବେ ରୁକ୍ମିଣୀଙ୍କୁ ଅପେକ୍ଷା କରିଥିଲେ। ମହାଲକ୍ଷ୍ମୀ ମନ୍ଦିରରୁ ରୁକ୍ମିଣୀ ବାହାରି ଗୌରୀ ପୂଜା ନିମନ୍ତେ ବିମଳାଙ୍କ ମନ୍ଦିରକୁ ଆସିଥିଲେ। ମା’ ବିମଳାଙ୍କୁ ପୂଜା ଓ ଦର୍ଶନ କରି ଆଜ୍ଞାମାଳ ପାଇ ବାହାରିବା ବେଳେ ରୁକ୍ମିଣୀଙ୍କୁ ମହାପ୍ରଭୁ ହରଣ କରିନେଇଥିଲେ। ଖବର ପାଇ ଶିଶୁପାଳ ଆସି ସରସ୍ବତୀ ମନ୍ଦିର ସମ୍ମୁଖରେ ମହାପ୍ରଭୁଙ୍କୁ ପ୍ରତିରୋଧ କରିଥିଲେ। ଫଳରେ ଦୁଇଜଣଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା। ଦୁଇଜଣ ସେବକ ଏହି ନୀତି ସମ୍ପାଦନ କରିଥିଲେ। ଯୁଦ୍ଧରେ ଶିଶୁପାଳ ପରାସ୍ତ ହୋଇଥିଲେ। ମହାପ୍ରଭୁ ତାଙ୍କୁ ରଥରେ ବାନ୍ଧି ଦେଇଥିଲେ। ଦକ୍ଷିଣୀ ଘରୁ ବଳରାମ ଆସି ଶିଶୁପାଳଙ୍କୁ ମୁକ୍ତ କରିଥିଲେ। ଦକ୍ଷିଣ ଘରକୁ ବଳରାମ ଏବଂ ବିବାହ ମଣ୍ଡପକୁ ମଦନମୋହନ ଓ ରୁକ୍ମିଣୀ ବିଜେ ହୋଇଥିଲେ। ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ସରି ବିବାହ ନୀତି ଆରମ୍ଭ ହୋଇଥିଲା। ଶ୍ରୀବିଗ୍ରହଙ୍କ ଚନ୍ଦନଲାଗି ପରେ ବିବାହ ଉତ୍ସବ ସମ୍ପନ୍ନ ହୋଇଥିଲା। ଏହା ଦେଖିବାକୁ ଭକ୍ତଙ୍କ ଭିଡ଼ ଜମିଥିଲା। ଏହି ପରିପ୍ରେକ୍ଷୀରେ ଶ୍ରୀମନ୍ଦିରକୁ ବିଭିନ୍ନ ପୁଷ୍ପରେ ସଜାଯାଇଥିଲା। ତେଲିଙ୍ଗି, ମହୁରୀ, ଶଙ୍ଖ ଆଦି ମଙ୍ଗଳ ବାଦ୍ୟ ବଜାଯାଇଥିଲା। ଶ୍ରୀମନ୍ଦିର ପରିସରରେ ଭକ୍ତଙ୍କୁ ମହାପ୍ରସାଦ ବଣ୍ଟାଯାଇଥିଲା। ଗୁରୁବାର ଚମ୍ପକ ଦ୍ୱାଦଶୀରେ ଦେବଦମ୍ପତିଙ୍କ ଗୁଆଲି ଯାତ୍ରା ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri