ରୁକ୍ମିଣୀଙ୍କୁ ବିବାହ କଲେ ମହାପ୍ରଭୁ

ପୁରୀ ଅଫିସ,୧।୬: ଶ୍ରୀମନ୍ଦିରରେ ବୁଧବାର ରୁକ୍ମିଣୀ ହରଣ ଓ ବିବାହ ନୀତି ସମ୍ପନ୍ନ ହୋଇଛି। ମହାପ୍ରଭୁଙ୍କ ସକାଳ ଧୂପ ପୂଜା ସମୟରେ ଦକ୍ଷିଣୀ ଘରେ ଶ୍ରୀମଦନ ମୋହନଙ୍କୁ ବେଶ କରାଯାଇଥିଲା। ପରେ ଶ୍ରୀମଦନମୋହନ ରତ୍ନସିଂହାସନକୁ ବିଜେ ହୋଇଥିଲେ। ଭୋଗମଣ୍ଡପ ପରେ ପାଳିଆ ପୂଜାପଣ୍ଡା ସାମନ୍ତ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଆଣି ଶ୍ରୀମଦନମୋହନଙ୍କୁ ପ୍ରଦାନ କରିଥିଲେ। ଜୟବିଜୟ ଦ୍ୱାରକୁ ଶ୍ରୀମଦନମୋହନ ବିଜେ ହୋଇଥିଲେ। ସକାଳ ଧୂପ ପୂଜା ବଢିବା ପରେ ପୂଜାପଣ୍ଡା ସାମନ୍ତ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ନେଇ ଶ୍ରୀଦେବୀ (ରୁକ୍ମିଣୀ)ଙ୍କୁ ପ୍ରଦାନ କରିଥିଲେ। ମହାଜନ ସେବକ ଶ୍ରୀଦେବୀ ବା ରୁକ୍ମିଣୀଙ୍କୁ ସାତପାହାଚସ୍ଥିତ ପାଲିଙ୍କିରେ ବିଜେ କରାଇଥିଲେ। ବିମାନବଡୁମାନେ ପାଲିଙ୍କିକୁ ମହାଲକ୍ଷ୍ମୀ ମନ୍ଦିରକୁ ନେଇଥିଲେ।
ଜଗମୋହନରେ ଥିବା ଲକ୍ଷ୍ମୀଙ୍କ ଖଟରେ ରୁକ୍ମିଣୀ ବିଜେ ହୋଇଥିଲେ। ରୁକ୍ମିଣୀଙ୍କୁ ପଞ୍ଚାମୃତ ମହାସ୍ନାନ, ମାଜଣା, ବନକଲାଗି ଏବଂ ଅଳଙ୍କାର ଲାଗିହୋଇ ବେଶ ବଢିଥିଲା। ଏହି ସମୟରେ ତଢ଼ଉକରଣ ରୁକ୍ମିଣୀଙ୍କ ବିଶ୍ୱସ୍ତ ରୂପେ ତାଳପତ୍ର ଓ ଲେଖନୀ ନେଇ ଉପସ୍ଥିତ ଥିଲେ। ପରେ ଭିତରସ୍ଥ ମହାପାତ୍ର ଚିଟାଉ ନେଇ ଋକ୍ମିଣୀଙ୍କ ଶ୍ରୀହସ୍ତ ମୁଦ କରାଇଥିଲେ। ବିପ୍ର ବାହ୍ମଣ ବେଶରେ ଜଣେ ସେବକ ଚିଟାଉ ନେଇ ଜୟବିଜୟ ଦ୍ୱାର ପାଖରେ ଥିବା ମହାପ୍ରଭୁଙ୍କ ନିକଟକୁ ଯାଇଥିଲେ। ସେଠାରେ ପୁରାଣ ପଣ୍ଡା, ପୂଜାପଣ୍ଡା ଏବଂ ପାଳିଆ ଖୁଣ୍ଟିଆଙ୍କ ଉପସ୍ଥିତିରେ ବଚନିକା ହୋଇଥିଲା। ମଦନମୋହନ ରଥରେ ବିମଳା ମନ୍ଦିର ପାଖକୁ ଯାଇ ନାଟୁଆ ଗଣେଶ ମନ୍ଦିର ନିକଟରେ ଲୁକ୍କାୟିତ ଭାବେ ରୁକ୍ମିଣୀଙ୍କୁ ଅପେକ୍ଷା କରିଥିଲେ। ମହାଲକ୍ଷ୍ମୀ ମନ୍ଦିରରୁ ରୁକ୍ମିଣୀ ବାହାରି ଗୌରୀ ପୂଜା ନିମନ୍ତେ ବିମଳାଙ୍କ ମନ୍ଦିରକୁ ଆସିଥିଲେ। ମା’ ବିମଳାଙ୍କୁ ପୂଜା ଓ ଦର୍ଶନ କରି ଆଜ୍ଞାମାଳ ପାଇ ବାହାରିବା ବେଳେ ରୁକ୍ମିଣୀଙ୍କୁ ମହାପ୍ରଭୁ ହରଣ କରିନେଇଥିଲେ। ଖବର ପାଇ ଶିଶୁପାଳ ଆସି ସରସ୍ବତୀ ମନ୍ଦିର ସମ୍ମୁଖରେ ମହାପ୍ରଭୁଙ୍କୁ ପ୍ରତିରୋଧ କରିଥିଲେ। ଫଳରେ ଦୁଇଜଣଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା। ଦୁଇଜଣ ସେବକ ଏହି ନୀତି ସମ୍ପାଦନ କରିଥିଲେ। ଯୁଦ୍ଧରେ ଶିଶୁପାଳ ପରାସ୍ତ ହୋଇଥିଲେ। ମହାପ୍ରଭୁ ତାଙ୍କୁ ରଥରେ ବାନ୍ଧି ଦେଇଥିଲେ। ଦକ୍ଷିଣୀ ଘରୁ ବଳରାମ ଆସି ଶିଶୁପାଳଙ୍କୁ ମୁକ୍ତ କରିଥିଲେ। ଦକ୍ଷିଣ ଘରକୁ ବଳରାମ ଏବଂ ବିବାହ ମଣ୍ଡପକୁ ମଦନମୋହନ ଓ ରୁକ୍ମିଣୀ ବିଜେ ହୋଇଥିଲେ। ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ସରି ବିବାହ ନୀତି ଆରମ୍ଭ ହୋଇଥିଲା। ଶ୍ରୀବିଗ୍ରହଙ୍କ ଚନ୍ଦନଲାଗି ପରେ ବିବାହ ଉତ୍ସବ ସମ୍ପନ୍ନ ହୋଇଥିଲା। ଏହା ଦେଖିବାକୁ ଭକ୍ତଙ୍କ ଭିଡ଼ ଜମିଥିଲା। ଏହି ପରିପ୍ରେକ୍ଷୀରେ ଶ୍ରୀମନ୍ଦିରକୁ ବିଭିନ୍ନ ପୁଷ୍ପରେ ସଜାଯାଇଥିଲା। ତେଲିଙ୍ଗି, ମହୁରୀ, ଶଙ୍ଖ ଆଦି ମଙ୍ଗଳ ବାଦ୍ୟ ବଜାଯାଇଥିଲା। ଶ୍ରୀମନ୍ଦିର ପରିସରରେ ଭକ୍ତଙ୍କୁ ମହାପ୍ରସାଦ ବଣ୍ଟାଯାଇଥିଲା। ଗୁରୁବାର ଚମ୍ପକ ଦ୍ୱାଦଶୀରେ ଦେବଦମ୍ପତିଙ୍କ ଗୁଆଲି ଯାତ୍ରା ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ

ପାଟଣା,୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶହ ଶହ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

ଯୁଦ୍ଧବିରତି ଭିତରେ ପୁଣି ହାଇ ଆଲର୍ଟ, ମିସାଇଲ ମାଡ଼ କଲା ଇରାନ୍‌…

ତେହରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ସତ୍ତ୍ୱେ, ଇସ୍ରାଏଲ ଏବଂ ଇରାନ ଉଭୟ ଯୁଦ୍ଧକ୍ଷେତ୍ରରେ ସକ୍ରିୟ ଅଛନ୍ତି। ଏହା କାତାର ଏବଂ କୁୱେତ ସମେତ…

କାଳବୈଶାଖୀରେ ଭାଙ୍ଗିବା ଘର କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲା ବ୍ଲକ୍‌ ପ୍ରଶାସନ

ଗୁଡାରି,୮।୪ (ପ୍ରମୋଦ କୁମାର ପତି ):ରାୟଗଡା ଜିଲା ଗୁଡାରି ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପନ ବୋହିବା ସହ କୁଆପଥର ବର୍ଷା…

ଇରାନ-ଆମେରିକା ଯୁଦ୍ଧବିରତିକୁ ଇସ୍ରାଏଲର ଝଟକା: ବଡ଼ ଘୋଷଣା କରିଦେଲେ ନେତାନ୍ୟାହୁ, ଭୟରେ ଥରିଲା…

ଓ୍ବାଶିଂଟନ୍‌,୮।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧବିରତି ଘୋଷଣା ଅନେକ ଦେଶକୁ ଆଶ୍ୱସ୍ତି ଦେଇଛି। ଏହି ସମୟରେ ଇସ୍ରାଏଲ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛି। ଇସ୍ରାଏଲ ସ୍ପଷ୍ଟ କରିଛି ଯେ ଲେବନାନରେ…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

‘ହର୍ମୁଜ ପ୍ରଣାଳୀରେ ଆମେରିକା… ’, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ନୂଆ ବାର୍ତ୍ତା ଶୁଣି ଇରାନ ଖୁସିରେ ଗଦ୍‌ଗଦ୍‌

ଓ୍ବାଶିଂଟନ୍‌,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା କରାଯାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ଦୁଇ ସପ୍ତାହ ପାଇଁ ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri