ମହାପ୍ରଭୁ ଓ ଶ୍ରୀଗୁଣ୍ଡିଚା ମନ୍ଦିର

ପବିତ୍ର ଆଷାଢ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ବଡ଼ଠାକୁର ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା, ମହାପ୍ରଭୁ ଶ୍ରୀଜଗନ୍ନାଥ, ଚକ୍ରରାଜ ଶ୍ରୀସୁଦର୍ଶନ ଏବଂ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ରଥାରୂଢ ହୋଇ କର୍ମବେଦୀ ଶ୍ରୀମନ୍ଦିରରୁ ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିଥାନ୍ତି। ଦାରୁ ବିଗ୍ରହମାନେ ନବଦିନାତ୍ମକ ଯାତ୍ରାରେ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ୭ଦିନ ଅବସ୍ଥାନ କରିଥାନ୍ତି। ମହାପ୍ରଭୁଙ୍କ ଏହି ଶ୍ରୀଗୁଣ୍ଡିଚା ଯାତ୍ରାକୁ ନବଦିନାତ୍ମକ ଯାତ୍ରା ବା ଘୋଷଯାତ୍ରା ବୋଲି କୁହାଯାଇଥାଏ। ଶ୍ରୀବିଗ୍ରହମାନେ ଶ୍ରୀଗୁଣ୍ଡିଚା ମନ୍ଦିରର ଯେଉଁ ସିଂହାସନରେ ବିଜେ କରିଥାନ୍ତି, ତାହାକୁ ଆଡପ ମଣ୍ଡପ, ଯଜ୍ଞବେଦୀ ବା ମହାବେଦୀ କୁହାଯାଏ। ମହାପ୍ରଭୁଙ୍କ ନିକଟରେ ଯେଉଁ ମହାପ୍ରସାଦ ଲାଗି କରାଯାଏ ତାହା ହେଉଛି ଆଡ଼ପ ଅବଢ଼ା। ଏହି ଆଡ଼ପ ମହାପ୍ରସାଦକୁ ପାଇବା ପାଇଁ ରାଜ୍ୟ ତଥା ବାହାରୁ ଭକ୍ତ, ସାଧୁସନ୍ଥ ଆସିଥାନ୍ତି। ପୌରାଣିକ ମତବାଦ ଅନୁଯାୟୀ, ମହାରାଜା ଇନ୍ଦ୍ରଦ୍ୟୁମ୍ନ ମହାପ୍ରଭୁଙ୍କୁ ପ୍ରାପ୍ତ କରିବା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଥିବା ନୃସିଂହ ମନ୍ଦିରରେ ଯଜ୍ଞ କରିଥିଲେ। ଏହି ସମୟରେ ମହୋଦଧିରେ ଭାସି ଆସି ଏକ ଦାରୁ ବାଙ୍କୀ ମୁହାଣରେ ଲାଗିଥିଲା। ଇନ୍ଦ୍ରଦ୍ୟୁମ୍ନ ଉକ୍ତ ଦାରୁକୁ ସମୁଦ୍ରରୁ ଆଣି ଶ୍ରୀଗୁଣ୍ଡିଚା ମନ୍ଦିରରେ ସ୍ଥାପନ କରିଥିଲେ। ଭାବର ଠାକୁର ମହାପ୍ରଭୁ ନିଜେ ଅନନ୍ତ ମହାରଣା ବା ବୁଢା ମହାରଣା ରୂପରେ ଆସି ନିଜ ବିଗ୍ରହକୁ ନିଜେ ନିର୍ମାଣ କରିଥିଲେ। ପବିତ୍ର ଆଷାଢ ଶୁକ୍ଳ ନବମୀ ତିଥିରେ ଶ୍ରୀବିଗ୍ରହମାନେ ଇନ୍ଦ୍ରଦ୍ୟୁମ୍ନ ଏବଂ ମହାରାଣୀ ଗୁଣ୍ଡିଚାଙ୍କୁ ଦର୍ଶନ ଦେଇଥିଲେ। ପ୍ରତ୍ୟେକ ବର୍ଷ ଦାରୁବିଗ୍ରହମାନଙ୍କୁ ୭ଦିନ ନିମନ୍ତେ ନିଜ ଜନ୍ମବେଦୀ ବା ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରାଇବା ପାଇଁ ମହାପ୍ରଭୁ ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଥିଲେ। ସେହି ଅନୁଯାୟୀ ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ରଥାରୂଢ ହୋଇ ମହାପ୍ରଭୁ ଶ୍ରୀଜଗନ୍ନାଥ, ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ସାଥିରେ ନେଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିଥାନ୍ତି। ସେଠାରେ ୭ଦିନ ଅବସ୍ଥାନ କରି ଦଶମୀ ତିଥିରେ ଶ୍ରୀମନ୍ଦିରକୁ ବାହୁଡ଼ିଥାନ୍ତି। ତେଣୁ କଥିତ ଅଛି ଜନ୍ମବେଦୀରେ ଶ୍ରୀବିଗ୍ରହମାନଙ୍କୁ ବିଶେଷ କରି ଆଷାଢ ଶୁକ୍ଳ ନବମୀ ତିଥିରେ ଯେଉଁ ଭକ୍ତ ଆଡ଼ପ ମଣ୍ଡପରେ ଦର୍ଶନ କରେ ସେ କୋଟି ଜନ୍ମର ପୁଣ୍ୟ ଲାଭ କରିବା ସହ ମର୍ତ୍ତ୍ୟ ମଣ୍ଡଳରେ ପୁନର୍ବାର ଜନ୍ମଲାଭ କରି ନ ଥାଏ ବୋଲି ଲୋକ ବିଶ୍ୱାସ ରହିଛି।
ସେହିପରି ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର କହିଛନ୍ତି, ମହାରାଜା ଇନ୍ଦ୍ରଦ୍ୟୁମ୍ନ ଶରଧା ବାଲି ନିକଟରେ ଥିବା ନୃସିଂହଙ୍କ ଯଜ୍ଞ କରିବା ପରେ ମହାପ୍ରଭୁ ଦାରୁ ଭାବରେ ବାଙ୍କୀ ମୁହାଣ ନିକଟରେ ଆବିର୍ଭାବ ହୋଇଥିଲେ। ପରେ ମହାପ୍ରଭୁ ନିଜେ ବୁଢା ମହାରଣା ବା ଅନନ୍ତ ମହାରଣା ରୂପରେ ଶ୍ରୀଗୁଣ୍ଡିଚା ମନ୍ଦିର ଯାଇ ଦାରୁ ବିଗ୍ରହ ନିର୍ମାଣ କରିଥିଲେ। ପୂର୍ବରୁ ଆଡ଼ପ ମଣ୍ଡପ ଚାରିପାଖରେ କୌଣସି ପାଚେରି ବା ମନ୍ଦିର ନ ଥିଲା। ପରବର୍ତ୍ତୀ ସମୟରେ ଆଡ଼ପ ମଣ୍ଡପ ଚାରିପାଖରେ ମେଘନାଦ ପାଚେରି ଓ ମନ୍ଦିର ନିର୍ମାଣ କରାଯାଇଛି। ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଜନ୍ମଲାଭ କରିଥିବାରୁ ପ୍ରତ୍ୟେକ ଜଗନ୍ନାଥ ପ୍ରେମୀ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଆଡ଼ପ ଅବଢା ସେବନ କରିବାକୁ ଇଚ୍ଛା କରିଥାଏ ବୋଲି ଡ. ମିଶ୍ର କହିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ଓ ଜିଲା ପ୍ରଶାସନ ପକ୍ଷରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଭିନ୍ନ ଫୁଲ ଓ ରଙ୍ଗିନ ଆଲୋକ ମାଳାରେ ସଜାଯାଇଥାଏ।
-ଅଜିତ ମହାନ୍ତି, ପୁରୀ ଅଫିସ


Enter your email to get our daily news in your inbox.

All Right Reserved By Dharitri.Com

VIDEO:ଷ୍ଟେଟ ଅଫ୍ ହର୍ମୁଜରେ ଇରାନର ବଡ଼ ଆକ୍ରମଣ, F-୧୫ ଫାଇଟର ଜେଟକୁ ଖସାଇ ଦେଇଥିବା ଦାବି

ନୂଆଦିଲ୍ଲୀ,୨୨।୩: ଇରାନ ପୁଣିଥରେ ଇସ୍ରାଏଲ ଏବଂ ଆମେରିକାକୁ ଏକ ବଡ଼ ଝଟକା ଦେଇଛି । ଏକ ଇରାନୀ କ୍ଷେପଣାସ୍ତ୍ର ହର୍ମୁଜ୍ ଷ୍ଟ୍ରେଟରେ ଶତ୍ରୁପକ୍ଷର ଏକ F-୧୫ ଲଢ଼ୁଆ…

ଇରାନ ସହ ଯୁଦ୍ଧ ମଧ୍ୟରେ ବଡ଼ ବୟାନ ଦେଲେ ଟ୍ରମ୍ପ! ଜାଣନ୍ତୁ ତେହରାନକୁ ନେଇ କ’ଣ କହିଲେ

ଓ୍ବାଶିଂଟନ,୨୨।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଦେଶ ସମ୍ପର୍କରେ ଏକ…

ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ବଡ଼ ଘୋଷଣା କରି…..

ଭୁବନେଶ୍ବର,୨୨।୩: ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନ କନଭେନଶନ ସେଣ୍ଟର ଠାରେ…

ମନ୍ଦିରରୁ ରୂପା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ, ପୋଲିସ….

ଛତ୍ରପୁର,୨୨।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମଖଣ୍ଡି ଥାନା ଅଧୀନ ମାଣ୍ଡିଆପଲ୍ଲୀରେ ଥିବା ସିରିଡ଼ି ସାଇ ବାବା ମନ୍ଦିରରୁ ଚୋରି । କେହି ଦୁର୍ବୃତ୍ତ ମନ୍ଦିରରୁ ରୂପା ଚୋରି…

ଛାତିଥରା କାହାଣୀ, ପ୍ରେମିକ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ୪୪ ବର୍ଷୀୟ ବୋହୂ

ଲକ୍ଷ୍ନୌ,୨୨।୩: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ, ଜଣେ ୬୫ବର୍ଷୀୟା ମହିଳାଙ୍କୁ ତାଙ୍କ ନିଜ ଘର ଭିତରେ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଲକ୍ଷ୍ନୌ…

ଯାତ୍ରୀବହୀ ବସ୍‌ ଦୁର୍ଘଟଣାଗ୍ରସ୍ତ: ୪ ଆହତ

ବାଲେଶ୍ୱର୨୨।୩(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥର ବସ୍ତା ଥାନା ଭେଲୋରା ଛକ ନିକଟରେ ରବିବାର ଏକ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି l ଫଳରେ…

Israel US Iran War: କାତାରରେ କ୍ରାଶ ହେଲା ହେଲିକପ୍ଟର, ୬ ମୃତ

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ କାତାରର ମିଲିଟ୍ରି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର ଦିନ କାତାର ସରକାର ନିଶ୍ଚିତ…

ଚମଡା ଡିଲ ବେଳେ ମାଡ଼ିବସିଲା ବନବିଭାଗ: ୨ ଅଟକ …

ବାରିପଦା, ୨୨।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଞ୍ଚଳରେ କଳାବାଘ (ମିଲେନିଷ୍ଟିକ) ଛାଲ ଡିଲ ବେଳେ ବନବଭାଗ ଚଢାଉ କରିଛି । ଘଟଣାରେ ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri