ବିବାହ ଭାଙ୍ଗିଯିବାରୁ ସଂସାରତ୍ୟାଗୀ ହୋଇଥିଲେ ମହନ୍ତ ନରେନ୍ଦ୍ର ଗିରି

ଭୋଗରାଇ,୩୦ା୯(ଡି.ଏନ.ଏ.): ଉତ୍ତର ପ୍ରଦେଶର ପ୍ରୟାଗରାଜସ୍ଥିତ ବାଗାମ୍ବରୀ ମଠ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ପରେ ତାଙ୍କ ପ୍ରକୃତ ପରିଚୟକୁ ନେଇ ସସ୍‌ପେନ୍ସ ବଢ଼ିବାରେ ଲାଗିଛି। ସେ କେଉଁ ରାଜ୍ୟର ବୋଲି ଠୋସ୍‌ ପ୍ରମାଣ ମିଳି ନ ଥିବା ବେଳେ ତାଙ୍କ ଘର ବାଲେଶ୍ୱର ଜିଲା ଭୋଗରାଇ ଥାନା ଅଧୀନ ପାଣିଷଣ୍ଡା ଗ୍ରାମରେ ବୋଲି ଦାବି ଉଠିଛି। ପାଣିଷଣ୍ଡା ଗ୍ରାମର ପୂଣ୍ଣର୍ର୍ଚନ୍ଦ୍ର ଗିରି ଓ ଲକ୍ଷ୍ମୀକାନ୍ତ ଗିରି ମହନ୍ତ ନରେନ୍ଦ୍ରଙ୍କ ଭାଇ ବୋଲି ଦାବି କରିଛନ୍ତି। ୩ ଭାଇ ଓ ୩ ଭଉଣୀଙ୍କ ମଧ୍ୟରେ ନରେନ୍ଦ୍ର ବଡ଼ ଥିବାବେଳେ ପରିବାର ଲୋକେ ତାଙ୍କୁ ଶ୍ରଦ୍ଧାରେ ଚୁଟିଆ ଡାକୁଥିଲେ। ଟିଭି ଓ ଖବରକାଗଜରୁ ଫଟୋ ଦେଖି ସେମାନେ ତାଙ୍କୁ ନରେନ୍ଦ୍ର ବୋଲି ଚିହ୍ନଟ କରିଥିବା କହିଛନ୍ତି।
ପାଣିଷଣ୍ଡା ଗ୍ରାମର ଏହି ପରିବାର ଆହୁରି କହିଛନ୍ତି ଯେ, ପାରିବାରିକ ସମସ୍ୟା ଓ ଆର୍ଥିକ ଅନଟନ ତାଙ୍କ ଜୀବନକୁ ଦୁର୍ବିସହ କରି ଗଢ଼ି ତୋଳିଥିଲା। ଯୌବନ ଅବସ୍ଥାରେ ତାଙ୍କ ବାହାଘର ପ୍ରସ୍ତାବ ଭାଙ୍ଗିଯିବାରୁ ସେତେବେଳେ(୫୨ ବର୍ଷ ପୂର୍ବରୁ) ସେ ଗୃହତ୍ୟାଗ କରି ସନ୍ୟାସୀ ହୋଇ ଯାଇଥିଲେ। ୧୦ ବର୍ଷ ପୂର୍ବେ ସାଧୁବେଶରେ ସେ ନିଜ ଜନ୍ମ ମାଟିକୁ ୩ ଥର ଆସିଥିଲେ। ତେବେ ତାଙ୍କ ହତ୍ୟାକାରୀଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବା ସହ ମଠର ସମସ୍ତ ସମ୍ପତ୍ତି ଓ ଅର୍ଥକୁ ସାମାଜିକ କାର୍ଯ୍ୟରେ ନିୟୋଜିତ କରିବାକୁ ମହନ୍ତଙ୍କ ଦୁଇ ଭାଇ ବୋଲି ଦାବି କରୁଥିବା ପୂଣ୍ଣର୍ର୍ଚନ୍ଦ୍ର, ଲକ୍ଷ୍ମୀକାନ୍ତ ଏବଂ ତାଙ୍କ ଭଉଣୀମାନେ ଦାବି କରିଛନ୍ତି ।
ସୂଚନାଯୋଗ୍ୟ, ମହନ୍ତ ନରେନ୍ଦ୍ର ଗିରିଙ୍କ ରହସ୍ୟଜନକ ମୃତ୍ୟୁ ପରେ ମଠର ଏକ କୋଠରୀରୁ ଉତ୍ତରପ୍ରଦେଶ ପୋଲିସ ସୁଇସାଇଡାଲ ନୋଟ ଜବତ କରିଥିଲା। ଏଥିରେ ଶିଷ୍ୟ ଆନନ୍ଦ ଗିରି ଓ ହନୁମାନ ପୂଜକ ଆଦ୍ୟା ତିୱାରୀ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ଉଲ୍ଲେଖ ଥିବାରୁ ଉତ୍ତରପ୍ରଦେଶ ପୋଲିସ ସେହି ଦୁଇଜଣକୁ ଗିରଫ କରି ଜେଲ ହାଜତକୁ ପଠାଇଛି। ଅନ୍ୟପକ୍ଷରେ ଏହି ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…

ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri