ମହାନ୍ତ ସମ୍ପ୍ରଦାୟର ଗୋଠ ପୂଜା, ଧିଙ୍ଗୁଆନ

କାଳିଆପାଣି,୧୪।୧୧(ଅସିତ ମହାନ୍ତ): ବିଭିନ୍ନ ସମ୍ପ୍ରଦାୟର ଭିନ୍ନ ପୂଜାନୀତି ପ୍ରଚଳିତ ଥିବା ବେଳେ କୁଡ଼ୁମି ମହାନ୍ତ ସମ୍ପ୍ରଦାୟର ଦୀପାବଳିରେ ଗୋଠ ପୂଜା ଓ ଧିଙ୍ଗୁଆନ ପାଳନ ଏକ ନିଆରା ପରମ୍ପରା । ପ୍ରକୃତି ପୂଜକ କୁଡୁମି ସମ୍ପ୍ରଦାୟ ଲୋକମାନେ ଦୈନ୍ୟଦିନ ଜୀବନ ଜୀବିକାରେ ସାମିଲ ହେଉଥିବା ପଶୁପକ୍ଷୀଙ୍କ ଦୀର୍ଘ ଜୀବନ କାମନା କରି ଏହି ପୂଜାରେ ଭଗବାନଙ୍କୁ ସ୍ମରଣ କରିଥାନ୍ତି। କୁଡୁୁମୀ ସମାଜ ମହାନ୍ତ ସମ୍ପ୍ରଦାୟ ଲୋକମାନେ ପୁରାତନ କାଳରୁ ପ୍ରତିଗ୍ରାମରେ ଜଣଙ୍କୁ ଗ୍ରାମ ପ୍ରଧାନ ଭାବେ ଚୟନ କରନ୍ତି । ଚୟନ ହୋଇଥିବା ଲୋକ ଗ୍ରାମ ପ୍ରଧାନ ବା ଗ୍ରାମଦେବୀଙ୍କ ପୂଜକ ଭାବେ ନାମିତ ହୋଇଥାନ୍ତି। ସିଏ ସମ୍ପୃକ୍ତ ସମାଜର ପୂଜା ପାଠ କରିଥାନ୍ତି।
ଗୋଠପୂଜା ଦିନ ସବୁ ଆଡ଼େ ଆଲୋକର ପର୍ବ ଦୀପାବଳି ପାଳନ ହେଉଥିବା ବେଳେ କୁଡ଼ୁମୀ ସମାଜ ଗୋମାତାଙ୍କ ଉଦ୍ଦେଶ୍ୟରେ ଗାଈଗୋଠରେ ପୂଜା କରି ଅଣ୍ଡା ମଡ଼ାଇ ଥାଆନ୍ତି । ଗୋଠପୂଜା ଏକ ନିଆରା ଢଙ୍ଗରେ କରାଯାଏ। ଗ୍ରାମବାସୀ ମିଳିତ ହୋଇ ଦୀପାବଳି ପୂର୍ବ ଦିନ ଅପରାହ୍ନରେ ଗାଈଗୋଠକୁ ସଫେଇ କରି ଏକ ପୂଜାସ୍ଥଳ ପ୍ରସ୍ତୁତ କରନ୍ତି। ସେଠାରେ ଗୋଠ ପୂଜା କରାଯାଏ । ଏଥିସହ ପାରମ୍ପରିକ ବନ୍ଦନା ଗୀତ ଗାଇ ଗୋଠ ଜାଗନ (ଜଗାଇବା )କାମ କରିଥାନ୍ତି । ଦୀପାବଳି ଦିନ ଗ୍ରାମ ପ୍ରଧାନ (ପୂଜକ) ବିନା ଜଳ ଓ ଖାଦ୍ୟ ଗ୍ରହଣ କରି ଉପବାସରେ ରହି ସାରେ ଗୋଠ ପୂଜା କରନ୍ତି । ପୂଜକ ପରିବାର ପକ୍ଷରୁ ଜଣେ ମହିଳା ଉପବାସ ରହି ପୂଜା ସ୍ଥଳ କୋଠି କରିବାକୁ ଚାଉଳ ଗୁଣ୍ଡ ପ୍ରସ୍ତୁତ କରନ୍ତି । ସେଦିନ ଅପରାହ୍ନରେ ଗଉଡ଼ ଘରକୁ ଗାଈ ଗୋରୁ ଆଣିବା ପରେ ନିଜ ଗୋରୁଙ୍କୁ ନେଇ ଗୋଠକୁ ସମସ୍ତେ ଯାଇଥାନ୍ତି । ସେଠାରେ ଗ୍ରାମ ପ୍ରଧାନ ଗ୍ରାମଦେବୀଙ୍କ ଠାରୁ ଆରମ୍ଭ କରି ବଡ଼ ପାହାଡ, ଛୋଟ ପାହାଡ, ବାଘୁତ୍ ( ବନର ରାଜା ବାଘ) ବୃକ୍ଷ ସହ ଅନ୍ୟାନ୍ୟ ଦେବାଦେବୀଙ୍କୁ ଆହ୍ବାନ କରନ୍ତି । ପୂର୍ବରୁ ବଳି ପ୍ରଥା ଚାଲିଥିଲା। ସମୟ କ୍ରମେ ସେହି ପ୍ରଥା ବନ୍ଦ ହେବା ସହ ନଡ଼ିଆ ଭୋଗ କରାଯାଉଛି। ଏବେବି କେତେଜଣ ଲୋକ କୁକୁଡ଼ା ବଳି ଦେଉଛନ୍ତି । ଯେଉଁ ସ୍ଥାନରେ କୁକୁଡ଼ା ବଳି ଦିଆଯାଇଥାଏ ସେଠାରେ ସେହି ମାଂସ ସହିତ ଚାଉଳ ଗୁଣ୍ଡ ମିଶାଇ ନେଟ ଭୋଗ ପ୍ରସ୍ତୁତ କରାଯାଏ। ସମସ୍ତେ ସେହି ଭୋଗ ଖାଇଥାଆନ୍ତି । ପରେ ପୂଜା କରିଥିବା ପୂଜକ ମାଦଳର ତାଳେ ତାଳେ ଗୀତ ଗାଇ ଓ ନାଚ କରି ଘରେ ପହଞ୍ଚିଥାଆନ୍ତି। ଗୋଠରେ ପୂଜା ହୋଇଥିବା ଅଣ୍ଡାକୁ ଯେଉଁ ଗାଈ ମଡା ପକାଇଥିବ ସେହି ଗାଈର ମାଲିକଙ୍କ ଘରେ ଗାଁର ସମସ୍ତ ଲୋକେ ଭୋଜନ କରିଥାନ୍ତି। ପରେ ଗ୍ରାମର ସମସ୍ତ ପରିବାରରୁ ଜଣେ ସଦସ୍ୟ ଧିଙ୍ଗୁଆନରେ ସାମିଲ ହୁଅନ୍ତି । ଗାଁ ମୁଣ୍ଡରୁ ଗ୍ରାମ ଦେବୀଙ୍କୁ ପ୍ରଣାମ କରି ପ୍ରତି ପରିବାରକୁ ଯାଇ ଲୋକ ଗୀତ ଗାଇ ମନୋରଞ୍ଜନ କରନ୍ତି। ଏଥିସହ ପରିବାର ମଧ୍ୟରେ ମତାନ୍ତରକୁ ଦୂର କରିଥାନ୍ତି। ଗ୍ରାମର ସମସ୍ତ ପରିବାର ପହଞ୍ଚିବା ପରେ ଧିଙ୍ଗୁଆନ ଶେଷ କରିଥାନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ସମସ୍ୟା କହିଲେ ଲୋକେ: ୧୬୬ ଅଭିଯୋଗ ଶୁଣିଲେ…

ବାଙ୍କୀ,୨୩।୩( ଶୁଭେନ୍ଦୁ ମହାପାତ୍ର ): କଟକ ଜିଲା ଡମପଡା ବ୍ଲକ ଅଧୀନ ଜାତମୁଣ୍ଡିଆ ପଞ୍ଚାୟତ ଭବନଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କଟକ ଜିଲାପାଳ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ପାଣି ପାଇଁ ତାତିଲେ ଗ୍ରାମବାସୀ: ହାଣ୍ଡି, ମାଠିଆ, ବାଲଟି ରଖି ରାସ୍ତାରେ ଶୋଇ ପ୍ରତିବାଦ

ବାରଙ୍ଗ,୨୩।୩(ଲିଙ୍ଗରାଜ ରାଉତ): ପିଇବା ପାଣି ଠିକ୍‌ ଭାବେ ନ ମିଳିବା ପ୍ରତିବାଦରେ ସୋମବାର ପାଟପୁର ଗ୍ରାମବାସୀ ତ୍ରିଶୁଳିଆ-ବାଙ୍କି ରାସ୍ତାକୁ ପାଟପୁର ଗାଁ ମୁଣ୍ଡରେ ଅବରୋଧ କରିଥିଲେ ।…

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

ପୁଣିଥରେ ସାରା ବିଶ୍ୱରେ ଘାରିଲାଣି ଲକ୍‌ଡାଉନ ଛାୟା, ପ୍ରସ୍ତୁତି ଆରମ୍ଭ କରିଦେଲେଣି ଅନେକ ଦେଶ

ନୂଆଦିଲ୍ଲୀ,୨୩।୩: ମଧ୍ୟପ୍ରାଚ୍ୟରେ, ଇରାନ ସହିତ ଚାଲିଥିବା ଉତ୍ତେଜନା ହର୍ମୁଜ ପ୍ରଣାଳୀକୁ ପ୍ରାୟତଃ ଅବରୋଧ କରିଛି, ଯେଉଁଠାରୁ ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଯାଏ। ଏହା…

ଭବାନୀପୁର ଆସନ ମମତା ବାନାର୍ଜୀଙ୍କ ପାଇଁ କାହିଁକି ଏତେ ସ୍ବତନ୍ତ୍ର, ଜାଣନ୍ତୁ କ’ଣ କହିଲେ ଦିଦି…

କୋଲକାତା,୨୩ା୩: ପଶ୍ଚିମବଙ୍ଗ ରାଜନୀତିରେ ଭବାନୀପୁର ପରି କିଛି ନିର୍ବାଚନମଣ୍ଡଳୀର ଐତିହାସିକ ଗୁରୁତ୍ୱ ରହିଛି। ଏହି ଆସନର ନିର୍ବାଚନୀ ଯାତ୍ରା ରାଜ୍ୟରେ କଂଗ୍ରେସ ପ୍ରାଧାନ୍ୟରୁ ଟିଏମ୍‌ସିର ଉତ୍ଥାନ ପତ୍ତନ…

ଯୁଦ୍ଧ ମଧ୍ୟରେ ଏଲପିଜିକୁ ନେଇ ବଡ଼ ପଦକ୍ଷେପ ନେଲେ ସରକାର, ଏଣିକି…

ନୂଆଦିଲ୍ଲୀ,୨୩।୩: ଉପସାଗରୀୟ ଦେଶଗୁଡ଼ିକରେ ଚାଲିଥିବା ସଂଘର୍ଷ ଏବେ ଭାରତର ଶକ୍ତି ଯୋଗାଣକୁ ପ୍ରଭାବିତ କରୁଛି। ଅଶୋଧିତ ତୈଳ ଏବଂ ଗ୍ୟାସ ଯୋଗାଣ ପ୍ରଭାବିତ ହୋଇଛି, ଯାହା ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri