ଭୁବନେଶ୍ୱର,୨୯।୬ (ଅନିଲ ଦାସ)ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଅବଧିକୁ କେନ୍ଦ୍ର ସରକାର ୨୦୨୬ ଏପ୍ରିଲ ୧୩ ବୃଦ୍ଧି କରିଛନ୍ତି। ଧାର୍ଯ୍ୟ ସମୟସୀମା ମଧ୍ୟରେ ଟ୍ରିବ୍ୟୁନାଲ ଏହି ବିବାଦର ସମାଧାନ କରିବାରେ ସକ୍ଷମ ହୋଇ ନ ଥିବାରୁ କେନ୍ଦ୍ର ସରକାର ଏହି ଅବଧି ବୃଦ୍ଧି କରିଛନ୍ତି। ମହାନଦୀ ଜଳକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଥିବା ବିବାଦର ସମାଧାନ ପାଇଁ ଏହି ଟ୍ରିବ୍ୟୁନାଲ ଗଠନ ହୋଇଛି। ଏହାର କାର୍ଯ୍ୟକାଳ ପୂର୍ବରୁ ୨ ବର୍ଷ ପାଇଁ ବୃଦ୍ଧି ହୋଇଥିଲା। କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଆନ୍ତଃରାଜ୍ୟ ନଦୀ ଜଳ ବିବାଦ ଆଇନ-୧୯୫୬ର ଧାରା-୫(୨) ଅନୁସାରେ ଟ୍ରିବ୍ୟୁନାଲ ନିଜର ରିପୋର୍ଟ ଓ ନିଷ୍ପତ୍ତି ୩ ବର୍ଷ ମଧ୍ୟରେ ଦାଖଲ କରିବା ଆବଶ୍ୟକ। କିନ୍ତୁ ୨୦୨୧ ମାର୍ଚ୍ଚ ୧୧ ତାରିଖର ଧାର୍ଯ୍ୟ ସମୟସୀମା ଶେଷ ହେଉଥିଲେ ମଧ୍ୟ ଟ୍ରିବ୍ୟୁନାଲ ରିପୋର୍ଟ ଦେବାରେ ବିଫଳ ହେବା ପରେ କେନ୍ଦ୍ର ସରକାର ଏହି ଅବଧିକୁ ଆଉ ୨ ବର୍ଷ ଅର୍ଥାତ୍ ୨୦୨୩ ମାର୍ଚ୍ଚ ୧୧ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। କୋଭିଡ୍ ମହାମାରୀ ଯୋଗୁ ୨୦୨୦ ମାର୍ଚ୍ଚରୁ ୨୦୨୧ ଜୁନ୍ ପର୍ଯ୍ୟନ୍ତ କାର୍ଯ୍ୟ କରିପାରି ନ ଥିବା ଦର୍ଶାଇ ଟ୍ରିବ୍ୟୁନାଲ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ପୁଣିଥରେ ଅବଧି ବୃଦ୍ଧି ପାଇଁ ଅନୁରୋଧ କରାଯାଇଥିଲା।
ଉଲ୍ଲେଖଯୋଗ୍ୟ, ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳକୁ ନେଇ ବିବାଦ ଦେଖାଦେବା ପରେ ଏହାର ସମାଧାନ ପାଇଁ କେନ୍ଦ୍ର ସରକାର ଜଳଶକ୍ତି ମନ୍ତ୍ରଣାଳୟ ଅଧୀନରେ ଏକ କମିଟି ଗଠନ କରିଥିଲେ। ୨୦୧୭ ମେ’ରେ କମିଟି ରିପୋର୍ଟ ପ୍ରଦାନ କରିଥିଲେ। ତେବେ ଏହି କମିଟି ବିବାଦ ସମାଧାନ କରିବାରେ ସଫଳ ହୋଇ ନ ଥିଲା। ଫଳରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ର ସରକାର ୨୦୧୮ ମାର୍ଚ୍ଚ ୧୨ରେ ୩ ଜଣିଆ ଖଣ୍ଡପୀଠଙ୍କୁ ନେଇ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଗଠନ କରିଥିଲେ। ଟ୍ରିବ୍ୟୁନାଲ ସଦସ୍ୟ ଇତିମଧ୍ୟରେ ମହାନଦୀ ପ୍ରବାହିତ ହେଉଥିବା ଓଡ଼ିଶା ସମେତ ଛତିଶଗଡ଼କୁ ଯାଇ ଏହାର ବାସ୍ତବ ସ୍ଥିତି ଅନୁଧ୍ୟାନ କରିଛନ୍ତି।
ଏପଟେ ବୁଧବାର ରାଜ୍ୟ ଜଳସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ ତଥା ଗୋୱାଟର ସବ୍କମିଟି ଆବାହକ ଦେବୀଦତ୍ତ ଆର୍. ପଟ୍ଟନାୟକ ମହାନଦୀ, ବ୍ରାହ୍ମଣୀ, ବୈତରଣୀ ଓ ଋଷିକୁଲ୍ୟା ନଦୀର ୫ଦିନର ଜଳସ୍ତର କ’ଣ ରହିଛି ତା’ର ରିପୋର୍ଟ ଦେବାକୁ କ୍ଷେତ୍ରସ୍ତରର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମହାନଦୀ ପ୍ରବାହିତ ହେଉଥିବା ଶରଡିହି, ହୀରାକୁଦ, ବେଲଗାଁ, ପଥରଳା, ଖଇରିମାଳ, ବରମୂଳ ଓ ମୁଣ୍ଡୁଳିଠାରେ ନଦୀର ଜଳସ୍ତର ଗତ ୫ଦିନ ଧରି କ’ଣ ରହିଛି ତାହା ଜଣାଇବାକୁ କହିଛନ୍ତି। ସେହିପରି ବ୍ରାହ୍ମଣୀ ନଦୀର ପାନପୋଷ, ରେଙ୍ଗାଳି, ତାଳଚେର ଓ ଜେନାପୁରଠାରେ ଜଳସ୍ତର, ବୈତରଣୀର ଚମ୍ପୁଆ, ଆନନ୍ଦପୁର, ଆଖୁଆପଦା ଓ ସାଳନ୍ଦୀ ଏବଂ ଋଷିକୁଲ୍ୟା ନଦୀର ପୁରୁଷୋତ୍ତମପୁରଠାରେ ଜଳସ୍ତର ଗତ ୫ଦିନ ଧରି କ’ଣ ରହିଛି ତାହା ଜଣାଇବାକୁ କହିଛନ୍ତି।
ମୁଖ୍ୟମନ୍ତ୍ରୀ ମୋନ ମାଝୀଙ୍କ ପାଇଁ ଏମିତି କହିଦେଲେ ସୂର୍ଯ୍ୟକୁମାର: ବଢୁଛି ଚର୍ଚ୍ଚା
କଟକ,୧୦।୧୨: ଐତିହାସିକ ବାରବାଟୀ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ମ୍ୟାଚ୍ରେ ଭାରତ ୧୦୧ ରନ୍ରେ ଦମ୍ଦାର ବିଜୟ ହାସଲ କରିଛି।...
ବନ୍ଦ ଘରୁ ମିଳିଲା ଇଲେଟ୍ରିସିଆନଙ୍କ ଝୁଲନ୍ତା ମୃତଦେହ: ପୋଲିସ ପହଞ୍ଚି…
ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଲୋୟର ସୁକତେଲ ମାଗୁର ବେଡ଼ା କଲୋନୀଠାରେ ଏକ ବନ୍ଦଘରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି l ଯୁବକ...
ଭୟରେ ଗାଁ ଛାଡ଼ୁଥିଲେ ଲୋକେ: ଶେଷରେ ମିଳିଲା କଟାମୁଣ୍ଡ
ମାଲକାନଗିରି,୧୦।୧୨(ଦୁର୍ଯ୍ୟୋଧନ ପାତ୍ର): ଶେଷରେ ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ। କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ। ୪ ତାରିଖରେ ମୁଣ୍ଡବିହୀନ ମୃତଦେହ ଉଦ୍ଧାର...
ରାଜଧାନୀ ଏକ୍ସପ୍ରେସରେ ଅଜଣା ପାର୍ସଲ: ଆତଙ୍କ ଖେଳାଉଛି…
ଭୁବନେଶ୍ୱର,୧୦।୧୨: ଅଜଣା ପାର୍ସଲକୁ ନେଇ ରାଜଧାନୀ ଏକ୍ସପ୍ରେସରେ ଆତଙ୍କ ଖେଳିଯାଇଛି। ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ରାଜଧାନୀ ଏକ୍ସପ୍ରେସରେ ଲୋକେ ଭୟଭୀତ। ଝାଡ଼ଖଣ୍ଡରେ RPF ପକ୍ଷରୁ ତନାଘନା...
ଅପଦସ୍ତ ହେଲେ ନିଶା ମହାରଣା: ପେଣ୍ଡାଲ ଉପରକୁ ଚେୟାର ଫୋପାଡିଲେ ଦର୍ଶକ
ଲକ୍ଷ୍ମୀପୁର,୧୦।୧୨(ଅନନ୍ତ ପ୍ରସାଦ ନାୟକ): ପୁଣି ବିବାଦୀୟ ଯାତ୍ରୀ କଳାକାର ନିଶା ମହାରଣାଙ୍କ ପାଇଁ ସୃଷ୍ଟି ହୋଇଛି ଉତ୍ତେଜନା। କୋରାପୁଟ ଲକ୍ଷ୍ମୀପୁରରେ ଅନୁଷ୍ଠିତ ହେଉଥିବା ଅଷ୍ଟଶମ୍ଭୁ ଅପେରାରେ...
ସମ୍ପର୍କର ସେତୁ ସାପ୍ତାହିକ ହାଟ: ମିଳୁଛି ଭଳିକି ଭଳି ସାମଗ୍ରୀ, ବଢୁଛି ଭାଇଚାରା
ଦାରିଙ୍ଗବାଡି,୧୦।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର ଦାରିଙ୍ଗବାଡିର ବ୍ରାହ୍ମଣୀଗାଁ ସମେତ କାଟିଙ୍ଗିଆ, ଗଦାପୁର, ସିକରମାହା, ଦାରିଙ୍ଗବାଡି, ସିମନବାଡି, ବୁଡାମାହା ଛକ, ବୁଡ଼ାଗୁଡା ଠାରେ ବିଭିନ୍ନ ଦିନ ମାନଙ୍କରେ...
ମାନବାଧିକାର, ଆମର ଦୈନନ୍ଦିନ ଆବଶ୍ୟକତା
ଆଜି ସାରା ବିଶ୍ୱରେ ଅନ୍ତର୍ଜାତୀୟ ମାନବାଧିକାର ଦିବସ ପାଳନ ହେଉଛି । ଚଳିତ ବର୍ଷ ଜାତିସଂଘ ତରଫରୁ ଏହି ଦିବସ ପାଇଁ ସ୍ଲୋଗାନ ରହିଛି ”ମାନବାଧିକାର,...
୧୬ ବର୍ଷ ପରେ ହତ୍ୟା ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
ଭଞ୍ଜନଗର,୧୦/୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନୂଆଁପଲ୍ଲୀ ଗ୍ରାମର ଟୁକୁନା ନାଇକଙ୍କୁ ପୋଲିସ ଏକ ହତ୍ୟା ମାମଲାରେ ସୋମବାର ଗିରଫ କରିଛି। ଏହାପରେ ତାଙ୍କୁ...
Archives


