ମହାନଦୀ ଟ୍ରିବ୍ୟୁନାଲ ଅବଧି ୨୦୨୬ ଏପ୍ରିଲ ୧୩ ଯାଏ ବୃଦ୍ଧି

ଭୁବନେଶ୍ୱର,୨୯।୬ (ଅନିଲ ଦାସ)ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଅବଧିକୁ କେନ୍ଦ୍ର ସରକାର ୨୦୨୬ ଏପ୍ରିଲ ୧୩ ବୃଦ୍ଧି କରିଛନ୍ତି। ଧାର୍ଯ୍ୟ ସମୟସୀମା ମଧ୍ୟରେ ଟ୍ରିବ୍ୟୁନାଲ ଏହି ବିବାଦର ସମାଧାନ କରିବାରେ ସକ୍ଷମ ହୋଇ ନ ଥିବାରୁ କେନ୍ଦ୍ର ସରକାର ଏହି ଅବଧି ବୃଦ୍ଧି କରିଛନ୍ତି। ମହାନଦୀ ଜଳକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଥିବା ବିବାଦର ସମାଧାନ ପାଇଁ ଏହି ଟ୍ରିବ୍ୟୁନାଲ ଗଠନ ହୋଇଛି। ଏହାର କାର୍ଯ୍ୟକାଳ ପୂର୍ବରୁ ୨ ବର୍ଷ ପାଇଁ ବୃଦ୍ଧି ହୋଇଥିଲା। କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଆନ୍ତଃରାଜ୍ୟ ନଦୀ ଜଳ ବିବାଦ ଆଇନ-୧୯୫୬ର ଧାରା-୫(୨) ଅନୁସାରେ ଟ୍ରିବ୍ୟୁନାଲ ନିଜର ରିପୋର୍ଟ ଓ ନିଷ୍ପତ୍ତି ୩ ବର୍ଷ ମଧ୍ୟରେ ଦାଖଲ କରିବା ଆବଶ୍ୟକ। କିନ୍ତୁ ୨୦୨୧ ମାର୍ଚ୍ଚ ୧୧ ତାରିଖର ଧାର୍ଯ୍ୟ ସମୟସୀମା ଶେଷ ହେଉଥିଲେ ମଧ୍ୟ ଟ୍ରିବ୍ୟୁନାଲ ରିପୋର୍ଟ ଦେବାରେ ବିଫଳ ହେବା ପରେ କେନ୍ଦ୍ର ସରକାର ଏହି ଅବଧିକୁ ଆଉ ୨ ବର୍ଷ ଅର୍ଥାତ୍‌ ୨୦୨୩ ମାର୍ଚ୍ଚ ୧୧ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। କୋଭିଡ୍‌ ମହାମାରୀ ଯୋଗୁ ୨୦୨୦ ମାର୍ଚ୍ଚରୁ ୨୦୨୧ ଜୁନ୍‌ ପର୍ଯ୍ୟନ୍ତ କାର୍ଯ୍ୟ କରିପାରି ନ ଥିବା ଦର୍ଶାଇ ଟ୍ରିବ୍ୟୁନାଲ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ପୁଣିଥରେ ଅବଧି ବୃଦ୍ଧି ପାଇଁ ଅନୁରୋଧ କରାଯାଇଥିଲା।
ଉଲ୍ଲେଖଯୋଗ୍ୟ, ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳକୁ ନେଇ ବିବାଦ ଦେଖାଦେବା ପରେ ଏହାର ସମାଧାନ ପାଇଁ କେନ୍ଦ୍ର ସରକାର ଜଳଶକ୍ତି ମନ୍ତ୍ରଣାଳୟ ଅଧୀନରେ ଏକ କମିଟି ଗଠନ କରିଥିଲେ। ୨୦୧୭ ମେ’ରେ କମିଟି ରିପୋର୍ଟ ପ୍ରଦାନ କରିଥିଲେ। ତେବେ ଏହି କମିଟି ବିବାଦ ସମାଧାନ କରିବାରେ ସଫଳ ହୋଇ ନ ଥିଲା। ଫଳରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ର ସରକାର ୨୦୧୮ ମାର୍ଚ୍ଚ ୧୨ରେ ୩ ଜଣିଆ ଖଣ୍ଡପୀଠଙ୍କୁ ନେଇ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଗଠନ କରିଥିଲେ। ଟ୍ରିବ୍ୟୁନାଲ ସଦସ୍ୟ ଇତିମଧ୍ୟରେ ମହାନଦୀ ପ୍ରବାହିତ ହେଉଥିବା ଓଡ଼ିଶା ସମେତ ଛତିଶଗଡ଼କୁ ଯାଇ ଏହାର ବାସ୍ତବ ସ୍ଥିତି ଅନୁଧ୍ୟାନ କରିଛନ୍ତି।
ଏପଟେ ବୁଧବାର ରାଜ୍ୟ ଜଳସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ ତଥା ଗୋୱାଟର ସବ୍‌କମିଟି ଆବାହକ ଦେବୀଦତ୍ତ ଆର୍‌. ପଟ୍ଟନାୟକ ମହାନଦୀ, ବ୍ରାହ୍ମଣୀ, ବୈତରଣୀ ଓ ଋଷିକୁଲ୍ୟା ନଦୀର ୫ଦିନର ଜଳସ୍ତର କ’ଣ ରହିଛି ତା’ର ରିପୋର୍ଟ ଦେବାକୁ କ୍ଷେତ୍ରସ୍ତରର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମହାନଦୀ ପ୍ରବାହିତ ହେଉଥିବା ଶରଡିହି, ହୀରାକୁଦ, ବେଲଗାଁ, ପଥରଳା, ଖଇରିମାଳ, ବରମୂଳ ଓ ମୁଣ୍ଡୁଳିଠାରେ ନଦୀର ଜଳସ୍ତର ଗତ ୫ଦିନ ଧରି କ’ଣ ରହିଛି ତାହା ଜଣାଇବାକୁ କହିଛନ୍ତି। ସେହିପରି ବ୍ରାହ୍ମଣୀ ନଦୀର ପାନପୋଷ, ରେଙ୍ଗାଳି, ତାଳଚେର ଓ ଜେନାପୁରଠାରେ ଜଳସ୍ତର, ବୈତରଣୀର ଚମ୍ପୁଆ, ଆନନ୍ଦପୁର, ଆଖୁଆପଦା ଓ ସାଳନ୍ଦୀ ଏବଂ ଋଷିକୁଲ୍ୟା ନଦୀର ପୁରୁଷୋତ୍ତମପୁରଠାରେ ଜଳସ୍ତର ଗତ ୫ଦିନ ଧରି କ’ଣ ରହିଛି ତାହା ଜଣାଇବାକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri