ମହାନଦୀ ବନ୍ଧ ନିର୍ମାଣ କାମ ନିମ୍ନମାନର

ଜଗତ୍‌ସିଂହପୁର, ୨୧ା୬(ପ୍ରମୋଦ କୁମାର ନାୟକ): ମହାନଦୀ ସାଉଥ ଡିଭିଜନ ଅନ୍ତର୍ଗତ ଏହି ନଦୀର ବାମପାର୍ଶ୍ୱ କୃଷ୍ଣାନନ୍ଦପୁରଠାରୁ ପୋଶଲ ପର୍ଯ୍ୟନ୍ତ ବନ୍ଧର ଉନ୍ନତୀକରଣ ଓ ପିଚୁ କାମ ପାଇଁ ୮ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ନିଲାମ ପାଇ ଓସିସି କାମ କରୁଛି। କିନ୍ତୁ ଏହି କାମ ଅତ୍ୟନ୍ତ ନିମ୍ନମାନର ହେଉଛି। ନଦୀବନ୍ଧ ପାର୍ଶ୍ୱରୁ ମାଟି ତଡ଼ାଯିବା ସହ ଯେଉଁଭଳି ଭାବେ ଗଛ ଭଙ୍ଗାଯାଉଛି ତାହା ବନ୍ଧ ପ୍ରତି ବିପଦ ସୃଷ୍ଟି କରିଛି। ଏ ସମ୍ପର୍କରେ ୫ଟି ଗ୍ରାମପଞ୍ଚାୟତର ଅଧିବାସୀ ଜିଲାପାଳଙ୍କ ନିକଟରେ ଅଭିଯୋଗ କଲାପରେ ପ୍ରସଙ୍ଗର ଗମ୍ଭୀରତା ଦୃଷ୍ଟିରୁ ତଦନ୍ତ ହୋଇଛି। ଜିଲାପାଳଙ୍କ ପରାମର୍ଶକ୍ରମେ ଉପଜିଲାପାଳ ପ୍ରଶାନ୍ତ କୁମାର ତରାଇ ତଦନ୍ତ କରି ଅଭିଯୋଗର ସତ୍ୟାସତ୍ୟ ଅଛି ବୋଲି ଜିଲାପାଳଙ୍କୁ ଅବଗତ କରାଇଛନ୍ତି। ଉପଜିଲାପାଳ ଦର୍ଶାଇଛନ୍ତି ଯେ, ତିର୍ତ୍ତୋଲ ତହସିଲଦାର ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ସେ କୃଷ୍ଣାନନ୍ଦପୁର ନିକଟ ମହାନଦୀ ରିଙ୍ଗ୍‌ ରୋଡ୍‌ ନିର୍ମାଣସ୍ଥଳ ପରିଦର୍ଶନରେ ଯାଇଥିଲେ। ଅଭିଯୋଗ ଅନୁଯାୟୀ, ରିଙ୍ଗ ରୋଡ୍‌ର ନିର୍ମାଣ କାମ ଅତି ନିମ୍ନମାନର ଥିବା ଦେଖାଯାଇଥିଲା। ଠିକାଦାର ଜେସିବି ଲଗାଇ ଅସଲ ରାସ୍ତା ବେସ୍‌ରୁ ମାଟି ଆଣି ରାସ୍ତାପାର୍ଶ୍ୱରେ ବ୍ୟବହାର କରିଛନ୍ତି। ଏବେ ବର୍ଷାଦିନ ହୋଇଥିବାରୁ ଏହି ମାଟି ସମ୍ପୂର୍ଣ୍ଣଭାବେ ଧୋଇଯିବା ସହ ରାସ୍ତା ଦୁର୍ବଳ ହୋଇଯାଇଛି। ତଦନ୍ତ ସମୟରେ ବିଭାଗୀୟ କୌଣସି ଯନ୍ତ୍ରୀ ସେଠାରେ ଉପସ୍ଥିତ ନ ଥିଲେ। ବିଭାଗୀୟ ପର୍ଯ୍ୟବେକ୍ଷଣ ଅଭାବରୁ ଠିକାଦାର ମନମୁଖିଭାବେ ମହାନଦୀ ବାମପାର୍ଶ୍ୱ ରିଙ୍ଗ ରୋଡ କାମ କରି ଚାଲିଛନ୍ତି। ଏହା ସଂଶୋଧନ ହେବା ଆବଶ୍ୟକ। ସୁରକ୍ଷାକୁ ଦୃଷ୍ଟିରେ ରଖି ଠିକାଦାର ରାସ୍ତାର ବେସରେ ମାଟି ପୂରଣ କରିବା ଜରୁରୀ। ମାଟି ପୂରଣ ଓ ଆବଶ୍ୟକ ସଂଶୋଧନ ନ କରିବା ଯାଏ ଠିକାଦାରଙ୍କ ପ୍ରାପ୍ୟ ପ୍ରଦାନ ବନ୍ଦ କରିବାକୁ ଉପଜିଲାପାଳ ଜିଲାପାଳଙ୍କୁ ସୁପାରିସ କରିଛନ୍ତି। ଉପଜିଲାପାଳଙ୍କ ତଦନ୍ତ ପରେ ୫ ପଞ୍ଚାୟତ ଯଥା କୃଷ୍ଣାନନ୍ଦପୁର, ବିଶୁନପୁର, କନିମୂଳ, ଡାଇଁଲୋ ଓ ଗୋପାଳପୁର (ଏସ୍‌)ର ଲୋକେ ଆଶ୍ୱସ୍ତ ଅନୁଭବ କରିଥିବା ଜଣାପଡ଼ିଛି।
ଏ ସମ୍ପର୍କରେ ସମସେର ଅଲ୍ଲୀ, ରାଧାନାଥ ଦାସ, ଦୁଷ୍ମନ୍ତ କୁମାର ସାହୁ, ସୁମନ୍ତ କୁମାର ସାହୁ, ମନୋଜ କୁମାର ପୃଷ୍ଟି, ନୃସିଂହ ଚରଣ ଦାସ, ରାକେଶ ସାହୁ, ଶାନ୍ତନୁ କୁମାର ଦାସ, ରଞ୍ଜନ କୁମାର ଦାସ ଓ ସୁଲତାନ ଅଲ୍ଲୀ, ଧୋୟା ଜନଜାଗରଣ ମଞ୍ଚ ସଭାପତି ବିଜୟ ଦାସ, ପ୍ରଶାନ୍ତ କୁମାର ପଣ୍ଡା, ନବନିର୍ମାଣ କୃଷକ ସଙ୍ଗଠନ କାର୍ଯ୍ୟକର୍ତ୍ତା ମାୟାଧର ସାହୁ ଓ ସୁଶାନ୍ତ ଦାସଙ୍କ ସମେତ ବହୁ ଲୋକ ପୂର୍ବରୁ ଜିଲାପାଳଙ୍କ ନିକଟରେ ନଦୀବନ୍ଧର ଅବସ୍ଥା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ସେମାନେ ଦର୍ଶାଇଥିଲେ, ମହାନଦୀ ବାମପାର୍ଶ୍ୱ କୃଷ୍ଣାନନ୍ଦପୁରରୁ ପୋଶଲ ପର୍ଯ୍ୟନ୍ତ ବନ୍ଧର ଉନ୍ନତୀକରଣ ଓ ପିଚୁ କାମ ପାଇଁ କେନ୍ଦ୍ରାପଡ଼ା ଅଞ୍ଚଳର ଜଣେ ବ୍ୟକ୍ତି ନିଲାମ ପାଇଥିଲେ। କିନ୍ତୁ ଶୁଣିବାକୁ ମିଳିଛି ଯେ, ଉକ୍ତ ନିଲାମଧାରୀ କାର୍ଯ୍ୟସ୍ଥଳକୁୁ ନ ଆସି ନିକଟସ୍ଥ ବିଶୁନପୁର ଗ୍ରାମପଞ୍ଚାୟତ କୋଲଟା ଗ୍ରାମର ଜଣେ ଅସାମାଜିକ ବ୍ୟକ୍ତିଙ୍କୁ ଏହାର ଦାୟିତ୍ୱ ଦେଇଛନ୍ତି। ସମ୍ପୃକ୍ତ ବ୍ୟକ୍ତି ଜେସିବି ସାହାଯ୍ୟରେ ନଦୀ ବନ୍ଧ ୨ ପାର୍ଶ୍ୱରୁ ଗଛଗୁଡିକୁ ଭାଙ୍ଗି ପକାଉଛନ୍ତି। କେବଳ ଏତିକି ନୁହେଁ, ନଦୀବନ୍ଧ ୨ ପାର୍ଶ୍ୱ ମୂଳରୁ ମାଟି ତାଡି ଏହାର ଉଭୟ ପାର୍ଶ୍ୱରେ ପକାଉଛନ୍ତି। ଗ୍ରାମବାସୀ ବିରୋଧ କରିବାରୁ ସେ ବିଭିନ୍ନ ପ୍ରକାର ଧମକ ଦେଉଛନ୍ତି। ଏ ପରିସ୍ଥିତିରେ ଲୋକେ ମହାନଦୀ ସାଉଥ୍‌ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ଓ ବିଭାଗୀୟ ମଣିଜଙ୍ଗା ଏସ୍‌ଡିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ଓସିସି କାମ କରୁଥିବାରୁ ଏହି ବିଭାଗକୁ ଜଣାଯିବ ବୋଲି ଅଧୀକ୍ଷଣ ଯନ୍ତ୍ରୀ କହିଥିଲେ। ଏହାପରେ ମଣିଜଙ୍ଗା ଏସ୍‌ଡିଓ କାର୍ଯ୍ୟସ୍ଥଳରେ ପହଞ୍ଚତ୍ ଅନୁଧ୍ୟାନ କରି ସତ୍ୟାସତ୍ୟ ଜାଣିଥିଲେ। ଏହା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ। ସମ୍ପୃକ୍ତ ଅସାମାଜିକ ବ୍ୟକ୍ତି ଜଣକ ପୂର୍ବପରି କାମ ଚାଲୁ ରଖିଛନ୍ତି। ସମ୍ପୃକ୍ତ ଅସାମାଜିକ ବ୍ୟକ୍ତିଙ୍କ ଧମକରେ ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି। ଜିଲାପାଳ ନିଜେ ନଦୀବନ୍ଧ ପରିଦର୍ଶନ କଲେ ବାସ୍ତବରେ ଉନ୍ନତୀକରଣ ହେଉଛି କି ସରକାରଙ୍କ ପାଣ୍ଠିରୁ ଟଙ୍କା ବ୍ୟୟ କରାଯାଇ ନଦୀବନ୍ଧକୁ ଦୁର୍ବଳ କରାଯାଉଛିି ତାହା ସ୍ପଷ୍ଟ ହୋଇପାରିବ ବୋଲି ଅଭିଯୋଗକାରୀମାନେ ଦର୍ଶାଇଛନ୍ତି।
ଏ ସମ୍ପର୍କରେ ମହାନଦୀ ସାଉଥ ଡିଭିଜନ୍‌ ଅଧୀକ୍ଷଣ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ଦାସଙ୍କ ସହ ମୋବାଇଲ୍‌ରେ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ଫୋନ୍‌ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri