ପୋତାଯାଉଛି ଲକ୍ଷ ଲକ୍ଷ ଟଙ୍କାରେ ନିର୍ମିତ ମହାବନ୍ଧ

ନନ୍ଦାହାଣ୍ଡି,୧୯।୪,(ଡି.ଏନ୍‌.ଏ.): ୨୦୦୪ରେ ଆରମ୍ଭ ହୋଇଥିବା ନ୍ୟାସନାଲ ଫୁଡ୍‌ ଫର ୱାର୍କ ପ୍ରୋଗ୍ରାମ ଏବଂ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କର୍ମ ନିଯୁକ୍ତି ପାଇଁ ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକରେ ଅନେକ ମହାବନ୍ଧ ଖୋଳା ଯାଇଥିଲା। ସାଧାରଣ ଲୋକଙ୍କ ନିତ୍ୟ ବ୍ୟବହାର, ଅଭାବି ବର୍ଷା ସମୟରେ ଚାଷ ଉପଯୋଗୀ କରେଇବା ଏହି ମହାବନ୍ଧର ଉଦ୍ଦେଶ୍ୟ ଥିଲା। ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ମହାବନ୍ଧରୁ କିଛି ଟା ଏବେ ବ୍ୟବହାର ଉପଯୋଗୀ ହୋଇ ପାରୁ ନ ଥିବା ଦେଖିବାକୁ ମିଳୁଛି। ଅଳ୍ପ କିଛି ଟଙ୍କା ବ୍ୟୟରେ ଏସବୁକୁ ପୁନଃରୁଦ୍ଧାର କରାଯାଇ ବ୍ୟବହାର ଉପଯୋଗୀ କରାଯାଇପାରେ। କିନ୍ତୁ ଏହାକୁ ପୋତିବାରେ ଟଙ୍କା ଖର୍ଚ୍ଚ କରାଯାଉଥିବା ନନ୍ଦାହାଣ୍ଡି ବ୍ଲକରେ ଦେଖିବାକୁ ମିଳିଛି।
ବ୍ଲକ ଅଫିସ ପଛପଟେ ଏକ ମହାବନ୍ଧ ଅବହେଳିତ ହୋଇ ପଡିଥିବାବେଳେ ଏହାର ପୁନଃରୁଦ୍ଧାର ପାଇଁ ପୂର୍ବରୁ ବିଭିନ୍ନ ସମୟରେ ବିଡିଓଙ୍କ ସହ ଆଲୋଚନା କରାଯାଇଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ତାହାର ପୁନଃରୁଦ୍ଧାର ପରିବର୍ତ୍ତେ ଟ୍ରାକ୍ଟରରେ ପୁରୁଣା ଘର ଭଗ୍ନାବଶେଷ ଏବଂ ମାଟି ନେଇ ତାହାକୁ ପୋତା ଯାଉଛି। ବ୍ଲକ କାର୍ଯ୍ୟାଳୟ ପରିସର ଭିତରେ ଥିବାବେଳେ ଏହା କୌଣସି ବିଭାଗୀୟ ଅଧିକାରୀ, କାର୍ଯ୍ୟରତ କର୍ମଚାରୀ କିମ୍ବା ଲୋକ ପ୍ରତିନିଧିଙ୍କ ନଜରକୁ କିଭଳି ଆସୁନାହିଁ ତାହାକୁ ନେଇ ପ୍ରଶ୍ନ ଉଠିଛି। ବର୍ତମାନ ଅମୃତ ସରୋବର ଖୋଳିବାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିବାବେଳେ ଏହିଭଳି ଏକ ପୁରୁଣା ମହାବନ୍ଧର ପୁନଃରୁଦ୍ଧାର କରା ନଯିବା ପଛରେ କାରଣ କଣ ରହିଛି ଓ ଏହାକୁ ପୋତିବା ପାଇଁ କିଏ ଅନୁମତି ଦେଇଛି ତାହା ତଦନ୍ତ ସାପେ। ଏହି ଭଳି ଏକ ମହାବନ୍ଧକୁ ପୋତିବାର ଯୋଜନାକୁ ସାଧାରଣ ଲୋକେ ନାପସନ୍ଦ କରିବା ସହ ପ୍ରଶାସନର ଦୃଷ୍ଟିଗୋଚର କରି ଏହାର ପୁନଃରୁଦ୍ଧାର କରିବାକୁ ଦାବି ହୋଇଛି। ଏ ନେଇ ବିଡିଓ କ୍ଷୀରୋଦ ଚନ୍ଦ୍ର ସାହୁଙ୍କୁ ପଚାରିବାରୁ ଏ ନେଇ ଅବଗତ ନ ଥିଲି। ମହାବନ୍ଧକୁ ନ ପୋତି ଏହାର ପୁନଃରୁଦ୍ଧାର କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ବସ୍‌ ଧକ୍କାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ଦିଗପହଣ୍ଡି,୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଜାପଲ୍ଲୀ ଗାଁ ଛକ ନିକଟରେ ରବିବାର ଏକ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌(ନଂ. ଓଡ଼ି୩୨କେ -୧୮୦୯) ଧକ୍କାରେ ଜଣେ…

ମ୍ୟାଚ୍‌ ଜିତିଲା ଇଂଲଣ୍ଡ, ହୃଦୟ ଜିତିଲା ନେପାଳ

ମୁମ୍ବାଇ,୮ା୨- ଚଳିତ ଟି୨୦ ବିଶ୍ୱକପ୍‌ରେ ରବିବାର ଅପରାହ୍ନରେ ଖେଳାଯାଇଥିବା ଏକ ରୋମାଞ୍ଚକ ପୂର୍ଣ୍ଣ ମ୍ୟାଚ୍‌ରେ ଇଂଲଣ୍ଡ ୪ ରନରେ ନେପାଳକୁ ହରାଇ ଦେଇଛି। ଇଂଲଣ୍ଡ ଦ୍ୱାରା ପ୍ରଦତ୍ତ…

ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟରେ ବୈଭବ ସୂର୍ଯ୍ୟବଂଶୀ

ଦୁବାଇ, ୮ା୨: ଆଇସିସି ୧୬ ବର୍ଷରୁ କମ୍‌ ବିଶ୍ୱକପ୍‌ ଉଦ୍‌ଯାପିତ ହେବା ପରେ ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟ ମନୋନୀତ କରାଯାଇଛି। ଏଥିରେ ସ୍ଥାନ ପାଇଥିବା ୩ଜଣ…

ମେଟ୍ରୋରେ ପ୍ରେମିକା ସହ ଧରାପଡ଼ିଲେ ପୁଅ; ସେଠାରେ ହିଁ ‘ନିର୍ବନ୍ଧ’ କରାଇଦେଲେ ମା’

ନୂଆଦିଲ୍ଲୀ,୮ା୨: ସୋସିଆଲ ମିଡିଆରେ ଏବେ ଏକ ଅଜବ ତଥା ମଜାଦାର ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଜଣେ ମା’ ନିଜ ପୁଅକୁ ତାଙ୍କ ପ୍ରେମିକାଙ୍କ ସହ…

ସଚିନ ତେନ୍ଦୁଲକରଙ୍କ ଫିଡର ସେଣ୍ଟର ନେଟ୍ସ ପାଇଁ ଆଦିଦେବ ମନୋନୀତ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୧୪ବର୍ଷରୁ କମ୍‌ କ୍ରିକେଟରେ କେନ୍ଦୁଝର ଜିଲାର ଏକମାତ୍ର ଖେଳାଳି ଭାବେ ଆଦିଦେବ ସାହୁ ସଚିନ…

ପେଟ୍ରୋଲଠାରୁ କେତେ ଶସ୍ତା CNG କାର୍‌? ୧୦ ଲକ୍ଷ ମଧ୍ୟରେ କେଉଁଟି ଭଲ…ନୂଆ କାର୍‌ କିଣିବାକୁ ଥିଲେ…

ନୂଆଦିଲ୍ଲୀ,୮।୨: ଭାରତରେ ନୂଆ କାର୍‌ କିଣିବା ସମୟରେ ଅଧିକାଂଶ ଲୋକଙ୍କ ମନରେ ଏକ ପ୍ରଶ୍ନ ଆସେ ଯେ ପେଟ୍ରୋଲ କାର୍‌ ନେବେ ନା ସିଏନଜି (CNG) କାର୍‌?…

ପୁଅଙ୍କୁ ଛୁରି ଭୁସି ମାରିଦେଲେ ପିଶାଚ ବାପା

କାମାକ୍ଷାନଗର,୮।୨: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କମ୍ପୁଲେଇ ପୁରୁଣାସାହି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ନିଜ ପୁଅଙ୍କୁ ଛୁରି ଭୁସି…

ବିଦ୍ୟାଳୟରୁ ଛାତ୍ର ନିଖୋଜ ଘଟଣା: ନିଆଁ ପୁଉଁଥିବାବେଳେ ଏମିତି ପଡ଼ିଲେ ଧରା

ଦାରିଙ୍ଗବାଡ଼ି,୮ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ନବମ ଛାତ୍ର ନିଖୋଜ ଛାତ୍ର କିଷାନ ବେହେରା ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri