ଜି. ଉଦୟଗିରରେ ମା’ଙ୍କ ମହାସପ୍ତମୀ ପୂଜା

ଜି.ଉଦୟଗିରି,୧।୧୦:(ଡି.ଏନ୍‌.ଏ.): ଜି ଉଦୟଗିରିରେ ସର୍ବପୁରାତନ ଦୁର୍ଗା ପୂଜା ମଣ୍ଡପରେ ମା ଦୁର୍ଗାଙ୍କ ମହାସପ୍ତମୀ ପୂଜା ଶନିବାର ଆରମ୍ଭ ହୋଇଛି। ସକାଳୁ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ବରାଳ ଦେବୀଙ୍କ ଘଟକୁ ଆବାହନ କରି ଅଣାଯିବା ପରେ ପୂଜା ଆରମ୍ଭ ହୋଇଥିଲା । ରବିବାର ମହାଷ୍ଟମୀ ପୂଜା ଓ ମଧ୍ୟ ରାତିରେ ସାମୁହିକ ପ୍ରସାଦ ସେବନ କରାଯିବା ସହ ସୋମବାର ନବମୀ ଓ ମଙ୍ଗଳବାର ଦଶହରା ଦଶମୀ ଓ ଅପରାଜିତା ପୂଜା ଅନୁଷ୍ଠିତ ହେବ ବୋଲି ପୂଜା କମିଟି ସମ୍ପାଦକ ଅରୁଣ କୁମାର ସଢଙ୍ଗୀ ଜଣାଇଛନ୍ତି । ବୁଧୁବାର ନାଟକ ମହାଭାରତ ଓ ଗୁରୁବାର ନୃତ୍ୟ କାର୍ଯ୍ୟକ୍ରମ ହେବ । ଶୁକ୍ରବାର ମୂର୍ତ୍ତି ବିସର୍ଜନ କରାଯିବ ବୋଲି ସେ କହିଛନ୍ତି । ୭୦ ବର୍ଷ ପୂର୍ବରୁ ବଜାରରେ ଏଇ ଦୁର୍ଗା ପୂଜା କରାଯାଉଛି । ଏହି ପୂଜା ମଣ୍ଡପରେ ମା’ ବରାଳ ଦେବୀଙ୍କ ଘଟ ପୂଜା ପାଉଥିବା ଯୋଗୁ ମା’ ଙ୍କ ଘଟ ବିସର୍ଜନ ପରେ ହିଁ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଏ।