Categories: ବାଣିଜ୍ୟ

ଇସିଆର୍‌ ପକ୍ଷରୁ ମହାପରିନିର୍ବାଣ ଦିବସ

ଭୁବନେଶ୍ୱର,୭।୧୨: ପୂର୍ବତଟ ରେଳପଥ ପକ୍ଷରୁ ସମ୍ବିଧାନର ପ୍ରଣେତା ଭାରତରତ୍ନ ଡ. ବି.ଆର୍‌. ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୂପନାରାୟଣ ସୁନକରଙ୍କ ନେତୃତ୍ୱରେ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀମାନଙ୍କ ସହ ଅନ୍ୟ କର୍ମଚାରୀମାନେ ମଧ୍ୟ ଡ. ବି.ଆର୍‌. ଆମ୍ବେଦକରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଉକ୍ତ ସମାରୋହରେ ସମସ୍ତ ପ୍ରମୁଖ ବିଭାଗୀୟ ଅଧିକାରୀ, ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ। ରେଳପଥର ମୁଖ୍ୟ କାର୍ମିକ ଅଧିକାରୀ (ପ୍ରଶାସନ) ଏଲ୍‌ଭିଏସ୍‌ଏସ୍‌ ପାତୃଡୁ ଉକ୍ତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ମହାପରିନିର୍ବାଣ ଦିବସ ମଧ୍ୟ ପୂର୍ବତଟ ରେଳପଥର ସମସ୍ତ ରେଳମଣ୍ଡଳ ଯଥା ୱାଲଟିୟର, ସମ୍ବଲପୁର ଓ ଖୋର୍ଦ୍ଧା ରୋଡ୍‌ ରେଳ ମଣ୍ଡଳଗୁଡ଼ିକ ସହ ଅନ୍ୟାନ୍ୟ ରେଳବାଇ କାର୍ଯ୍ୟାଳୟ ଓ ଷ୍ଟେଶନଗୁଡ଼ିକରେ ପାଳିତ ହୋଇଯାଇଛି।

Share