ଜଙ୍ଗଲରେ ମାଫିଆ ଗଚ୍ଛିତ ରଖିଥିଲେ ବିପୁଳ ଗଞ୍ଜେଇ: ଚାଲାଣ ପୂର୍ବରୁ…

ପଟ୍ଟାଙ୍ଗି,୧୭ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅଧିନରେ ରହିଥିବା ଘଞ୍ଚ ଜଙ୍ଗଲରେ ଗଚ୍ଛିତ ଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ପୋଲିସ। ସେପଟେ ପୋଲିସର ଏହିପରି ଅତର୍କିତ ଚଢ଼ାଉରେ ଗଞ୍ଜେଇ ମାଫିଆ ସମସ୍ତ ପ୍ଲାନିଂ ବିଫଳ ହୋଇଥିବା ସହ ଚଡ଼କ ପଡ଼ିଛି। ଅନ୍ୟ ପକ୍ଷରେ ପଟ୍ଟାଙ୍ଗି ଥାନା ଅଞ୍ଚଳରୁ ପ୍ରଚୁର ପରିମାଣର ଗଞ୍ଜେଇ ଚୋରା ଚାଲାଣ ହେଉଥିଲେ ମଧ୍ୟ ଏଥିରେ ପୋଲିସର ହାତ ଖାଲି ରହୁଥିବା ବେଳେ ଦୀର୍ଘ ମାସ ପରେ ପୋଲିସର ଏହିପରି ଅତର୍କିତ ଚଢ଼ାଉ ଓ ବିପୁଳ ପରିମାଣର ଗଞ୍ଜେଇ ଜବତ ଅନେକ କିଛି ଚର୍ଚ୍ଚା ହେଉଥିବା ସହ ବିଭିନ୍ନ ପ୍ରଶ୍ନ ସୃଷ୍ଟି କରୁଛି। ଏହିପରି ଘଟଣା ଦେଖିବାକୁ ମିଳିଛି ଉକ୍ତ ଥାନା ଅଧିନସ୍ଥ ଯୁବରାଜପେଟା ଗ୍ରାମର ଘଞ୍ଚ ଜଙ୍ଗଲରେ।
ସୂଚନା ମୁତାବକ ସେମିଳିଗୁଡ଼ା ବ୍ଲକ ଅନ୍ତର୍ଗତ ସାଡାମ ପଞ୍ଚାୟତ ଅଧିନରେ ରହିଥିବା ଯୁବରାଜପେଟା ଗ୍ରାମର ନିକଟସ୍ଥ ଜଙ୍ଗଲରେ ଚୋରା ଚାଲାଣ ପାଇଁ ଗଚ୍ଛିତ ହୋଇ ରହିଥିବା ରହିଥିବା ଗଞ୍ଜେଇ ସମ୍ପର୍କରେ ଖବର ପହଞ୍ଚି ଥିଲା ପୋଲିସ ନିକଟରେ। ଏହି ସମୟରେ ସୁନାବେଡ଼ା ଏସ୍‌ଡିପିଓ ସୁମିତ୍ରା ଜେନାଙ୍କ ନେତୃତ୍ୱରେ ସୁନାବେଡ଼ା ଥାନାଧିକାରୀ ସୁସୁମା କଅଁର
ସେମିଳିଗୁଡ଼ା ଏବଂ ପଟ୍ଟାଙ୍ଗି ପୋଲିସକୁ ନେଇ ଗଠିତ ହୋଇଥିଲା ଏକ ଟିମ୍‌। ଉକ୍ତ ଟିମ୍‌ ରବିବାର ବିଳମ୍ବିତ ରାତିରେ ଅତର୍କିତ ଭାବେ ଉକ୍ତ ଜଙ୍ଗଲରେ ଚଢ଼ାଉ କରି ମାଜିଷ୍ଟ୍ରେଟ୍‌ ତଥା ପଟ୍ଟାଙ୍ଗି ବିଡିଓ ରାମକୃଷ୍ଣ ନାୟକଙ୍କ ଉପସ୍ଥିତରେ ଗଞ୍ଜେଇ ଭରି ହୋଇ ରହିଥିବା ୭୭ଟି ଜରି ବସ୍ତା ଜବତ କରିଥିଲା। ଯାହାକି ଜବତ ସମସ୍ତ ଗଞ୍ଜେଇ ୭ କ୍ୱିଣ୍ଟାଲ ୯୭ କେଜି ରହିଥିବା ଏସ୍‌ଡିପିଓ ଜେନା ସୂଚନା ଦେଇଥିବା ସହ ଜବତ ଗଞ୍ଜେଇକୁ ନେଇ ପଟ୍ଟାଙ୍ଗି ଥାନାରେ ଏକ କେସ୍‌ ନଂ ୨୩/୨୫ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ବାର୍‌ରେ ବନ୍ଧୁକଧାରୀଙ୍କ ଗୁଳିମାଡ଼

ଜୋହାନ୍ସବର୍ଗ,୨୧ା୧୨: ଦକ୍ଷିଣ ଆଫ୍ରିକାର ଏକ ବାର୍‌ରେ ଗୁଳିକାଣ୍ଡ ଘଟି ୯ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି। ଜୋହାନ୍ସବର୍ଗଠାରୁ ପଶ୍ଚିମରେ...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

ଆଶେସ ଟାଇଟଲ ବଜାୟ ରଖିଲା ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୧ା୧୨: ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡକୁ ୮୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଆଉ ଦୁଇଟି ମ୍ୟାଚ ଖେଳାଯିବାକୁ ବାକି...

୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...

କ୍ରୀଡ଼ା ମହୋତ୍ସବକୁ ଉଦ୍‌ଘାଟିତ କଲେ ଆସିକା ଏମ୍‌ପି: ଯୋଗଦେଲେ ୭ ବିଧାନସଭା କ୍ଷେତ୍ରର କ୍ରୀଡ଼ାବିତ୍‌

ହିଞ୍ଜିଳିକାଟୁ,୨୧।୧୨(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ବୃନ୍ଦାବନ ମିନି ଷ୍ଟାଡିୟମ ପରିସରରେ ଜିଲାସ୍ତରୀୟ ସାଂସଦ କ୍ରୀଡା ମହୋତ୍ସବ ରବିବାର ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆସିକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri