ସର୍ବୋଚ୍ଚରେ ଲୋକଙ୍କ ପାଗଳାମି

କିଛିମାସ ହେବ ମନେହେଉଛି ଯେପରି ଭାରତ ଏକ ଦଳାଚକଟା ଦେଶରେ ପରିଣତ ହେଲାଣି। ଆମେ ଜଗନ୍ନାଥ ମନ୍ଦିର ଦଳାଚକଟାକୁ ଦେଖି ବ୍ୟସ୍ତ ହେଉଥିବା ବେଳେ ତାହାଠାରୁ କାହିଁ ଅଧିକ ହାଥ୍‌ରାସ ଏବଂ ପ୍ରୟାଗରାଜଠାରେ ମାସେବ୍ୟାପୀ ଚାଲିଥିବା ମହାକୁମ୍ଭ ଏବଂ ନୂଆଦିଲ୍ଲୀ ରେଳ ଷ୍ଟେଶନଠାରେ ଦଳାଚକଟା ଦର୍ଶାଉଛି ଯେ, ସରକାର ଯେତିକି ଅବ୍ୟବସ୍ଥିତ ତାହାଠାରୁ କାହିଁ ଅଧିକ ଅମାନ୍ୟ ଓ ପାଗଳ ହୋଇଗଲେଣି ଭାରତର ସାଧାରଣ ନାଗରିକ।
ଭାରତ ବିଶ୍ୱର ସର୍ବାଧିକ ଜନସଂଖ୍ୟାବହୁଳ ରାଷ୍ଟ୍ର ଭାବେ ପରିଚିତି ହାସଲ କରିଛି। ଏ ଦେଶ ବହୁବିଧ ସଂସ୍କୃତି, ପରମ୍ପରା ଓ ବିଶ୍ୱାସ ବହନ କରୁଥିବାରୁ ବିଭିନ୍ନ କାର୍ଯ୍ୟକ୍ରମରେ ଲୋକଙ୍କ ଗହଳି ବଢ଼ିଚାଲିଛି । ତେଣୁ ଭିଡ଼ ବା ଗହଳି ପରିଚାଳନା କରିବା ସରକାର କିମ୍ବା ଏକ ବ୍ୟବସ୍ଥା ପାଇଁ ସର୍ବଦା ଆହ୍ବାନପୂର୍ଣ୍ଣ ହୋଇଥାଏ। ନିକଟ ଅତୀତକୁ ଦେଖିଲେ ୨୦୧୩ରେ ଆହ୍ଲାବାଦର ମହାକୁମ୍ଭ ମେଳାରେ ଦଳାଚକଟା ଘଟି ୩୬ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲା। କିନ୍ତୁ ବେସରକାରୀ ଭାବେ ଜଣାପଡ଼ିଥିଲା ସରକାରୀ ତଥ୍ୟଠାରୁ ତାହା କାହିଁରେ କେତେ ଅଧିକ । ୨୦୨୩ ମାର୍ଚ୍ଚ ୩୧ରେ ଇନ୍ଦୋର ସହରର ଏକ ମନ୍ଦିରରେ ରାମନବମୀ ପାଳନ ବେଳେ ଏକ ପୁରୁଣା କୂଅ ଉପରେ ଥିବା ସ୍ଲାବ୍‌ ଭାଙ୍ଗିପଡ଼ିବାରୁ ୩୬ ଜଣଙ୍କ ମୃତ୍ୟୁ ଘଟିଥିଲା। ୨୦୨୪ ଜୁଲାଇ ୨ରେ ହାଥରାସର ଏକ ଧର୍ମୀୟ କାର୍ଯ୍ୟକ୍ରମରେ ୨୧୬ ଜଣଙ୍କ ମୃତ୍ୟୁ ଘଟିଥିଲେ ମଧ୍ୟ ସେହି ଘଟଣାକୁ ଚାପି ଦିଆଯାଇଥିଲା। ଉତ୍ତରପ୍ରଦେଶର ପ୍ରୟାଗରାଜରେ ଏବେ ଚାଲିଥିବା ମହାକୁମ୍ଭ ମେଳାରେ ପ୍ରାୟ ୫୦ କୋଟି ଲୋକ ବୁଡ଼ ପକାଇ ସାରିଲେଣି ବୋଲି କୁହାଯାଉଛି। ଆହୁରି ଅଧିକ କିଭଳି ସେଠାରେ ବୁଡ଼ ପକାଇବେ ସେଥିପାଇଁ ପ୍ରଚାରକୁ ଜୋରଦାର କରାଯାଇଛି। କାରଣ ଏହି ଧାର୍ମିକ ଚିନ୍ତାଧାରା ପଶିଲେ ରାଜନୀତି କରିବା ସହଜ ହେଇଥାଏ। ଇତିମଧ୍ୟରେ ପ୍ରୟାଗରାଜରେ କେତେ ଜଣଙ୍କ ମୃତ୍ୟୁ ଘଟିଲାଣି ଓ ସମ୍ପୃକ୍ତ ଅଞ୍ଚଳରେ ନିଆଁ ଲାଗିବାଠାରୁ ଆରମ୍ଭ କରି ସେଠାକୁ ଯାଉଥିବା ଯାତ୍ରୀଙ୍କର ଦୁର୍ଘଟଣାରେ ପ୍ରାଣହାନି ନେଇ ସ୍ପଷ୍ଟ ତଥ୍ୟ ସରକାରୀ ଭାବେ ଦିଆଯାଉ ନାହିଁ। ଗତ ଜାନୁଆରୀ ୨୯ରେ ସଙ୍ଗମ ଅଞ୍ଚଳରେ ଦଳାଚକଟାରେ ୩୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୦ ଜଣ ଆହତ ହୋଇଥିଲେ। ସେତେବେଳେ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ହୋଇଥିଲେ ମଧ୍ୟ ସରକାର ସଂଖ୍ୟାକୁ ଲୁଚାଇ ଦେଇଥିଲେ। ସଦ୍ୟ ଅଘଟଣ ଦେଖିଲେ ୧୫ ଫେବୃଆରୀରେ ନୂଆଦିଲ୍ଲୀ ରେଳ ଷ୍ଟେଶନରେ ଟ୍ରେନ୍‌ରେ ଚଢ଼ିବା ପାଇଁ ମହାକୁମ୍ଭ ଯାତ୍ରୀଙ୍କ ପ୍ରବଳ ଭିଡ଼ ହେବାରୁ ୫ ଜଣ ଶିଶୁଙ୍କ ସମେତ ୧୮ ଜଣଙ୍କ ପ୍ରାଣହାନି ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ମହାକୁମ୍ଭ ଯିବାକୁ ଥିବା ଦୁଇଟି ଟ୍ରେନ୍‌ ଆସିବାରେ ବିଳମ୍ବ ହେବାରୁ ଷ୍ଟେଶନରେ ଯାତ୍ରୀଙ୍କ ଅସମ୍ଭାଳ ଭିଡ଼ ହୋଇଥିଲା। ଏହି ସମୟରେ ପ୍ଲାଟଫର୍ମ ନମ୍ବର ବଦଳିବା ନେଇ ଭୁଲ୍‌ ଘୋଷଣା ହୋଇଯିବାରୁ ଯାତ୍ରୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଫଳରେ ଅନେକେ ଅଣନିଃଶ୍ୱାସୀ ହୋଇଯିବାରୁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି। ପ୍ରାରମ୍ଭିକ ସମୟରେ ଏହି ବିଷୟକୁ ଗୁଜବ ବୋଲି କୁହାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ମୃତକଙ୍କ ବିଷୟରେ ଘୋଷଣା କରାଯାଇଥିଲା।
ଭିଡ଼ ପରିଚାଳନା କ୍ଷେତ୍ରରେ ଭାରତର ଖରାପ ରେକର୍ଡ ରହିଆସିଛି। ଅତୀତର ଦଳାଚକଟା ଘଟଣାଗୁଡ଼ିକର ତାଲିକା ପ୍ରସ୍ତୁତ କଲେ ତାହା ଲମ୍ବି ଚାଲିବ। ସମ୍ଭାବ୍ୟ ଗହଳିକୁ ଲକ୍ଷ୍ୟ କରି ଆଗୁଆ ଯୋଜନା କରା ନ ଯିବା, ପ୍ରଯୁକ୍ତି ଜ୍ଞାନକୌଶଳକୁ ଠିକ୍‌ ଭାବେ ଉପଯୋଗ ନ କରିବା, ସ୍ଥାନୀୟ ପ୍ରଶାସନ କିମ୍ବା କାର୍ଯ୍ୟକ୍ରମ ଆୟୋଜନ କରୁଥିବା ସଂସ୍ଥା ଦାୟିତ୍ୱସମ୍ପନ୍ନ ହେଉ ନ ଥିବାରୁ ଏଭଳି ଅଘଟଣ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି। ମହାକୁମ୍ଭ ଭଳି ଏତେବଡ଼ ଭିଡ଼କୁ ନିରୁତ୍ସାହିତ କରାଯିବାର ଥିଲା। ଭାରତ ହଲପ୍‌ ଦେଇ କହୁଛି ଯେ, ଏହାର ଜନସଂଖ୍ୟା ବୃଦ୍ଧି ବିରାଟ ମାନବ ସମ୍ବଳର ପରିଚୟ ସୃଷ୍ଟି କରିଛି। ସେହିପରି ବିଶ୍ୱର ୫ମ ବୃହତ୍‌ ଅର୍ଥନୀତି ହେବା ସହ ଭାରତ ପ୍ରଯୁକ୍ତି କ୍ଷେତ୍ରରେ ଅନ୍ୟ ବିକଶିତ ରାଷ୍ଟ୍ର ସହ ସମକକ୍ଷ ହେଲାଣି ବୋଲି ଡିଣ୍ଡିମ ପିଟୁଛି। ୨୦୪୭ ସୁଦ୍ଧା ବିକଶିତ ରାଷ୍ଟ୍ରରେ ଏହା ପହଞ୍ଚତ୍ବା ଲାଗି କରୁଥିବା ଉଦ୍ୟମକୁ ଖୁଣି ହେବ ନାହିଁ। ତେବେ ଦେଶର ରାଜଧାନୀ ନୂଆଦିଲ୍ଲୀର ରେଲଓ୍ବେ ଷ୍ଟେଶନ ନିଶ୍ଚିତ ଭାବେ ଅତ୍ୟାଧୁନିକ ହୋଇଥିବାରୁ ସେଠାରେ ଅନେକ ସିସିଟିଭି କ୍ୟାମେରା ଲାଗିଛି। ଏହି ଅଘଟଣ ପରେ ଗଣମାଧ୍ୟମ ସମ୍ମୁଖରେ କେତେକ ଯାତ୍ରୀ ଭୋଗିଥିବା ଦୁର୍ଦ୍ଦଶାକୁ ବର୍ଣ୍ଣନା କରିଛନ୍ତି। ସେମାନଙ୍କ କଥାକୁ ଦେଖିଲେ ବୁଝାପଡ଼ିଯାଇଛି ଯେ, ନୂଆଦିଲ୍ଲୀ ରେଲଓ୍ବେ ଷ୍ଟେଶନରେ ଭିଡ଼ ନିୟନ୍ତ୍ରଣ ଲାଗି ସେଭଳି ପଦକ୍ଷେପ ନିଆଯାଇ ନ ଥିଲା। ଅଣନିଃଶ୍ୱାସୀ ହୋଇଯାଇଥିବା ଯାତ୍ରୀଙ୍କୁ ତୁରନ୍ତ ଡାକ୍ତରୀ ଚିକିତ୍ସା ମଧ୍ୟ ମିଳିପାରି ନ ଥିଲା।
ସବୁବେଳେ ଗୋଟିଏ କଥା ଦେଖାଯାଉଛି ଯେ, ଯେଉଁଠାରେ ଯେଉଁ ଧରଣର ଦୁର୍ଘଟଣା ଯୋଗୁ ଲୋକଙ୍କ ପ୍ରାଣହାନି ଘଟୁଛି, ସରକାର, ସ୍ଥାନୀୟ ପ୍ରଶାସନ କିମ୍ବା ରେଳପଥ ଆଦି ସଂସ୍ଥା ମୃତକଙ୍କ ପରିବାର ବର୍ଗ ଓ ଆହତଙ୍କ ପାଇଁ ଅର୍ଥ ସହାୟତା ଘୋଷଣା କରୁଛନ୍ତି। ବୋଧହୁଏ ଧରି ନିଆଯାଇଛି ଲୋକଙ୍କ ମୂଲ୍ୟବାନ ଜୀବନହାନିକୁ ଆର୍ଥିକ ସହାୟତା ଜରିଆରେ ପୂରଣ କରିହେବ। ଏଠାରେ ମନେରଖିବାକୁ ହେବ ଯେ, ଏହି କ୍ଷତିପୂରଣ କରଦାତାଙ୍କଠାରୁ ଆଦାୟ କରାଯାଇଥାଏ। ସେଥିରେ ମଧ୍ୟ କର୍ତ୍ତୃପକ୍ଷ କାର୍ପଣ୍ୟତା ପ୍ରଦର୍ଶନ କରିଥାଆନ୍ତି। ଏଥିସହିତ ମନେହୁଏ ଯେପରି ମଣିଷର ଜୀବନ ବିଶେଷକରି ଏକ ପରିବାରର ମୁଖ୍ୟଙ୍କ ମୃତ୍ୟୁ ଘଟିଲେ ତାହାକୁ ମାତ୍ର କେଇ ଲକ୍ଷ ଟଙ୍କାରେ ପୂରଣ କରାଯାଇପାରିବ।
ଯେଉଁଭଳି ଭାବେ କୌଣସି କାର୍ଯ୍ୟକ୍ରମ ଆୟୋଜନ କରି ସରକାର ବାହାବା ନେବାକୁ ଚାହୁଁଛନ୍ତି, ସେହିଭଳି ଅଘଟଣ ଘଟିଲେ ତା’ର ଦୋଷ ନେବା ପାଇଁ ମଧ୍ୟ ଶକ୍ତି ଗଢ଼ିବା ଦରକାର। ହେଲେ ଆୟୋଜନକାରୀ କିମ୍ବା ନିର୍ଦ୍ଦିଷ୍ଟ ସଂସ୍ଥାଗୁଡ଼ିକ ଅସ୍ବାଭାବିକ ଘଟଣା ଉପୁଜିଲେ ନିଜ ମୁଣ୍ଡ ଉପରକୁ ଦୋଷ ନେଇ ଦାୟୀ ହେବାକୁ କୁଣ୍ଠିତ ହେଉଛନ୍ତି। ଏହା ଏକ ଖରାପ ପରମ୍ପରା ସୃଷ୍ଟି କରୁଛି। ସ୍ବଚ୍ଛତା କାର୍ଯ୍ୟରେ ଆସିଲେ ଲୋକେ ସଚେତନ ହେବେ। ‘ସର୍ବନିମ୍ନ ସରକାର, ସର୍ବାଧିକ ଶାସନ’ର ସ୍ଲୋଗାନ ଶୁଣିବାକୁ ଭଲ ଲାଗୁଥିଲା। ହେଲେ କାର୍ଯ୍ୟରେ ‘ସର୍ବନିମ୍ନ ଶାସନ, ସର୍ବାଧିକ ପ୍ରଚାର’ ବଢ଼ିଯାଉଥିବାରୁ ତୃଣମୂଳସ୍ତରରେ କ’ଣ ଘଟୁଛି ତାହା ଉପରେ ବ୍ୟବସ୍ଥାର ନଜର ରହୁ ନ ଥିବା ଭଳି ଏବେ ହୃଦ୍‌ବୋଧ ହେଲାଣି। ଏଭଳି ପରିପ୍ରେକ୍ଷୀରେ କୁହାଯାଇପାରେ ସରକାର କିମ୍ବା ବ୍ୟବସ୍ଥା ଅସ୍ବାଭାବିକ ସ୍ଥିତି ପାଇଁ ଯେତିକି ଦାୟୀ, ଲୋକଙ୍କ ପାଗଳାମି ମଧ୍ୟ ସର୍ବୋଚ୍ଚରେ ପହଞ୍ଚତ୍ଛି।


Enter your email to get our daily news in your inbox.

All Right Reserved By Dharitri.Com

ଟି୨୦ ବିଶ୍ୱକପ୍ ପୂର୍ବରୁ ଭାରତର ହୁଙ୍କାର: ୱାର୍ମ-ଅପ୍ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଧୂଳି ଚଟାଇଲା

ନଭି ମୁମ୍ବାଇ,୪ା୨: ଟି୨୦ ବିଶ୍ୱକପ୍ ୨୦୨୬ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳ ନିଜର ଶେଷ ପ୍ରସ୍ତୁତି ଶେଷ କରିଛି। ନଭି ମୁମ୍ବାଇର ଡି.ୱାଇ ପାଟିଲ ସ୍ପୋର୍ଟସ…

ସଞ୍ଜୁ ସାମସନଙ୍କ ପାଇଁ ବନ୍ଦ ହେବ କି ବିଶ୍ୱକପ୍ ଦ୍ୱାର? କ୍ୟାପଟେନ୍ ସୂର୍ଯ୍ୟାଙ୍କ ସଙ୍କେତ ପରେ ଚର୍ଚ୍ଚା ଜୋର

ନୂଆଦିଲ୍ଲୀ,୪ା୨: ୨୦୨୬ ଟି-୨୦ ବିଶ୍ୱକପ୍ ପୂର୍ବରୁ ଅନୁଷ୍ଠିତ ଅଭ୍ୟାସ ମ୍ୟାଚ୍‌ରେ ଭାରତୀୟ ଦଳର ରଣନୀତି ଏକ ବଡ଼ ପରିବର୍ତ୍ତନର ସଙ୍କେତ ଦେଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ…

ଭାରତରେ ‘ଡାଟା ସେଣ୍ଟର’ ଆଣିବ ନିଯୁକ୍ତିର ସୁଅ: ଇଣ୍ଟରନେଟ୍ ଯୁଗ ପରି ଆସିବ ବିପ୍ଳବ

ନୂଆଦିଲ୍ଲୀ,୪ା୨: ଭାରତରେ ନିଯୁକ୍ତିର ବନ୍ୟା ସୃଷ୍ଟି କରିବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)। ଆଗାମୀ ଦିନରେ ‘ଡାଟା ସେଣ୍ଟର’ଗୁଡ଼ିକ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ପୂର୍ବରୁ ଦେଶରେ…

୨୪ ବର୍ଷ ଦେଶସେବା କରି ଘରକୁ ଫେରିଲେ ଯବାନ: ବାଜବାଣ, ନାଚଗୀତରେ ଦୁଲୁକିଲା ଦାଣ୍ଡ

କେନ୍ଦୁଝର,୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୪ ବର୍ଷ ଧରି ଦେଶସେବା କରି ଅବସର ପରେ ଗାଁକୁ ଫେରିଲେ ଯବାନ। ଏଥିପାଇଁ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।…

ଦାରିଙ୍ଗବାଡ଼ିରେ କାୟାକଳ୍ପର ୩ ଜଣିଆ ଟିମ୍‌, ଅବ୍ୟବସ୍ଥା ଦେଖି…

ଦାରିଙ୍ଗବାଡ଼ି,୪ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବୁଧବାର ୩ ଜଣିଆ କାୟାକଳ୍ପ ଦଳ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରେ ଡାକ୍ତର ଶୁଭ୍ରାଂଶୁ ପ୍ରଧାନ, ମାନସ କୁମାର…

ଛାତ୍ରଙ୍କୁ ଲୁହା ଛଡ଼ରେ ମୁଣ୍ଡରେ ପିଟିଲେ ଅନ୍ୟ ଜଣେ ଛାତ୍ର, ରକ୍ତାକ୍ତ…

ରାୟଗଡ଼ା,୪ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ସ୍ଥିତ ସରକାରୀ ଆଇଟିଆଇର ଜଣେ ଛାତ୍ରକୁ ଆଉ ଜଣେ ଛାତ୍ର ଲୁହା ରଡ଼୍‌ରେ ପିଟି ରକ୍ତାକ୍ତ କରିଥିବା ନେଇ ରାୟଗଡ଼ା…

ସିପିଆଇ ଶାଖା ସମ୍ମିଳନୀ, ସମସ୍ୟା ସମାଧାନ ପାଇଁ ଆନ୍ଦୋଳନ ନିଷ୍ପତ୍ତି  

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ପୋଡ଼ାବାଡ଼ି ଗ୍ରାମରେ ବୁଧବାର ସିପିଆଇର ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କମ୍ରେଡ. ବିଶିକେଶନ…

ସିକେ ନାଇଡୁ ଟ୍ରଫି: ଓଡ଼ିଶା-ବେଙ୍ଗଲ ମୁକାବିଲା

ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ଆସନ୍ତା ୬ତାରିଖରୁ ବରଗଡ଼ କ୍ରିଷ୍ଣା ବିକାଶ କ୍ରିକେଟ୍‌ ଗ୍ରାଉଣ୍ଡରେ  ଓଡ଼ିଶା-ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ବୟସ ସି.କେ. ନାଇଡୁ ଟ୍ରଫିର ଇଲାଇଟ୍‌ ଗ୍ରୁପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri