ଭୁବନେଶ୍ୱର,୧୦ା୨: ଆସନ୍ତା ୧୨ ତାରିଖରେ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଛି। ଏମ୍ଜିଏନ୍ଆର୍ଇଜିଏସ୍ର ନାମ ପରିବର୍ତ୍ତନକୁ ବିରୋଧ କରିବା ସହ ଶ୍ରମିକ ବିରୋଧୀ ୪ ଶ୍ରମ କୋଡ୍ ବାତିଲ ଆଦି କେତେକ ଦାବିରେ ଦେଶବ୍ୟାପୀ ଆନ୍ଦୋଳନ କରାଯିବ।
ଏହି ଧର୍ମଘଟକୁ ଓଡ଼ିଶାର ମଧ୍ୟାହ୍ନଭୋଜନ ପାଚିକା ଓ ସହାୟିକାମାନେ ସମର୍ଥନ କରିଛନ୍ତି। ତେଣୁ ଧର୍ମଘଟ ଦିନ ବିଦ୍ୟାଳୟରେ ପାଚିକା ଓ ସହାୟିକାମାନେ ଅନୁପସ୍ଥିତ ରହିବାର ଆଶଙ୍କା ରହିଛି।
ଏନେଇ କୌଣସି ପରିସ୍ଥିତିରେ ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନଭୋଜନରୁ ବଞ୍ଚିତ କରାଯିବ ନାହିଁ। ଧର୍ମଘଟକୁ ଦୃଷ୍ଟିରେ ରଖି ମଧ୍ୟାହ୍ନଭୋଜନର ବିକଳ୍ପ ବ୍ୟବସ୍ଥା କରିବା ପାଇଁ ରାଜ୍ୟ ପ୍ରକଳ୍ପ ସଂଯୋଜକ କାର୍ଯ୍ୟାଳୟ (ପ୍ରଧାନମନ୍ତ୍ରୀ ପୋଷଣ) ପକ୍ଷରୁ ସମସ୍ତ ଜିଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମଧ୍ୟାହ୍ନଭୋଜନ ପାଇଁ ଜିଲା ଶିକ୍ଷା ଅଧିକାରୀମାନେ ସ୍ଥାନୀୟସ୍ତରରେ ବିକଳ୍ପ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି।

